ପଞ୍ଚକନ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search
ପଞ୍ଚକନ୍ୟା ଚିତ୍ର, ସନ ୧୯୪୫ ପୂର୍ବରୁ ତିଆରି ରବି ବର୍ମାଙ୍କ ପ୍ରେସରେ

ପଞ୍ଚକନ୍ୟା (ଇଂରାଜୀ ଭାଷାରେ Panchakanya (पञ्चकन्या, pañcakanyā), ବା ପାଞ୍ଚ କୁମାରୀ) ହିନ୍ଦୁ ଗ୍ରନ୍ଥମାନଙ୍କରେ ଲିଖିତ ପାଞ୍ଚ ନାୟିକା ଯାହାଙ୍କର ନାମ ନେଲେ ସମସ୍ତ ପାପ ତାପ ହରଣ ହୋଇଯାଉଥିବା ବିଶ୍ୱାସ କରାଯାଏ । ସେମାନଙ୍କର ନାମ ଅହଲ୍ୟା (Ahalya), ଦ୍ରୌପଦୀ, ସୀତା, ତାରା Taraମନ୍ଦୋଦରୀ । ଦ୍ରୌପଦୀଙ୍କର ନାମ ମହାଭାରତରେ ଲିପିବଦ୍ଧ ଥିବା ବେଳେ ।[୧][୨], ସୀତା, ଅହଲ୍ୟା, ତାରା ଓ ମନ୍ଦୋଦରୀଙ୍କର ନାମ ରାମାୟଣରେ ଅଛି । ଏହି ପଞ୍ଚ କନ୍ୟାଙ୍କୁ ସତୀ ଓ ପବିତ୍ର ମନେକରାଯାଏ ।

ଶ୍ଳୋକ[ସମ୍ପାଦନା]

ଏକ ସଂସ୍କୃତ ଶ୍ଳୋକରେ ପଞ୍ଚକନ୍ୟାଙ୍କ ନାମ ଏହିପରି ଲେଖାଯାଇଛି:

Sanskrit transliteration
ahalyā draupadī Sita tārā mandodarī tathā ।
pañcakanyāḥ smarennityaṃ mahāpātakanāśinī

ଓଡ଼ିଆ ଅନୁବାଦ
ଅହଲ୍ୟା, ଦ୍ରୌପଦୀ, ସୀତା, ତାରା ଓ ମନ୍ଦୋଦରୀ, ଏହି ପଞ୍ଚକନ୍ୟାଙ୍କ ସ୍ମରଣରେ ମହାପାତକ ନାଶ ହୋଇଯାଏ ।

ଅନ୍ୟ ଏକ ପଞ୍ଚକନ୍ୟାରେ ସୀତା ବଦଳରେ କୁନ୍ତୀଙ୍କର ନାମ ଅଛି ।[୩]

Sanskrit transliteration
ahalyā draupadī sītā tārā mandodarī tathā ।
pañcakanyāḥ smarennityaṃ mahāpātakanāśinīm

ଏଠାରେ ସୀତା ବଦଳରେ କୁନ୍ତୀ ଲେଖବାକୁ ହୁଏ ।

ହିନ୍ଦୁ ମହିଳାମାନେ ପ୍ରଭାତ ପ୍ରାର୍ଥନା ସମୟରେ ଏହି ଶ୍ଳୋକ ପଢ଼ନ୍ତି । ଏହାକୁ ପ୍ରାତଃ ସ୍ମରଣ କୁହାଯାଏ ଯାହା ଅତି ପ୍ରାତଃ କାଳରେ ପଢ଼ାଯାଏ । [୧][୨]

ପଞ୍ଚକନ୍ୟା ଆକ୍ଷରିକ ଅର୍ଥରେ ପାଞ୍ଚଟି କନ୍ୟାଙ୍କୁ ବୁଝାଏ । କନ୍ୟା କ‌ହିଲେ ଝିଅ, କନ୍ୟା, ମହିଳା ବା କୁମାରୀ ହୋଇପାରେ । [୧][୪][୫] ଏହି ସମସ୍ତଙ୍କୁ ନାରୀ ବା ସତୀ ନ କ‌ହି ତାଙ୍କୁ କନ୍ୟା କ‌ହିବା ଅନେକ ଲୋକଙ୍କୁ ପସନ୍ଦ ହୁଏନି ।[୧]

ରାମାୟଣରୁ[ସମ୍ପାଦନା]

