ଆନ୍ତ୍ରିକ ଅବରୋଧ

ଉଇକିପିଡ଼ିଆ‌ରୁ
ଅନ୍ତ୍ରାବରୋଧ
intestinal obstruction
ଉର୍ଦ୍ଧ୍ୱମୁଖୀ ଉଦର ଏକ୍ସ-ରେ ଚିତ୍ରରେ କ୍ଷୁଦ୍ରାନ୍ତ୍ର ଅବରୋଧ ଦେଖାଯାଉଛି । ଚିତ୍ରରେ ଅନେକ ବାୟୁ-ତରଳ ପଦାର୍ଥ ସ୍ତର ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGeneral surgery
ଆଇସିଡ଼ି-୧୦K56.
ଆଇସିଡ଼ି-୯-ସିଏମ୍560
ରୋଗ ଡାଟାବେସ15838
ମେଡ଼ିସିନ-ପ୍ଲସ000260
MeSHD007415

ଆନ୍ତ୍ରିକ ଅବରୋଧ ବା ଇଣ୍ଟେସ୍ଟାଇନାଲ ଅବସ୍ଟ୍ରକସନ (ଇଂରାଜୀ ଭାଷାରେ Bowel obstruction) ଏକ ଏଭଳି ରୋଗ ଯେଉଁଥିରେ ଅନ୍ତନଳୀର ଯାନ୍ତ୍ରିକ ବା କ୍ରିୟାତ୍ମକ ଅବରୋଧ ହୋଇ ହଜମ ପ୍ରକ୍ରିୟାରେ ଥିବା ଖାଦ୍ୟ ଆଗକୁ ଯାଇପାରେ ନାହିଁ ।[୧][୨] ଏହାଦ୍ୱାରା କ୍ଷୁଦ୍ରାନ୍ତ୍ର ବା ବୃହଦନ୍ତ୍ର ପ୍ରଭାବିତ ହୋଇପାରେ ।[୩] ଏହି ରୋଗରେ ଉଦର ଯନ୍ତ୍ରଣା (abdominal pain) ଓ ବାନ୍ତି (vomiting) ହୁଏ, ଉଦର ଫୁଲିଯାଏ (bloating) ଓ ବାୟୁ ଯିବା ବନ୍ଦ ହୋଇଯାଏ ।[୩] ହଠାତ ସାଂଘାତିକ ଉଦର ଯନ୍ତ୍ରଣାର (severe abdominal pain of sudden onset) କାରଣ ମଧ୍ୟରୁ ୫ରୁ ୧୫% କେବଳ ଆନ୍ତ୍ରିକ ଅବରୋଧ ଯୋଗୁ ହୁଏ ଯାହା ଯୋଗୁ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ ।[୩][୧]

ଆନ୍ତ୍ରିକ ଅବରୋଧର କାରଣ: ଅନ୍ତନଳୀ ସଂଲଗ୍ନତା (adhesions), ହାର୍ନିଆ, ଭଲଭ୍ୟୁଲସ,ଏଣ୍ଡୋମେଟ୍ରିଓସିସ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ଆପେଣ୍ଡିସାଇଟିସ, ଅର୍ବୁଦ (tumor), ଡାଇଭର୍ଟିକୁଲାଇଟିସ (diverticulitis), ଇସକେମିକ ବାୱେଲ (ischemic bowel), ଯକ୍ଷ୍ମା, ଓ ଇଣ୍ଟସସେପସନ (intussusception).[୩][୧] ଅଧିକାଂଶ ସମୟରେ ସଂଲଗ୍ନତା ଓ ହାର୍ନିଆ ଯୋଗୁ କ୍ଷୁଦ୍ରାନ୍ତ୍ର ଅବରୋଧ ହୁଏ ଓ ଅର୍ବୁଦ ତ‌ଥା ଭଲଭ୍ୟୁଲସ ଯୋଗୁ ବୃହଦନ୍ତ୍ର ଅବରୋଧ ହୁଏ ।[୩][୧] ପ୍ଲେନ ଏକ୍ସ‌-ରେ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଇପାରେ, କିନ୍ତୁ ସିଟି ସ୍କାନ ଅଧିକ ନିର୍ଭର ଯୋଗ୍ୟ ।[୩] ଗର୍ଭାବସ୍ଥା ଓ ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (Ultrasound) ବା ଏମଆରଆଇ (MRI) ଅଧିକ ଉପଦେୟ । [୩]

