ନୈନିତାଲ୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ନୈନିତାଲ
Nainital
Hill station
View of Nainital Lake City
View of Nainital Lake City
CountryIndia
StateUttarakhand
DistrictNainital
Elevation
2,084 m (6,837 ft)
Languages
 • OfficialHindi
 • OtherKumauni
Time zoneUTC+5:30 (IST)
PIN
263001/263002
Telephone code+91 - 5942
ଯାନବାହାନ ପଞ୍ଚୀକରଣUK 04
Websitenainital.nic.in


ନୈନିତାଲ୍ ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ଉତ୍ତରାଖଣ୍ଡର ନଇନିତଲ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନୈନିତାଲ୍ ସହରର ମୋଟ ଜନସଂଖ୍ୟା ୪୧,୩୭୭ ଅଟେ ।[୧] ସେଥି ମଧ୍ୟରୁ ୫୪.୦୯% ଜଣ ପରୁଷ ହୋଇଥିବା ବେଳେ ୪୫.୯୧% ଜଣ ନାରୀ ଅଟନ୍ତି । ନୈନିତାଲ୍ର ସାକ୍ଷରତା ହାର ୭୮.୦୮% ଅଟେ । ଏହା ଜାତୀୟ ହାରଠାରୁ -୧୩.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୩.୬୩% ପ୍ରତିଶତ ପୁରୁଷ ଓ ୩୪.୪୫% ନାରୀ ଅଟନ୍ତି । ୧୧.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ନୈନିତାଲ୍ ସହରର ସରକାରୀ ଭାଷା ହିନ୍ଦୀ ଅଟେ ।

ଭ୍ରମଣ ବିଶେଷତା[ସମ୍ପାଦନା]

ବରଫ ଆଚ୍ଛାଦିତ ପାହାଡ଼ ମଝିରେ ନୈନିତାଲ ସହରକୁ ବିଭିନ୍ନ ଝରଣା ଘେରି ରହିଛି । ଏହି ଝରଣାମାନଙ୍କ ମଧ୍ୟରେ ପ୍ରମୁଖ ଝରଣା ନୈନିର ନାମାନୁସାରେ ସ୍ଥାନଟିର ନାମ ନୈନିତାଲ୍‍ ରଖଯାଇଛି । ଏହାକୁ “ଝରଣାର ସହର” ମଧ୍ୟ କୁହାଯାଏ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ନୈନିତାଲ୍‍ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ସହଲ ‘ସରୋବର ନଦୀ’ ନାମରେ ଦେଶ ବିଦେଶରେ ପରିଚିତ।

ଏହି ମନୋରମ ସ୍ଥଳର ଅନୁସନ୍ଧାନ ବେରନ୍‍ ନାମକ ବ୍ରିଟିଶ ଅଧିକାରୀ ୧୮୪୧ରେ କରିଥିଲେ ବୋଲି କୁହାଯାଏ । ପାହାଡ଼ ଉପରେ ତିଆରି ହୋଇଥିବା ଛୋଟଛୋଟ ସୌନ୍ଦର୍ଯ୍ୟମୟୀ ପରିପୂର୍ଣ୍ଣ ବୃକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ରାତିରେ ଏହି ସହରର ସୌନ୍ଦର୍ଯ୍ୟ ପ୍ରକୃତରେ ଅଧିକ ସୁନ୍ଦର ହୋଇଥାଏ । ଏହାକୁ ଭାରତର ଝରଣା ରାଜ୍ୟ ବୋଲି କୁହାଯାଏ, କାରଣ ସମଗ୍ର ସହରରେ ବିଭିନ୍ନ ଝରଣାର ସମାଗମ ରହିଛି । ‘ନୈନି’ ଶବ୍ଦର ଅର୍ଥ ହେଲା ଆଖି ଏବଂ ‘ତାଲ୍‍ର ଅର୍ଥ ହେଲା ଝିଲ୍‍ । ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଲା ଝରଣାର ସହର ନୈନିତାଲ୍‍ ।[୨]

କେତେକ ପ୍ରମୁଖ ଦର୍ଶନୀୟ ସ୍ଥାନ[ସମ୍ପାଦନା]

