ପଞ୍ଚକନ୍ୟା
ପଞ୍ଚକନ୍ୟା (ଇଂରାଜୀ ଭାଷାରେ Panchakanya (पञ्चकन्या, pañcakanyā), ବା ପାଞ୍ଚ କୁମାରୀ) ହିନ୍ଦୁ ଗ୍ରନ୍ଥମାନଙ୍କରେ ଲିଖିତ ପାଞ୍ଚ ନାୟିକା ଯାହାଙ୍କର ନାମ ନେଲେ ସମସ୍ତ ପାପ ତାପ ହରଣ ହୋଇଯାଉଥିବା ବିଶ୍ୱାସ କରାଯାଏ । ସେମାନଙ୍କର ନାମ ଅହଲ୍ୟା (Ahalya), ଦ୍ରୌପଦୀ, ସୀତା, ତାରା Tara ଓ ମନ୍ଦୋଦରୀ । ଦ୍ରୌପଦୀଙ୍କର ନାମ ମହାଭାରତରେ ଲିପିବଦ୍ଧ ଥିବା ବେଳେ ।[୧][୨], ସୀତା, ଅହଲ୍ୟା, ତାରା ଓ ମନ୍ଦୋଦରୀଙ୍କର ନାମ ରାମାୟଣରେ ଅଛି । ଏହି ପଞ୍ଚ କନ୍ୟାଙ୍କୁ ସତୀ ଓ ପବିତ୍ର ମନେକରାଯାଏ ।
ଶ୍ଳୋକ
[ସମ୍ପାଦନା]ଏକ ସଂସ୍କୃତ ଶ୍ଳୋକରେ ପଞ୍ଚକନ୍ୟାଙ୍କ ନାମ ଏହିପରି ଲେଖାଯାଇଛି:
Sanskrit transliteration
ahalyā draupadī Sita tārā mandodarī tathā ।
pañcakanyāḥ smarennityaṃ mahāpātakanāśinīḥ ॥
ଓଡ଼ିଆ ଅନୁବାଦ
ଅହଲ୍ୟା, ଦ୍ରୌପଦୀ, ସୀତା, ତାରା ଓ ମନ୍ଦୋଦରୀ, ଏହି ପଞ୍ଚକନ୍ୟାଙ୍କ ସ୍ମରଣରେ ମହାପାତକ ନାଶ ହୋଇଯାଏ ।
ଅନ୍ୟ ଏକ ପଞ୍ଚକନ୍ୟାରେ ସୀତା ବଦଳରେ କୁନ୍ତୀଙ୍କର ନାମ ଅଛି ।[୩]
Sanskrit transliteration
ahalyā draupadī sītā tārā mandodarī tathā ।
pañcakanyāḥ smarennityaṃ mahāpātakanāśinīm ॥
ଏଠାରେ ସୀତା ବଦଳରେ କୁନ୍ତୀ ଲେଖବାକୁ ହୁଏ ।
ହିନ୍ଦୁ ମହିଳାମାନେ ପ୍ରଭାତ ପ୍ରାର୍ଥନା ସମୟରେ ଏହି ଶ୍ଳୋକ ପଢ଼ନ୍ତି । ଏହାକୁ ପ୍ରାତଃ ସ୍ମରଣ କୁହାଯାଏ ଯାହା ଅତି ପ୍ରାତଃ କାଳରେ ପଢ଼ାଯାଏ । [୧][୨]
ପଞ୍ଚକନ୍ୟା ଆକ୍ଷରିକ ଅର୍ଥରେ ପାଞ୍ଚଟି କନ୍ୟାଙ୍କୁ ବୁଝାଏ । କନ୍ୟା କହିଲେ ଝିଅ, କନ୍ୟା, ମହିଳା ବା କୁମାରୀ ହୋଇପାରେ । [୧][୪][୫] ଏହି ସମସ୍ତଙ୍କୁ ନାରୀ ବା ସତୀ ନ କହି ତାଙ୍କୁ କନ୍ୟା କହିବା ଅନେକ ଲୋକଙ୍କୁ ପସନ୍ଦ ହୁଏନି ।[୧]
ରାମାୟଣରୁ
[ସମ୍ପାଦନା]ରାମାୟଣରେ ଅହଲ୍ୟା, ତାରା ଓ ମନ୍ଦୋଦରୀ ନାମ ଉଲ୍ଲେଖ ଅଛି ।
