ପଲିମ୍ୟାଲଜିଆ ରିଉମାଟିକା

ଉଇକିପିଡ଼ିଆ‌ରୁ
Polymyalgia rheumatica
In polmyalgia rheumatica, pain is usually located in the shoulders and hips.
ବିଭାଗRheumatology
ଲକ୍ଷଣShoulder, neck and hip pain[୧]
ଆକ୍ରାନ୍ତ ସମୟAge greater than 50
ରୋଗ ନିର୍ଣ୍ଣୟ ପଦ୍ଧତିElevated inflammatory markers, CRP and ESR
ସଠିକ ରୋଗ ନିର୍ଣ୍ଣୟMyositis, giant cell arteritis
ଔଷଧCorticosteroids

ପଲିମ୍ୟାଲଜିଆ ରିଉମାଟିକା ( PMR ) ହେଉଛି ଯନ୍ତ୍ରଣା କିମ୍ବା କଠିନତା ସହିତ ଏକ ଲକ୍ଷଣ ସମଷ୍ଟି ଯାହା ସାଧାରଣତଃ ବେକ, କାନ୍ଧ, ଉପର ବାହୁ ଏବଂ ନିତମ୍ବରେ ହୁଏ କିନ୍ତୁ ଏହା ସମଗ୍ର ଶରୀରରେ ହୋଇପାରେ । ଯନ୍ତ୍ରଣା ହଠାତ୍ ହୋଇପାରେ, କିମ୍ବା ଏକ ସମୟ ଅବଧିରେ ଧୀରେ ଧୀରେ ହୋଇପାରେ । ଏହି ରୋଗରେ ଅଧିକାଂଶ ଲୋକ ସକାଳେ ନିଜ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରନ୍ତି କିନ୍ତୁ ଅନେକ ବ୍ୟକ୍ତିଙ୍କର କେବଳ ସନ୍ଧ୍ୟା ସମୟରେ ଯନ୍ତ୍ରଣା ହୁଏ କିମ୍ବା ଦିନସାରା ଯନ୍ତ୍ରଣା ଏବଂ କଠିନତା ଦେଖାଯାଏ ।

ଯେଉଁମାନଙ୍କର ପଲିମ୍ୟାଲଜିଆ ରିଉମାଟିକା ଥିବା ଲୋକଙ୍କର ଟେମ୍ପୋରାଲ ଟେମ୍ପୋରାଲ ଆର୍ଟେରାଇଟିସ୍ ( ଜଏଣ୍ଟ୍ ସେଲ୍ ଆର୍ଟେରାଇଟିସ୍ ) ମଧ୍ୟ ହୋଇପାରେ, ଯେଉଁଥିରେ ମୁହଁରେ ରକ୍ତନାଳୀମାନଙ୍କର ପ୍ରଦାହ ହୁଏ ଯାହା ଶୀଘ୍ର ଚିକିତ୍ସା କରା ନ ଗଲେ ଅନ୍ଧତ୍ୱ ହୋଇପାରେ ।[୨] ଯନ୍ତ୍ରଣା ଏବଂ କଠିନତା ଯୋଗୁ ଜୀବନ‌ଚର୍ଯ୍ୟାର ମାନ ହ୍ରାସ ପାଇପାରେ ଏବଂ ଏହା ଅବସାଦର କାରଣ ହୋଇପାରେ । ଏହା ଏକ ଭୁତାଣୁ କିମ୍ବା ଜୀବାଣୁ ଜନିତ ରୋଗ, କୌଣସି ପ୍ରକାରର ଆଘାତଦ୍ୱାରା ହୋଇପାରେ ବୋଲି ଅନୁମାନ କରାଯାଏ, କିନ୍ତୁ ଜେନେଟିକ୍ସ ମଧ୍ୟ ଏକ ଭୂମିକା ଥାଇପାରେ ।[୩] ଉତ୍ତର ୟୁରୋପୀୟ ବଂଶଧରମାନେ ଏହି ରୋଗ ସଙ୍କଟରେ ଅଛନ୍ତି । କୌଣସି ନିର୍ଦ୍ଦିଷ୍ଟ ଲାବୋରେଟୋରୀ ପରୀକ୍ଷା ନଥିଲେ ମଧ୍ୟ ସି-ରିଆକ୍ଟିଭ୍ ପ୍ରୋଟିନ୍ (CRP) ଏବଂ ଏରିଥ୍ରୋସାଇଟ୍ ସେଡିମେଣ୍ଟେସନ ହାର (ESR) ପରୀକ୍ଷା ଫଳାଫଳ ଉପଯୋଗୀ ହୋଇପାରେ ।