ରାମାୟଣରେ ଅହଲ୍ୟା, ତାରା ଓ ମନ୍ଦୋଦରୀ ନାମ ଉଲ୍ଲେଖ ଅଛି ।

ଅହଲ୍ୟା[ସମ୍ପାଦନା]

ଅହଲ୍ୟା

ଅହଲ୍ୟା ଥିଲେ ଗୌତମ ମହର୍ଷିଙ୍କ ପତ୍ନୀ (Gautama Maharishi) ପଞ୍ଚକନ୍ୟାଙ୍କ ମଧ୍ୟରେ ଅହଲ୍ୟାକୁ ଆଗରେ ରଖାଯାଏ କାରଣ ସେ ଅସାମାନ୍ୟ ସୁନ୍ଦରୀ ସତ୍‌‌ଚରିତ୍ରା ଥିଲେ ଓ ପଞ୍ଚକନ୍ୟାଙ୍କ ମଧରେ ତାଙ୍କ ନାମ ପ୍ରଥମେ ଆସେ । [୬] ଅହଲ୍ୟାଙ୍କୁ ସମୁଦାୟ ବ୍ରହ୍ମାଣ୍ଡରେ ସର୍ବାଧିକ ସୁନ୍ଦରୀ କରି ବ୍ରହ୍ମା ସୃଷ୍ଟି କରିଥିଲେ,[୧] ଓ ଅନ୍ୟ କେତେକଙ୍କ ମତରେ ସେ ଚନ୍ଦ୍ର ବଂଶର ରାଜକୁମାରୀ ଥିବା କୁହାଯାଏ ।[୭] ଋତୁମତୀ ହେବା ପର୍ଯ୍ୟନ୍ତ ଗୌତମଙ୍କ ତ‌ତ୍ତ୍ୱାବଧାନରେ ଅହଲ୍ୟା ଥିଲେ ଓ ତା'ପରେ ସେହି ବୃଦ୍ଧ ଋଷିଙ୍କୁ ବିବାହ କରିଥିଲେ ।

ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ମୋହିତ ଓ କାମାଶକ୍ତ ହୋଇ ଗୌତମ ରୂପରେ ଇନ୍ଦ୍ର ଦେବତା ଆସି ତାଙ୍କ ସାଥିରେ ଯୌନ କ୍ରିଡ଼ା ନିମନ୍ତେ ଅନୁରୋଧ କରିଥିଲେ । ଇନ୍ଦ୍ରଙ୍କୁ ଚିହ୍ନି ନପାରି ଓ ତାଙ୍କ ମାୟା ଜାଣିନପାରି ଅହଲ୍ୟା ନିଜକୁ ସମର୍ପଣ କରିଥିଲେ ।[୮] ଏହା ଜାଣିପାରି ଗୌତମ ଉଭୟ ଅହଲ୍ୟା ଓ ଇନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ । [୮] ପୁରାତନ କାହାଣୀମାନଙ୍କରେ ଅହଲ୍ୟା ସଂସାରକୁ ଅଦୃଶ୍ୟ ଭାବରେ ରହିବା ପରେ ଶ୍ରୀରାମଙ୍କର ଅତିଥି ସେବା କରିବା ପରେ ଶାପମୋଚନ ହୋଇଥିଲେ । ପରବର୍ତ୍ତୀ ରାମାୟଣର ଲେଖା ଅନୁସାରେ ଅଭିଶାପ ପାଇ ଅହଲ୍ୟା ପଥର ରୁପ ଧାରଣ କରିଥିଲେ ଓ ପରେ ଶ୍ରୀରାମଙ୍କ ପଦ‌ଧୂଳି ପାଇ ଶାପମୋଚନ ହୋଇଥିବା ଲେଖାଅଛି । [୧][୮] ଅନ୍ୟ କେତେକ ସଂସ୍କରଣରେ ଅହଲ୍ୟା ଏକ ଶୁଷ୍କ ନାଳରେ ପରିଣତ ହୋଇଥିଲେ ଓ ଜଳଧାର ହୋଇ ଗୌତମୀ (ବା ଗୋଦାବରୀ) ନ‌ଦୀରେ ମିଶିଲେ ଶାପମୁକ୍ତ ହେବେ ବୋଲି ଅଭିଶାପ ପାଇତିଲେ । [୮] ଇନ୍ଦ୍ରଙ୍କୁ ଦିଆଯାଇଥିବା ଅଭିଶାପ ଅନୁସାରେ ତାଙ୍କ ଦେହରେ ହଜାରଟି ମହିଳା-ଯୋନୀ ସୃଷ୍ଟି ହୋଇଥିଲା ଓ ଶାପମୋଚନ ହେବା ପରେ ସେହି ଯୋନୀ ଗୁଡ଼ିକ ଆଖିରେ ପରିବର୍ତ୍ତିତ ହୋଇଯାଇଥିଲେ । [୧][୭][୮]