ଅହଲ୍ୟା
[ସମ୍ପାଦନା]ଅହଲ୍ୟା ଥିଲେ ଗୌତମ ମହର୍ଷିଙ୍କ ପତ୍ନୀ (Gautama Maharishi) ପଞ୍ଚକନ୍ୟାଙ୍କ ମଧ୍ୟରେ ଅହଲ୍ୟାକୁ ଆଗରେ ରଖାଯାଏ କାରଣ ସେ ଅସାମାନ୍ୟ ସୁନ୍ଦରୀ ସତ୍ଚରିତ୍ରା ଥିଲେ ଓ ପଞ୍ଚକନ୍ୟାଙ୍କ ମଧରେ ତାଙ୍କ ନାମ ପ୍ରଥମେ ଆସେ । [୬] ଅହଲ୍ୟାଙ୍କୁ ସମୁଦାୟ ବ୍ରହ୍ମାଣ୍ଡରେ ସର୍ବାଧିକ ସୁନ୍ଦରୀ କରି ବ୍ରହ୍ମା ସୃଷ୍ଟି କରିଥିଲେ,[୧] ଓ ଅନ୍ୟ କେତେକଙ୍କ ମତରେ ସେ ଚନ୍ଦ୍ର ବଂଶର ରାଜକୁମାରୀ ଥିବା କୁହାଯାଏ ।[୭] ଋତୁମତୀ ହେବା ପର୍ଯ୍ୟନ୍ତ ଗୌତମଙ୍କ ତତ୍ତ୍ୱାବଧାନରେ ଅହଲ୍ୟା ଥିଲେ ଓ ତା'ପରେ ସେହି ବୃଦ୍ଧ ଋଷିଙ୍କୁ ବିବାହ କରିଥିଲେ ।
ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ମୋହିତ ଓ କାମାଶକ୍ତ ହୋଇ ଗୌତମ ରୂପରେ ଇନ୍ଦ୍ର ଦେବତା ଆସି ତାଙ୍କ ସାଥିରେ ଯୌନ କ୍ରୀଡ଼ା ନିମନ୍ତେ ଅନୁରୋଧ କରିଥିଲେ । ଇନ୍ଦ୍ରଙ୍କୁ ଚିହ୍ନି ନପାରି ଓ ତାଙ୍କ ମାୟା ଜାଣିନପାରି ଅହଲ୍ୟା ନିଜକୁ ସମର୍ପଣ କରିଥିଲେ ।[୮] ଏହା ଜାଣିପାରି ଗୌତମ ଉଭୟ ଅହଲ୍ୟା ଓ ଇନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ । [୮] ପୁରାତନ କାହାଣୀମାନଙ୍କରେ ଅହଲ୍ୟା ସଂସାରକୁ ଅଦୃଶ୍ୟ ଭାବରେ ରହିବା ପରେ ଶ୍ରୀରାମଙ୍କର ଅତିଥି ସେବା କରିବା ପରେ ଶାପମୋଚନ ହୋଇଥିଲେ । ପରବର୍ତ୍ତୀ ରାମାୟଣର ଲେଖା ଅନୁସାରେ ଅଭିଶାପ ପାଇ ଅହଲ୍ୟା ପଥର ରୁପ ଧାରଣ କରିଥିଲେ ଓ ପରେ ଶ୍ରୀରାମଙ୍କ ପଦଧୂଳି ପାଇ ଶାପମୋଚନ ହୋଇଥିବା ଲେଖାଅଛି । [୧][୮] ଅନ୍ୟ କେତେକ ସଂସ୍କରଣରେ ଅହଲ୍ୟା ଏକ ଶୁଷ୍କ ନାଳରେ ପରିଣତ ହୋଇଥିଲେ ଓ ଜଳଧାର ହୋଇ ଗୌତମୀ (ବା ଗୋଦାବରୀ) ନଦୀରେ ମିଶିଲେ ଶାପମୁକ୍ତ ହେବେ ବୋଲି ଅଭିଶାପ ପାଇତିଲେ । [୮] ଇନ୍ଦ୍ରଙ୍କୁ ଦିଆଯାଇଥିବା ଅଭିଶାପ ଅନୁସାରେ ତାଙ୍କ ଦେହରେ ହଜାରଟି ମହିଳା-ଯୋନୀ ସୃଷ୍ଟି ହୋଇଥିଲା ଓ ଶାପମୋଚନ ହେବା ପରେ ସେହି ଯୋନୀ ଗୁଡ଼ିକ ଆଖିରେ ପରିବର୍ତ୍ତିତ ହୋଇଯାଇଥିଲେ । [୧][୭][୮]
