ନାଜ୍‍କା ରେଖା

ଉଇକିପିଡ଼ିଆ ରୁ
Jump to navigation Jump to search

Coordinates: 14°43′00″S 75°08′00″W / 14.71667°S 75.13333°W / -14.71667; -75.13333

ନାଜ୍‍କା ଓ ପାଲ୍ପାର ରେଖା ଓ ଭୂପୃଷ୍ଠରେ ଅଙ୍କିତ ରେଖଚିତ୍ର
Líneas de Nazca, Nazca, Perú, 2015-07-29, DD 54.JPG
ନାଜ୍‍କା ରେଖା ଓ ଚିତ୍ର
Official name: Lines and Geoglyphs of Nasca and Palpa
ପ୍ରକାରସାଂସ୍କୃତିକ
ମାନଦଣ୍ଡi, iii, iv
Reference no.୭୦୦
ଦେଶପେରୁ
ମହାଦେଶଦକ୍ଷିଣ ଆମେରିକା

ନାଜ୍‍କା ରେଖା ବା ନାଜ୍‍କା ରେଖାଚିତ୍ର (ଇଂରାଜୀରେ Nazca Lines) ଦକ୍ଷିଣ ପେରୁର ନାଜ୍‍କା ମରୁଭୂମିରେ ପ୍ରାଚୀନ କାଳରେ ଭୂପୃଷ୍ଠ ଉପରେ ଅଙ୍କିତ ବିଭିନ୍ନ ରେଖା ଓ ଚିତ୍ରକୁ ବୁଝାଇଥାଏ । ମାଟିକୁ ଅଗଭୀର ଭାବେ ଖୋଳାଯାଇ ଏହି ସବୁ ବିରାଟ ରେଖା ଓ ଚିତ୍ରଗୁଡ଼ିକୁ ଅଙ୍କିତ କରାଯାଇଥିଲା ।[୧] ଖ୍ରୀଷ୍ଟପୂର୍ବ ୫୦୦ରୁ ଖ୍ରୀଷ୍ଟାବ୍ଦ ୫୦୦ ମଧ୍ୟରେ ଏହି ସବୁ ଅଙ୍କିତ କରାଯାଇଥିବା ବିଶ୍ୱାସ କରାଯାଏ ।[୨]

ଏଥିରୁ ପ୍ରାୟତଃ ଅଧିକାଂଶ ରେଖା ସରଳ ରେଖା । କିନ୍ତୁ ତାହା ସହିତ ସ୍ଥାନେ ସ୍ଥାନେ ବିଭିନ୍ନ ପଶୁ, ପକ୍ଷୀ, ବୃକ୍ଷ ଓ ସାମାନ୍ୟ ରେଖାଚିତ୍ର ମଧ୍ୟ ଅଙ୍କିତ ହୋଇଥିଲା । ପୃଥିବୀ ବକ୍ଷରେ ଅଙ୍କିତ ଏହି ବିଶାଳକାୟ ଝୋଟି ପରି ପ୍ରତି ଚିତ୍ର ୪୦୦ ମିଟରରୁ ନେଇ ୧.୧ କିଲୋମିଟର ଓସାରର । ସମସ୍ତ ଚିତ୍ରକୁ ମିଶାଇ ଦେଖିଲେ ଏମାନଙ୍କ ସର୍ବମୋଟ ଦୈର୍ଘ୍ୟ ପ୍ରାୟ ୧୩୦୦ କିଲୋମିଟର ଏବଂ କ୍ଷେତ୍ରଫଳ ପ୍ରାୟ ୫୦ ବର୍ଗ କିଲୋମିଟର । ରେଖାମାନଙ୍କୁ ଚିହ୍ନିତ କରିବା ପାଇଁ ମାଟିରେ ୧୦-୧୫ ସେଣ୍ଟିମିଟର ଗଭୀର ଗାତମାନ ଖୋଳାଯାଇଛି । ସ୍ପଷ୍ଟ ରୂପେ ବାରିହେବା ପାଇଁ ଏଠାକାର ମୃତ୍ତିକାରେ ରହିଥିବା ନାଲି-ମାଟିଆ ରଙ୍ଗର ଲୌହ ଅକ୍ସାଇଡ୍ ଉପାଦାନଯୁକ୍ତ ଗୋଡ଼ି-ମାଟି ହଟାଇ ହଳଦିଆ-ପାଉଁଶିଆ ରଙ୍ଗର ଉପମୃତ୍ତିକା ବାହାରିବା ପର୍ଯ୍ୟନ୍ତ ଖୋଳାଯାଇଛି ।[୩][୨] ପ୍ରତି ରେଖାର ପ୍ରସ୍ଥ ବା ଓସାରରେ ତଫାତ ରହିଛି କିନ୍ତୁ ଅର୍ଦ୍ଧାଧିକ ରେଖାର ଓସାର ପ୍ରାୟ ୧ ମିଟରର ଏକ-ତୃତୀୟାଂଶ ମାପର ।[୧][୪] କିଛି ସ୍ଥାନରେ ରେଖାମାନଙ୍କ ଓସାର ୩୦.୫ ସେଣ୍ଟିମିଟର (୧ ଫୁଟ୍) ଓ ଅନ୍ୟ କିଛି ସ୍ଥାନରେ ଏହି ଓସାର ୧.୮ ମିଟର (୬ ଫୁଟ୍) ।[୧]

ଆଖାପାଖି ପାହାଡ଼ ବା ଉଚ୍ଚସ୍ଥାନରୁ ନାଜ୍‍କା ରେଖାମାନଙ୍କୁ ଦେଖିହେବ, କିନ୍ତୁ ଆକାଶରୁ (ପ୍ରାୟ ୧୫୦୦ ଫୁଟ୍ ବା ୪୫୭ ମିଟର ଉଚ୍ଚତାରୁ) ଏମାନେ ସ୍ପଷ୍ଟ ଭାବେ ଦେଖାଯାନ୍ତି ।[୫][୬][୭] ଏକ ଅବିଚ୍ଛିନ୍ନ ରେଖାରେ ପ୍ରତି ଚିତ୍ର ଅଙ୍କିତ ହୋଇଛି । ସବୁଠାରୁ ବଡ଼ ଚିତ୍ରଗୁଡ଼ିକ ପ୍ରାୟ ୩୭୦ ମିଟର (୧୨୦୦ ଫୁଟ୍) ଲମ୍ବା ।[୮] ଏଠାକାର ଶୁଷ୍କ, ଅଳ୍ପ ବାୟୁପ୍ରବାହବିଶିଷ୍ଟ ଓ ସ୍ଥିର ଜଳବାୟୁ ଯୋଗୁଁ ଏହି ରେଖାଚିତ୍ରଗୁଡ଼ିକ ପ୍ରାକୃତିକ ଭାବେ ସଂରକ୍ଷିତ ହୋଇ ରହିଛନ୍ତି । ପାଣିପାଗରେ କାଁଭାଁ ସାମାନ୍ୟ ପରିବର୍ତ୍ତନ ହୋଇ କିଛି ଚିତ୍ର ଅଳ୍ପ ପ୍ରଭାବିତ ହୋଇଛନ୍ତି । ଅସ୍ଥାୟୀ ଜନବସତିମାନଙ୍କ ଅନୁପ୍ରବେଶ ଯୋଗୁଁ କିଛି ରେଖା କ୍ଷୟପ୍ରାପ୍ତ ହେଉଥିବା ବିଷୟ ୨୦୧୨ ମସିହାରେ ପ୍ରକାଶ ପାଇଥିଲା ।[୯]

ଚିତ୍ରମାନଙ୍କ ମଧ୍ୟରୁ କିଛି ସରଳ ତ ଆଉ କିଛି ଜଟିଳ । ବିଭିନ୍ନ ସରଳ ରେଖା, ଜ୍ୟାମିତିକ ଚିତ୍ର ବ୍ୟତୀତ ହମିଂବର୍ଡ୍, ବୁଢ଼ିଆଣୀ, ମାଛ, ଲାମା, ଜାଗୁଆର, ମାଙ୍କଡ଼, ଝିଟିପିଟି, କୁକୁର ଓ ମଣିଷ ଆଦି ୭୦ଟି ବିଭିନ୍ନ ଜୀବଙ୍କ ଚିତ୍ର ରହିଛି । ଏହା ସହିତ ଗଛ ଓ ଫୁଲର ଚିତ୍ର ମଧ୍ୟ ରହିଛି ।[୨] ଭୂପୃଷ୍ଠରେ ଏପରି ବିରାଟ ଚିତ୍ର ଆଙ୍କିବାର ଉଦ୍ଦେଶ୍ୟ କଣ ଥିଲା – ତାହାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଇଥାନ୍ତି; କିନ୍ତୁ ସାଧାରଣରେ ଏଗୁଡ଼ିକର ଧାର୍ମିକ ମହତ୍ତ୍ୱ ରହିଥିବା ଅନୁମାନ କରାଯାଏ ।[୧୦][୧୧][୧୨][୧୩] ୧୯୯୪ ମସିହାରେ ନାଜ୍‍କା ରେଖାଗଣଙ୍କୁ ୟୁନେସ୍କୋ (UNESCO) ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଥିଲା ।

ଅବସ୍ଥିତି[ସମ୍ପାଦନା]