ତାରା[ସମ୍ପାଦନା]

କିଷ୍କିନ୍ଧ୍ୟାରେ ତାରା, ସୁଗ୍ରୀବ ଓ ହନୁମାନଙ୍କୁ ଲକ୍ଷ୍ମଣ ଭେଟିଛନ୍ତି ।

କିଷ୍କିନ୍ଧ୍ୟାରେ ବାନର ରାଜା ବାଳୀଙ୍କର ତାରା ରାଣୀ ଓ ପତ୍ନୀ ଥିଲେ । ବାଳୀଙ୍କ ମୃତ୍ୟୁ ପରେ ସେ ବିଧବା ହୋଇଥିଲେ ଓ ପରେ ବାଳୀଙ୍କର ଭାଇ ସୁଗ୍ରିବଙ୍କୁ ବିବାହ କରିଥିଲେ । ତାରା ପ୍ରଥମେ ବାନର ଚିକିତ୍ସକ ଶୁଷେଣଙ୍କ କନ୍ୟା ହୋଇଥିବା ଲେଖା ଥିଲା ଓ ପରେ ଏକ ଅପସରୀ ଥିଲେ ଓ ସମୁଦ୍ର ମନ୍ଥନରୁ ଜାତ ହୋଇଥିବା ଲେଖାଯାଇଥିଲା ।[୧][୯] ବାଳୀଙ୍କ ଔରଷରୁ ତାଙ୍କର ଅଙ୍ଗଦ ନାମକ ଏକ ପୁତ୍ର ଥିଲେ । ଗୋଟିଏ ଅସୁର ସାଥିରେ ଯୁଦ୍ଧ କରୁଥିବା ବେଳେ ଭୁଲ ଧାରଣାର ବଶବର୍ତ୍ତୀ ହୋଇ ସୁଗ୍ରୀବ କିଷ୍କିନ୍ଧ୍ୟାକୁ ଆସି ତାରାଙ୍କୁ ନିଜର କରିନେଲେ; [୯] କିନ୍ତୁ ବାଳୀ ଫେରିଆସି ସୁଗ୍ରୀବକୁ ରାଜ୍ୟରୁ ବାହାର କରିଦେଇ ସୁଗ୍ରୀବଙ୍କ ପତ୍ନୀ ରୋମାକୁ ଗ୍ରହଣ କରିନେଲେ । ଏହା ପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳୀ ସ‌ହିତ ଯୁଦ୍ଧ କଲେ ଓ ଲୁଚିରହିଥିବା ରାମକ ତୀର ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ । ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖାଅଛି ।[୧] ଏହା ପରେ ସୁଗ୍ରୀବ ରାଜା ହୋଇ ତାରାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ । ରାମଙ୍କୁ ସାହାଯ୍ୟ କରିବା କଥା ସୁଗ୍ରୀବ ଭୁଲିଗଲେ[୧୦] ଓ ତାଙ୍କୁ ଲକ୍ଷଣଙ୍କ କ୍ରୋଧରୁ ମୁକ୍ତି ପାଇବା ନିମନ୍ତ ତାରା ଆବଶ୍ୟକୀୟ ଉପଦେଶ ଦେଇଥିଲେ ।[୧][୧୦]

ମନ୍ଦୋଦରୀ[ସମ୍ପାଦନା]