ତାରା
[ସମ୍ପାଦନା]କିଷ୍କିନ୍ଧ୍ୟାରେ ବାନର ରାଜା ବାଳୀଙ୍କର ତାରା ରାଣୀ ଓ ପତ୍ନୀ ଥିଲେ । ବାଳୀଙ୍କ ମୃତ୍ୟୁ ପରେ ସେ ବିଧବା ହୋଇଥିଲେ ଓ ପରେ ବାଳୀଙ୍କର ଭାଇ ସୁଗ୍ରୀବଙ୍କୁ ବିବାହ କରିଥିଲେ । ତାରା ପ୍ରଥମେ ବାନର ଚିକିତ୍ସକ ଶୁଷେଣଙ୍କ କନ୍ୟା ହୋଇଥିବା ଲେଖା ଥିଲା ଓ ପରେ ଏକ ଅପସରୀ ଥିଲେ ଓ ସମୁଦ୍ର ମନ୍ଥନରୁ ଜାତ ହୋଇଥିବା ଲେଖାଯାଇଥିଲା ।[୧][୯] ବାଳୀଙ୍କ ଔରଷରୁ ତାଙ୍କର ଅଙ୍ଗଦ ନାମକ ଏକ ପୁତ୍ର ଥିଲେ । ଗୋଟିଏ ଅସୁର ସାଥିରେ ଯୁଦ୍ଧ କରୁଥିବା ବେଳେ ଭୁଲ ଧାରଣାର ବଶବର୍ତ୍ତୀ ହୋଇ ସୁଗ୍ରୀବ କିଷ୍କିନ୍ଧ୍ୟାକୁ ଆସି ତାରାଙ୍କୁ ନିଜର କରିନେଲେ; [୯] କିନ୍ତୁ ବାଳୀ ଫେରିଆସି ସୁଗ୍ରୀବକୁ ରାଜ୍ୟରୁ ବାହାର କରିଦେଇ ସୁଗ୍ରୀବଙ୍କ ପତ୍ନୀ ରୋମାକୁ ଗ୍ରହଣ କରିନେଲେ । ଏହା ପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳୀ ସହିତ ଯୁଦ୍ଧ କଲେ ଓ ଲୁଚିରହିଥିବା ରାମକ ତୀର ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ । ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖାଅଛି ।[୧] ଏହା ପରେ ସୁଗ୍ରୀବ ରାଜା ହୋଇ ତାରାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ । ରାମଙ୍କୁ ସାହାଯ୍ୟ କରିବା କଥା ସୁଗ୍ରୀବ ଭୁଲିଗଲେ[୧୦] ଓ ତାଙ୍କୁ ଲକ୍ଷଣଙ୍କ କ୍ରୋଧରୁ ମୁକ୍ତି ପାଇବା ନିମନ୍ତ ତାରା ଆବଶ୍ୟକୀୟ ଉପଦେଶ ଦେଇଥିଲେ ।[୧][୧୦]
ମନ୍ଦୋଦରୀ
[ସମ୍ପାଦନା]ଲଙ୍କାରେ ରାଜୁତି କରୁଥିବା ଅସୁର ରାଜା ରାବଣର ପାଟରାଣୀ ମନ୍ଦୋଦରୀ ଥିଲେ । ହିନ୍ଦୁ ଶାସ୍ତ୍ର ଅନୁସାରେ ମନ୍ଦୋଦରୀ ସୁନ୍ଦରୀ, ଧାର୍ମିକା ଓ ନିତୀବତୀ ଥିଲେ । ଅପ୍ସରୀ ହେମା ଓ ଅସୁର ରାଜା ମାୟାସୁର ଔରଷରୁ ମନ୍ଦୋଦରୀ ଜନ୍ମ ଗ୍ରହଣ କରିଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ମଧୁର ନାମକ ଏକ ଅପ୍ସରୀ ଶାପଗ୍ରସ୍ତ ହୋଇ ଏକ ବେଙ୍ଗରେ ପରିଣତ ହୋଇ ଗୋଟିଏ କୂପରେ ୧୨ ବର୍ଷ କାଳ ବନ୍ଦୀ ଜୀବାନ ଯାପନ କରିଥିଲେ ଓ ତାହା ପରେ ସେ ଗୋଟିଏ ସୁନ୍ଦରୀ ଯୁବତୀରେ ପରିଣତ ହୋଇଥିଲେ; [୪] କିନ୍ତୁ ଉଭୟ କାହାଣୀରେ ମୟାସୁର ତାଙ୍କୁ ପାଳିତା କନ୍ୟା ଭାବରେ ଗ୍ରହଣ କରି ମନ୍ଦୋଦରୀ ନାମ ଦେଇଥିଲେ । ମୟାସୁର ଗୃହକୁ ଥରେ ରାବଣ ଆସି ମନ୍ଦୋଦରୀଙ୍କୁ ଦେଖି ତାଙ୍କ ପ୍ରେମରେ ଅଭିଭୂତ ହୋଇ ବିବାହ କରିଥିଲେ । ମନ୍ଦୋଦରୀଙ୍କର ଇନ୍ଦ୍ରଜିତ, ଅତିକାୟ ଓ ଅକ୍ଷୟକୁମାର ନାମକ ତିନି ପୁଅ ହୋଇଥିଲେ ।[୧୧] ରାବଣଙ୍କର ଦୋଷ ଦେଖିବା ସତ୍ତ୍ୱେ ମନ୍ଦୋଦରୀ ତାଙ୍କୁ ସତ୍ ପଥରେ ଚାଲିବାକୁ ଉପଦେଶ ଦିଏ । ସେ ବାରମ୍ବାର ସୀତାଙ୍କୁ ଫେରେଇଦେବାକୁ ରାବଣକୁ କହିଲେ ମଧ୍ୟ ରାବଣ କର୍ଣ୍ଣପାତ କରିନଥିଲେ ।[୧] କେତେକ ମତରେ ରାବଣ ଏକ ବଳୀ ଦେବା ସମୟରେ ମନ୍ଦୋଦରୀଙ୍କୁ ଅପମାନିତ କରାଯାଇଥଲା ଓ ଅନ୍ୟ କେତେକ ମତରେ ତାଙ୍କର ସତୀତ୍ୱ ନଷ୍ଟ କରାଯାଇଥିଲା ଯାହା ରାବଣର ସୁରକ୍ଷା କବଚ ଥିଲା । [୧] ହନୁମାନ ମନ୍ଦୋଦରୀ ସହିତ ଛଳ କରି ରାବଣର ସୁରକ୍ଷାକାରୀ ତୀରର ସନ୍ଧାନ ନେଇଗଲେ ଓ ସେହି ତୀରରେ ରାବଣର ମୃତ୍ୟୁ ହୋଇଥିଲା । [୧] ଅନ୍ୟ କିଛି ସଂସ୍କରଣ ଅନୁସାରେ ସେ ସୀତାଙ୍କୁ ଅଭିଶାପ ଦେଇ କହିଥିଲେ ଯେ ରାମ ସୀତାଙ୍କୁ ପରିତ୍ୟାଗ କରିଦେବେ ।[୧]
ସୀତା
[ସମ୍ପାଦନା]ରାମାୟଣର ନାୟିକା ସୀତା ଥିଲେ ହିନ୍ଦୁ ଦେବତା ରାମଙ୍କର ପତ୍ନୀ ଓ ବିଷ୍ଣୁଙ୍କର ପତ୍ନୀ ଲକ୍ଷ୍ନୀଙ୍କର ଏକ ଅବତାର । ସେ ହିନ୍ଦୁ ଧର୍ମର ପତ୍ନୀ ଓ ନାରୀ ଧର୍ମର ପ୍ରତୀକ ଥିଲେ ।[୧୨][୧୩] ବିଦେହ (ମିଥିଳା) ରାଜ୍ୟର ରାଜା ରାଜର୍ଷି ଜନକ ହଳ କଲାବେଳେ ଲଙ୍ଗଳ ମୂନରେ ସୀତାଙ୍କୁ ପାଇଥିଲେ ।[୧୪] ଅଯୋଧ୍ୟାର ରାଜପୁତ୍ର ଶ୍ରୀରାମ ସ୍ୱୟମ୍ବରରେ ଜିତି ସୀତାଙ୍କୁ ବିବାହ କରିଥିଲେ । ରାମ ଚଉଦ ବର୍ଷ ବନବାସ କରିବାକୁ ଗଲାବେଳେ ସୀତା ତାଙ୍କର ସହଗାମୀ ଥିଲେ ।