ଅଙ୍ଗଦ

ଉଇକିପିଡ଼ିଆ‌ରୁ

ଅଙ୍ଗଦ ହେଉଛନ୍ତି ହିନ୍ଦୁ ପୁରାଣ ରାମାୟଣର ଏକ ଚରିତ୍ର । ସେ ଥିଲେ ପଞ୍ଚକନ୍ୟା ମଧ୍ୟରେ ଅନ୍ୟତମା ତାରା ଏବଂ କିଷ୍କିନ୍ଧ୍ୟାର ରାଜା ବାଳୀଙ୍କ ପୁତ୍ର ତଥା ସୁଗ୍ରୀବଙ୍କ ପୁତୁରା । ସେ ରାବଣର ଲଙ୍କାକୁ ଧ୍ୱଂସ କରିଥିବା ରାମ ସେନାର ଜଣେ ପ୍ରମୁଖ ଯୋଦ୍ଧା ଥିଲେ । ବାଳୀଙ୍କ ମୃତ୍ୟୁ ପରେ ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜା ହେବା ସହ ଅଙ୍ଗଦ ସେ ରାଜ୍ୟର ଯୁବରାଜ ହୋଇଥିଲେ ।[୧]

ପୌରାଣିକ ତଥ୍ୟ[ସମ୍ପାଦନା]

ରାମଙ୍କର ଦୂତଭାବେ ଅଙ୍ଗଦଙ୍କର କାର୍ଯ୍ୟକ୍ରମ ଅତ୍ୟନ୍ତ ରୋଚକ । ପ୍ରଭୁ ରାମ ତାଙ୍କୁ ଦୂତ ଭାବରେ ରାବଣ ନିକଟକୁ ପଠାଇଥିଲେ । ବୀରତ୍ୱରେ ମଧ୍ୟ ସେ କମ ନ ଥିଲେ । ରାବଣର ରାଜସଭାରେ ଥିବା ଯୋଦ୍ଧାମାନଙ୍କ ମଧ୍ୟରୁ କେହି ବି ତାଙ୍କ ଗୋଡ ଘୁଞ୍ଚାଇ ପାରି ନ ଥିଲେ ।[୨] ଅଙ୍ଗଦ ବିଷୟରେ ପ୍ରାଚୀନ କିମ୍ବଦନ୍ତୀଗୁଡ଼ିକର ବର୍ଣ୍ନନା ବହନ କରୁଥିବା ଏକମାତ୍ର ପ୍ରମାଣ ହେଉଛି ବାଲ୍ମିକୀକୃତ ରାମାୟଣ ।

କିମ୍ବଦନ୍ତୀ[ସମ୍ପାଦନା]

