ପର୍ଶୁରାମ ପାଣିଗ୍ରାହୀ
ପର୍ଶୁରାମ ପାଣିଗ୍ରାହୀ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ଗୋପିନାଥ ଦାସ |
ପର ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ପର ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ପର ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ପଦ୍ମ ଲୋଚନ ପଣ୍ଡା |
ପର ଅଧିକାରୀ | ଜ୍ୟୋତିପ୍ରକାଶ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଶିମୂଳିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଅକ୍ଟୋବର ୧୯୩୯ |
ମୃତ୍ୟୁ | ୧ ଜୁନ ୨୦୧୫ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି, ଜନତା ଦଳ |
ଜୀବନ ସାଥୀ | ସନ୍ଧ୍ୟାରାଣୀ ପାଣିଗ୍ରାହୀ |
ସନ୍ତାନ | ୨ ପୁଅ, ୩ ଝିଅ |
ବାପା/ବୋଉ | ଶ୍ରୀଧର ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପର୍ଶୁରାମ ପାଣିଗ୍ରାହୀ (୧୩ ଅକ୍ଟୋବର ୧୯୩୯ - ୧ ଜୁନ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦, ୧୯୯୦, ୨୦୦୦ ଓ ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ମ, ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ପର୍ଶୁରାମ ପାଣିଗ୍ରାହୀ ୧୯୩୯ ମସିହାର ଅକ୍ଟୋବର ମାସ ୧୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଶ୍ରୀଧର ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଗଣିତରେ ସ୍ନାତକୋତ୍ତର । ପର୍ଶୁରାମ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି । ତାଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ ।[୩] ସେ ୨୦୧୪ ମସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ପର୍ଶୁରାମ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜନେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ପର୍ଶୁରାମ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହା ଯାଏଁ କାର୍ଯ୍ୟ କରିଥିଲେ ।
ବିଜୁ ଜନତା ଦଳର ଗଠନ ପରେ ସେ ୨୦୦୦ ମସିହାରେ ଏବଂ ୨୦୦୯ ମସିହାରେ ବିଜେଡିର ପ୍ରାର୍ଥୀ ଭାବରେ ଯଥାକ୍ରମେ ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ମୃତ୍ୟୁ
[ସମ୍ପାଦନା]ପର୍ଶୁରାମ ପାଣିଗ୍ରାହୀ ୨୦୧୫ ମସିହାର ଜୁନ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୮ ଅଗଷ୍ଟ ୨୦୧୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନା କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Late Parsuram Panigrahi". odishaassembly.nic.in. Odisha Assembly. Retrieved 29 April 2019.
- ↑ "MLA Parsuram Panigrahi Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-29.
- ↑ "MLA Jyoti Prakash Panigrahi Profile | SIMULIA Constituency". naveenpatnaik.com. Archived from the original on 2019-01-13. Retrieved 2019-04-29.
- ↑ "MLA Jyoti Prakash Panigrahi Profile | SIMULIA Constituency". www.odishahelpline.com. Retrieved 2019-04-29.
- ↑ ୫.୦ ୫.୧ ୫.୨ "Simulia Elections Results 2014, Current MLA, Candidate List of Assembly Elections in Simulia, Orissa". www.elections.in. Retrieved 2019-04-29.
- ↑ "MLA Parsuram Panigrahi Profile | SIMULIA Constituency". www.odishahelpline.com. Retrieved 2019-04-29.