[୧୪] ସୀତା ଦଣ୍ଡକାରଣ୍ୟରେ ଥିବା ବେଳେ ରାବଣର ମାୟରେ ଏକ ସୁବର୍ଣ୍ଣ ମୃଗ ଦେଖି ତାକୁ ଆଣିବାକୁ ରାମଙ୍କୁ ପଠେଇଲେ ଓ ସେହି ସମୟରେ ରାବଣ ସୀତାଙ୍କୁ ଅପହରଣ କରିନେଇଥିଲେ । ଯୁଦ୍ଧରେ ରାମ ରାବଣଙ୍କୁ ହତ୍ୟା କରି ଅଶୋକ ବାଟିକାରେ ବନ୍ଦିନୀ ଥିବା ସୀତାଙ୍କୁ ଉଦ୍ଧର କରିଥିଲେ । [୧୪] ଅନଳ ମଧ୍ୟରେ ଝାସ ଦେଇ ସୀତା ନିଜର ସତୀତ୍ୱର ପରୀକ୍ଷା ଦେଇଥିଲେ । ଅଯୋଧ୍ୟାକୁ ସୀତା ଓ ରାମ ଫେରି ଆସିବା ପରେ ରାମଙ୍କର ଅଭିଷେକ ହୋଇଥିଲା ।[୧୪] ଜଣେ ଧୋବା ସୀତାଙ୍କର ସତୀତ୍ୱ ଉପରେ ଆକ୍ଷେପ କରିବାରୁ ରାମ ଗର୍ଭାବସ୍ଥାରେ ଥିବା ସୀତାଙ୍କୁ ପରିତ୍ୟାଗ କରିଥିଲେ ଓ ଲକ୍ଷଣ ତାଙ୍କୁ ଜଙ୍ଗଲକୁ ନେଇ ଛାଡ଼ିଦେଇଥିଲେ ।[୧୪] ବାଲ୍ମିକୀ ଆଶ୍ରମରେ ସୁରକ୍ଷିତ ରହି ସୀତା ଦୁଇଟି ଜମଜ ସନ୍ତାନ ଜନ୍ମ ଦେଇଥିଲେ ।[୧୪] ସୀତାଙ୍କର ଦୁଇ ସନ୍ତାନ ବଢ଼ିବା ପରେ ରାମଙ୍କ ସହିତ ମିଳନ ହୋଇଥିଲା ଓ ରାମ ତାଙ୍କୁ ପୁନର୍ବାର ଫେରିବାକୁ କହିଲେ କିନ୍ତୁ ଆଉ ଥରେ ସତୀତ୍ୱ ପରୀକ୍ଷା ଦେବା ପରେ । ସୀତା କିନ୍ତୁ ତାଙ୍କ ମାତା ଧରିତ୍ରୀ ଗର୍ଭକୁ ଚାଲିଯିବାକୁ ପସନ୍ଦ କରିଥିଲେ ।[୧୪] ସ୍ୱାମୀ ବିବେକାନନ୍ଦଙ୍କ ମତରେ ଭବିଷ୍ୟତରେ ଅନେକ ରାମ ଆସିପାରିବେ କିନ୍ତୁ ସୀତା ସର୍ବଦା ଏକ ହୋଇରହିବେ, ଦ୍ୱିତୀୟ ସୃଷ୍ଟି ହୋଇପାରିବେନି ।
ମହାଭାରତରୁ
[ସମ୍ପାଦନା]ମହାଭାରତରେ ଥିବା ଦ୍ରୌପଦୀ ଓ କୁନ୍ତୀ ଚରିତ୍ରଦ୍ୱୟ ପଞ୍ଚକନ୍ୟାରେ ସ୍ଥାନ ପାଇଛନ୍ତି ।
ଦ୍ରୌପଦୀ
[ସମ୍ପାଦନା]ମହାଭାରତର ମୂଖ୍ୟ ନାୟିକା ଦ୍ରୌପଦୀ ଅଟନ୍ତି । ସେ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ଓ ହସ୍ତିନାପୁର ରାଜ୍ୟର ରାଣୀ ଥିଲେ । ପାଞ୍ଚାଳ ରାଜା କରୁଥିବା ଯଜ୍ଞ କୁଣ୍ଡର ଅଗ୍ନିରୁ ଦ୍ରୌପଦୀ ଜାତ ହୋଇଥିଲେ ଓ ଦ୍ରୋଣ ତଥା କୌରବଙ୍କର ପତନର କାରଣ ହେବେ ବୋଲି ଭବିଷ୍ୟବାଣୀ ହୋଇଥିଲା । Panchala - Drupada, Drona and Kauravas.