ଗତାନୁଗତିକ (conservatively) ଭାବରେ ବା ଅପରେଶନ (surgery) କରି ଆନ୍ତ୍ରିକ ଅବରୋଧ ରୋଗର ଚିକିତ୍ସା କରାଯାଏ ।[୧] ସ୍ୱାଭାବିକ ଭାବରେ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ, ଗୋଟିଏ ନାସାଜଠର ନଳୀ (nasogastric tube) ନାକ ବାଟେ ପାକସ୍ଥଳୀ ଭିତରକୁ ଭର୍ତ୍ତି କରିଦେଇ ଖାଦ୍ୟନଳି ଫାଙ୍କା ରଖାଯାଏ ଓ ଯନ୍ତ୍ରଣା ନିବାରକ ଔଷଧ (pain medications ଦିଆଯାଏ ।[୧] ଏହି ରୋଗରେ ଅଧିକାଂଶ ସମୟରେ ଆଣ୍ଟିବାୟୋଟିକ (Antibiotic) ଦିଆଯାଏ । [୧] କ୍ଷୁଦ୍ରାନ୍ତ୍ର ଅବରୋଧରେ ପ୍ରାୟ ୨୫% ରୋଗୀଙ୍କର ଅପରେଶନ ଆବଶ୍ୟକ ହୁଏ ।[୪] ରୋଗ ଜଟିଳ ହେଲେ ପୂଜ ସୃଷ୍ଟି (sepsis), ଖାଦ୍ୟନଳୀ ଅଳ୍ପରକ୍ତ‌ତା (bowel ischemia), ଓ ଜଠରାନ୍ତ୍ର ଛିଦ୍ର (bowel perforation) ହୋଇପାରେ ।[୩]

ସନ ୨୦୧୩ର ଆକଳନ ଅନୁସାରେ ସେହି ବର୍ଷ ପ୍ରାୟ ୨.୫ ନିୟୁତ ଆନ୍ତ୍ରିକ ଅବରୋଧ ରୋଗୀ ମଧ୍ୟରୁ ୨୩୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । [୫][୬] ଏହି ରୋଗ ଯେ କୌଣସି ବୟସରେ ହୋଇପାରେ ଓ ପୁରୁଷ ତ‌ଥା ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୪] ହିପୋକ୍ରେଟଙ୍କଦ୍ୱାରା ଓ ଖ୍ରୀ:ପୂ: ୧୫୫୦ରେ ଏବରସ ପାପିରସରେ (Ebers Papyrus) ମଧ୍ୟ ଏହି ରୋଗ ବିଷୟରେ ଲିଖିତ ଥିବା ସ‌ହ ସମୁଦାୟ ଇତିହାସରେ ଲିପିବଦ୍ଧ ହୋଇଛି ।[୭]

ଲକ୍ଷଣ[ସମ୍ପାଦନା]

ଏହି ରୋଗୀର ପେଟରେ ତୀବ୍ର ଯନ୍ତ୍ରଣା ହୋଇ ବାନ୍ତି ହୋଇଥାଏ। ଏହି ବାନ୍ତିରେ ଖିଆ ଯାଇଥିବା ଖାଦ୍ୟ ପଦାର୍ଥ, ପିତ୍ତ ଓ ଅଟକି ରହିଥିବା ମଳ ବାହାରିଥାଏ। ଏହାର ଅନ୍ୟାନ୍ୟ ଲକ୍ଷଣ ଗୁଡ଼ିକ ହେଲା -