ଏକ କିମ୍ବଦନ୍ତୀ ଅନୁଯାୟୀ ଯୁଦ୍ଧର ଠିକ୍ ପୂର୍ବରୁ ରାମ ଅଙ୍ଗଦଙ୍କୁ ଶାନ୍ତି ଦୂତ ଭାବରେ ରାବଣଙ୍କ ଦରବାରକୁ ପଠାଇଥିଲେ । ରାମ ଅଙ୍ଗଦଙ୍କ ମାଧ୍ୟମରେ ସୀତାଙ୍କୁ ତାଙ୍କ ନିକଟକୁ ଫେରାଇଦେବା ପାଇଁ ଏକ ବାର୍ତା ପଠାଇ ଯୁଦ୍ଧ ବନ୍ଦ କରିବା ପାଇଁ ତାଙ୍କୁ ଶେଷ ସୁଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅଙ୍ଗଦ ରାବଣଙ୍କ ରାଜସାଭାକୁ ଯାଇ ତାଙ୍କୁ ଶେଷ ଚେତାବନୀ ଦେଇଥିଲା । କିନ୍ତୁ ରାବଣ ତାଙ୍କୁ ତାଙ୍କ ପିତା ବାଳୀର ସାଙ୍ଗ କହି ତାଙ୍କ ସହ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ । ଅଙ୍ଗଦ କିନ୍ତୁ ରାବଣର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସର୍ବ ସମ୍ମୁଖରେ ରାବଣକୁ ପରିହାସ କରିଥିଲେ । ଏହା ପରେ ସେ ସେମାନଙ୍କୁ ଆହ୍ୱାନ ହେଇ କହିଥିଲେ ଯେ ଯଦି କେହି ତାଙ୍କ ବସିବା ସ୍ଥାନରୁ ତାଙ୍କ ଗୋଡ ଘୁଞ୍ଚାଇ ଦେଇ ପାରନ୍ତି ତେବେ ସେ ଶ୍ରୀ ରାମଙ୍କ ତରଫରୁ ସମଗ୍ର ସେନାକୁ ଫେରାଇ ଆଣି ମାତା ସୀତାଙ୍କୁ ଉଦ୍ଧାର କରିବା କଥା ଭୁଲିଯିବେ । ସମସ୍ତେ ଏହା ଅତି ସହଜ ବୋଲି ଭାବିଥିଲେ ଏବଂ ତାଙ୍କ ଗୋଡକୁ ଘୁଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ରାବଣର ସବୁଠାରୁ ଶକ୍ତିଶାଳୀ ପୁତ୍ର ଇନ୍ଦ୍ରଜିତ ସମେତ ଏହା କରିବାରେ ବିଫଳ ହୋଇଥିଲେ । ଇନ୍ଦ୍ରଜିତଙ୍କୁ ପରାସ୍ତ ହେବା ଦେଖି ରାବଣ ଉଠି ତାଙ୍କ ଅଙ୍ଗଦର ପାଦକୁ ଛୁଇଁବାକୁ ଯାଉଥିଲେ, ଯେତେବେଳେ ଅଙ୍ଗଦ ଗୋଡକୁ ବାହାର କରିଦେଲା ଏବଂ ଫଳରେ ରାବଣର ମୁକୁଟ ଖସିଗଲା । ସେ ମୁକୁଟ ନେଇ ପରିହାସ କରି କହିଲା, ହେ ମୂର୍ଖ ରାବଣ, ତୁମେ ମୋର ଗୋଡକୁ କାହିଁକି ଛୁଇଁଛ, ଯଦି ତୁମେ କାହାର ଗୋଡକୁ ଛୁଇଁବାକୁ ଚାହୁଁଛ ତେବେ ଯାଇ ପ୍ରଭୁ ଶ୍ରୀ ରାମଙ୍କ ଗୋଡକୁ ସ୍ପର୍ଶ କର, ଯେଉଁଠାରେ ତୁମର ପାପ କ୍ଷମା ହେବ ।" 'ତା’ପରେ ସେ ମୁକୁଟକୁ ଫିଙ୍ଗିଦେଲେ ଏବଂ ରାବଣ ତାଙ୍କୁ ଧରିବା ପୂର୍ବରୁ ସେ ସିଧା ଯାଇ ଶ୍ରୀ ରାମଙ୍କ ପାଖରେ ଅବତରଣ କଲା । ଅଙ୍ଗଦର ଏଭଳି ବୀରତ୍ୱପୂର୍ଣ୍ନ କାର୍ଯ୍ୟରେ ଭଗବାନ ରାମ ଅଙ୍ଗଦ ଉପରେ ବହୁତ ଖୁସି ହୋଇଥିଲେ ।[୩]

ରାମ-ରାବଣ ଯୁଦ୍ଧରେ ଅଙ୍ଗଦ ରାବଣର ପୁତ୍ର ନରାନ୍ତକ ତଥା ରାବଣ ସେନାର ସେନାପତି ମହାପର୍ସବ ଭଳି ଅନେକ ଯୋଦ୍ଧାଙ୍କୁ ନିପାତ କରିଥିଲେ । ଅଙ୍ଗଦ, ବାନର ମୈନ୍ଦଙ୍କ ଜ୍ୟେଷ୍ଠା କନ୍ୟାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଧୃବ ନାମରେ ପୁଅଟିଏ ଥିଲା ।[୪]

ଆଧାର[ସମ୍ପାଦନା]

  1. "Who was Angad? What is Angad's role in Ramayana?". www.timesnownews.com (in ଇଂରାଜୀ). Retrieved 15 February 2021.
  2. Subramaniam, Neela (2005). Ramayana for Children (in ଇଂରାଜୀ). Sura Books. ISBN 978-81-7478-489-6.
  3. Sah, Anusuya (2019-11-23). Valmiki's Ramayana- The Saga of a Scion Born in Ayodhya (in ଇଂରାଜୀ). Blue Rose Publishers.
  4. "Angada, Aṅgada: 25 definitions". www.wisdomlib.org. 29 June 2012. Retrieved 15 February 2021.