ଏହି ରୋଗରେ ସାଧାରଣତଃ ପାଟିବାଟେ ଦିଆଯାଉଥିବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଏ । [୪] ଅଧିକାଂଶ ଲୋକ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ କର୍ଟିକୋଷ୍ଟେରଏଡ୍ ଚିକିତ୍ସା ଜାରି ରଖିବା ଆବଶ୍ୟକ କରନ୍ତି । ଏହି ରୋଗ ବେଳେବେଳେ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ସ୍ୱୟଂ ଭଲ ହୋଇଯାଏ, କିନ୍ତୁ ଔଷଧ ଏବଂ ନିଜସ୍ୱ ଯତ୍ନ ପଦକ୍ଷେପ ଯୋଗୁ ରୋଗର ଉନ୍ନତି ଘଟୁଥିବା ଦେଖାଯାଏ ।

ସନ ୧୯୬୬ରେ ପ୍ରଥମ ଥର ନିମନ୍ତେ ଏହାକୁ ନିୟୁ ୟୋର୍କର ମାଉଣ୍ଟ ସିନାଇ ଡାକ୍ତରଖାନାରେ ୧୧ ଜଣ ରୋଗୀମାନଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ରୋଗ ଭାବରେ ଏକ ରିପୋର୍ଟ[୫] ଉପସ୍ଥାପିତ କରାଯାଇଥିଲା । ଏହାର ନାମକରଣ ଗ୍ରୀକ୍ ଶବ୍ଦ polyολυμυαλγία polymyalgiaରୁ ନିଆଯାଇଛି, ଯାହାର ଅର୍ଥ "ଅନେକ ମାଂସପେଶୀରେ ଯନ୍ତ୍ରଣା" ।

ଚିହ୍ନ ଏବଂ ଲକ୍ଷଣ[ସମ୍ପାଦନା]

ବିଭିନ୍ନ ପ୍ରକାରର ଲକ୍ଷଣ ସୂଚାଇ ଦେଇପାରେ ଯେ ଜଣେ ବ୍ୟକ୍ତିଙ୍କର ପଲିମ୍ୟାଲଜିଆ ରିଉମାଟିକା ରୋଗ ଅଛି କି ନାହିଁ? ପ୍ରତିଷ୍ଠିତ ଲକ୍ଷଣଗୁଡିକ:[ଆଧାର ଲୋଡ଼ା]

  • ବେକ, କାନ୍ଧ, ଉପର ବାହୁ, ଜଙ୍ଘ ଏବଂ ନିତମ୍ବରେ ମଧ୍ୟମରୁ ଗମ୍ଭୀର ଯନ୍ତ୍ରଣା ଏବଂ କଠିନତା , ଯାହାକି କାର୍ଯ୍ୟକଳାପକୁ ପ୍ରତିରୋଧ କରିଥାଏ, ବିଶେଷତଃ ସକାଳେ / ଶୋଇବା ପରେ । ଊରୁସନ୍ଧି ଅଞ୍ଚଳରେ ଏବଂ ପିଚାରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ଏହି କ୍ଷେତ୍ରଗୁଡିକ ମଧ୍ୟରୁ ଗୋଟିଏ ସ୍ଥାନରେ ଯନ୍ତ୍ରଣା ସୀମିତ ହୋଇପାରେ । ଏହା "ଗାର୍ଡଲ୍ସ"ର ଏକ ରୋଗ ଅର୍ଥାତ୍ କାନ୍ଧ (Shoulder girdle) ବା ପେଲଭିକ୍ ଗାର୍ଡଲ୍ (Pelvic girdle) ରୋଗ ।
  • ଥକ୍କା ଏବଂ ଅରୁଚି (ସମ୍ଭବତଃ ଏହା ଯୋଗୁ ଓଜନ ହ୍ରାସ ହୋଇପାରେ)
  • ରକ୍ତହୀନତା
  • ଅସୁସ୍ଥତା କିମ୍ବା ଫ୍ଲୁ ପରି ଲକ୍ଷଣଗୁଡ଼ିକର ସାମଗ୍ରିକ ଅନୁଭବ ।
  • ନିମ୍ନ ଧରଣର (ମୃଦୁ) ଜ୍ୱର କିମ୍ବା ଅସ୍ୱାଭାବିକ ତାପମାତ୍ରା ବେଳେବେଳେ ଦେଖାଯାଏ ।
  • ଅଧିକାଂଶ ଲୋକଙ୍କର କ୍ରମାଗତ ଥକ୍କା, ଦୁର୍ବଳତା ଏବଂ ଶକ୍ତିହୀନ ଅନୁଭବ ହୁଏ ।