[୧୫] ମଧ୍ୟମ ପାଣ୍ଡବ ଅର୍ଜୁନ ଏକ ସ୍ୱୟମ୍ବରରେ ଜୟଯୁକ୍ତ ହୋଇ ଦ୍ରୌପଦୀଙ୍କୁ ପାଇଥିଲେ । ପୂର୍ବରୁ ସେ ଜାତି ପ୍ରଶ୍ନ ଉଠେଇ କର୍ଣ୍ଣଙ୍କ ସହିତ ବିବାହକୁ ପ୍ରତ୍ୟାଖ୍ୟାନ କରିଥିଲେ ।[୧୬] as later interpolation owing to the existence of older Sanskrit editions where Karna fails to string the bow.) [୧୭] ଶାଶୁଙ୍କର ନିର୍ଦ୍ଦେଶ ଅନୁସାରେ ଦ୍ରୌପଦୀ ବାଧ୍ୟ ହୋଇ ପାଞ୍ଚ ପାଣ୍ଡବଙ୍କୁ ବିବାହ କରିଥିଲେ । ଦ୍ରୌପଦୀ ସବୁ ଭାଇଙ୍କର ପାଟରାଣୀ ଓ ସାମ୍ରାଜ୍ଞୀ ହେବାକୁ ପାଣ୍ଡବମାନେ ପ୍ରତିଶ୍ରୁତି ଦେଇଥିଲେ । ବର୍ଷକୁ ଜଣେ ଭାଇଙ୍କ ସହିତ ସମ୍ପର୍କ ରଖି ଗୋଟିଏ ସନ୍ତାନ ଉପହାର ଦେବା କଥା ସ୍ଥିର ହୋଇଥିଲା ଓ ଯିଏ ଏହା ଭଙ୍ଗ କରିବ, ସେ ୧୧ମାସ ନିମନ୍ତେ ତୀର୍ଥ ଯାତ୍ରା କରିବା ବାଧ୍ୟତାମୂଳକ ନିୟମ ହୋଇଥିଲା ।[୧୫] ପ୍ରତି ବର୍ଷ ସେ ଜଣେ ପାଣ୍ଡବଙ୍କୁ ଏକ ପୁତ୍ର ଜନ୍ମ କରି ଉପହାର ଦେଉଥିଲେ ଓ ପରବର୍ତ୍ତୀ ବର୍ଷରେ ସେ ପୁନର୍ବାର କୁମାରୀତ୍ୱ ଲାଭ କରୁଥିଲେ ।[୧୮]
କୁନ୍ତୀ
[ସମ୍ପାଦନା]ହସ୍ତିନାପୁର ରାଜା ପଣ୍ଡୁଙ୍କର କୁନ୍ତୀ ରାଣୀ ଥିଲେ ଓ ତିନି ବଡ଼ ପାଣ୍ଡବଙ୍କର ମାଆ ଥିଲେ । କୁନ୍ତୀ ଥିଲେ ଯାଦବ ରାଜା ଶୁରସେନଙ୍କର କନ୍ୟା କିନ୍ତୁ କୁନ୍ତୀରାଜ୍ୟର ସନ୍ତାନହୀନ ରାଜା କୁନ୍ତୀଭୋଜ ତାଙ୍କର ଲାଳନ ପାଳନ କରିଥିଲେ ।[୧୯] କୁନ୍ତୀଙ୍କର ସେବାରେ ସନ୍ତୁଷ୍ଟ ହୋଇ ଋଷି ଦୁର୍ବାସା ତାଙ୍କୁ ଗୋଟିଏ ମନ୍ତ୍ର ଦେଇଥିଲେ ଯାହା ସାହାଯ୍ୟରେ ସେ ଯେ କୌଣସି ଦେବତାଙ୍କୁ ନିମନ୍ତ୍ରଣ କରି ତାଙ୍କଦ୍ୱାରା ଗୋଟିଏ ସନ୍ତାନ ପାଇପାରିବେ । କୁନ୍ତୀ ଏହି ମନ୍ତ୍ର ପ୍ରଭାବକୁ ପରୀକ୍ଷା କରିବାକୁ ସୂର୍ଯ୍ୟ ଦେବତାଙ୍କୁ ଡାକିଲେ ଯିଏ ତାଙ୍କୁ ଏକ ପୁତ୍ର ଦେଲେ ଯାହାଙ୍କର ନାମ କର୍ଣ୍ଣ ଥିଲା ।