ରାବାଣଙ୍କୁ ମାରିବା ନିମନ୍ତେ ଉଦ୍ଦିଷ୍ଟ ମନ୍ଦୋଦରୀଙ୍କର ଅସ୍ତ୍ର ହନୁମାନ ଚୋରୀ କରନ୍ତି ।

ଲଙ୍କାରେ ରାଜୁତି କରୁଥିବା ଅସୁର ରାଜା ରାବଣର ପାଟରାଣୀ ମନ୍ଦୋଦରୀ ଥିଲେ । ହିନ୍ଦୁ ଶାସ୍ତ୍ର ଅନୁସାରେ ମନ୍ଦୋଦରୀ ସୁନ୍ଦରୀ, ଧାର୍ମିକା ଓ ନିତୀବତୀ ଥିଲେ । ଅପ୍‌ସରୀ ହେମା ଓ ଅସୁର ରାଜା ମାୟାସୁର ଔରଷରୁ ମନ୍ଦୋଦରୀ ଜନ୍ମ ଗ୍ରହଣ କରିଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ମଧୁର ନାମକ ଏକ ଅପ୍‌ସରୀ ଶାପଗ୍ରସ୍ତ ହୋଇ ଏକ ବେଙ୍ଗରେ ପରିଣତ ହୋଇ ଗୋଟିଏ କୂପରେ ୧୨ ବର୍ଷ କାଳ ବନ୍ଦୀ ଜୀବାନ ଯାପନ କରିଥିଲେ ଓ ତାହା ପରେ ସେ ଗୋଟିଏ ସୁନ୍ଦରୀ ଯୁବତୀରେ ପରିଣତ ହୋଇଥିଲେ; [୪] କିନ୍ତୁ ଉଭୟ କାହାଣୀରେ ମୟାସୁର ତାଙ୍କୁ ପାଳିତା କନ୍ୟା ଭାବରେ ଗ୍ରହଣ କରି ମନ୍ଦୋଦରୀ ନାମ ଦେଇଥିଲେ । ମୟାସୁର ଗୃହକୁ ଥରେ ରାବଣ ଆସି ମନ୍ଦୋଦରୀଙ୍କୁ ଦେଖି ତାଙ୍କ ପ୍ରେମରେ ଅଭିଭୂତ ହୋଇ ବିବାହ କରିଥିଲେ । ମନ୍ଦୋଦରୀଙ୍କର ଇନ୍ଦ୍ରଜିତ, ଅତିକାୟ ଓ ଅକ୍ଷୟକୁମାର ନାମକ ତିନି ପୁଅ ହୋଇଥିଲେ ।[୧୧] ରାବଣଙ୍କର ଦୋଷ ଦେଖିବା ସତ୍ତ୍ୱେ ମନ୍ଦୋଦରୀ ତାଙ୍କୁ ସତ୍ ପଥରେ ଚାଲିବାକୁ ଉପଦେଶ ଦିଏ । ସେ ବାରମ୍ବାର ସୀତାଙ୍କୁ ଫେରେଇଦେବାକୁ ରାବଣକୁ କ‌ହିଲେ ମଧ୍ୟ ରାବଣ କର୍ଣ୍ଣପାତ କରିନଥିଲେ ।[୧] କେତେକ ମତରେ ରାବଣ ଏକ ବଳୀ ଦେବା ସମୟରେ ମନ୍ଦୋଦରୀଙ୍କୁ ଅପମାନିତ କରାଯାଇଥଲା ଓ ଅନ୍ୟ କେତେକ ମତରେ ତାଙ୍କର ସତୀତ୍ୱ ନଷ୍ଟ କରାଯାଇଥିଲା ଯାହା ରାବଣର ସୁରକ୍ଷା କବଚ ଥିଲା । [୧] ହନୁମାନ ମନ୍ଦୋଦରୀ ସ‌ହିତ ଛଳ କରି ରାବଣର ସୁରକ୍ଷାକାରୀ ତୀରର ସନ୍ଧାନ ନେଇଗଲେ ଓ ସେହି ତୀରରେ ରାବଣର ମୃତ୍ୟୁ ହୋଇଥିଲା । [୧] ଅନ୍ୟ କିଛି ସଂସ୍କରଣ ଅନୁସାରେ ସେ ସୀତାଙ୍କୁ ଅଭିଶାପ ଦେଇ କ‌ହିଥିଲେ ଯେ ରାମ ସୀତାଙ୍କୁ ପରିତ୍ୟାଗ କରିଦେବେ ।[୧]

ସୀତା[ସମ୍ପାଦନା]

