Jump to content

ପାବକ କାନୁନଗୋ

ଉଇକିପିଡ଼ିଆ‌ରୁ
ପାବକ କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ(1947-01-16)୧୬ ଜାନୁଆରୀ ୧୯୪୭
କଟକ
ମୃତ୍ୟୁ୩୦ ଅକ୍ଟୋବର ୨୦୨୪(2024-10-30) (ବୟସ ୭୭)
କଟକ
ଜୀବନସାଥୀଦୁର୍ଗାବତୀ
ସମ୍ପର୍କୀୟବିନୋଦ କାନୁନଗୋ (ପିତା)
ଆଲୋକ କାନୁନଗୋ (ଭାଇ)
ଦୀପକ କାନୁନଗୋ (ଭାଇ)

ପାବକ କାନୁନଗୋ (୧୬ ଜାନୁଆରୀ ୧୯୪୭–୩୦ ଅକ୍ଟୋବର ୨୦୨୪)[] ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ । ନିଜ ଜୀବନୀ ପୁସ୍ତକ ଓଡ଼ଶା ଓ ଗାନ୍ଧୀ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ପାଇଥିଲେ ।[] ଅଭିଧାନକାର ବିନୋଦ କାନୁନଗୋ ତାଙ୍କର ପିତା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପାବକ କାନୁନଗୋ ୧୯୪୭ ଜାନୁଆରୀ ୧୬ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷାକୋଷ ଜ୍ଞାନମଣ୍ଡଳର ସ୍ରଷ୍ଟା ବିନୋଦ କାନୁନଗୋ ତାଙ୍କର ପିତା । ସେ କେନ୍ଦୁପତ୍ର ଓ ଓଡ଼ିଶା ରାଜନୀତି ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ପାଇଥିଲେ ।[] ଉଚ୍ଚଶିକ୍ଷା ପରେ ସେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରାଧ୍ୟାପକ ତଥା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରିଥିଲେ ଓ ସେଠାରୁ ସେହି ପଦରୁ ଅବସର ନେଇଥିଲେ । ସେ ବିଭିନ୍ନ ଓଡ଼ିଆ ଖବର କାଗଜରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବାବଦରେ ସ୍ତମ୍ଭ ରଚନା କରିଥିଲେ ।

୨୦୨୪ ମସିହା ଅକ୍ଟୋବର ୩୦ ତାରିଖରେ କଟକଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

[ସମ୍ପାଦନା]
  • ଓଡ଼ିଶା ଓ ଗାନ୍ଧୀ[]
  • ଆମ ଜାତିସଂଘ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୧)
  1. https://samajaepaper.in/imageview_4_21120242118715_4_73_02-11-2024_12_i_1_sf.html
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ଶା ବୁକ୍ ଷ୍ଟୋର. pp. ୬୦୬. ISBN 81-7400-331-2.
  3. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.http://odishasahityaakademi.org/. odisha sahitya akademi. p. ୮. Archived from the original on 13 October 2021. Retrieved 13 October 2021. {{cite web}}: External link in |website= (help)
  4. https://sambadepaper.com/imageview_42745_186886_4_72_02-11-2024_2_i_1_sf.html
  5. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୧୫୧. ISBN 81-7586-097-9.