ନିବେଦିତା ଜେନା

ଉଇକିପିଡ଼ିଆ‌ରୁ
ନିବେଦିତା ଜେନା
ବୃତ୍ତିବ୍ୟାଙ୍କ କର୍ମଚାରୀ
ଭାଷାଓଡ଼ିଆ, ହିନ୍ଦୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚଇତୁ ହାଟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଫକୀର ମୋହନ ନାଟକ ସମ୍ମାନ

ନିବେଦିତା ଜେନା ହେଉଛନ୍ତି ଓଡ଼ିଆ ଏବଂ ହିନ୍ଦୀ ଭାଷାର ଜଣେ ନାଟକ ଏବଂ ଗଳ୍ପ ଲେଖିକା, ନାଟକ ନିର୍ଦ୍ଦେଶିକା ଏବଂ ନାଟକ ଅଭିନେତ୍ରୀ ।[୧] ତାଙ୍କଦ୍ୱାରା ରଚିତ ଚଇତୁ ହାଟ ନାଟକ ପାଇଁ ତାଙ୍କୁ ୨୦୧୧ ମସିହାରେ ନାଟକ ଏବଂ ଏକାଙ୍କିକା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨][୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନିବେଦିତା ରାଉରକେଲାର ବାସିନ୍ଦା ଅଟନ୍ତି । ସେ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କରେ କାର୍ଯ୍ୟରତ ।[୧]

ରଚନାବଳୀ[ସମ୍ପାଦନା]

  • ଚଇତୁ ହାଟ
  • ପୁକାର (ହିନ୍ଦୀ ଭାଷା)[୧]—ଏହି ହିନ୍ଦୀ ନାଟକ, ଗୋଟିଏ ବଲାତ୍କାରର ଶିକାର ହୋଇଥିବା ବ୍ୟକ୍ତି ଉପରେ ପର୍ଯ୍ୟବସିତ । ଏହି ନାଟକ ଇନ୍ଦୋରରେ ଅଭିନୟ କରି ଦେଖାଯାଇଥିଲା ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୧)[୪]
  • ଫକୀର ମୋହନ ନାଟକ ସମ୍ମାନ (୨୦୧୭)[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Palit, Ashok. "Nibedita Jena received Fakir Mohan Natak saman 2017". Odisha News Times (in ଆମେରିକୀୟ ଇଂରାଜୀ). Retrieved 2019-02-28.
  2. http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
  3. "VTLS Chameleon iPortal Item List". opac.nationallibrary.gov.in. Retrieved 2019-02-28.
  4. "Odisha Sahitya Akademi". odishasahityaakademi.org. Retrieved 2019-02-28.