Jump to content

ଜାଏଣ୍ଟ ସେଲ ଆର୍ଟେରାଇଟିସ

ଉଇକିପିଡ଼ିଆ‌ରୁ
ଜାଏଣ୍ଟ ସେଲ ଆର୍ଟେରାଇଟିସ (Giant-cell arteritis)
Temporal arteritis, cranial arteritis,[] Horton disease,[] senile arteritis,[] granulomatous arteritis[]
ମୁଖ ଓ ସ୍କାଲ୍ପର ଧମନୀ ସମୂହ
ବିଭାଗରିଉମାଟୋଲୋଜି (Rheumatology), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବା କଷ୍ଟକର []
ଆକ୍ରାନ୍ତ ସମୟ୫୦ ବର୍ଷ ବୟସ ଉପରେ []
କାରଣବଡ଼ ଧମନୀର କାନ୍ଥରେ ଥିବା କ୍ଷୁଦ୍ର ରକ୍ତନଳିମାନଙ୍କର ପ୍ରଦାହ (small blood vessels) []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ରକ୍ତ ପରୀକ୍ଷା ଉପରେ ପର୍ଯ୍ୟବସିତ ଓ ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ । []
ସଠିକ ରୋଗ ନିର୍ଣ୍ଣୟଟାକାୟାସୁ ଆର୍ଟେରାଇଟିସ (Takayasu arteritis),[] ଷ୍ଟ୍ରୋକ, ପ୍ରାଇମେରୀ ଆମିଲଏଡୋସିସ (primary amyloidosis)[]
ଚିକିତ୍ସାଗ୍ଲୁକୋକର୍ଟିକଏଡସ (Steroids), ବାଇଫସଫୋନେଟ (bisphosphonates), ପ୍ରୋଟିନ ପମ୍ପ ଇନହିବିଟର (proton pump inhibitor)[]
Prognosisଆୟୁଷ - ସାଧାରଣ []
ପୁନଃପୌନିକ~ ବର୍ଷକୁ ପ୍ରତି ୧୫,୦୦୦ରେ ଜଣେ (୫୦ ବର୍ଷ ବୟସରୁ ଅଧିକ)[]
Patient UKଜାଏଣ୍ଟ ସେଲ ଆର୍ଟେରାଇଟିସ (Giant-cell arteritis)

ଜାଏଣ୍ଟ ସେଲ ଆର୍ଟେରାଇଟିସ ବା ଜିସିଏ , ଅନ୍ୟ ନାମ ଟେମ୍ପୋରାଲ ଆର୍ଟେରାଇଟିସ (ଇଂରାଜୀ ଭାଷାରେ Giant-cell arteritis/ GCA, also called temporal arteritis) ଏକ ପ୍ରଦାହ (inflammatory) ରୋଗ ଯାହା ରକ୍ତନଳୀକୁ (blood vessels) ଆକ୍ରମଣ କରିଥାଏ । [] ଏହି ରୋଗ ହେଲେ ମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବାକୁ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । [] ରୋଗ ଜଟିଳ ହେଲେ ଅଫଥାଲମିକ ଧମନୀ ଅବରୋଧ ହେବା ଯୋଗୁ ରୋଗୀ ଅନ୍ଧ ହୋଇପାରେ, ଆଓର୍ଟିକ ଡିସେକସନ (aortic dissection), ଆଓର୍ଟିକ ଆନିଉରିଜ୍ମ (aortic aneurysm) ଆଦି ରୋଗ ସୃଷ୍ଟି ହୁଏ । [] ଏହି ରୋଗ ସାଥୀରେ ଅନେକ ସମୟରେ ପଲିମ୍ୟାଲଜିଆ ରିଉମାଟିକା (polymyalgia rheumatica) ରୋଗ ଥାଏ []