ପେରୁର ନାଜ୍‍କା ଓ ପାଲ୍ପା ସହର ମଧ୍ୟବର୍ତ୍ତୀ ୮୦ କି.ମି.ରୁ ଅଧିକ ବ୍ୟାପୀ ଉଚ୍ଚ ମରୁଭୂମିରେ ଏହି ସବୁ ରେଖାଚିତ୍ର ଅବସ୍ଥିତ । ଏହି ସ୍ଥାନ ପେରୁର ରାଜଧାନୀ ଲିମାଠାରୁ ପ୍ରାୟ ୪୦୦ କିଲୋମିଟର ଦକ୍ଷିଣରେ ରହିଛି । ସାନ୍ ମିଗ୍ୱେଲ୍ ଡେ ଲା ପାସ୍କାନା ଗ୍ରାମ ନିକଟସ୍ଥ ୪୦ ବର୍ଗ କିଲୋମିଟର ଅଞ୍ଚଳରେ ବହୁ ଚିତ୍ର ଓ ରେଖା ଏକାଠି ଦେଖିବାକୁ ମିଳନ୍ତି । ସମସ୍ତ ଉଲ୍ଲେଖନୀୟ ଚିତ୍ର ଏହି ଅଞ୍ଚଳରେ ଦେଖାଯାଇପାରିବ ।

ପାରାକାସ୍ ସଂସ୍କୃତିର କଳା ସହିତ କିଛି ସାମଞ୍ଜସ୍ୟ ରହିଥିଲେ ହେଁ ବିଶେଷଜ୍ଞମାନେ ଏମାନଙ୍କୁ ନାଜ୍‍କା ସଂସ୍କୃତିର ଉତ୍ପାଦ ବୋଲି କୁହନ୍ତି ।

ଇତିହାସ[ସମ୍ପାଦନା]

ପେଡ୍ରୋ ସିଏଜା ଡି ଲ୍ୟଁ ୧୫୫୩ ମସିହାରେ ନିଜର ଏକ ପୁସ୍ତକରେ ନାଜ୍‍କା ରେଖାମାନଙ୍କୁ ଏକ ପଥ ସୂଚକ ସାଙ୍କେତିକ ଚିହ୍ନ ବୋଲି ଲେଖିଥିଲେ ଓ ଏହା ଏଇ ରେଖାମାନଙ୍କ ସମ୍ବନ୍ଧୀୟ ପ୍ରଥମ ଉଲ୍ଲେଖ ।[୧୪]

ମାରିଆ ରାଇଶ୍ ୧୯୫୩ ମସିହାରେ ଆକାଶ ମାର୍ଗରୁ ଉଠାଇଥିବା ନାଜ୍‍କା ମାଙ୍କଡ଼ ଚିତ୍ର

୧୫୮୬ ମସିହାରେ ଲୁଇ ମୋଞ୍ଜୋଁ ପେରୁରେ କିଛି ପ୍ରାଚୀନ “ସଡ଼କ” ଓ ଭଗ୍ନାବଶେଷ ଦେଖିବା ବିଷୟ ପ୍ରକାଶ କରିଥିଲେ ।[୧୫] ସ୍ଥାନୀୟ ଲୋକେ ଯଦିଓ ଏହି ରେଖାଗୁଡ଼ିକୁ ଆଖପାଖର ପାହାଡ଼ରୁ ଦେଖି ଆସୁଥିଲେ, ପେରୁର ସେନାବାହିନୀ ଓ ଘରୋଇ ବିମାନଚାଳକମାନେ ପ୍ରଥମେ ଏହି ରେଖାଚିତ୍ରକୁ ଲୋକଲୋଚନକୁ ଆଣିଥିଲେ ।

୧୯୨୭ ମସିହାରେ ପେରୁର ପ୍ରତ୍ନତତ୍ତ୍ୱବିତ ତୋରିବିଓ ମେହିଆ ଜେସ୍ପେ ଆଖ ପାଖର ପାହାଡ଼ରେ ଭ୍ରମଣ କରିବା ସମୟରେ ଏହି ରେଖା ସବୁ ଦେଖିଥିଲେ ଏବଂ ୧୯୩୯ ମସିହାରେ ହୋଇଥିବା ଏକ ସମ୍ମିଳନୀରେ ଏହି ବିଷୟ ପରିପ୍ରକାଶ କରିଥିଲେ ।[୧୬]

ଆମେରିକାର ଲଂଗ୍ ଆଇଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପଲ୍ କୋସୋକ୍ ହେଉଛନ୍ତି ପ୍ରଥମ ଐତିହାସିକ ଓ ଗବେଷକ ଯିଏ ନାଜ୍‍କା ରେଖା ସମ୍ପର୍କରେ ପ୍ରଥମେ ଗବେଷଣା କରିଥିଲେ । ୧୯୪୦-୪୧ ମସିହାରେ ପ୍ରାଚୀନ ପେରୁର ଜଳସେଚନ ବ୍ୟବସ୍ଥା ବିଷୟରେ ଗବେଷଣା କରୁଥିବା ସମୟରେ ଥରେ ସେ ନାଜ୍‍କା ରେଖାଙ୍କ ଉପର ଦେଇ ବିମାନରେ ଯାଉଥିଲେ ଓ ଭୂମିରେ ତାଙ୍କୁ ପକ୍ଷୀର ଏକ ବିଶାଳ ଚିତ୍ର ଦେଖାଗଲା । ଦକ୍ଷିଣ ଗୋଲାର୍ଦ୍ଧରେ ମକର ସଂକ୍ରାନ୍ତି ବେଳକୁ ରେଖାଗୁଡ଼ିକ କିପରି ରୂପ ସୃଷ୍ଟି କରନ୍ତି ତାହା ମଧ୍ୟ ସେ ଅନୁଧ୍ୟାନ କରିଥିଲେ । ଏହା ପରେ ସେ ରେଖାମାନଙ୍କ ଉଦ୍ଦେଶ୍ୟ ଓ ଅଙ୍କନ ପ୍ରଣାଳୀ ଉପରେ ଗବେଷଣା ଆରମ୍ଭ କଲେ । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ନତତ୍ତ୍ୱବିତ ରିଚାର୍ଡ୍ ଶେଡେଲ୍ ଓ ଲିମାରେ ବାସ କରୁଥିବା ଜଣେ ଜର୍ମାନ ପ୍ରତ୍ନତତ୍ତ୍ୱବିତ ଓ ଗଣିତଜ୍ଞ ମାରିଆ ରାଇଶ୍ ପଲ୍‍ଙ୍କ କାର୍ଯ୍ୟରେ ଯୋଗ ଦେଇଥିଲେ । ସେମାନେ ପ୍ରସ୍ତାବ ଦେଲେ ଯେ ସୂର୍ଯ୍ୟ, ଗ୍ରହ ଓ ନକ୍ଷତ୍ର ଆଦି ବିଭିନ୍ନ ସମୟରେ ଦିଗବଳୟର କେଉଁଠାରୁ ଉଦୟ ହୁଅନ୍ତି ତାହା ରେଖା ଓ ଚିତ୍ରମାନଙ୍କ ମାଧ୍ୟମରେ ଇଙ୍ଗିତ କରାଯାଇଛି । ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଓ ଗଣିତଜ୍ଞମାନେ ଏହି ରେଖାର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଗବେଷଣା କରି ଆସୁଛନ୍ତି ।

ନାଜ୍‍କା ରେଖା କାହିଁକି ଅଙ୍କାଗଲାଠାରୁ ଏଗୁଡ଼ିକ କିପରି ଅଙ୍କିତ ହେଲା – ତାହା ନିର୍ଣ୍ଣୟ କରିବା ସହଜ । ନାଜ୍‍କା ଲୋକେ ସରଳ ଓ ସାମାନ୍ୟ ଖୋଦନ ଉପକରଣ ବ୍ୟବହାର କରି ଏହି ରେଖାମାନ ସୃଷ୍ଟି କରିଥିବେ ବୋଲି ଗବେଷକମାନେ କହିଛନ୍ତି । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ କିଛି ରେଖା ଶେଷରେ କାଠର କୀଳା ପୋତାଯାଇଥିବା ଜଣା ପଡ଼ିଛି । ଏହି କୀଳାର କାର୍ବନ ଡେଟିଂ କରି ରେଖାମାନଙ୍କ ସମୟକାଳ ନିର୍ଦ୍ଧାରିତ ହୋଇଥିଲା ।

ଲେଖକ ଏରିକ୍ ଭୋନ୍ ଡେନିକେନ୍ ନିଜ ପୁସ୍ତକ “ଚ୍ୟାରିଅଟ୍ସ ଅଫ୍ ଦ ଗଡ୍ସ”ରେ ଦାବୀ କରିଥିଲେ ଯେ ପ୍ରାଚୀନ କାଳରେ ଅନ୍ୟ ଗ୍ରହରୁ ଲୋକେ ପୃଥିବୀକୁ ଆସିଥିଲେ ଓ ସେମାନଙ୍କୁ ସଙ୍କେତ ଦେବା ପାଇଁ ଏହି ସବୁ ରେଖା ଅଙ୍କିତ ହୋଇଥିଲା ।[୧୭] କିନ୍ତୁ ଜୋ ନିକେଲ୍ ନାଜ୍‍କା ସମୟର ଉପକରଣ ବ୍ୟବହାର କରି ଏପରି ଚିତ୍ରର ନକଲ ପ୍ରସ୍ତୁତ କରିଥିଲେ ଓ “ସାଇଣ୍ଟିଫିକ୍ ଆମେରିକାନ୍” ପତ୍ରିକା ଏହାକୁ ଅବିକଳ ବୋଲି ଅଭିହିତ କରିଥିଲା ।[୧୮] ସୁଚିନ୍ତିତ ଯୋଜନା ଓ ସରଳ ଉପକରଣଦ୍ୱାରା ଏବଂ ଆକାଶମାର୍ଗରୁ ନିରୀକ୍ଷଣ ବିନା ଅଳ୍ପ ଲୋକଙ୍କୁ ନେଇ କିଛି ଦିନରେ ଏପରି ଚିତ୍ର ଅଙ୍କିତ କରାଯାଇପାରିବ ବୋଲି ନିକେଲ୍ ପ୍ରମାଣ କରିବା ସହିତ ଏରିକ୍‍ଙ୍କ ତତ୍ତ୍ୱ ଭ୍ରମାତ୍ମକ ବୋଲି ମତ ଦେଇଥିଲେ ।[୧୯]