ରାମାୟଣର ନାୟିକା ସୀତା ଥିଲେ ହିନ୍ଦୁ ଦେବତା ରାମଙ୍କର ପତ୍ନୀ ଓ ବିଷ୍ଣୁଙ୍କର ପତ୍ନୀ ଲକ୍ଷ୍ନୀଙ୍କର ଏକ ଅବତାର । ସେ ହିନ୍ଦୁ ଧର୍ମର ପତ୍ନୀ ଓ ନାରୀ ଧର୍ମର ପ୍ରତୀକ ଥିଲେ ।[୧୨][୧୩] ବିଦେହ (ମିଥିଳା) ରାଜ୍ୟର ରାଜା ରାଜର୍ଷି ଜନ‌କ ହଳ କଲାବେଳେ ଲଙ୍ଗଳ ମୂନରେ ସୀତାଙ୍କୁ ପାଇଥିଲେ ।[୧୪] ଅଯୋଧ୍ୟାର ରାଜପୁତ୍ର ଶ୍ରୀରାମ ସ୍ୱୟମ୍ବରରେ ଜିତି ସୀତାଙ୍କୁ ବିବାହ କରିଥିଲେ । ରାମ ଚଉଦ ବର୍ଷ ବନବାସ କରିବାକୁ ଗଲାବେଳେ ସୀତା ତାଙ୍କର ସ‌ହଗାମୀ ଥିଲେ ।[୧୪] ସୀତା ଦଣ୍ଡକାରଣ୍ୟରେ ଥିବା ବେଳେ ରାବଣର ମାୟରେ ଏକ ସୁବର୍ଣ୍ଣ ମୃଗ ଦେଖି ତାକୁ ଆଣିବାକୁ ରାମଙ୍କୁ ପଠେଇଲେ ଓ ସେହି ସମୟରେ ରାବଣ ସୀତାଙ୍କୁ ଅପ‌ହରଣ କରିନେଇଥିଲେ । ଯୁଦ୍ଧରେ ରାମ ରାବଣଙ୍କୁ ହତ୍ୟା କରି ଅଶୋକ ବାଟିକାରେ ବନ୍ଦିନୀ ଥିବା ସୀତାଙ୍କୁ ଉଦ୍ଧର କରିଥିଲେ । [୧୪] ଅନଳ ମଧ୍ୟରେ ଝାସ ଦେଇ ସୀତା ନିଜର ସତୀତ୍ୱର ପରୀକ୍ଷା ଦେଇଥିଲେ । ଅଯୋଧ୍ୟାକୁ ସୀତା ଓ ରାମ ଫେରି ଆସିବା ପରେ ରାମଙ୍କର ଅଭିଷେକ ହୋଇଥିଲା ।[୧୪] ଜଣେ ଧୋବା ସୀତାଙ୍କର ସତୀତ୍ୱ ଉପରେ ଆକ୍ଷେପ କରିବାରୁ ରାମ ଗର୍ଭାବସ୍ଥାରେ ଥିବା ସୀତାଙ୍କୁ ପରିତ୍ୟାଗ କରିଥିଲେ ଓ ଲକ୍ଷଣ ତାଙ୍କୁ ଜଙ୍ଗଲକୁ ନେଇ ଛାଡ଼ିଦେଇଥିଲେ ।[୧୪] ବାଲ୍ମିକୀ ଆଶ୍ରମରେ ସୁରକ୍ଷିତ ରହି ସୀତା ଦୁଇଟି ଜମଜ ସନ୍ତାନ ଜନ୍ମ ଦେଇଥିଲେ ।[୧୪] ସୀତାଙ୍କର ଦୁଇ ସନ୍ତାନ ବଢ଼ିବା ପରେ ରାମଙ୍କ ସ‌ହିତ ମିଳନ ହୋଇଥିଲା ଓ ରାମ ତାଙ୍କୁ ପୁନର୍ବାର ଫେରିବାକୁ କ‌ହିଲେ କିନ୍ତୁ ଆଉ ଥରେ ସତୀତ୍ୱ ପରୀକ୍ଷା ଦେବା ପରେ । ସୀତା କିନ୍ତୁ ତାଙ୍କ ମାତା ଧରିତ୍ରୀ ଗର୍ଭକୁ ଚାଲିଯିବାକୁ ପସନ୍ଦ କରିଥିଲେ ।[୧୪] ସ୍ୱାମୀ ବିବେକାନନ୍ଦଙ୍କ ମତରେ ଭବିଷ୍ୟତରେ ଅନେକ ରାମ ଆସିପାରିବେ କିନ୍ତୁ ସୀତା ସର୍ବଦା ଏକ ହୋଇରହିବେ, ଦ୍ୱିତୀୟ ସୃଷ୍ଟି ହୋଇପାରିବେନି ।

ମହାଭାରତରୁ[ସମ୍ପାଦନା]