[୧୯] ସମୟକ୍ରମେ କୁନ୍ତୀ ସ୍ୱାୟମ୍ବରରେ ପଣ୍ଡୁଙ୍କୁ ବିବାହ ନିମନ୍ତେ ପସନ୍ଦ କରିଥିଲେ । [୨୦] ପଣ୍ଡୁଙ୍କୁ ଜଣେ ଋଷି ଅଭିଶାପ ଦେଇଥିଲେ ଯାହା ଫଳରେ କୌଣସି ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିବା ମାତ୍ରେ ନିଜର ମୃତ୍ୟ ହେବ । ତେଣୁ ପଣ୍ଡୁଙ୍କ ଅନୁରୋଧକ୍ରମେ କୁନ୍ତୀ ତିନି ଜଣ ଦେବତାଙ୍କୁ ଡାକି ତାଙ୍କଠାରୁ ତିନି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥଲେ: ସେମାନେ ଥିଲେ ଯଥାକ୍ରମେ ଯମଠାରୁ ଯୁଧିଷ୍ଠିର, ବାୟୁଠାରୁ ଭୀମ ଓ ଇନ୍ଦ୍ରଠାରୁ ଅର୍ଜୁନ ।[୧୯] ପଣ୍ଡୁଙ୍କର ଅନ୍ୟ ଏକ ରାଣୀ ମାଦ୍ରୀ ମଧ୍ୟ ସେହି ମନ୍ତ୍ର ଗ୍ରହଣ କରି ଅଶିନୀକୁମାରଙ୍କଠାରୁ ନକୁଳ ଓ ସହଦେବା ନାମକ ଦୁଇ ପୁତ୍ର ପାଇଥିଲେ । ପଣ୍ଡୁଙ୍କ ମୃତ୍ୟୁ ହେବାପରେ ମାଦ୍ରୀ ତାଙ୍କର ଜୁଇରେ ସତୀ ହେଲେ ଓ କୁନ୍ତୀ ହସ୍ତିନାପୁରକୁ ଫେରିଆସିଥିଲେ ।[୧୯]
ମୂଲ୍ୟାୟନ ଓ ସ୍ମରଣ
[ସମ୍ପାଦନା]ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ପଞ୍ଚକନ୍ୟା ନାମରେ ଏକ କବିତା ଗୁଚ୍ଛ ଲେଖିଥିଲେ ଯେଉଁଥିରେ ପୁରାଣର ପଞ୍ଚକନ୍ୟାଙ୍କ କାହାଣୀ ଲିପିବଦ୍ଧ ହୋଇଥିଲା ।[୨୧] ଓଡ଼ିଶାର ମାହାରୀ ନୃତ୍ୟ ପରମ୍ପରାରେ ପଞ୍ଚକନ୍ୟା ଏକ ଲୋକପ୍ରିୟ ପ୍ରଦର୍ଶନ ନୃତ୍ୟ । The tales of the panchakanya remain popular motifs in the Mahari dance tradition of Odisha.[୨୨]
ପଞ୍ଚକନ୍ୟାଙ୍କୁ ଏକ ମତ ଅନୁସାରେ ଆଦର୍ଶ ମାନ୍ୟତା ଦିଆଯାଏ । ଜର୍ଜ ଏମ. ଉଇଲିଅମ ଟିପ୍ପଣୀ ଅନୁସାରେ ସେମାନେ ପରିପୂର୍ଣ୍ଣ ନଥିଲେ କିନ୍ତୁ ମାତା, ଭଗିନୀ, ପତ୍ନୀ ଓ ସାମୟିକ ନେତୃତ୍ୱରେ ସେମାନେ ତାଙ୍କର ଧର୍ମ ପାଳନ କରିଥିଲେ ।[୨୩] ଅନ୍ୟ ଏକ ମତ ଅନୁସାରେ ତାଙ୍କୁ ମହାସତୀ କୁହାଯାଏ[୨୨] ଓ ଅନେକ ଉତ୍କୃଷ୍ଟ ଗୁଣମାନ ପ୍ରଦର୍ଶନ କରିଥିଲେ । [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Pradip Bhattacharya. "Five Holy Virgins" (pdf). Manushi. Retrieved 10 January 2013.