ଅଧିକାଂଶ ରେଖା ମାଟିକୁ ସରଳ ରୈଖିକ ଭାବେ ୧୦-୧୫ ସେଣ୍ଟିମିଟର ଗଭୀର ଖୋଳି ପ୍ରସ୍ତୁତ କରାଯାଇଛି । ଏହି ସବୁ ଗାତ ଖୋଳିବା ଯୋଗୁଁ ଉପର ସ୍ତରର ଲୌହ ଅକ୍ସାଇଡ୍ ଉପାଦାନଯୁକ୍ତ ନାଲି-ମାଟିଆ ରଙ୍ଗର ଗୋଡ଼ି, ମାଟି ପ୍ରଭୃତି ହଟିଯାଇଛି । ଫଳରେ ନିମ୍ନ ସ୍ତରର ଫିକା ହଳଦିଆ-ପାଉଁଶିଆ ରଙ୍ଗର ଉପମୃତ୍ତିକା ଦେଖାଯାଉଛି । ଗାଢ଼ ପୃଷ୍ଠଭୂମିରେ ଫିକା ରେଖା ଚିତ୍ରଗୁଡ଼ିକୁ ସ୍ପଷ୍ଟତା ପ୍ରଦାନ କରୁଛି । ନିମ୍ନ ସ୍ତରର ଉପମୃତ୍ତିକାରେ ବହୁ ପରିମାଣରେ ଚୂନ ରହୁଥିବାରୁ ଓ ସକାଳର କାକର ମିଶି ଏହା କଠିନ ହୋଇଯାଇଥିବାରୁ ନାଜ୍‍କା ରେଖାଗୁଡ଼ିକ ଅବକ୍ଷୟରୁ ସୁରକ୍ଷିତ ରହିଆସିଛନ୍ତି ।

ଏହି ପଦ୍ଧତିରେ ନାଜ୍‍କା ଲୋକେ ଅନେକ ବିରାଟକାୟ ସରଳ ଓ ବକ୍ର ରୈଖିକ ଚିତ୍ର ଅଙ୍କିତ କରିଥିଲେ । ଦେଖିବାକୁ ଗଲେ, ଏପରି ବଡ଼ ଧରଣର ଚିତ୍ର ସମୂହର ଯୋଜନା କରିବା ଜଟିଳ : ୪୫୦ ବର୍ଗ କି.ମି. ପରିମିତ ଅଞ୍ଚଳ ଓ ସବୁଠାରୁ ବଡ଼ ଚିତ୍ରଟି ୩୭୦ ମିଟର ବଡ଼ ।[୮] ମପାଯାଇଥିବା କିଛି ଚିତ୍ର ମଧ୍ୟରେ ହମିଂବର୍ଡ୍ ଚଢ଼େଇର ଚିତ୍ରଟି ୯୩ମି. ଲମ୍ବା, କୋଣ୍ଡୋର୍ ଚଢ଼େଇର ଚିତ୍ର ୧୩୪ ମି. ଲମ୍ବା, ମାଙ୍କଡ଼ ଚିତ୍ର ୯୩ ମି.×୫୮ ମି. ଓ ବୁଢ଼ିଆଣୀ ଚିତ୍ରଟି ୪୭ ମିଟର ଲମ୍ବା । ନାଜ୍‍କା ଅଞ୍ଚଳର ଜଳବାୟୁ ଶୁଷ୍କ, ଅଳ୍ପ ବାୟୁପ୍ରବାହବିଶିଷ୍ଟ ଓ ସ୍ଥିର ହୋଇଥିବା ଯୋଗୁଁ ଏହି ରେଖାଚିତ୍ରଗୁଡ଼ିକ ସ୍ୱତଃ ସଂରକ୍ଷିତ ହୋଇ ରହିଛନ୍ତି । ନାଜ୍‍କା ମରୁଭୂମି ପୃଥିବୀର ଶୁଷ୍କତମ ମରୁଭୂମିଙ୍କ ମଧ୍ୟରୁ ଗୋଟିଏ ଓ ଏଠାରେ ବର୍ଷବ୍ୟାପୀ ହାରାହାରି ତାପମାତ୍ରା ୨୫° ସେଲସିୟସ୍ ରହିଥାଏ । ଅଧିକ ବାୟୁପ୍ରବାହ ଓ ଘୂର୍ଣ୍ଣିର ଅଭାବ ଯୋଗୁଁ ରେଖାଗୁଡ଼ିକ ଅନ୍ୟ ବସ୍ତୁଙ୍କଦ୍ୱାରା ଆବୃତ ହୋଇନାହିଁ ।

୨୦୧୧ ମସିହାରେ ଜାପାନର ୟାମାଗାତା ବିଶ୍ୱବିଦ୍ୟାଳୟର ଏକ ଦଳ ଆଉ ଦୁଇଟି ଛୋଟ ଚିତ୍ରର ଆବିଷ୍କାର କରିଥିଲେ । ଏମାନଙ୍କ ମଧ୍ୟରୁ ମଣିଷ ମୁଣ୍ଡ ପରି ଦିଶୁଥିବା ଚିତ୍ରଟି ନାଜ୍‍କା ସଂସ୍କୃତିର ଆରମ୍ଭ କିମ୍ବା ତାହା ପୂର୍ବର ବୋଲି ଜଣାପଡ଼ିଛି । ପଶୁ ପରି ଦିଶୁଥିବା ଅନ୍ୟ ଚିତ୍ରଟିର ସମୟ ନିର୍ଦ୍ଧାରଣ କରାଯାଇପାରି ନାହିଁ । ନାଜ୍‍କାରେ ଆଗାମୀ ୧୫ ବର୍ଷ ଧରି ଗବେଷଣା କରିବା ପାଇଁ ୨୦୧୨ ସେପ୍ଟେମ୍ବର ମାସରେ ଏକ ଗବେଷଣାଗାର ପ୍ରତିଷ୍ଠା କରିବା ନେଇ ସେହି ବର୍ଷ ମାର୍ଚ୍ଚ ମାସରେ ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲା । ଏହି ଦଳ ୨୦୦୬ ମସିହାରୁ ନାଜ୍‍କାରେ ଗବେଷଣା କରି ଆସୁଛି ଓ ପ୍ରାୟ ୧୦୦ଟି ଭୂଅଙ୍କିତ ଚିତ୍ରର ଆବିଷ୍କାର କରିଛି ।[୨୦][୨୧]

୨୦୧୯ ମସିହାରେ ସ୍ମିଥ୍‍ସନିଆନ୍ ପତ୍ରିକାରେ ୩ ଜଣ ଜାପାନୀ ଗବେଷକଙ୍କ ଦଳ କିଛି ପକ୍ଷୀ ଚିତ୍ରକୁ ଚିହ୍ନଟ ବା ପୁନଃ ନିରୀକ୍ଷଣ କରିବା ବିଷୟ ଉଲ୍ଲେଖ କରିଥିଲା ।[୨୨] ଜାପାନର ୟାମାଗାତା ବିଶ୍ୱବିଦ୍ୟାଳୟ ଓ ଆଇ.ବି.ଏମ୍. (IBM) କମ୍ପାନୀର ଜାପାନୀ ଶାଖା ୧୪୩ଟି ନୂଆ ଚିତ୍ର ଆବିଷ୍କୃତ ହେବା ବିଷୟ ଘୋଷଣା କରିଥିଲେ ।[୨୩]

ପ୍ରାଚୀନ ପାରାକାସ୍ ସଂସ୍କୃତି ଓ ପାଲ୍ପା ରେଖାଚିତ୍ର[ସମ୍ପାଦନା]

ନାଜ୍‍କାରୁ ଅନତି ଦୂରରେ ପେରୁର ପାଲ୍ପା ମରୁ ଅଞ୍ଚଳରେ ଥିବା ପାହାଡ଼ଗୁଡ଼ିକ ନିକଟରେ ୨୫ଟି ଭୂମିଚିତ୍ର ନୂତନ ଭାବେ ଆବିଷ୍କୃତ ହୋଇଥିଲା । ଏହି ସବୁ ଚିତ୍ରକୁ ପାରାକାସ୍ ଚିତ୍ର କୁହାଯାଏ । ଏହି ସମସ୍ତ ଚିତ୍ର ନାଜ୍‍କା ରେଖା ଓ ଚିତ୍ରଙ୍କଠାରୁ ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରାଚୀନ ପେରୁରେ ବାସ କରିଥିବା ପାରାକାସ୍ ନାମକ ସ୍ଥାନୀୟ ଜାତିର ଲୋକେ ଏହା ଅଙ୍କିତ କରିଥିଲେ ।[୨୪] ଏହି ଜାତିର ଲୋକେ ହିଁ ପାରାକାସ୍ କାଣ୍ଡେଲାବ୍ରା ଭୂମିଚିତ୍ରର ସ୍ରଷ୍ଟା ବୋଲି ବିଶ୍ୱାସ କରାଯାଏ ।