ମହାଭାରତରେ ଥିବା ଦ୍ରୌପଦୀ ଓ କୁନ୍ତୀ ଚରିତ୍ରଦ୍ୱୟ ପଞ୍ଚକନ୍ୟାରେ ସ୍ଥାନ ପାଇଛନ୍ତି ।

ଦ୍ରୌପଦୀ[ସମ୍ପାଦନା]

ପାଣ୍ଡବମାନଙ୍କ ସ‌ହିତ ଦ୍ରୌପଦୀ

ମହାଭାରତର ମୂଖ୍ୟ ନାୟିକା ଦ୍ରୌପଦୀ ଅଟନ୍ତି । ସେ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ଓ ହସ୍ତିନାପୁର ରାଜ୍ୟର ରାଣୀ ଥିଲେ । ପାଞ୍ଚାଳ ରାଜା କରୁଥିବା ଯଜ୍ଞ କୁଣ୍ଡର ଅଗ୍ନିରୁ ଦ୍ରୌପଦୀ ଜାତ ହୋଇଥିଲେ ଓ ଦ୍ରୋଣ ତ‌ଥା କୌରବଙ୍କର ପତନର କାରଣ ହେବେ ବୋଲି ଭବିଷ୍ୟବାଣୀ ହୋଇଥିଲା । Panchala - Drupada, Drona and Kauravas.[୧୫] ମଧ୍ୟମ ପାଣ୍ଡବ ଅର୍ଜୁନ ଏକ ସ୍ୱୟମ୍ବରରେ ଜୟଯୁକ୍ତ ହୋଇ ଦ୍ରୌପଦୀଙ୍କୁ ପାଇଥିଲେ । ପୂର୍ବରୁ ସେ ଜାତି ପ୍ରଶ୍ନ ଉଠେଇ କର୍ଣ୍ଣଙ୍କ ସ‌ହିତ ବିବାହକୁ ପ୍ରତ୍ୟାଖ୍ୟାନ କରିଥିଲେ ।[୧୬] as later interpolation owing to the existence of older Sanskrit editions where Karna fails to string the bow.) [୧୭] ଶାଶୁଙ୍କର ନିର୍ଦ୍ଦେଶ ଅନୁସାରେ ଦ୍ରୌପଦୀ ବାଧ୍ୟ ହୋଇ ପାଞ୍ଚ ପାଣ୍ଡବଙ୍କୁ ବିବାହ କରିଥିଲେ । ଦ୍ରୌପଦୀ ସବୁ ଭାଇଙ୍କର ପାଟରାଣୀ ଓ ସାମ୍ରାଜ୍ଞୀ ହେବାକୁ ପାଣ୍ଡବମାନେ ପ୍ରତିଶ୍ରୁତି ଦେଇଥିଲେ । ବର୍ଷକୁ ଜଣେ ଭାଇଙ୍କ ସ‌ହିତ ସମ୍ପର୍କ ରଖି ଗୋଟିଏ ସନ୍ତାନ ଉପ‌ହାର ଦେବା କଥା ସ୍ଥିର ହୋଇଥିଲା ଓ ଯିଏ ଏହା ଭଙ୍ଗ କରିବ, ସେ ୧୧ମାସ ନିମନ୍ତେ ତୀର୍ଥ ଯାତ୍ରା କରିବା ବାଧ୍ୟତାମୂଳକ ନିୟମ ହୋଇଥିଲା ।[୧୫] ପ୍ରତି ବର୍ଷ ସେ ଜଣେ ପାଣ୍ଡବଙ୍କୁ ଏକ ପୁତ୍ର ଜନ୍ମ କରି ଉପ‌ହାର ଦେଉଥିଲେ ଓ ପରବର୍ତ୍ତୀ ବର୍ଷରେ ସେ ପୁନର୍ବାର କୁମାରୀତ୍ୱ ଲାଭ କରୁଥିଲେ ।[୧୮]

କୁନ୍ତୀ[ସମ୍ପାଦନା]