ପଲିମିମ୍ୟାଲଜିଆ ରିଉମାଟିକା ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୧୫% ଲୋକଙ୍କର ମଧ୍ୟ ଟେମ୍ପୋରାଲ୍ ଆର୍ଟେରାଇଟିସ୍ ରୋଗ ଥାଏ ଓ ଟେମ୍ପୋରାଲ୍ ଆର୍ଟେରାଇଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୫0% ଲୋକଙ୍କର ପଲିମ୍ୟାଲଜିଆ ରିଉମାଟିକା ଥାଏ । ଟେମ୍ପୋରାଲ୍ ଆର୍ଟେରାଇଟିସର କେତେକ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ସ୍କାଲ୍‌ପ ଦରଜ, ହନୁ ହାଡ଼ କିମ୍ବା ମୁଖର ଯନ୍ତ୍ରଣା, ବିକୃତ ଦୃଷ୍ଟିଶକ୍ତି, କିମ୍ବା ରକ୍ତ ପ୍ରବାହ ହ୍ରାସ ହେତୁ ଅଙ୍ଗ ପ୍ରତ୍ୟଙ୍ଗରେ ଯନ୍ତ୍ରଣା ଏବଂ ଥକାପଣ ଅନୁଭବ ହୁଏ ।

କାରଣ[ସମ୍ପାଦନା]

ଏହି ରୋଗର କାରଣ ଭଲଭାବେ ବୁଝାପଡ଼ୁନାହିଁ । ପ୍ରଦାହିତ କୋଷ ଏବଂ ପ୍ରୋଟିନର କାର୍ଯ୍ୟକଳାପରୁ ଯନ୍ତ୍ରଣା ଏବଂ କଠିନତା ହୋଇଥାଏ ଯାହା ସାଧାରଣତଃ ଶରୀରର ରୋଗ-ପ୍ରତିରୋଧକ ପ୍ରଣାଳୀର ଏକ ଅଂଶ ଅଟେ ଏବଂ ପ୍ରଦାହକ କାର୍ଯ୍ୟକଳାପ ପ୍ରଭାବିତ ଗଣ୍ଠିର ଚାରିପାଖରେ ଥିବା ତନ୍ତୁମାନଙ୍କରେ ଏକତ୍ରିତ ହୋଇଥିବାର ଦେଖାଯାଏ । ଏହି ବ୍ୟାଧି ସମୟରେ ଶରୀରରେ ଥିବା ଶ୍ୱେତ ରକ୍ତ କଣିକା ଗଣ୍ଠିର ଅସ୍ତର ଉପରେ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଆନୁବଂଶିକ କାରକଗୁଡିକ ଜଣେ ବ୍ୟକ୍ତିର ପିଏମଆର ରୋଗ ବିକାଶ କରିବାର ସମ୍ଭାବନାରେ ଏକ ଭୂମିକା ଗ୍ରହଣ କରିଥାଏ । ଜେନେଟିକ୍ ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କଠାରେ ପ୍ରତିରକ୍ଷା ପ୍ରଣାଳୀକୁ ଭୂତାଣୁମାନେ ଉତ୍ତେଜିତ କରିଥାଆନ୍ତି ।