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ବଡ଼ ଧମନୀର କାନ୍ଥରେ ଥିବା କ୍ଷୁଦ୍ର ରକ୍ତନଳୀମାନଙ୍କର (small blood vessels) ପ୍ରଦାହ ହେବା ଯୋଗୁ ରୋଗ ହୁଏ ।[] ମୂଖ୍ୟତଃ ମୁଣ୍ଡ ଓ ବେକର ରକ୍ତନଳୀମାନ ଆକ୍ରାନ୍ତ ହୁଅନ୍ତି, ଛାତିରେ ମଧ୍ୟ ଆକ୍ରମଣ ହୋଇପାରେ ।[][] ଲକ୍ଷଣ, ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (en:medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଟେମ୍ପୋରାଲ ଧମନୀର (temporal artery) ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ । [] ରୋଗ ଥାଇ ମଧ୍ୟ ୧୦% ରୋଗୀଙ୍କର ଟେମ୍ପୋରାଲ ଧମନୀରେ କୌଣସି ଅସୁବିଧା ନଥାଏ । []

ପ୍ରେଡନିସୋନ (prednisone) ଭଳି ଗ୍ଲୁକୋକର୍ଟିକଏଡସ (Steroids) ଅଧିକ ମାତ୍ରାରେ ଦେଇ ଏହାର ଚିକିତ୍ସା କରାଯାଏ ।[] ଲକ୍ଷଣ ଉପଶମ ହୋଇଯିବା ପରେ ଔଷଧ ମାତ୍ରା ମାସକୁ ୧୫% କମେଇ ଦିଆଯାଏ ।[] କମ ମାତ୍ରା ଦିଆଯିବା ପରେ ପରବର୍ତ୍ତୀ ବର୍ଷ ଧୀରେ ଧୀର ଆହୁରି କମ ଦିଆଯାଏ ।[] ଅସ୍ଥି କ୍ଷୟ ରୋକିବାକୁ ବାଇଫସଫୋନେଟ (bisphosphonates) ଓ ପାକସ୍ଥଳୀ ସମସ୍ୟା ଲାଘବ ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (proton pump inhibitor) ଦିଆଯାଏ ।[]

ବର୍ଷକୁ ୫୦ ବର୍ଷ ବୟସରୁ ଅଧିକ ପ୍ରତି ୧୫,୦୦୦ ଜଣ ବ‌ୟସ୍କ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ ।[] ୫୦ ବର୍ଷ ବୟସ ଉପରେ ରୋଗ ହେଉଥିଲେ ମଧ୍ୟ ୭୦ ବର୍ଷ ବୟସ ପରେ ସାଧାରଣତଃ ଅଧିକ ହୁଏ । [] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୋଇଥାଆନ୍ତି ।[] ଉତ୍ତର ୟୁରୋପ ଜାତ ବ୍ୟକ୍ତି ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଆୟଷ ପ୍ରାୟ ସାଧାରଣ ରହେ ।[] ସନ ୧୮୯୦ରେ ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[]

  1. 1 2 3 4 Nussinovitch, Udi (2017). The Heart in Rheumatic, Autoimmune and Inflammatory Diseases: Pathophysiology, Clinical Aspects and Therapeutic Approaches (in ଇଂରାଜୀ). Academic Press. p. 367. ISBN 9780128032688. Archived from the original on 2017-10-22.
  2. 1 2 3 4 "Orphanet: Giant cell arteritis". www.orpha.net (in ଇଂରାଜୀ). Archived from the original on 14 September 2017. Retrieved 14 September 2017.
  3. 1 2 "Giant Cell Arteritis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 13 April 2017. Archived from the original on 22 October 2017. Retrieved 21 October 2017.
  4. 1 2 3 4 5 6 7 8 9 10 11 12 13 14 15 16 17 18 19 Solomon, Caren G.; Weyand, Cornelia M.; Goronzy, Jörg J. (2014). "Giant-Cell Arteritis and Polymyalgia Rheumatica". New England Journal of Medicine. 371 (1): 50–7. doi:10.1056/NEJMcp1214825. PMC 4277693. PMID 24988557.
  5. 1 2 Johnson, Richard J.; Feehally, John; Floege, Jurgen (2014). Comprehensive Clinical Nephrology E-Book (in ଇଂରାଜୀ). Elsevier Health Sciences. p. 300. ISBN 9780323242875. Archived from the original on 2017-10-22.
  6. Ferri, Fred F. (2010). Ferri's Differential Diagnosis E-Book: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 195. ISBN 0323081630. Archived from the original on 2017-10-22.
  7. "Giant Cell Arteritis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 13 April 2017. Archived from the original on 22 October 2017. Retrieved 21 October 2017.