ପଣ୍ଡୁ ଓ କୁନ୍ତି

ହସ୍ତିନାପୁର ରାଜା ପଣ୍ଡୁଙ୍କର କୁନ୍ତୀ ରାଣୀ ଥିଲେ ଓ ତିନି ବଡ଼ ପାଣ୍ଡବଙ୍କର ମାଆ ଥିଲେ । କୁନ୍ତୀ ଥିଲେ ଯାଦବ ରାଜା ଶୁରସେନଙ୍କର କନ୍ୟା କିନ୍ତୁ କୁନ୍ତିରାଜ୍ୟର ସନ୍ତାନହୀନ ରାଜା କୁନ୍ତିଭୋଜ ତାଙ୍କର ଲାଳନ ପାଳନ କରିଥିଲେ ।[୧୯] କୁନ୍ତୀଙ୍କର ସେବାରେ ସନ୍ତୁଷ୍ଟ ହୋଇ ଋଷି ଦୁର୍ବାସା ତାଙ୍କୁ ଗୋଟିଏ ମନ୍ତ୍ର ଦେଇଥିଲେ ଯାହା ସାହାଯ୍ୟରେ ସେ ଯେ କୌଣସି ଦେବତାଙ୍କୁ ନିମନ୍ତ୍ରଣ କରି ତାଙ୍କଦ୍ୱାରା ଗୋଟିଏ ସନ୍ତାନ ପାଇପାରିବେ । କୁନ୍ତୀ ଏହି ମନ୍ତ୍ର ପ୍ରଭାବକୁ ପରୀକ୍ଷା କରିବାକୁ ସୂର୍ଯ୍ୟ ଦେବତାଙ୍କୁ ଡାକିଲେ ଯିଏ ତାଙ୍କୁ ଏକ ପୁତ୍ର ଦେଲେ ଯାହାଙ୍କର ନାମ କର୍ଣ୍ଣ ଥିଲା ।[୧୯] ସମୟକ୍ରମେ କୁନ୍ତୀ ସ୍ୱାୟମ୍ବରରେ ପଣ୍ଡୁଙ୍କୁ ବିବାହ ନିମନ୍ତେ ପସନ୍ଦ କରିଥିଲେ । [୨୦] ପଣ୍ଡୁଙ୍କୁ ଜଣେ ଋଷି ଅଭିଶାପ ଦେଇଥିଲେ ଯାହା ଫଳରେ କୌଣସି ମହିଳାଙ୍କ ସ‌ହିତ ଯୌନ ସମ୍ପର୍କ ରଖିବା ମାତ୍ରେ ନିଜର ମୃତ୍ୟ ହେବ । ତେଣୁ ପଣ୍ଡୁଙ୍କ ଅନୁରୋଧକ୍ରମେ କୁନ୍ତୀ ତିନି ଜଣ ଦେବତାଙ୍କୁ ଡାକି ତାଙ୍କଠାରୁ ତିନି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥଲେ: ସେମାନେ ଥିଲେ ଯଥାକ୍ରମେ ଯମଠାରୁ ଯୁଧିଷ୍ଠିର, ବାୟୁଠାରୁ ଭୀମ ଓ ଇନ୍ଦ୍ରଠାରୁ ଅର୍ଜୁନ ।[୧୯] ପଣ୍ଡୁଙ୍କର ଅନ୍ୟ ଏକ ରାଣୀ ମାଦ୍ରୀ ମଧ୍ୟ ସେହି ମନ୍ତ୍ର ଗ୍ରହଣ କରି ଅଶିନୀକୁମାରଙ୍କଠାରୁ ନ‌କୁଳ ଓ ସ‌ହଦେବା ନାମକ ଦୁଇ ପୁତ୍ର ପାଇଥିଲେ । ପଣ୍ଡୁଙ୍କ ମୃତ୍ୟୁ ହେବାପରେ ମାଦ୍ରୀ ତାଙ୍କର ଜୁଇରେ ସତୀ ହେଲେ ଓ କୁନ୍ତୀ ହସ୍ତିନାପୁରକୁ ଫେରିଆସିଥିଲେ ।[୧୯]

ମୂଲ୍ୟାୟନ ଓ ସ୍ମରଣ[ସମ୍ପାଦନା]

ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ପଞ୍ଚକନ୍ୟା ନାମରେ ଏକ କବିତା ଗୁଚ୍ଛ ଲେଖିଥିଲେ ଯେଉଁଥିରେ ପୁରାଣର ପଞ୍ଚକନ୍ୟାଙ୍କ କାହାଣୀ ଲିପିବଦ୍ଧ ହୋଇଥିଲା ।[୨୧] ଓଡ଼ିଶାର ମାହାରୀ ନୃତ୍ୟ ପରମ୍ପରାରେ ପଞ୍ଚକନ୍ୟା ଏକ ଲୋକପ୍ରିୟ ପ୍ରଦର୍ଶନ ନୃତ୍ୟ । The tales of the panchakanya remain popular motifs in the Mahari dance tradition of Odisha.[୨୨]