ସଂକ୍ରାମକ ରୋଗ ଏକ ସହାୟକ କାରକ ହୋଇପାରେ ।ହଠାତ୍ ଲକ୍ଷଣଗୁଡିକର ଆରମ୍ଭ ହେବା ସହିତ ଏହା ଆରମ୍ଭ ହେବା ଆଶା କରାଯାଏ । ଏଥି ସହିତ ଚକ୍ରାକାରରେ ଦେଖାଯାଉଥିବା ସାଧାରଣ ଜନତାଙ୍କ ନୂତନ ରୋଗୀ ପ୍ରାୟତଃ ଭୂତାଣୁ ସଂଯୋଗ ଯୋଗୁ ହୋଇପାରେ । ଅଧ୍ୟୟନଗୁଡିକ ଅସ୍ପଷ୍ଟ, କିନ୍ତୁ ଏହି ରୋଗ ପାଇଁ ସମ୍ଭାବ୍ୟ ଟ୍ରିଗର ଭାବରେ ଅନେକ ସାଧାରଣ ଜୀବାଣୁ ଚିହ୍ନଟ କରାଯାଇଥିଲା । ଏଥିରେ ଜଡ଼ିତ ଭୂତାଣୁ ମଧ୍ୟରେ ଆଡେନୋଭାଇରସ୍ ଅନ୍ୟତମ ଯାହା ଶ୍ୱାସକ୍ରିୟା ସଂକ୍ରମଣ କରିଥାଏ; ମାନବ ପାର୍ବୋଭାଇରସ୍ ବି ୧୯ (B19), ଏକ ସଂକ୍ରମଣ ଯାହା ପିଲାମାନଙ୍କୁ ପ୍ରଭାବିତ କରେ; ଏବଂ ମାନବ ପାରାଇନଫ୍ଲୁଏଞ୍ଜା ଭୂତାଣୁ ମଧ୍ୟ ଥାଏ । କେତେକ ପୀଡ଼ିତ ଚାପ ଯୋଗୁ ପିଏମଆର (PMR)ର ଆରମ୍ଭ ହେଉଥିବା ବର୍ଣ୍ଣନା କରନ୍ତି ।[ଆଧାର ଲୋଡ଼ା]

ଏଚଏଲଏ-ଡିଆର୪ (HLA-DR4)ପ୍ରକାରର ମାନବ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ଥିବା ବ୍ୟକ୍ତିମାନଙ୍କର ପଲିମ୍ୟାଲଜିଆ ରିଉମାଟିକାଆଧାର ଭୁଲ: ଅବୈଧ <ref> ଟ୍ୟାଗ; କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ହେବାର ଆଶଙ୍କା ଅଧିକ ଦେଖାଯାଏ | [୬]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ପଲିମ୍ୟାଲଜିଆ ରିଉମାଟିକା ନିର୍ଣ୍ଣୟ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ନାହିଁ; ଅନ୍ୟାନ୍ୟ ଅନେକ ରୋଗ ମାଂସପେଶୀରେ ପ୍ରଦାହ ଏବଂ ଯନ୍ତ୍ରଣା ଦେଇପାରେ, କିନ୍ତୁ କିଛି ପରୀକ୍ଷା କରି ଯନ୍ତ୍ରଣାର କାରଣକୁ ସଂକୀର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । କାନ୍ଧର ଚଳନ ସୀମା, କିମ୍ବା କଚଟି କିମ୍ବା ହାତର ଗଣ୍ଠି ଫୁଲିଯିବା ଡାକ୍ତରଙ୍କ ଦ୍ୱରା ଉଲ୍ଲେଖ କରାଯାଇଛି । ରୋଗୀକୁ କରାଯାଇଥିବା ପ୍ରଶ୍ନର ଉତ୍ତର, ସାଧାରଣ ଶାରୀରିକ ପରୀକ୍ଷା, ଏବଂ ପରୀକ୍ଷଣର ଫଳାଫଳ ଡାକ୍ତରମାନଙ୍କୁ ଯନ୍ତ୍ରଣା ଏବଂ କଠିନତାର କାରଣ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ ।

ସାଧାରଣତଃ ଏରିଥ୍ରୋସାଇଟ୍ ସେଡିମେଣ୍ଟେସନ୍ ହାର (ESR) ଗୋଟିଏ ରକ୍ତ ପରୀକ୍ଷା ହେଉଛି ଯାହାଦ୍ୱାରା ରୋଗୀର ଲାଲ ରକ୍ତ କଣିକା ଏକ ପରୀକ୍ଷା ଟ୍ୟୁବରେ କେତେ ଶୀଘ୍ର ସ୍ଥିର ହୁଏ ତାହା ମାପ କରିଥାଏ | ରକ୍ତ କଣିକା ଯେତେ ଶୀଘ୍ର ସ୍ଥିର ହୁଏ । ଇଏସଆର (ESR) ମୂଲ୍ୟ ଅଧିକ ହେବାର ଅର୍ଥ ହେଉଛି ପ୍ରଦାହ ଉପସ୍ଥିତ । ଅନ୍ୟାନ୍ୟ ଅନେକ ଅବସ୍ଥାରେ ଉଚ୍ଚତର ଇଏସଆର ସୃଷ୍ଟି ହୋଇପାରେ, ତେଣୁ କେବଳ ଏହି ପରୀକ୍ଷାଦ୍ୱରା ଜଣେ ବ୍ୟକ୍ତିଙ୍କର ପଲିମ୍ୟାଲଜିଆ ରିଉମାଟିକା ରୋଗ ଥିବା ପ୍ରମାଣିତ ହୁଏ ନାହିଁ ।