ପାରାକାସ୍ ସଂସ୍କୃତି ନାଜ୍‍କା ସଂସ୍କୃତି ପୂର୍ବରୁ ବିକାଶ ଲାଭ କରିଥିଲା ଏବଂ ନାଜ୍‍କା ସଂସ୍କୃତି ଏହାଠାରୁ ପ୍ରେରିତ ବା ପ୍ରଭାବିତ ବୋଲି କୁହାଯାଏ । ୨୦୧୮ ମସିହାରେ ପ୍ରତ୍ନତତ୍ତ୍ୱବିତମାନେ ବ୍ୟବହାର କରିଥିବା ଡ୍ରୋନ୍‍ମାନ ପାଲ୍ପା ଅଞ୍ଚଳରେ ବିଭିନ୍ନ ଭୂ-ଅଙ୍କିତ ଚିତ୍ରର ଆବିଷ୍କାର କରିଥିଲେ ଓ ଏଗୁଡ଼ିକ ପାଲ୍ପା ସଂସ୍କୃତି ସହ ଜଡ଼ିତ ବୋଲି ଜଣା ପଡ଼ିଥିଲା । ଉଭୟ ନାଜ୍‍କା ଓ ପାଲ୍ପା ରେଖାଚିତ୍ରମାନଙ୍କ ସମୟ, ଚିତ୍ରର ବିଷୟବସ୍ତୁ ଓ ଅଙ୍କିତ ସ୍ଥାନରେ ତାରତମ୍ୟ ଦେଖାଯାଇଛି ।[୨୫] ପାଲ୍ପା ଚିତ୍ରର ସହ-ଆବିଷ୍କାରକ ପେରୁର ପ୍ରତ୍ନତତ୍ତ୍ୱବିତ ଲୁଇ ହାଇମେ କାଷ୍ଟିଲୋ ବଟର୍ସ କୁହନ୍ତି ଯେ ଅଧିକାଂଶ ପାଲ୍ପା ଚିତ୍ରରେ ସୈନ୍ୟ ଓ ଯୋଦ୍ଧାମାନଙ୍କୁ ଦର୍ଶାଇଥାଏ ।

ଉଦ୍ଦେଶ୍ୟ[ସମ୍ପାଦନା]

ନାଜ୍‍କାର ଏକ ଅଂଶର ଉପଗ୍ରହ ଚିତ୍ର (ଏଠାରେ ଡାହାଣ ପଟଟି ଉତ୍ତର ଦିଗ, ଦିଗ ବାରେଣୀ: 14°43′S 75°08′W / 14.717°S 75.133°W / -14.717; -75.133)

ନୃଜାତି ବିଜ୍ଞାନୀ ଓ ପ୍ରତ୍ନତତ୍ତ୍ୱବିତମାନେ ପ୍ରାଚୀନ ନାଜ୍‍କା ରେଖାମାନଙ୍କର ଅଧ୍ୟୟନ କରି ଏହା ଅଙ୍କନ କରିବାର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରିଆସିଛନ୍ତି । ତନ୍ମଧ୍ୟରୁ ଗୋଟିଏ ମତ ଅନୁସାରେ ଆକାଶରେ ରହୁଥିବା ଦେବାଦେବୀମାନେ ଦେଖିବା ପାଇଁ ନାଜ୍‍କା ଲୋକେ ଏପରି ବିରାଟକାୟ ଚିତ୍ର ଓ ରେଖାମାନ ଅଙ୍କିତ କରିଥିଲେ ।

ଏହି ରେଖାଚିତ୍ରମାନଙ୍କ ସମ୍ପର୍କ ମହାକାଶବିଜ୍ଞାନ ଓ ବ୍ରହ୍ମାଣ୍ଡ ବିଜ୍ଞାନ ସହିତ ରହିଛି ବୋଲି ପଲ୍ କୋସୋକ୍ ଓ ମାରିଆ ରାଇଶ୍ ମତ ରଖିଥିଲେ । ସଂକ୍ରାନ୍ତି ସମୟରେ ମହାଜାଗତିକ ଗ୍ରହ, ନକ୍ଷତ୍ରମାନେ ଦିଗବଳୟର କେଉଁ ଦିଗରୁ ଉଦୟ ଅସ୍ତ ହୁଅନ୍ତି – ତାହା ଜଣାଇବା ପାଇଁ ଏହି ସବୁ ଚିତ୍ର ଅଙ୍କିତ କରାଯାଇଥିଲା । ପ୍ରାଗୈତିହାସିକ ସଂସ୍କୃତିରେ (ଯଥା ଯୁକ୍ତରାଷ୍ଟ୍ର ଆମେରିକାର କାହୋକିଆସ୍ଥ ମିଶିସିପି ସଂସ୍କୃତି, ଇଂଲଣ୍ଡର ଷ୍ଟୋନ୍ ହେଞ୍ଜ୍ ଓ ଏପରି ଅନେକ) ଜ୍ୟୋତିଷ ଓ ମହାକାଶ ସମ୍ବନ୍ଧୀୟ ବିଷୟବସ୍ତୁକୁ ଆଧାର କରି ଅନେକ କଳାକୃତି ନିର୍ମିତ ହୋଇଥିଲା ଓ ନାଜ୍‍କା ରେଖା ତନ୍ମଧ୍ୟରୁ ଏକ ବୋଲି ଏହି ମତ ପ୍ରକାଶ ପାଇଥିଲା । ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ପ୍ରତ୍ନତତ୍ତ୍ୱ ଅଧ୍ୟୟନ କରୁଥିବା ଦୁଇ ବିଜ୍ଞାନୀ ଜେରାଲ୍‍ଡ୍ ହକିନ୍ସ ଓ ଆନ୍ଥୋନି ଆଭେନି ୧୯୯୦ ମସିହାରେ ନିଜ ମତ ଦେଇ କହିଥିଲେ ଯେ ମହାକାଶ ବିଜ୍ଞାନ ସହିତ ନାଜ୍‍କା ରେଖାର ସମ୍ପର୍କ ବିଷୟରେ ଯଥେଷ୍ଟ ପ୍ରମାଣ ନାହିଁ ।[୨୬]

ମାରିଆ ରାଇଶ୍‍ଙ୍କର ଦୃଢ଼ ବିଶ୍ୱାସ ରହିଥିଲା ଯେ ନାଜ୍‍କାର କିଛି ବା ସମସ୍ତ ରେଖା କୌଣସି ନା କୌଣସି ନକ୍ଷତ୍ରପୁଞ୍ଜର ପ୍ରତୀକ । ୧୯୯୮ ମସିହା ବେଳକୁ ରାଇଶ୍‍ଙ୍କ ଅନୁପନ୍ଥୀ ଓ ଚିକାଗୋର ଆଡ୍ଲର୍ ପ୍ଲାନେଟାରିୟମ୍‍ର ବରିଷ୍ଠ ମହାକାଶ ବିଜ୍ଞାନୀ ଫିଲିସ୍ ପିଟ୍ଲୁଗା ପ୍ରକାଶ କରିଥିଲେ ଯେ ଏହି ସବୁ ଚିତ୍ର ଆକାଶରେ ଦେଖାଯାଉଥିବା ଚରିତ୍ରମାନଙ୍କ ଏକ କଳାତ୍ମକ ପ୍ରତିଫଳନ ମାତ୍ର । ଦ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସେ ଏହି ଚିତ୍ରମାନଙ୍କୁ ନକ୍ଷତ୍ରପୁଞ୍ଜ ନୁହେଁ ବରଂ ଆକାଶଗଙ୍ଗାର ଆଲୋକିତ ନକ୍ଷତ୍ରପୁଞ୍ଜଙ୍କ ମଧ୍ୟରେ ରହିଥିବା ତମସାଚ୍ଛନ୍ନ ଅଂଶର ପରିପ୍ରକାଶ ବୋଲି କହିଥିଲେ ।[୨୭] ଫିଲିସ୍ ପିଟ୍ଲୁଗା କମ୍ପ୍ୟୁଟର ସହାୟତାରେ ନକ୍ଷତ୍ରମାନଙ୍କ ସଂରଚନା ଓ ନାଜ୍‍କା ରେଖାର ତୁଳନା କରିଥିଲେ । ତାଙ୍କ ଅନୁସାରେ ବୁଢ଼ିଆଣୀ ଚିତ୍ରଟି ମୃଗ (ବା କାଳପୁରୁଷ) ନକ୍ଷତ୍ରପୁଞ୍ଜର (Orion constellation) ଏକ ବକ୍ର ପ୍ରତିଫଳନ ପରି । ସେ ଆହୁରି କହିଥିଲେ ଯେ ବୁଢ଼ିଆଣୀ ଚିତ୍ରର ୩ଟି ରେଖା ନକ୍ଷତ୍ରପୁଞ୍ଜର ତିନୋଟି ନକ୍ଷତ୍ରଙ୍କ ପରିବର୍ତ୍ତନଶୀଳ କୋଣ ଅନୁସାରେ ଅଙ୍କିତ । ଆନ୍ଥୋନି ଆଭେନି କିନ୍ତୁ ଏହି ମତର ସମାଲୋଚନା କରିଥିଲେ । ଅନ୍ୟ ୧୨ଟି ରେଖାର କୌଣସି ସମ୍ପର୍କ ନଥିବାରୁ ଆନ୍ଥୋନି ଏହି ମତବାଦକୁ ଗ୍ରହଣ କରିନଥିଲେ ।