ପଞ୍ଚକନ୍ୟାଙ୍କୁ ଏକ ମତ ଅନୁସାରେ ଆଦର୍ଶ ମାନ୍ୟତା ଦିଆଯାଏ । ଜର୍ଜ ଏମ. ଉଇଲିଅମ ଟିପ୍ପଣୀ ଅନୁସାରେ ସେମାନେ ପରିପୂର୍ଣ୍ଣ ନଥିଲେ କିନ୍ତୁ ମାତା, ଭଗିନୀ, ପତ୍ନୀ ଓ ସାମୟିକ ନେତୃତ୍ୱରେ ସେମାନେ ତାଙ୍କର ଧର୍ମ ପାଳନ କରିଥିଲେ ।[୨୩] ଅନ୍ୟ ଏକ ମତ ଅନୁସାରେ ତାଙ୍କୁ ମହାସତୀ କୁହାଯାଏ[୨୨] ଓ ଅନେକ ଉତ୍କୃଷ୍ଟ ଗୁଣମାନ ପ୍ରଦର୍ଶନ କରିଥିଲେ । [୨]


ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Pradip Bhattacharya. "Five Holy Virgins" (pdf). Manushi. Retrieved 10 January 2013.
  2. ୨.୦ ୨.୧ ୨.୨ Chattopadhyaya pp. 13–4
  3. Apte, Vaman S. (2004) [1970]. The Student's Sanskrit-English Dictionary (2 ed.). Motilal Banarsidass Publishers. p. 73. ISBN 978-81-208-0045-8.
  4. ୪.୦ ୪.୧ George M. Williams (18 June 2008). Of Hindu Mythology. Oxford University Press. pp. 208–9. ISBN 978-0-19-533261-2. Retrieved 3 January 2013.
  5. Mukherjee pp. 48-9
  6. Bhattacharya, Pradip (March–April 2004). "Five Holy Virgins, Five Sacred Myths: A Quest for Meaning (Part I)" (PDF). Manushi (141): 17.
  7. ୭.୦ ୭.୧ Mani, p. 17
  8. ୮.୦ ୮.୧ ୮.୨ ୮.୩ ୮.୪ Söhnen-Thieme pp. 40-1
  9. ୯.୦ ୯.୧ Mani p. 788
  10. ୧୦.୦ ୧୦.୧ Mukherjee pp. 36-9
  11. Mani p. 476
  12. Sutherland, Sally J. "Sita and Draupadi, Aggressive Behaviuor and Female Role-Models in the Sanskrit Epics" (PDF). University of California, Berkeley. Retrieved 16 January 2013.
  13. Heidi Rika Maria Pauwels (2007). Indian Literature and Popular Cinema: Recasting Classics. Routledge. p. 53. ISBN 978-0-415-44741-6. Retrieved 3 January 2013.
  14. ୧୪.୦ ୧୪.୧ ୧୪.୨ ୧୪.୩ ୧୪.୪ ୧୪.୫ ୧୪.୬ Mani pp. 720-3
  15. ୧୫.୦ ୧୫.୧ Mani pp. 548-52
  16. http://bori.ac.in/
  17. https://pranasutra.in/2018/12/02/mahabharata-draupadi-swayamvara/
  18. "She who must be obeyed: Draupadi the Ill fated one" (pdf). Manushi India. Org. Retrieved 14 January 2013.
  19. ୧୯.୦ ୧୯.୧ ୧୯.୨ ୧୯.୩ Mani pp. 442-3
  20. "Kunti" (pdf). Manushi India Organization. Retrieved 10 January 2013.
  21. K. M. George (1992). Modern Indian Literature: An Anthology. Sahitya Akademi. p. 229. ISBN 978-81-7201-324-0. Retrieved 3 January 2013.
  22. ୨୨.୦ ୨୨.୧ Ritha Devi (Spring–Summer 1977). "Five Tragic Heroines of Odissi Dance-drama: The Pancha-kanya Theme in Mahari "Nritya"". Journal of South Asian Literature: Feminine Sensibility and Characterization in South Asian Literature. Asian Studies Center, Michigan State University. 12 (3/4). JSTOR 40872150.
  23. George M. Williams (18 June 2008). Handbook of Hindu Mythology. Oxford University Press. p. 226. ISBN 978-0-19-533261-2. Retrieved 31 January 2013.