ପେରିଟୋନିଆଲ ଡିଆଲିସିସ
ପେରିଟୋନିଆଲ ଡିଆଲିସିସ/Peritoneal dialysis | |
---|---|
ହସ୍ତକ୍ଷେପ | |
ICD-9-CM | ଛାଞ୍ଚ:ICD9proc |
MeSH | D010530 |
ପେରିଟୋନିଆଲ ଡିଆଲିସିସ (ଇଂରାଜୀ ଭାଷାରେ Peritoneal dialysis ବା PD) ଏକ ପ୍ରକାର ଡିଆଲିସିସ (dialysis) ଯେଉଁଥିରେ ଉଦର (abdomen) ମଧ୍ୟସ୍ଥ ପେରିଟୋନିଅମକୁ (peritoneum) ଏକ ପରଦା ଭଳି ବ୍ୟବହାର କରାଯାଏ ଯାହା ଭିତର ଦେଇ ତରଳ ପଦାର୍ଥ ଓ ଦ୍ରବିଭୁତ ପଦାର୍ଥମାନଙ୍କର ରକ୍ତ (blood) ସହ ବିନିମୟ ହୁଏ ।[୧] ଏହା ସାହାଯ୍ୟରେ ଅତ୍ୟଧିକ ତରଳ ପଦାର୍ଥ ବାହାର କରାଯାଏ, ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ସମାଧାନ କରାଯାଏ ଓ ବୃକ୍କ ଫେଲ (kidney failure) ହୋଇଥିଲେ ଶରୀରର ଟକ୍ସିନ ବାହାରକରାଯାଏ ।[୨] ପ୍ରଥମ କିଛି ବର୍ଷ ହେମୋଡିଆଲିସିସ (hemodialysis) ଅପେକ୍ଷା ପେରିଟୋନିଆଲ ଡିଆଲିସିସ ଅଧିକ ଫଳପ୍ରଦହୁଏ । ହୃତ୍ପିଣ୍ଡ ରୋଗ (heart disease) ଥିବା ଲୋକ ଏହା ଅଧିକ ସହନ କରିପାରନ୍ତି ।[୩]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଟୋନାଇଟିସ (infections within the abdomen), ହାର୍ନିଆ (hernia), ଉଚ୍ଚ ରକ୍ତଚାପ, ଉଦରରେ ରକ୍ତସ୍ରାବ ଓ କାଥେଟର ଅବରୁଦ୍ଧ ହୋଇପାରେ । ପୂର୍ବରୁ ଉଲ୍ଲେକନୀୟ ଉଦର ଅପରେଶନ (abdominal surgery) ହୋଇଥିଲେ ବା ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease) ଥିଲେ ଏହି ଡିଆଲିସିସ ସମ୍ଭବପର ହୁଏନି ।[୨] ଏହି କାମ ସୁଚାରୁରୁପେ କରିବା ନିମନ୍ତେ ଟେକନିକାଲ ଦକ୍ଷତା ଆବଶ୍ୟକ ।[୩]
ପେରିଟୋନିଆଲ ଡିଆଲିସିସରେ ଏକ ନିର୍ଦ୍ଦଷ୍ଟ ଦ୍ରବଣ ଉଦର ନିମ୍ନ ଭାଗରେ ଏକ ନଳୀ ମାଧ୍ୟମରେ ଭର୍ତ୍ତି କରିଦିଆଯାଏ ଓ ବାହାର କରିଦିଆଯାଏ । ସାରା ଦିନ ଏଭଳି ନିୟମିତ ଅନ୍ତରରେ ଡିଆଲିସିସ କଲେ ତାହାକୁ କଣ୍ଟିନୁଅସ ଆମ୍ବୁଲେଟରି ଡିଆଲିସିସ କୁହାଯାଏ ବା କେବଳ ରାତିରେ ଏକ ଯନ୍ତ୍ର ସାହାଯ୍ୟରେ ଡିଆଲିସିସ କଲେ ତାହାକୁ ଅଟୋମେଟେଡ ଡିଆଲିସିସ କୁହାଯାଏ । ଏହି ଦ୍ରବଣରେ ସୋଡ଼ିଅମ କ୍ଲୋରାଇଡ (sodium chloride), ହାଇଡ୍ରୋଜେନ କାର୍ବୋନେଟ (hydrogen carbonate) ଓ ଗ୍ଲୁକୋଜ (glucose) ଭଳି ଏକ ଅସ୍ମୋଟିକ ଏଜେଣ୍ଟ ଥାଏ ।[୨]
ସନ ୧୯୨୦ରେ ପ୍ରଥମେ ପେରିଟୋନିଆଲ ଡିଆଲିସିସ କରାଯାଇଥିଲେ ମଧ୍ୟ ସନ ୧୯୬୦ ପର୍ଯ୍ୟନ୍ତ ଏହା ଦୀର୍ଘକାଳୀନ ଭିତ୍ତିରେ କାର୍ଯ୍ୟକାରୀ ହୋଇନଥିଲା ।[୪] ଏଥିରେ ବ୍ୟବହୃତ ହେଉଥିବା ଦ୍ରବଣର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଦ୍ରବଣର ଦୁଇଲିଟରଥିବା ଏକ ବ୍ୟାଗର ମୂଲ୍ୟ ୬.୭୭ରୁ ୭.୩୦ ଆମେରିକୀୟ ଡଲାର ବା ବାର୍ଷିକ ଖର୍ଚ୍ଚ ପ୍ରାୟ ୧୨,୦୦୦ଡଲାର ।[୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ସରକାର ଏହା ବାବଦରେ ବାର୍ଷିକ ୫୩,୪୦୦ ଆମେରିକୀୟ ଡଲାର ଖର୍ଚ୍ଚ କରନ୍ତି ।[୩] ସନ ୨୦୦୯ ସୁଦ୍ଧା ୫୩ ଆଫ୍ରକୀୟ ଦେଶମାନଙ୍କ ମଧ୍ୟରୁ ୧୨ଟି ଦେଶରେ ଏହା ମିଳୁଥିଲା ।[୭]
ଆଧାର
[ସମ୍ପାଦନା]- ↑ Billings, Diane M. Lippincott's Content Review for NCLEX-RN (in ଇଂରାଜୀ). Lippincott Williams & Wilkins. p. 575. ISBN 9781582555157.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 453. ISBN 9789241547659. Retrieved 8 January 2017.
- ↑ ୩.୦ ୩.୧ ୩.୨ Barkoudah, Ebrahim (2016). "Dialysis Initiation During the Hospital Stay". Volume 5, Issue 4, An Issue of Hospital Medicine Clinics, (in ଇଂରାଜୀ). Elsevier Health Sciences. ISBN 9780323463164.
- ↑ Nolph, K. D. "History of peritoneal dialysis". Peritoneal dialysis (in ଇଂରାଜୀ). Springer Science & Business Media. p. 1.0 and 2.0. ISBN 9789401725606.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Dialysis Sol. Peritoneal W/ Dextrose". International Drug Price Indicator Guide. Retrieved 8 December 2016.[permanent dead link]
- ↑ ୭.୦ ୭.୧ Ronco, Claudio; Crepaldi, Carlo; Cruz, Dinna N. (2009). Peritoneal Dialysis: From Basic Concepts to Clinical Excellence (in ଇଂରାଜୀ). Karger Medical and Scientific Publishers. p. 244. ISBN 9783805592024.