  • ତଳିପେଟ ଯନ୍ତ୍ରଣା
  • କ୍ଷୁଧାହ୍ରାସ
  • ମୁଣ୍ଡ ବୁଲେଇବା
  • କୋଷ୍ଠକାଠିନ୍ୟ
  • ତଳିପେଟର ସ୍ଫିତୀ

କାରଣ[ସମ୍ପାଦନା]

ଏହି ରୋଗପାଇଁ ଖାଦ୍ୟ ପେୟରେ ହେଉଥିବା ତ୍ରୁଟି ହିଁ ଦାୟୀ। ଏହାର କୋତୋଟି ମୁଖ୍ୟ କାରଣ ଗୁଡ଼ିକ ନିମ୍ନ ପ୍ରକାରର ହୋଇଥାଏ। ୧. ଅତ୍ୟଧିକ ତେଲ ବା ଘିଅ ଯୁକ୍ତ ଖାଦ୍ୟପଦାର୍ଥର ସେବନ ଏହାଛଡ଼ା ଅସ୍ୱଚ୍ଛ ଓ ଅପରିସ୍କାର ଖାଦ୍ୟର ସେବନ ଏପରି ସମସ୍ୟା ଜାତ କରିଥାଏ। ଖାଦ୍ୟରେ ବାଲି, ବା ବାଳ ଆଦି ଥିଲେ ତାହା ପେଟ ଭିତରକୁ ଯାଇ ଅବରୋଧ ସୃଷ୍ଟି କରିଥାଏ। ୨. ଦେହର ପୂର୍ବ ରୋଗ ଯଥା, ଗ୍ୟାସ, କୋଷ୍ଠ କାଠିନ୍ୟ, ଅର୍ଶାଙ୍କୁରରେ ମଳଦ୍ୱାରର ମାର୍ଗ ଅବରୋଧ ଆଦି। ୩. କେତେକ ଗମ୍ଭୀର ରୋଗ ଯଥା ଉଦରଗୁହାରେ ଅାବୁ (ଟ୍ୟୁମର), ଗ୍ରନ୍ଥି ଅନ୍ତ୍ର ସଂକୋଚନ, ଗଣ୍ଡୁପଦ କୃମି(ରାଉଣ୍ଡ ୱର୍ମ)।

ନିବାରଣ[ସମ୍ପାଦନା]

ଏହି ରୋଗ ଆରୋଗ୍ୟ ସାଧ୍ୟ। କେତେକ ଅନ୍ତ୍ରାବରୋଧ ଆପଣାଛାଏଁ ଭଲ ହୋଇ ଯାଇଥାଏ;[୮]

ଆୟୁର୍ବେଦୀୟ ଚିକିତ୍ସା[ସମ୍ପାଦନା]

ଆୟୁର୍ବେଦରେ ଏହି ରୋଗର ନିବାରଣ ପାଇଁ ଅନେକ ପ୍ରଭାବୀ ବିଧି ଉପଲବ୍ଧ। ଏହି ରୋଗରେ ନାରାୟଣ ଚୂର୍ଣ୍ଣ, ଶିବାକ୍ଷାର ପାଚନ ଚୂର୍ଣ୍ଣ ଓ ହିଙ୍ଗ୍ୱାଷ୍ଟକ ଚୂର୍ଣ୍ଣ ଆଦି ଔଷଧ ଦିଆ ଯାଇଥାଏ। କୌଣସି ଔଷଧ ପ୍ରୟୋଗ କରିବା ଆଗରୁ ବିରେଚନ (ଝାଡ଼ା ସଫା ଔଷଧ) ଦିଆ ଯାଇଥାଏ।[୯]

ଡାକ୍ତରୀ ଚିକିତ୍ସା[ସମ୍ପାଦନା]

