ନୀଳ କଟକଟିଆ ପକ୍ଷୀ
| ନୀଳବର୍ଣ୍ଣ କଟକଟିଆ | |
|---|---|
| ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟରେ ଥିବା ଇଗଲ୍ସ ନେଷ୍ଟ୍ ବନ୍ୟଜୀବ ଅଭୟାରଣ୍ୟରେ ଏକ ନୀଳବର୍ଣ୍ଣ କଟକଟିଆ | |
| Scientific classification | |
| Kingdom: | Animalia |
| Phylum: | Chordata |
| Class: | Aves |
| Order: | Passeriformes |
| Family: | Muscicapidae |
| Genus: | Eumyias |
| Species: | E. thalassinus
|
| Binomial name | |
| Eumyias thalassinus (ୱିଲିୟମ୍ ଜନ୍ ସ୍ୱୈନସନ୍, ୧୮୩୮)
| |
| Synonyms | |
|
ଷ୍ଟୋପାରୋଲା ମେଲାନପ୍ସ (Stoparola melanops) | |
ନୀଳବର୍ଣ୍ଣ କଟକଟିଆ (ଇଂରାଜୀରେ Verditer Flycatcher, ଜୀବବିଜ୍ଞାନ ନାମ Eumyias thalassinus) ହିମାଳୟରୁ ନେଇ ସୁମାତ୍ରା ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ପକ୍ଷୀ ।[୨] କପର୍ ସଲଫେଟ୍ ପରି ନୀଳ ବର୍ଣ୍ଣର ଶରୀର ଓ ଏହାର ଆଖି ଓ ଥଣ୍ଟ ମୂଳରେ ଥିବା ଗାଢ଼ ରଙ୍ଗର ପଟି ଯୋଗୁଁ ଏହାର ଏପରି ଜୀବବୈଜ୍ଞାନିକ ନାମକରଣ ହୋଇଛି । ଆଖି ଓ ନାକପୁଡ଼ାକୁ ଛାଡ଼ିଦେଲେ ପରିଣତ ବୟସର ଅଣ୍ଡିରାମାନଙ୍କ ସମଗ୍ର ଶରୀର କପର୍ ସଲଫେଟ୍ ଦ୍ରବଣ ପରି ଗାଢ଼ ନୀଳ ରଙ୍ଗର ହୋଇଥାଏ । ପରିଣତ ବୟସର ମାଈ ଓ ତରୁଣ ଚଢ଼େଇମାନେ ଅପେକ୍ଷାକୃତ ଫିକା ନୀଳ ବର୍ଣ୍ଣର ହୋଇଥାନ୍ତି ।
ଅନ୍ୟ କଟକଟିଆ ପକ୍ଷୀମାନଙ୍କଠାରୁ ନୀଳ କଟକଟିଆ ଏହି ଗୁଣରେ ଭିନ୍ନ ଯେ, ସାଧାରଣ ସ୍ତରର ସବୁଜିମାରୁ ବହୁ ଉପରେ ଥିବା ବିଦ୍ୟୁତ୍ ଯୋଗାଣ ତାରରେ କିମ୍ବା ଉନ୍ମୁକ୍ତ ଗଛ ଶୀର୍ଷରେ ଏମାନେ ବସିଥାନ୍ତି ।
ନୀଳ କଟକଟିଆକୁ ପ୍ରଥମେ ମୁଶିକାପା (Muscicapa) ପକ୍ଷୀ ଜାତିରେ ସ୍ଥାନିତ କରାଯାଇଥିଲା ଓ ଏହି ପକ୍ଷୀ ନୀଳ ଚାତକ ପକ୍ଷୀର ନିକଟତମ ବୋଲି ପ୍ରସ୍ତାବ ଦିଆଯାଇଥିଲା ।[୩]
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ହିମାଚଳ ପ୍ରଦେଶର କାଲାତୋପ ଖଜ୍ଜିଆର୍ ଅଭୟାରଣ୍ୟର ଏକ ନୀଳ କଟକଟିଆ
-
କର୍ଣ୍ଣାଟକର ଦାଣ୍ଡେଲିର ଏକ ନୀଳବର୍ଣ୍ଣ କଟକଟିଆ
-
ଉତ୍ତରାଖଣ୍ଡର ଏକ ନୀଳ କଟକଟିଆ
-
ନେପାଳ ଦେଶର ଏକ ନୀଳ କଟକଟିଆ ପକ୍ଷୀ
-
ନୈନିତାଲରେ ଏକ ନୀଳ କଟକଟିଆ
ଆଧାର
[ସମ୍ପାଦନା]- ↑ BirdLife International (2012). "Eumyias thalassinus". Retrieved 26 November 2013.
{{cite journal}}: Cite journal requires|journal=(help); Invalid|ref=harv(help) - ↑ "Chats, Old World flycatchers « IOC World Bird List". www.worldbirdnames.org (in ଆମେରିକୀୟ ଇଂରାଜୀ). Retrieved 2017-07-11.
- ↑ Lei Xin, Lian Zhen-Min, Lei Fu-Min, Yin Zuo-Hua, Zhao Hong-Feng (2007). Acta Zoologica Sinica. 53(1):95 PDF Archived 2016-01-30 at the Wayback Machine.