ଆନ୍ଥୋନିଙ୍କ ଅନୁସାରେ : ମୁଁ ତାଙ୍କ (ଫିଲିସ୍‍ଙ୍କ ପିଟ୍ଲୁଗାଙ୍କ) ସିଦ୍ଧାନ୍ତ ସପକ୍ଷରେ କୌଣସି ପ୍ରମାଣ ପାଇଲିନାହିଁ । ଚୟନ କରାଯାଇଥିବା ରେଖାମାନଙ୍କ ଆଧାର, କ୍ଲାର୍କସନ୍ ଓ ସିଲ୍‍ଭର୍‍ମ୍ୟାନ୍ ପାଇଥିବା ପ୍ରତ୍ନତାତ୍ତ୍ୱିକ ତଥ୍ୟ ପ୍ରଭୃତିକୁ ସେ ଉପେକ୍ଷା କରିଛନ୍ତି । ତାଙ୍କ ତଥ୍ୟ ଉପକୂଳ ଅଞ୍ଚଳର ସଂସ୍କୃତି ବା ଅର୍ଟୋନ୍‍ଙ୍କ ଉଚ୍ଚଭୂମିସ୍ଥ ନକ୍ଷତ୍ରପୁଞ୍ଜ ପରିପ୍ରକାଶ ସିଦ୍ଧାନ୍ତକୁ ମଧ୍ୟ ଅନୁସରଣ କରୁନାହିଁ । ଐତିହାସିକ ଦୃଷ୍ଟିକୋଣରୁ ସେ ଚାହୁଁଥିବା ପାମ୍ପା ତାଙ୍କୁ ମିଳିଲା ନା ନାହିଁ ବୋଲି ଜାକେଟା ହକ୍ସଙ୍କ ପ୍ରଶ୍ନ ଯଥାର୍ଥ ।[୨୮]

୧୯୭୭ ମସିହାରେ ଆଲବର୍ଟୋ ରସେଲ୍ କ୍ୟାଷ୍ଟ୍ରୋ ଏହି ଚିତ୍ରମାନଙ୍କର ବହୁମୁଖୀ ଉଦ୍ଦେଶ୍ୟ ରହିଥିବା ବିଷୟ ଉଲ୍ଲେଖ କରିଥିଲେ । ସେ ଏହି ରେଖା ଓ ଚିତ୍ରମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରିଥିଲେ । ପ୍ରଥମ ବର୍ଗର ରେଖାମାନ ଜଳସେଚନ ଓ ଭୂମି ଆବଣ୍ଟନ ପାଇଁ, ଦ୍ୱିତୀୟ ବର୍ଗର ରେଖାଗୁଡ଼ିକ ଆଖପାଖର ମୁଣ୍ଡିଆ ଓ ପଥର ସ୍ତୁପର ଅକ୍ଷ ରୂପେ ଏବଂ ତୃତୀୟ ବର୍ଗର ରେଖାଚିତ୍ର ମହାକାଶ ସମ୍ବନ୍ଧୀୟ ବୋଲି ସେ ମତ ଦେଇଥିଲେ ।[୨୯]

ସ୍ପଟ୍ (SPOT) ଉପଗ୍ରହରୁ ନାଜ୍‍କା ରେଖା

୧୯୮୫ ମସିହାରେ ପ୍ରତ୍ନତତ୍ତ୍ୱବିତ ଜନ୍ ରାଇନ୍‍ହାର୍ଡ୍ ପ୍ରତ୍ନତାତ୍ତ୍ୱିକ, ନୃଜାତି ବୈଜ୍ଞାନିକ ଓ ଐତିହାସିକ ତଥ୍ୟ ଦେଇ ନାଜ୍‍କା ଧର୍ମ, ସଂସ୍କୃତି ଓ ଆର୍ଥିକ ବ୍ୟବସ୍ଥାରେ ପାହାଡ଼, ଜଳାଶୟ ପ୍ରଭୃତିର ଗୁରୁତ୍ୱ ଥିବା ଉପସ୍ଥାପିତ କରିଥିଲେ । ତାଙ୍କ ସିଦ୍ଧାନ୍ତ ଅନୁସାରେ ନାଜ୍‍କା ରେଖାସମୂହର ଜଳର ଦେବାଦେବୀଙ୍କ ପ୍ରାର୍ଥନା ଓ ପ୍ରାର୍ଥନାଦ୍ୱାରା ଶସ୍ୟ ଉତ୍ପାଦନର ବୃଦ୍ଧି କାମନା କରିବା ପ୍ରଭୃତି ଧାର୍ମିକ ମହତ୍ତ୍ୱ ରହିଥିଲା । ତାଙ୍କ ଅନୁମାନରେ ଏହି ସବୁ ରେଖା ଦେବାଦେବୀଙ୍କ ଆସ୍ଥାନକୁ ଯିବା ପବିତ୍ର ରାସ୍ତା ଥିଲା ଓ ଚିତ୍ରଗୁଡ଼ିକ ଦେବାଦେବୀଙ୍କୁ ତୁଷ୍ଟ କରିବାର ମାଧ୍ୟମ ଥିଲା । କିନ୍ତୁ ଅଧିକାଂଶ ଚିତ୍ରର ଅର୍ଥ ଏବେ ମଧ୍ୟ ଅଜଣା ।

ମିଶର ଓ ମଧ୍ୟ-ପ୍ରାଚ୍ୟ ବିଶେଷଜ୍ଞ ସ୍ୱିସ୍ କଳାକୃତି ଐତିହାସିକ ଅନ୍ରି ଷ୍ଟିର୍ଲିନ୍ ୧୯୮୩ ମସିହାରେ ଏକ ପୁସ୍ତକ ପ୍ରକାଶ କରିଥିଲେ । ପ୍ରତ୍ନତତ୍ତ୍ୱବିତମାନଙ୍କୁ ମିଳିଥିବା ପାରାକାସ୍ ସଂସ୍କୃତିର ମୃତ ଶରୀର (ମମ୍ମି) ଦେହରେ ଗୁଡ଼ା ହୋଇଥିବା ପ୍ରାଚୀନ କନାର ନାଜ୍‍କା ରେଖା ସହିତ ସମ୍ପର୍କ ରହିଥିବା ବିଷୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ ।[୩୦] ପ୍ରାଚୀନ ସମୟରେ ଏହି ଅଞ୍ଚଳର ଲୋକେ ଏହି ସବୁ ଦୀର୍ଘ ରେଖା ଓ ଜ୍ୟାମିତିକ ଚିତ୍ରମାନଙ୍କୁ ବ୍ୟବହାର କରି ଲମ୍ବା ସୂତା ଓ କପଡ଼ା ତିଆରି କରୁଥିଲେ ବୋଲି ସେ କହିଛନ୍ତି । ଏହି ସିଦ୍ଧାନ୍ତ ସବୁ ଗବେଷକଙ୍କୁ ଆକୃଷ୍ଟ କରି ନାହିଁ କିନ୍ତୁ ଉଦ୍ଦିଷ୍ଟ କପଡ଼ା ଓ ନାଜ୍‍କା ରେଖାରେ ରହିଥିବା ବହୁ ସମାନତା ବିଷୟରେ ଜଣା ପଡ଼ିଛି । ପାରାକାସ୍ ଓ ନାଜ୍‍କାର ଏକା ପ୍ରକାରର ସଂସ୍କୃତି ଯୋଗୁଁ ଏହି ସବୁ ସମାନତା ରହିପାରେ ବୋଲି ଅନୁମାନ କରାଯାଉଛି ।

ମାର୍କସ୍ ରାଇଣ୍ଡେଲ୍ ଓ ଜନି କ୍ୱାଡ୍ରାଡ଼ୋ ଆଇଲ୍ୟାଣ୍ଡ ନାଜ୍‍କା ଚିତ୍ର ସମ୍ପର୍କରେ ପ୍ରଥମେ ସୁଚିନ୍ତିତ ଗବେଷଣା କରିଥିଲେ । ୧୯୯୬ରୁ ସେମାନେ ୬୫୦ରୁ ଅଧିକ ସ୍ଥାନରେ ପ୍ରତ୍ନତାତ୍ତ୍ୱିକ ଖନନ କରି ତଥ୍ୟକୁ ଲିପିବଦ୍ଧ କରିଥିଲେ । ନାଜ୍‍କା ରେଖା ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ମାଟିପାତ୍ରର ଚିତ୍ରକୁ ସେମାନେ ତୁଳନା କରିଥିଲେ । ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ସେମାନେ ଏହି ସବୁ ଚିତ୍ରଗୁଡ଼ିକ ଖ୍ରୀଷ୍ଟପୂର୍ବ ୬୦୦-୨୦୦ କାଳର ବୋଲି ନିର୍ଦ୍ଧାରିତ କରିଥିଲେ ।[୩୧]