- ↑ ୨.୦ ୨.୧ ୨.୨ Chattopadhyaya pp. 13–4
- ↑ Apte, Vaman S. (2004) [1970]. The Student's Sanskrit-English Dictionary (2 ed.). Motilal Banarsidass Publishers. p. 73. ISBN 978-81-208-0045-8.
- ↑ ୪.୦ ୪.୧ George M. Williams (18 June 2008). Of Hindu Mythology. Oxford University Press. pp. 208–9. ISBN 978-0-19-533261-2. Retrieved 3 January 2013.
- ↑ Mukherjee pp. 48-9
- ↑ Bhattacharya, Pradip (March–April 2004). "Five Holy Virgins, Five Sacred Myths: A Quest for Meaning (Part I)" (PDF). Manushi (141): 17.
- ↑ ୭.୦ ୭.୧ Mani, p. 17
- ↑ ୮.୦ ୮.୧ ୮.୨ ୮.୩ ୮.୪ Söhnen-Thieme pp. 40-1
- ↑ ୯.୦ ୯.୧ Mani p. 788
- ↑ ୧୦.୦ ୧୦.୧ Mukherjee pp. 36-9
- ↑ Mani p. 476
- ↑ Sutherland, Sally J. "Sita and Draupadi, Aggressive Behaviuor and Female Role-Models in the Sanskrit Epics" (PDF). University of California, Berkeley. Archived from the original (PDF) on 13 May 2013. Retrieved 16 January 2013.
- ↑ Heidi Rika Maria Pauwels (2007). Indian Literature and Popular Cinema: Recasting Classics. Routledge. p. 53. ISBN 978-0-415-44741-6. Retrieved 3 January 2013.
- ↑ ୧୪.୦ ୧୪.୧ ୧୪.୨ ୧୪.୩ ୧୪.୪ ୧୪.୫ ୧୪.୬ Mani pp. 720-3
- ↑ ୧୫.୦ ୧୫.୧ Mani pp. 548-52
- ↑ http://bori.ac.in/
- ↑ https://pranasutra.in/2018/12/02/mahabharata-draupadi-swayamvara/
- ↑ "She who must be obeyed: Draupadi the Ill fated one" (pdf). Manushi India. Org. Retrieved 14 January 2013.
- ↑ ୧୯.୦ ୧୯.୧ ୧୯.୨ ୧୯.୩ Mani pp. 442-3
- ↑ "Kunti" (pdf). Manushi India Organization. Retrieved 10 January 2013.
- ↑ K. M. George (1992). Modern Indian Literature: An Anthology. Sahitya Akademi. p. 229. ISBN 978-81-7201-324-0. Retrieved 3 January 2013.
- ↑ ୨୨.୦ ୨୨.୧ Ritha Devi (Spring–Summer 1977). "Five Tragic Heroines of Odissi Dance-drama: The Pancha-kanya Theme in Mahari "Nritya"". Journal of South Asian Literature: Feminine Sensibility and Characterization in South Asian Literature. Asian Studies Center, Michigan State University. 12 (3/4). JSTOR 40872150.
- ↑ George M. Williams (18 June 2008). Handbook of Hindu Mythology. Oxford University Press. p. 226. ISBN 978-0-19-533261-2. Retrieved 31 January 2013.