ନୈନି ଝରଣା[ସମ୍ପାଦନା]

ସହରର ମଧ୍ୟବର୍ତ୍ତୀ ତଲହଟୀରେସ୍ଥିତ ଏହି ପ୍ରାକୃତିକ ଝରଣା ‘ଋଷି ସରୋବର’ ନାମରେ ପରିଚିତ । ନୌକାବିହାର ଏହାର ମୁଖ୍ୟ ଆକର୍ଷଣ।

ନୈନୀ ଦେବୀ ମନ୍ଦିର[ସମ୍ପାଦନା]

ଶିବରାତ୍ରି ଦିନ ଏଠାରେ ଶୈବଭକ୍ତଙ୍କ ବିଶାଳ ମେଳା ଦେଖିବାକୁ ମିଳିଥାଏ । ନୈନୀ ଝରଣା ନିକଟରେ ଏହି ଆକର୍ଷଣୀୟ ମନ୍ଦିର ଅବସ୍ଥିତ । ଭିନ୍ନ ମତରେ ନୈନୀ ଦେବୀଙ୍କ ନାମରେ ନୈନିତାଲ୍‍ର ନାମକରଣ କରାଯାଇଛି ବୋଲି କୁହାଯାଏ ।

ନୈନା ପିକ୍‍[ସମ୍ପାଦନା]

‘ନୈନା ପିକ୍‍’ହେଉଛି ନୈନିତାଲ୍‍ର ସବୁଠାରୁ ଉଚ୍ଚ ଶିଖର । ଏଠାରେ ଖାଦ୍ୟ ପାନୀୟର ସୁବିଧା ନଥିବା କାରଣରୁ ପର୍ଯ୍ୟଟକଙ୍କୁ ଏନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ । ଏହି ଶିଖରରୁ ନୈନିତାଲ୍‍ର ସୌନ୍ଦର୍ଯ୍ୟ ବେଶ୍‍ ଆକର୍ଷଣୀୟ ଲାଗିଥାଏ ।

ଚିଡ଼ିଆଖାନା[ସମ୍ପାଦନା]

ନୈନିତାଲ୍‍ଠାରୁ ମାତ୍ର ୧ କିଲୋମିଟର ଦୂରତ୍ୱରେ ଥିବା ଏହି ଚିଡ଼ିଆଖାନାରେ ପାହାଡ଼ୀ କଳାଭାଲୁ, ଚିତା, ବାଘ, ଜଙ୍ଗଲୀ ବିରାଡ଼ି, ହରିଣ ଆଦି ପଶୁ ଦେଖିବାକୁ ମିଳନ୍ତି । ଏଠାରୁ ମଲ୍ଲୀତାଲ୍‍ ଏବଂ ଏହାର ଆଖପାଖ ସ୍ଥାନ ବେଶ୍‍ ସୁନ୍ଦର ଦେଖାଯାଇଥାଏ ।

ଦୋଳିପଥ[ସମ୍ପାଦନା]

ମଲ୍ଲୀତାଲ୍‍ଠାରୁ ସ୍ନୋ ଭିୟୁ ପର୍ଯ୍ୟନ୍ତ ରୋପ୍‍ୱେ ମାଧ୍ୟମରେ ଯାଇ ହେବ । ଏଥିପାଇଁ ସ୍ୱତନ୍ତ୍ର ଟିକଟ୍‍ କରିବାର ନିୟମ ରହିଛି ।

ହନୁମାନ ଗଢ଼ୀ[ସମ୍ପାଦନା]

ନୈନିତାଲ୍‍ଠାରୁ ୩ କିଲୋମିଟର ଦୂରରେ ହନୁମାନ ଗଢ଼ୀ ୧,୯୫୧ ମିଟର ଉଚ୍ଚରେ ଅବସ୍ଥିତ । ସୂର୍ଯ୍ୟାସ୍ତ ସମୟର ସୌନ୍ଦର୍ଯ୍ୟ ତଥା ମନ୍ଦିର ନିମନ୍ତେ ସ୍ଥାନଟି ପ୍ରସିଦ୍ଧ ।

ଭୀମତାଲ[ସମ୍ପାଦନା]