ଭୂପଦାର୍ଥ ବିଜ୍ଞାନ ସମ୍ପର୍କିତ ତଥ୍ୟ ଓ ଭୂବୈଜ୍ଞାନିକ ତଥ୍ୟର ଅନୁଧ୍ୟାନ କରି ଜନ୍‍ସନ୍ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ କିଛି ନାଜ୍‍କା ରେଖାଚିତ୍ର ସବୁ ଜଳବାହକ ନାଳ ପରି କ୍ଷୁଦ୍ର କୁଣ୍ଡମାନଙ୍କରେ ଜଳ ଗଚ୍ଛିତ ରଖିବାରେ ସହାୟକ ହେଉଥିଲା ।[୩୨]

ନିକୋଲା ମାସିନି ଓ ଜିସେପୋ ଓରେଫିକି ନାଜ୍‍କାରୁ ଦଶ କିଲୋମିଟର ଦକ୍ଷିଣକୁ ଥିବା ପାମ୍ପା ଡି ଆଟାର୍କୋଠାରେ ଗବେଷଣା କରିଥିଲେ । ସେମାନଙ୍କ ଅନୁସାରେ ନାଜ୍‍କା ଚିତ୍ର ଓ ନିକଟରେ ଥିବା କାହ୍ୱାଚି ମନ୍ଦିର ମଧ୍ୟରେ ଧାର୍ମିକ ଓ କାର୍ଯ୍ୟାତ୍ମକ ସମ୍ପର୍କ ରହିଥିଲା ।[୩୩] ରିମୋଟ୍ ସେନ୍ସିଂ ପଦ୍ଧତିର ବିନିଯୋଗ କରି ସେମାନେ ବିଭିନ୍ନ ଆକାର ଓ ବୈଶିଷ୍ଟ୍ୟର ୫ଗୋଟି ଚିତ୍ରର ବ୍ୟବହାର ବିଷୟରେ ପରୀକ୍ଷା କରିଥିଲେ ।[୩୪] ସେଥିରୁ ଗୋଟିଏ ଚିତ୍ର ଉତ୍ସବ ବା ପର୍ବରେ ବ୍ୟବହାର ପାଇଁ, ଆଉ ଗୋଟିଏ ଦିଗ ଓ ବେଳା ନିର୍ଣ୍ଣୟ ପାଇଁ ବୋଲି ସେମାନେ ମତ ଦେଇଥିଲେ । ଅନ୍ୟ ବିଶେଷଜ୍ଞଙ୍କ ପରି ଏହି ଦୁଇ ଇଟାଲୀୟ ବିଶେଷଜ୍ଞ ମଧ୍ୟ ନାଜ୍‍କା ଚରିତ୍ରମାନଙ୍କ ଉଦ୍ଦେଶ୍ୟ ଧର୍ମ, କୃଷି, ସାମାଜିକ ସମାରୋହ, ତୀର୍ଥ ସମ୍ପର୍କିତ ବିଶ୍ୱାସ ସହ ଜଡ଼ିତ ବୋଲି କହିଛନ୍ତି ।[୩୫]

ଅନ୍ୟାନ୍ୟ ମତବାଦ[ସମ୍ପାଦନା]

ଅନ୍ୟାନ୍ୟ ମତବାଦ ମଧ୍ୟରୁ ଗୋଟିଏ ଏହି ଯେ ଜଳସେଚନ ବା ଧାର୍ମିକ ସମାରୋହରେ ଜଳ ଅଣାଯିବା ପାଇଁ ନାଜ୍‍କା ରେଖାମାନ ଅଙ୍କିତ ହୋଇଥିଲେ । ବୁଢ଼ିଆଣୀ, ପକ୍ଷୀ ଓ ଗଛଲତା ଚିତ୍ର ଉର୍ବରତା ବା ପ୍ରଜନନ କ୍ଷମତାର ପ୍ରତୀକ ବୋଲି ଅନୁମାନ କରାଯାଏ । ଏହି ରେଖାଗୁଡ଼ିକ ଜ୍ୟୋତିଷ ପଞ୍ଜିକାର ଚିହ୍ନ ରୂପେ ମଧ୍ୟ ବ୍ୟବହୃତ ହୋଇଥିବା ଅନୁମାନ କରାଯାଏ ।[୩୬]

ଜିମ୍ ୱୁଡ୍‍ମାନ୍‍ଙ୍କ[୩୭] ସିଦ୍ଧାନ୍ତ ଅନୁସାରେ ଆକାଶମାର୍ଗରୁ ନିରୀକ୍ଷଣ ବିନା ନାଜ୍‍କା ରେଖା ଆଙ୍କିବା ସମ୍ଭବ ନୁହେଁ । ନାଜ୍‍କା କାଳରେ ଉପଲବ୍ଧ ପଦାର୍ଥ ଓ ଜ୍ଞାନ ବଳରେ କେବଳ ଉତ୍ତପ୍ତ ବାୟୁଭରା ବେଲୁନ୍ ହିଁ ବ୍ୟବହାର କରାଯାଇପାରିଥିବ । ଏହାକୁ ପ୍ରମାଣ କରିବା ପାଇଁ ସେ ପ୍ରାଚୀନ ସମୟର ପଦାର୍ଥମାନଙ୍କ ସହାୟତାରେ ଏକ ଉଡ଼ନ୍ତା ବେଲୁନ୍ ପ୍ରସ୍ତୁତ କରି ଉଡ଼ିଥିଲେ । କିନ୍ତୁ ଅଧିକାଂଶ ବିଶେଷଜ୍ଞ ଜିମ୍‍ଙ୍କ ସିଦ୍ଧାନ୍ତକୁ ପ୍ରମାଣ ଅଭାବରୁ ଅଗ୍ରାହ୍ୟ କରି ଆସିଛନ୍ତି ।[୧୯][୩୮]

ସ୍ୱିସ୍ ଲେଖକ ଏରିକ୍ ଭୋନ୍ ଡେନିକେନ୍ ନିଜ ପୁସ୍ତକ ଚ୍ୟାରିଅଟ୍‍ସ୍ ଅଫ୍ ଦ ଗଡ୍‍ସ୍ (ଦେବାଦେବୀଙ୍କ ବିମାନ ବା ରଥ) ପୁସ୍ତକରେ ନାଜ୍‍କା ରେଖା ସମୂହର ଉଲ୍ଲେଖ କରିଛନ୍ତି । ଏରିକ୍‍ଙ୍କ ପୁସ୍ତକର ମୂଳ ତତ୍ତ୍ୱ ଏହି ଯେ ପ୍ରାଚୀନ ସମୟରେ ଅନ୍ୟ ଗ୍ରହ ବା ଛାୟାପଥରୁ ମହାକାଶଚାରୀମାନେ ପୃଥିବୀ ପୃଷ୍ଠକୁ ଆସିଥିବେ ଓ ଆଜି ପୃଥିବୀରେ ଜୀବିତ ଅନେକ ସଂରଚନା ସେମାନଙ୍କ ପାଇଁ ନିର୍ମିତ ବା ସେମାନଙ୍କଦ୍ୱାରା ନିର୍ମିତ । ସେ ନାଜ୍‍କା ରେଖାକୁ ପ୍ରାଚୀନ କାଳରେ ପୃଥିବୀ ପୃଷ୍ଠକୁ ଆସିଥିବା ଅନ୍ୟ ଗ୍ରହର ମହାକାଶଯାତ୍ରୀ ମାନଙ୍କ (Aliens) ଅବତରଣ ସକାଶେ ନିର୍ମିତ ହୋଇଥିବାର ଅନୁମାନ କରିଛନ୍ତି । ନାଜ୍‍କାର ଦୀର୍ଘ ସରଳ ରେଖାଙ୍କୁ ସେ ପ୍ରାଚୀନ ସମୟର ବିମାନ ବନ୍ଦର ବୋଲି ଦର୍ଶାଇଥିଲେ ।[୩୯]

ନାଜ୍‍କା ରେଖାଚିତ୍ର ଗ୍ୟାଲେରୀ[ସମ୍ପାଦନା]

ବିଭିନ୍ନ ସମସ୍ୟା ଓ ସଂରକ୍ଷଣ ପାଇଁ ଚେଷ୍ଟା[ସମ୍ପାଦନା]

ପ୍ରଦୂଷଣ, ଅବକ୍ଷୟ ଏବଂ ଜଙ୍ଗଲ ଉଚ୍ଛେଦ ଯୋଗୁଁ ନାଜ୍‍କା ରେଖାମାନଙ୍କୁ ରହିଥିବା ବିପଦରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି ।

ନାଜ୍‍କା ରେଖା ଭୂପୃଷ୍ଠ ଉପରେ ଅତି ସୂକ୍ଷ୍ମ ଭାବେ ଅଙ୍କିତ, ଏମାନଙ୍କ ଗଭୀରତା ୧୦-୩୦ ସେଣ୍ଟିମିଟର ଏବଂ ଏମାନେ ଧୋଇ ହୋଇ କ୍ଷୟ ଯିବା ସମ୍ଭବପର... ବର୍ତ୍ତମାନ ପର୍ଯ୍ୟନ୍ତ ନାଜ୍‍କାରେ କମ୍ ବୃଷ୍ଟିପାତ ହୋଇଆସିଛି । କିନ୍ତୁ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତିତ ହେବାରେ ଲାଗିଛି । ଯଦି ଏଠାରେ ପ୍ରଚୁର ବୃଷ୍ଟିପାତ ହୁଏ, ତେବେ ରେଖାଚିତ୍ରଗୁଡ଼ିକ ନଷ୍ଟ ହୋଇଯିବ ।
—ଭିକ୍ଟୋରିଆ ନିକିତ୍ଜକି (ମାରିଆ ରାଇଶେ କେନ୍ଦ୍ର)[୪୦]