ରକ୍ତରେ ସି-ରିଆକ୍ଟିଭ୍ ପ୍ରୋଟିନ୍ (CRP)ର ସ୍ତର ଯାଞ୍ଚ କରୁଥିବା ଅନ୍ୟ ଏକ ପରୀକ୍ଷା ମଧ୍ୟ କରାଯାଇପାରେ । ଆଘାତ କିମ୍ବା ସଂକ୍ରମଣର ପ୍ରତିକ୍ରିୟାରେ ଯକୃତରୁ ସିଆରପି ଉତ୍ପନ୍ନ ହୁଏ ଏବଂ ପଲିମ୍ୟାଲଜିଆ ରିଉମାଟିକା ଥିବା ଲୋକମାନଙ୍କର ସାଧାରଣତଃ ଉଚ୍ଚ ସ୍ତର ଥାଏ । ତଥାପି ଇଏସାଆର ପରି, ଏହି ପରୀକ୍ଷା ମଧ୍ୟ ବହୁତ ନିଶ୍ଚିତ ନୁହେଁ ।[ଆଧାର ଲୋଡ଼ା]

ପଲିମ୍ୟାଲଜିଆ ରିଉମାଟିକା ବେଳେବେଳେ ଟେମ୍ପୋରାଲ ଆର୍ଟେରାଇଟିସ୍ ସହିତ ଜଡ଼ିତ ହୋଇଥାଏ, ଯାହା ଏକ ଆକ୍ରମଣାତ୍ମକ ଚିକିତ୍ସା ଆବଶ୍ୟକ କରେ । ଏହି ଅତିରିକ୍ତ ରୋଗର ପରୀକ୍ଷା କରିବାକୁ , ଟେମ୍ପୋରାଲ ଧମନୀରୁ ଏକ ବାୟୋପସି ନମୁନା ନିଆଯାଇପାରେ ।

ଚିକିତ୍ସା[ସମ୍ପାଦନା]

ପ୍ରେଡନିସୋନ ହେଉଛି ପିଏମଆର ପାଇଁ ପସନ୍ଦର ଔଷଧ[୭] ଏବଂ ଚିକିତ୍ସା ଅବଧି ଏକ ବର୍ଷରୁ ଅଧିକ ହୋଇପାରେ । ଯଦି ରୋଗୀ ୧୦–୨୦ମି:ଗ୍ରାର ପ୍ରଡନିସୋନ ତିନି ଦିନ ବ୍ୟବ‌ହାର କଲାପରେ ନାଟକୀୟ ଉନ୍ନତି ଅନୁଭବ କରନ୍ତି ନାହିଁ, ତେବେ ରୋଗ ଅନ୍ୟ କିଛି ହୋଇଥାଇପାରେ ।[୮] ବେଳେବେଳେ ଅନେକ ଘଣ୍ଟା ମଧ୍ୟରେ ଲକ୍ଷଣରୁ ଆରାମ ମିଳିଥାଏ ।[ଆଧାର ଲୋଡ଼ା]

ଏହି ରୋଗର ପ୍ରାରମ୍ଭିକ ଚିକିତ୍ସାରେ ଆଇବୁପ୍ରୋଫେନ (ibuprofen) ଭଳି ଅଣସ୍ଟିରଏ ଆଣ୍ଟି-ପ୍ରଦାହ ଔଷଧ (NSAIDs) ପ୍ରଭାବ ପକାଏ ନାହିଁ କିନ୍ତୁ ସେଗୁଡ଼ିକ କର୍ଟିକୋସ୍ଟିରଏଡର ସ‌ହାୟକ ଔଷଧ ଭାବରେ ବ୍ୟବହୃତ ହୋଇପାରେ ।