ନୈନିତାଲ୍‍ଠାରୁ ୨୩ କିଲୋମିଟର ଦୂରସ୍ଥିତ ଭୀମତାଲ ବିଷୟରେ କୁହାଯାଏ ଯେ, ଏହାର ନିର୍ମାଣ ମହାଭାରତ କାଳରେ ହୋଇଥିଲା । ଏହି ଝରଣାର ମଧ୍ୟଭାଗରେ ଥିବା ଟାପୁରେ ଅବସ୍ଥିତ ରେସ୍ତୋରାଁ ପର୍ଯ୍ୟଟକଙ୍କୁ ବେଶ୍‍ ଦୂରରୁ ଆକର୍ଷିତ କରିଥାଏ । ଭୀମତାଲରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସାତତାଲ[ସମ୍ପାଦନା]

ନୈନିତାଲ୍‍ଠାରୁ ୨୨ କିଲୋମିଟର ଦୂରରେ ୭ଟି ଝରଣାର ସୁନ୍ଦର ସମାଗମ ରହିଛି, ଯାହାକୁ ସାତତାଲ ନାମରେ ନାମିତ କରାଯାଇଛି ।

ନୌକୁଚିୟାତାଲ[ସମ୍ପାଦନା]

ଭୀମତାଲଠାରୁ ୪ କିଲୋମିଟର ଦୂରରେ ରହିଛି ନୌକୁଚିୟାତାଲ । ପର୍ଯ୍ୟଟକଙ୍କ ଜଳକ୍ରୀଡ଼ା ପାଇଁ ଏଠାରେ ସୁବ୍ୟବସ୍ଥା ହୋଇଛି ।

ରାମଗଢ଼[ସମ୍ପାଦନା]

ରାମଗଢ଼ରେ ସେଓ ବିଗିଚା ଦେଖିବାକୁ ବେଶ୍‍ ଆକର୍ଷଣୀୟ ଲାଗିଥାଏ । ନୈନିତାଲଠାରୁ ଏହା ୨୬ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ରବୀନ୍ଦ୍ରନାଥ ଟାଗୋର ‘ଗୀତିଞ୍ଜଳୀ’ର ରଚନା ଏହି ସ୍ଥାନରୁ କରିଥିଲେ ।

ମୁକ୍ତେଶ୍ୱର[ସମ୍ପାଦନା]

ଏହି ରମଣୀୟ ସ୍ଥଳ ନୈନିତାଲଠାରୁ ୫୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନରୁ hj ବରଫ ଆଚ୍ଛାଦିତ ଶିଖର ବହୁତ ଆକର୍ଷଣୀୟ ଲାଗେ । ଏଠାରେ ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନର ମୁଖ୍ୟ କାର୍ଯ୍ୟାଳୟ ରହିଛି ।

ଗମନା ଗମନ[ସମ୍ପାଦନା]

ଏଠାରୁ ନିକଟତମ ରେଳ ଷ୍ଟେସନ ହେଉଛି କାଠଗୋଦାମ, ଯାହା ନୈନିତାଲଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । କାଠଗୋଦାମଠାରୁ ନିୟମିତ ବସ୍‍ ଏବଂ ଟାକ୍ସି ସେବା ଉପଲବ୍ଧ ରହିଛି । ନୈନିତାଲ ପହଞ୍ଚିବା ପାଇଁ ଅନ୍ୟ ଏକ ରେଳ ଷ୍ଟେସନ ଲାଲକୁଅାଁ ମଧ୍ୟ ରହିଛି । ଲାଲକୁଅାଁ ନୈନିତାଲଠାରୁ ୫୩ କିଲୋମିଟର ଦୂରରେ ଅବସ୍ଥିତ । ନିକଟସ୍ଥ ରାଜ୍ୟମାନଙ୍କ ଭିତରେ ନୈନିତାଲ ପାଇଁ ସ୍ୱତନ୍ତ୍ର ବସସେବା ରହିଛି ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  2. "ଝରଣାର ସହର ନୈନିତାଲ୍". Retrieved 06 October 2015. {{cite web}}: Check date values in: |accessdate= (help)


ବାହାର ଲିଙ୍କ[ସମ୍ପାଦନା]