୨୦୦୭ ମସିହା ଫେବୃଆରୀ ମାସରେ ନାଜ୍‍କାରେ ହୋଇଥିବା ବର୍ଷା ଓ କାଦୁଅ ସ୍ରୋତ ପରେ ପେରୁର ଜାତୀୟ ସଂସ୍କୃତି ଅନୁଷ୍ଠାନର ପ୍ରତ୍ନତତ୍ତ୍ୱବିତ ମାରିଓ ଓଲେଚେଆ ଆକିହେଙ୍କ ସହ ଏକ ବିଶେଷଜ୍ଞ ଦଳ ଏଠାରେ ସର୍ବେକ୍ଷଣ କରିଥିଲେ । ସେ ପରେ କହିଥିଲେ, "କାଦୁଅ ସ୍ଖଳନ ଓ ବର୍ଷା ଯୋଗୁଁ ନାଜ୍‍କା ରେଖା ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । କିନ୍ତୁ ନିକଟରେ ଥିବା ପାନ୍-ଆମେରିକାନ୍ ରାଜପଥର ଦକ୍ଷିଣାଂଶ କ୍ଷତିଗ୍ରସ୍ତ ହୋଇଛି । ତେଣୁ ରାଜପଥ କ୍ଷତିଗ୍ରସ୍ତ ହେବା ଏକ ଚେତାବନୀ ଯେ ଏପରି ନାଜ୍‍କା ନିକଟରେ ଘଟିଲେ ସୂକ୍ଷ୍ମ ରେଖାଚିତ୍ରଗୁଡ଼ିକ ନଷ୍ଟ ହୋଇଯିବ ।"[୪୧]

୨୦୧୨ ମସିହାରେ କିଛି ଅନୁପ୍ରବେଶକାରୀ ଏହି ନିକଟବର୍ତ୍ତୀ ଅଞ୍ଚଳରେ ନାଜ୍‍କା କାଳର ଏକ କବରଖାନା ଭାଙ୍ଗି ଦେଇଥିଲେ ଓ ନିଜ ଘୁଷୁରୀଙ୍କୁ ଏହି ଅଞ୍ଚଳରେ ବୁଲିବା ପାଇଁ ଛାଡ଼ି ଦେଇଥିଲେ । ୨୦୧୩ ମସିହାରେ ଏକ ଚୂନପଥର ଖୋଦନ ପାଇଁ ବ୍ୟବହୃତ ଯନ୍ତ୍ରମାନଙ୍କ ଯୋଗୁଁ ନାଜ୍‍କା ରେଖାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା ।[୪୨]

୨୦୧୪ ମସିହା ଡିସେମ୍ବର ମାସରେ ଗ୍ରୀନ୍‍ପିସ୍ ନାମକ ଏକ ସଂସ୍ଥାର କାର୍ଯ୍ୟକର୍ତ୍ତାମାନେ ନାଜ୍‍କା ରେଖା ଉପରେ ବ୍ୟାନର ଲଗାଇ ଏକ ଜଣାଶୁଣା ଚିତ୍ରକୁ ବିକୃତ ବା ନଷ୍ଟ କରିଦେଇଥିଲେ । ଏହି କାର୍ଯ୍ୟକର୍ତ୍ତାମାନେ ହମିଂବର୍ଡ୍ ଚିତ୍ରର ନିକଟରେ ବାଲି ଉପରେ ପଥର ଇତ୍ୟାଦି ପୋତିବାଦ୍ୱାରା ଚିତ୍ର ନିକଟସ୍ଥ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ଏହା ନିକଟକୁ ଯିବା ନିଷିଦ୍ଧ କରାଯାଇଛି ।[୪୩][୪୪] ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯେପରି ନଷ୍ଟ ନ ହେଉ ସେଥିପାଇଁ ରେଖାମାନଙ୍କ ନିକଟକୁ ଗଲେ ସ୍ୱତନ୍ତ୍ର ଯୋତା ପିନ୍ଧି ଯିବାକୁ ହୋଇଥାଏ । ତାହାର କାର୍ଯ୍ୟକର୍ତ୍ତାମାନେ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିଥିବା ବିଷୟ ଗ୍ରୀନ୍‍ପିସ୍ ସଂସ୍ଥା ଦାବୀ କରିଥିଲା ।[୪୫] କିନ୍ତୁ ଭିଡ଼ିଓ ଏବଂ ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଲା ଯେ କାର୍ଯ୍ୟକର୍ତ୍ତାମାନେ ସ୍ୱତନ୍ତ୍ର ଯୋତା ପରିବର୍ତ୍ତେ ସାଧାରଣ ଯୋତା ପିନ୍ଧି ବିଶ୍ୱ ଐତିହ୍ୟ ସ୍ଥଳରେ ପ୍ରବେଶ କରିଥିଲେ ।[୪୬][୪୭] ଏହା ପରେ ଗ୍ରୀନ୍‍ପିସ୍ ପେରୁର ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲା ।[୪୮] ପେରୁର ସାଂସ୍କୃତିକ ଐତିହ୍ୟ ଉପମନ୍ତ୍ରୀ ଲୁଇ ହାଇମେ କ୍ୟାଷ୍ଟିଲୋ ଏହି କ୍ଷମା ପ୍ରାର୍ଥନାକୁ କଟାକ୍ଷ କରି କହିଥିଲେ ଯେ ଗ୍ରୀନ୍‍ପିସ୍ ପ୍ରଥମେ ନିଜ ଦୋଷ ମାନିନଥିଲା କିମ୍ବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିନଥିଲା ।[୪୯] ସଂସ୍କୃତି ମନ୍ତ୍ରୀ ଡାଏନା ଆଲ୍‍ଭାରେଜ୍ କାଲ୍ଡେରନ୍ ଘୋଷଣା କରିଥିଲେ ଯେ ପ୍ରମାଣ ଏକତ୍ର କରି ଗ୍ରୀନ୍‍ପିସ୍ ସଂସ୍ଥା ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯିବ । ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଥିଲେ, "ନାଜ୍‍କାରେ ହୋଇଥିବା କ୍ଷତି ଅପୂରଣୀୟ ଏବଂ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା ଯଥେଷ୍ଟ ନାହିଁ ।"[୪୩] ଚାପଗ୍ରସ୍ତ ଗ୍ରୀନ୍‍ପିସ୍ ସଂସ୍ଥା ପରେ ଚାରି ଜଣ କାର୍ଯ୍ୟକର୍ତ୍ତାଙ୍କ ନାମ ପ୍ରକାଶ କରିଥିଲା ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିଲେ ।[୫୦] ୱୁଲ୍‍ଫ୍‍ଗ୍ୟାଂଗ୍ ସାଦିକ୍ ନାମକ ଗ୍ରୀନ୍‍ପିସ୍ କର୍ମଚାରୀଙ୍କୁ ଜରିମାନା ଓ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।[୫୧]

