Jump to content

ନିମୋପେରିଟୋନିଅମ

ଉଇକିପିଡ଼ିଆ‌ରୁ
Pneumoperitoneum
Aeroperitoneum[]
Chest X-ray with air between the right diaphragm and the liver (green and red arrows). Air also visible below the diaphragm on the persons left. Blue arrows mark a normal gas filled colon.
ବିଭାଗGeneral surgery
ଲକ୍ଷଣNone to peritonitis[]
କାରଣGastrointestinal tract perforation, abdominal surgery, peritoneal dialysis, pneumothorax, pneumomediastinum, mechanical ventilation, entry via the vagina[][]
ରୋଗ ନିର୍ଣ୍ଣୟ ପଦ୍ଧତିX-ray, CT scan[]
ସଠିକ ରୋଗ ନିର୍ଣ୍ଣୟChilaiditi syndrome, pneumomediastinum, atelectasis of the lower lung, bowel wall gas[]
ଚିକିତ୍ସାBased on cause, often surgery[][]

ନିମୋପେରିଟୋନିଅମ ରୋଗ ହେଲେ ପେରିଟୋନିଅମ ବା ପର୍ଯ୍ୟୁଦରିକା ଖୋଳ ଭିତରେ ବାୟୁ କିମ୍ବା ଅନ୍ୟାନ୍ୟ ଗ୍ୟାସର ଉପସ୍ଥିତି ରହେ | [] ଏହାର କୌଣସି ଲକ୍ଷଣ ନ ଥାଏ ବା ପେରିଟୋନାଇଟିସ ଭଳି ଲକ୍ଷଣ ହୋଇପାରେ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିବା କିମ୍ବା ଅଣନିଶ୍ୱାସ ହୋଇପାରେ ।[] କ୍ୱଚିତ୍ ରୋଗ ଜଟିଳ ହେଲେ ଉଦର କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ ।[]

ସବୁଠାରୁ ସାଧାରଣ କାରଣ (> ୯୦%) ହେଉଛି ପାକଅନ୍ତନଳୀରେ ଏକ ଛିଦ୍ର ।[] [] ପାକସ୍ଥଳୀ ଘାଆ, ଆନ୍ତ୍ରିକ ଅବରୋଧ, ଆପେଣ୍ଡିସାଇଟିସ କିମ୍ବା ପେଟରେ ଆଘାତ ହେତୁ ମଧ୍ୟ ଏହା ହୋଇପାରେ ।[] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଲାପାରୋସ୍କୋପିକ ଅସ୍ତ୍ରୋପଚାର ସର୍ଜରୀ ସହିତ ପେଟର ଅସ୍ତ୍ରୋପଚାର ଯୋଗୁ ହୋଇପାରେ; ପେରିଟୋନିଆଲ ଡିଆଲିସିସ, ନିମୋଥୋରାକ୍ସ, ନିମୋମେଡିଆଷ୍ଟାଇନମ୍, ଯାନ୍ତ୍ରିକ ଭେଣ୍ଟିଲେସନ୍ ଏବଂ ଯୋନୀପଥ ମାଧ୍ୟମରେ ପ୍ରବେଶ ।[] ଏକ ଅଜ୍ଞାତ କାରଣରୁ କ୍ୱଚିତ୍ ଏହା ଘଟିପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି କିମ୍ବା ସିଟି ସ୍କାନ ମାଧ୍ୟମରେ ହୋଇଥାଏ ।[]

ବାୟୁର ଉତ୍ସ ଉପରେ ଚିକିତ୍ସା ନିର୍ଭର କରେ ।[] ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ; ଯଦିଓ କେତେକ ମାମଲା ରକ୍ଷଣଶୀଳ ଭାବରେ ପରିଚାଳିତ ହୋଇପାରେ ।[] [] ରକ୍ଷଣଶୀଳ ପରିଚାଳନାରେ ଅନ୍ତନଳୀ ବିଶ୍ରାମ, ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଏବଂ ଖରାପ ହେବା ନ ହେବା ଉପରେ ନଜର ରଖାଯାଇପାରେ ।[] ୧୯୧୫ ମସିହାରେ ରଞ୍ଜନରଶ୍ମି ମାଧ୍ୟମରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Jones, Jeremy. "Pneumoperitoneum | Radiology Reference Article | Radiopaedia.org". Radiopaedia. Archived from the original on 2 February 2023. Retrieved 31 January 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Ramponi, DR (2018). "Pneumoperitoneum". Advanced emergency nursing journal. 40 (2): 87–93. doi:10.1097/TME.0000000000000189. PMID 29715250.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Williams, NM; Watkin, DF (September 1997). "Spontaneous pneumoperitoneum and other nonsurgical causes of intraperitoneal free gas". Postgraduate medical journal. 73 (863): 531–7. doi:10.1136/pgmj.73.863.531. PMID 9373590.
  4. Jones, Jeremy. "Pseudopneumoperitoneum | Radiology Reference Article | Radiopaedia.org". Radiopaedia. Archived from the original on 2 February 2023. Retrieved 31 January 2023.
  5. ୫.୦ ୫.୧ Tanner, TN; Hall, BR; Oran, J (October 2018). "Pneumoperitoneum". The Surgical clinics of North America. 98 (5): 915–932. doi:10.1016/j.suc.2018.06.004. PMID 30243453.
  6. Eltorai, Adam E. M.; Hyman, Charles H.; Healey, Terrance T. (18 December 2019). Essential Radiology Review: A Question and Answer Guide (in ଇଂରାଜୀ). Springer Nature. p. 306. ISBN 978-3-030-26044-6. Archived from the original on 2 February 2023. Retrieved 31 January 2023.
  7. Mularski, RA; Sippel, JM; Osborne, ML (July 2000). "Pneumoperitoneum: a review of nonsurgical causes". Critical care medicine. 28 (7): 2638–44. doi:10.1097/00003246-200007000-00078. PMID 10921609.