ନୀଳ କଟକଟିଆ ପକ୍ଷୀ

ଉଇକିପିଡ଼ିଆ‌ରୁ

ନୀଳବର୍ଣ୍ଣ କଟକଟିଆ
ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟରେ ଥିବା ଇଗଲ୍ସ ନେଷ୍ଟ୍ ବନ୍ୟଜୀବ ଅଭୟାରଣ୍ୟରେ ଏକ ନୀଳବର୍ଣ୍ଣ କଟକଟିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Muscicapidae
Genus: Eumyias
ଜାତି: E. thalassinus
ବାଇନୋମିଆଲ ନାମ
Eumyias thalassinus
(ୱିଲିୟମ୍ ଜନ୍ ସ୍ୱୈନସନ୍, ୧୮୩୮)
Synonyms

ଷ୍ଟୋପାରୋଲା ମେଲାନପ୍ସ (Stoparola melanops)
ୟୁମିଐସ୍ ଥାଲାସିନା (Eumyias thalassina)

ନୀଳବର୍ଣ୍ଣ କଟକଟିଆ (ଇଂରାଜୀରେ Verditer Flycatcher, ଜୀବବିଜ୍ଞାନ ନାମ Eumyias thalassinus) ହିମାଳୟରୁ ନେଇ ସୁମାତ୍ରା ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ପକ୍ଷୀ ।[୨] କପର୍ ସଲଫେଟ୍ ପରି ନୀଳ ବର୍ଣ୍ଣର ଶରୀର ଓ ଏହାର ଆଖି ଓ ଥଣ୍ଟ ମୂଳରେ ଥିବା ଗାଢ଼ ରଙ୍ଗର ପଟି ଯୋଗୁଁ ଏହାର ଏପରି ଜୀବବୈଜ୍ଞାନିକ ନାମକରଣ ହୋଇଛି । ଆଖି ଓ ନାକପୁଡ଼ାକୁ ଛାଡ଼ିଦେଲେ ପରିଣତ ବୟସର ଅଣ୍ଡିରାମାନଙ୍କ ସମଗ୍ର ଶରୀର କପର୍ ସଲଫେଟ୍ ଦ୍ରବଣ ପରି ଗାଢ଼ ନୀଳ ରଙ୍ଗର ହୋଇଥାଏ । ପରିଣତ ବୟସର ମାଈ ଓ ତରୁଣ ଚଢ଼େଇମାନେ ଅପେକ୍ଷାକୃତ ଫିକା ନୀଳ ବର୍ଣ୍ଣର ହୋଇଥାନ୍ତି ।

ଅନ୍ୟ କଟକଟିଆ ପକ୍ଷୀମାନଙ୍କଠାରୁ ନୀଳ କଟକଟିଆ ଏହି ଗୁଣରେ ଭିନ୍ନ ଯେ, ସାଧାରଣ ସ୍ତରର ସବୁଜିମାରୁ ବହୁ ଉପରେ ଥିବା ବିଦ୍ୟୁତ୍ ଯୋଗାଣ ତାରରେ କିମ୍ବା ଉନ୍ମୁକ୍ତ ଗଛ ଶୀର୍ଷରେ ଏମାନେ ବସିଥାନ୍ତି ।

ନୀଳ କଟକଟିଆକୁ ପ୍ରଥମେ ମୁଶିକାପା (Muscicapa) ପକ୍ଷୀ ଜାତିରେ ସ୍ଥାନିତ କରାଯାଇଥିଲା ଓ ଏହି ପକ୍ଷୀ ନୀଳ ଚାତକ ପକ୍ଷୀର ନିକଟତମ ବୋଲି ପ୍ରସ୍ତାବ ଦିଆଯାଇଥିଲା ।[୩]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. BirdLife International (2012). "Eumyias thalassinus". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. "Chats, Old World flycatchers « IOC World Bird List". www.worldbirdnames.org (in ଆମେରିକୀୟ ଇଂରାଜୀ). Retrieved 2017-07-11.
  3. Lei Xin, Lian Zhen-Min, Lei Fu-Min, Yin Zuo-Hua, Zhao Hong-Feng (2007). Acta Zoologica Sinica. 53(1):95 PDF Archived 2016-01-30 at the Wayback Machine.