ଅଧିକାଂଶ କ୍ଷେତ୍ରରେ ଏହା ଅସ୍ତ୍ରୋପଚାର ଦରକାର କରିଥାଏ। [୧୦]

ପଥ୍ୟାପଥ୍ୟ[ସମ୍ପାଦନା]

ପଥ୍ୟ[ସମ୍ପାଦନା]

ରୋଗୀପାଇଁ ପୁରୁଣା ଚାଉଳ ଭାତ, ମୁଗଡ଼ାଲି, ଘିଅ ପଡ଼ିଥିବା ଖେଚୁଡ଼ି, ପତଳା ମୂଳା, ବଥୁଆ, ସଜନା ଛୁଇଁ, ଲେମ୍ବୁ, କ୍ଷୀର ଓ ସମାନ ମାତ୍ରାରେ ମିଶିଥିବା ଘିଅ ଚିନି, ମିଶ୍ରିତ ଯବ ଚଣାର ଛତୁଆ ଆଦି ଉତ୍ତମ ପଥ୍ୟ ଅଟେ। ଅପଥ୍ୟ

ଅପଥ୍ୟ[ସମ୍ପାଦନା]

ଆଳୁ, କନ୍ଦ, ବେସନରୁ ପ୍ରସ୍ତୁତ ପଦାର୍ଥ, କଷାଳିଆ ପଦାର୍ଥ, ଖଟା, ତେଲ, ରାଗ, ମସଲାଯୁକ୍ତ ଖାଦ୍ୟ ଓ ଗରିଷ୍ଠ ଖାଦ୍ୟକୁ ପରିହାର କରିବା ଆବଶ୍ୟକ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Fitzgerald, J. Edward F. (2010). Small Bowel Obstruction. Oxford: Wiley-Blackwell. pp. 74–79. doi:10.1002/9781444315172.ch14. ISBN 9781405170253.
  2. Adams, James G. (2012). Emergency Medicine: Clinical Essentials (Expert Consult -- Online) (in ଇଂରାଜୀ). Elsevier Health Sciences. p. 331. ISBN 1455733946.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Gore, RM; Silvers, RI; Thakrar, KH; Wenzke, DR; Mehta, UK; Newmark, GM; Berlin, JW (November 2015). "Bowel Obstruction". Radiologic clinics of North America. 53 (6): 1225–40. PMID 26526435.
  4. ୪.୦ ୪.୧ Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 1093. ISBN 9780323084307.
  5. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/s0140-6736(15)60692-4. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  6. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  7. Yeo, Charles J.; McFadden, David W.; Pemberton, John H.; Peters, Jeffrey H.; Matthews, Jeffrey B. (2012). Shackelford's Surgery of the Alimentary Tract (in ଇଂରାଜୀ). Elsevier Health Sciences. p. 1851. ISBN 1455738077.
  8. Ludmir, J; P Samuels; BA Armson; MH Torosian (December 1989). "Spontaneous Small Bowel Obstruction Associated With A Spontaneous Triplet Gestation – A Case Report". J Reprod Med. Pub Med. 34 (12): 985–7. PMID 2621741. {{cite journal}}: |access-date= requires |url= (help)
  9. ଡାକ୍ତର ଦୀନବନ୍ଧୁ ମହାରଣା - ପାଚନ ସଂସ୍ଥାନ ଜନିତ ରୋଗ ଅନ୍ତ୍ରାବରୋଧ, ପ୍ରଜାତନ୍ତ୍ର ସାପ୍ତାହିକୀ, ଫେବ୍ରୁଆରୀ ୨୦୦୪
  10. "Abdominal Adhesions and Bowel Obstruction". University of California San Francisco. Archived from the original on August 2, 2013. Retrieved August 11, 2013.

ଆହୁରି ପଢ଼ନ୍ତୁ:[ସମ୍ପାଦନା]