ନିଳୋକ

Coordinates: 21°05′11″N 86°20′27″E / 21.086291°N 86.340909°E / 21.086291; 86.340909
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନିଳୋକ
ଗାଆଁ
Green fields of Nilok
ନିଳୋକ ଗାଆଁକୁ ପ୍ରବେଶ ରାସ୍ତା
ନିଳୋକ is located in Odisha
ନିଳୋକ
ନିଳୋକ
ଓଡ଼ିଶା ମାନଚିତ୍ରରେ ସ୍ଥାନ
ନିଳୋକ is located in India
ନିଳୋକ
ନିଳୋକ
ନିଳୋକ (India)
Coordinates: 21°05′11″N 86°20′27″E / 21.086291°N 86.340909°E / 21.086291; 86.340909
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଭଦ୍ରକ
Population
 (୨୦୧୧)
 • Total୧୧୧୯
ଭାଷା
 • ମୁଖ୍ୟ ଭାଷାଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-22/

ନିଳୋକ ଭଦ୍ରକ ଜିଲ୍ଲାବନ୍ତ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ୨୦୧୧ ଜନଗଣନା ସୂଚନା ଅନୁଯାୟୀ, ଏହି ଗାଆଁର ଲୋକେସନ କୋଡ୍ କିମ୍ବା ଗାଁ କୋଡ୍ ହେଉଛି ୩୯୪୪୦୭ ।[୧] ଏହା ଭଦ୍ରକ ସଦର ମହକୁମାଠାରୁ ୨୮ କିଲୋମିଟର ଏବଂ ବନ୍ତଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ । ୨୦୦୯ ପରିସଂଖ୍ୟାନ ଅନୁଯାୟୀ, ନିଳୋକ ହେଉଛି ନିଳୋକ ଗାଁର ଗ୍ରାମ ପଞ୍ଚାୟତ, ଯାହାକି ୨୦୦୨ରେ ପ୍ରତିଷ୍ଠା ହୋଇଥିଲା ।

ଏହି ଗାଆଁର ସମୁଦାୟ ଭୌଗୋଳିକ କ୍ଷେତ୍ର ହେଉଛି ୧୪୯ ହେକ୍ଟର | ୨୦୧୧ ମସିହାର ଭାରତର ଜନଗଣନା ଅନୁସାରେ, ଏହି ଗାଁର ଜନସଂଖ୍ୟା ୧,୧୧୯ (୫୫୦ ପୁରୁଷ ଏବଂ ୫୬୯ ମହିଳା), ଯାହାର ସାକ୍ଷରତା ହାର ହେଉଛି ୮୬.୯୭% ।[୨]

ଯାତାୟତ ସୁବିଧା[ସମ୍ପାଦନା]

ପ୍ରକାର ସ୍ଥିତି
ସରକାରୀ ବସ୍ ସେବା ଉପଲବ୍ଧ ନାହିଁ
ଘରୋଇ ବସ୍ ସେବା ଭଦ୍ରକ, ଭୁବନେଶ୍ୱରକୁ ସଂଯୋଗ କରୁଥିବା ବସ୍ ସେବେ ଉପଲବ୍ଧ ଅଛି ।
ରେଳ ଷ୍ଟେସନ ୧୦ କିଲୋମିଟର ଦୂରତା ମଧ୍ୟରେ ଦୁଇଟି ଷ୍ଟେସନ ଉପଲବ୍ଧ ଅଛି ।

ଶିକ୍ଷା ସୁବିଧା[ସମ୍ପାଦନା]

ବିଦ୍ୟାଳୟ ପ୍ରକାର ବିଦ୍ୟାଳୟର ନାମ
ଅଙ୍ଗନବାଡ଼ି ଅଙ୍ଗନବାଡ଼ି, ନିଳୋକ
ପ୍ରାଥମିକ ହରିହର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଉଚ୍ଚ ବିଦ୍ୟାଳୟ ନିଲୋକ ଉଚ୍ଚ ବିଦ୍ୟାଳୟ
ସଂସ୍କୃତ ବିଦ୍ୟାଳୟ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟ
ଶିଶୁ ମନ୍ଦିର ସାଧନା ଶିଶୁ ବିଦ୍ୟା ମନ୍ଦିର

ପାଳିତ ପର୍ବପର୍ବାଣି[ସମ୍ପାଦନା]

ଏହି ଗାଁରେ ମୁଖ୍ୟ ପର୍ବ ଭାବରେ ଅଧିଷ୍ଠାତ୍ରୀ ଦେବୀ ମା' ବଉଳାଶୁଣୀଙ୍କ ନିକଟରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ତିନିଦିନିଆ ଯଜ୍ଞ ଅନୁଷ୍ଠିତ ହେବା ସହିତ ପାଖାପାଖି ୧୫ ଦିନରୁ ଅଧିକ ଦିନ ଧରି ମେଳା ବସେ ଓ ଓଡ଼ିଶାର ଜଣାଶୁଣା ଯାତ୍ରାପାର୍ଟିଦ୍ୱାରା ନାଟକ ପରିବେଷଣ ହୋଇଥାଏ । ଏହା ବ୍ୟତୀତ ଦୋଳ ଯାତ୍ରା, ରଜ ପର୍ବ, ସାର୍ବଜନିନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, ପଞ୍ଚକ ପୂର୍ଣ୍ଣିମା, ସରସ୍ୱତୀ ପୂଜା ଆଦି ପାଳନ କରାଯାଏ ।

ଅବସ୍ଥିତ ମନ୍ଦିର[ସମ୍ପାଦନା]

  • ଶିବ ମନ୍ଦିର
  • ଜଗନ୍ନାଥ ମନ୍ଦିର
  • ତାରିଣୀ ମନ୍ଦିର
  • ମା' ବଉଳାଶୁଣୀ ମନ୍ଦିର
  • କାଳୀବାସୁଳୀ ମନ୍ଦିର
  • ଗ୍ରାମଦେବତୀ (ବୁଢ଼ୀ ଜାଗୁଳେଇ)
  • ମଙ୍ଗଳା ମନ୍ଦିର

ଆଧାର[ସମ୍ପାଦନା]

  1. "Nilok". INDIAN VILLAGE DIRECTORY. VillageInfo.in. Retrieved 20 January 2017.
  2. "Nilok". 2011 Census of India. Government of India. Archived from the original on 13 December 2016. Retrieved 13 December 2016.