ଚିକିତ୍ସା ଚିକିତ୍ସା ସହିତ ରୋଗୀମାନଙ୍କୁ ବ୍ୟାୟାମ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଉତ୍ସାହିତ କରାଯାଏ ଯାହା ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ବଜାୟ ରଖିବା ଏବଂ ଦୃଢ଼ ମାଂସପେଶୀ ଏବଂ ହାଡ଼ ଗଠନ କରିବାରେ ସାହାଯ୍ୟ କରେ । ଫଳ, ପନିପରିବା, ପୁରା ଶସ୍ୟ, ଏବଂ କମ୍ ଚର୍ବିଯୁକ୍ତ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟର ଖାଦ୍ୟ, ଅଧିକ ପରିମାଣର ବିଶୋଧିତ ଶର୍କରା ଏବଂ ଲୁଣ ଥିବା ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

ରୋଗାନୁଶୀଳନ[ସମ୍ପାଦନା]

କେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତି ପଲିମିୟାଲଜିଆ ରିମାଟିକା ପାଇବେ ତାହା ନିଶ୍ଚିତ ହୋଇନାହିଁ, କିନ୍ତୁ ଏହି ବ୍ୟାଧି ସହିତ କିଛି କାରକମାନଙ୍କର ସମ୍ପର୍କ ଦେଖିବାକୁ ମିଳେ ।

  • ସାଧାରଣତଃ, ପିଏମଆର କେବଳ ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆକ୍ରମଣ କରେ ।
  • ପିଏମଆର ଥିବା ବ୍ୟକ୍ତିର ହାରାହାରି ବୟସ ପ୍ରାୟ ୭୦ ବର୍ଷ ଅଟେ ।
  • ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଅଧିକ ପିଏମଆର ପାଇବା ସମ୍ଭାବନା ଥାଏ ।
  • କ‌କେସିଆନମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏହା ଉତ୍ତର ୟୁରୋପୀୟ ମୂଳ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ; ସ୍କାଣ୍ଡିନାଭିଆନମାନେ ବିଶେଷ ଭାବରେ ଅସୁରକ୍ଷିତ ।
  • ଟେମ୍ପୋରାଲ୍ ଆର୍ଟେରାଇଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୦% ଲୋକଙ୍କର ପଲିମିୟାଲଜିଆ ରିମାଟିକା ମଧ୍ୟ ଥାଏ |

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ୍[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ


ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; NIAMS ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Schmidt, J; Warrington, KJ (1 August 2011). "Polymyalgia rheumatica and giant cell arteritis in older patients: diagnosis and pharmacological management". Drugs & Aging. 28 (8): 651–66. doi:10.2165/11592500-000000000-00000. PMID 21812500.
  3. Cimmino, Marco A. (1997). "Genetic and environmental factors in polymyalgia rheumatica". Annals of the Rheumatic Diseases. 56 (10): 576–577. doi:10.1136/ard.56.10.576. PMC 1752263. PMID 9389216.
  4. Dejaco, C; Singh, YP (October 2015). "2015 Recommendations for the management of polymyalgia rheumatica: a European League Against Rheumatism/American College of Rheumatology collaborative initiative". Annals of the Rheumatic Diseases. 74 (10): 1799–807. doi:10.1136/annrheumdis-2015-207492. PMID 26359488.
  5. Davison S, Spiera H, Plotz CM (Feb 1966). "Polymyalgia rheumatica". Arthritis and Rheumatism. 9 (1): 18–23. doi:10.1002/art.1780090103. PMID 4952416.
  6. Page 255 in: Elizabeth D Agabegi; Agabegi, Steven S. (2008). Step-Up to Medicine (Step-Up Series). Hagerstwon, MD: Lippincott Williams & Wilkins. ISBN 978-0-7817-7153-5.
  7. Hernández-Rodríguez J, Cid MC, López-Soto A, Espigol-Frigolé G, Bosch X (Nov 2009). "Treatment of polymyalgia rheumatica: a systematic review". Archives of Internal Medicine. 169 (20): 1839–50. doi:10.1001/archinternmed.2009.352. PMID 19901135.
  8. McPhee SJ, Papadakis MA (2010). Current Medical Diagnosis and Treatment. p. 767. ISBN 978-0071624442.