ଗ୍ରୀନ୍‍ପିସ୍ ଘଟଣା ଯୋଗୁଁ ୨୦୧୨ ଓ ୨୦୧୩ ମସିହାରେ ବିଶ୍ୱ ଐତିହ୍ୟ ପରିସର ବାହାରେ ରହିଥିବା ନାଜ୍‍କା ରେଖା କ୍ଷତିଗ୍ରସ୍ତ ହେବା ବିଷୟ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା ।[୫୨] ରାଲି ଗାଡ଼ିଯୋଗୁଁ ହୋଇଥିବା ଏହି କ୍ଷତି ଉପଗ୍ରହ ଚିତ୍ରରୁ ମଧ୍ୟ ବାରି ହୋଇଯାଏ ।[୫୩] ୨୦୧୮ ମସିହା ଜାନୁଆରୀ ମାସରେ ନାଜ୍‍କା ଅଞ୍ଚଳକୁ ଜଣେ ଟ୍ରକ୍ ଚାଳକ ଗାଡ଼ି ପୁରାଇ ଦେବାରୁ ୪୭ମି ×୧୦୭ମି ଅଞ୍ଚଳରେ ଚକର ଦାଗ ପଡ଼ିଯାଇଥିଲା । ପ୍ରଥମେ ଚାଳକକୁ ଗିରଫ କରାଗଲା, କିନ୍ତୁ ପ୍ରମାଣ ଅଭାବରେ ଚାଳକଜଣକୁ ଦୋଷମୁକ୍ତ ବିଚାର କରି ଛାଡ଼ିଦିଆ ଯାଇଥିଲା ।[୫୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ୧.୦ ୧.୧ ୧.୨ Sebastian Dorsch; Jutta Vinzent (20 November 2017). SpatioTemporalities on the Line: Representations-Practices-Dynamics. Walter de Gruyter GmbH & Co KG. pp. 97–. ISBN 978-3-11-046578-5.
  2. ୨.୦ ୨.୧ ୨.୨ "Nazca Lines". Guía Go2peru (in ଇଂରାଜୀ). 2017-02-22. Retrieved 2018-10-29.
  3. "The Nasca Lines Are One of Peru's Mysteries". 2010-11-08. Retrieved 2018-10-29.
  4. Anthony F. Aveni (1990). The Lines of Nazca. American Philosophical Society.
  5. Gardner's Art Through the Ages: Ancient, medieval, and non-European art. Harcourt Brace Jovanovich; 1 January 1991. ISBN 978-0-15-503770-0.
  6. Hinman, Bonnie. Mystery of the Nazca Lines. ABDO; 1 January 2016. ISBN 978-1-68077-242-5. p. 6–.
  7. Anthony F. Aveni. Between the Lines: The Mystery of the Giant Ground Drawings of Ancient Nasca, Peru. University of Texas Press; 2000. ISBN 978-0-292-70496-1. p. 88–.
  8. ୮.୦ ୮.୧ Golomb, Jason. "Nasca Lines – The Sacred Landscape". National Geographic. National Geographic. Retrieved 23 August 2016.
  9. Taj, Mitra (August 15, 2012). "Pigs and squatters threaten Peru's Nazca lines". Reuters. Retrieved August 15, 2012.
  10. Helaine Selin. Nature Across Cultures: Views of Nature and the Environment in Non-Western Cultures. Springer Science & Business Media; 17 April 2013. ISBN 978-94-017-0149-5. p. 286–.
  11. Richard A. Freund. Digging Through History: Archaeology and Religion from Atlantis to the Holocaust. Rowman & Littlefield; 27 October 2016. ISBN 978-1-4422-0883-4. p. 22–.
  12. Mary Strong. Art, Nature, and Religion in the Central Andes: Themes and Variations from Prehistory to the Present. University of Texas Press; 1 May 2012. ISBN 978-0-292-73571-2. p. 33–.
  13. Religion and the Environment. Palgrave Macmillan UK; 3 June 2016. ISBN 978-0-230-28634-4. p. 110–.
  14. page 141 Pedro Cieza de León, La Chronica del Peru (The chronicle of Peru), (Antwerp, (Belgium): Martin Nucio, 1554), p. 141. Note: Cieza discussed the Nazca region of Peru and said that "y por algunas partes delos arenales se veen señales, paraque atinen el camino que han de lleuar" ("and in some parts of the desert are seen signals, so that they [i.e., the Indians] find the path that has to be taken").
  15. Luis Monzón (1586) "Descripcion de la tierra del repartimiento de los rucanas antamarcas de la corona real, jurisdicion de la ciudad de Guamanga. año de 1586." in: Marcos Jiménez de la Espada, ed., Relaciones geográficas de Indias: Peru, volume 1 (Madrid, Spain: Manuel G. Hernandez, 1881), pp. 197–216. On page 210, Munzón notes seeing ancient ruins, including "y hay señales de calles" ("and there are signs of streets"). Munzón asked elderly Indians about the ruins. They told him that before the Incas, a people whom "llamaron viracochas" ("they called viracochas") inhabited the area, and "A éstos les hacian caminos, que hoy dia son vistos, tan anchos como una calle" ("To those [places] they made paths, that are seen today, as wide as a street").
  16. Mejía Xesspe, Toribio (1939) "Acueductos y caminos antiguos de la hoya del Río Grande de Nazca" (Aqueducts and ancient roads of the Rio Grand valley in Nazca), Actas y Trabajos Cientificos del 27 Congreso Internacional de Americanistas (Proceedings and scientific works of the 27th international congress of American anthropologists), 1: 559–569.
  17. von Däniken, Erich (1969). Chariots of the Gods? (1989 ed.). London: Souvenir Press, Ltd. pp. 30–2. ISBN 978-0-285-62911-0.
  18. Nickell, Joe (2005). Unsolved History: Investigating Mysteries of the Past, The University Press of Kentucky ISBN 978-0-8131-9137-9, pp. 13–16
  19. ୧୯.୦ ୧୯.୧ Katherine Reece, "Grounding the Nasca Balloon", Into the Hall of Ma'at website
  20. "Team finds more Peru geoglyphs". Japan Times. Jan 20, 2011. Archived from the original on 2012-07-15. Retrieved 9 April 2012.
  21. "University to open center at Nazca Lines". Japan Times. March 22, 2012. Archived from the original on 2012-03-26. Retrieved 9 April 2012.
  22. "Scientists Identify Exotic Birds Depicted in Peru’s Mysterious Nazca Lines"
  23. "143 New Geoglyphs Discovered on the Nasca Pampa and Surrounding Area". Yamagata University. 15 November 2019.
  24. www.reuters.com
  25. Greshko, Michael, Exclusive: "Massive Ancient Drawings Found in Peruvian Desert", National Geographic, 5 April 2018
  26. Cameron, Ian (1990). Kingdom of the Sun God: A History of the Andes and Their People. New York: Facts on File. p. 46. ISBN 0-8160-2581-9.
  27. ROBERT McG. THOMAS Jr, "Maria Reiche, 95, Keeper of an Ancient Peruvian Puzzle, Dies", The New York Times, 15 June 1998
  28. Aveni, Anthony F. Between the Lines: The Mystery of the Giant Ground Drawings of Ancient Nasca, Peru . Austin, Texas: University of Texas Press. 1 July 2006 ISBN 0-292-70496-8 p.205 [୧]
  29. Rossel Castro, Albert. (1977) Arqueología Sur del Perú, Lima: Editorial Universo
  30. Stierlin (1983)
  31. Reindel and Wagner, 2009
  32. Johnson et al. 2002
  33. Masini et al. 2016
  34. Masini et al. 2016, p. 239
  35. Masini et al. 2016, p. 277
  36. Brown, Cynthia Stokes (2007). Big History. New York: The New Press. p. 167. ISBN 978-1-59558-196-9.
  37. "The Theory of Jim Woodman - Science in the Sand". Retrieved 17 May 2016.
  38. Haughton (2007)
  39. Erich Von Däniken (1980). Chariots of the Gods. Berkley. p. 16, 17, 18. ISBN 978-0-425-07481-7.
  40. "Shafik Meghji, Flooding and tourism threaten Peru's mysterious Nazca Lines", The Independent, July 17, 2004. Accessed April 02, 2007.
  41. Living in Peru. "Peru: Nazca Lines escape mudslides", Living in Peru, February 20, 2007. Accessed April 02, 2007.
  42. Manuel Vigo (2013-03-14). "Peru: Heavy machinery destroys Nazca lines". Peru this Week. Archived from the original on 2013-07-29. Retrieved 2013-07-30.
  43. ୪୩.୦ ୪୩.୧ Kozak, Robert (2014-12-14). "Peru Says Greenpeace Permanently Damaged Nazca Lines". The Wall Street Journal. Retrieved 2015-02-03.
  44. Neuman, William (12 December 2014). "Peru is Indignant After Greenpeace Makes Its Mark on Ancient Site". The New York Times. Retrieved 13 December 2014.
  45. Briceno, Franklin (December 9, 2014). "Peru Riled by Greenpeace Stunt at Nazca Lines". Retrieved December 11, 2014.
  46. "Video of Greenpeace Nazca Lines Protest". Retrieved December 13, 2014.
  47. Vice News: "Drone Footage Shows Extent of Damage From Greenpeace Stunt at Nazca Lines" By Kayla Ruble December 17, 2014
  48. "Greenpeace sorry for Nazca lines stunt in Peru". December 11, 2014. Retrieved September 9, 2016.
  49. "Greenpeace Won't Name Activists Linked to Damage". 16 December 2014. Archived from the original on 17 December 2014.
  50. "Greenpeace identifies four suspects linked to protest at famed Nazca Lines site". January 21, 2015. Retrieved November 26, 2017.
  51. "Greenpeace activist fined, sentenced for damaging Nazca Lines in Peru". May 20, 2017. Retrieved November 26, 2017.
  52. Dube, Ryan; Kozak, Robert (29 December 2014). "Peruvians Spar Over Protecting Ancient Sites". The Wall Street Journal (in ଇଂରାଜୀ).
  53. Hesse R. "Combining Structure-from-Motion with high and intermediate resolution satellite images to document threats to archaeological heritage in arid environments". Journal of Cultural Heritage 16 (2015), pp. 192–201
  54. Rosenberg, Eli (Feb 1, 2018). "A truck driver inexplicably plowed over a 2,000-year-old site in Peru, damaging the designs". Washington Post.

ଆଧାର[ସମ୍ପାଦନା]

  • Aveni, Anthony F. (ed.) (1990). The Lines of Nazca. Philadelphia: American Philosophical Society. ISBN 0-87169-183-3
  • Haughton, Brian (2007). Hidden History: Lost Civilizations, Secret Knowledge, and Ancient Mysteries. Career Press. ISBN 1-56414-897-1
  • Johnson, Emma (2007). The 'Mysterious' Nazca Lines. PARA Web Bibliography B-01.
  • Johnson, D. W., Proulx. D. A., Mabee, S. B. (2002). The correlation between geoglyphs and subterranean water resources in the Rio Grande de Nasca drainage. In Silvermann H. & Isbell W. H. (Ed.), Andean Archaeology II: art, landscape, and society. New York, Kluwer Academic, pp. 307–332.
  • Kosok, Paul (1965). Life, Land and Water in Ancient Peru, Brooklyn: Long Island University Press.
  • Lambers, Karsten (2006). The Geoglyphs of Palpa, Peru: Documentation, Analysis, and Interpretation. Lindensoft Verlag, Aichwald/Germany. ISBN 3-929290-32-4
  • Masini, Nicola, Orefici, Giuseppe, Danese, M., Pecci, A., Scavone, M., Lasaponara, R. (2016). Cahuachi and Pampa de Atarco: Towards Greater Comprehension of Nasca Geoglyphs. In: Lasaponara R., Masini N., Orefici G. (Eds). The Ancient Nasca World New Insights from Science and Archaeology. Springer International Publishing, pp. 239–278.
  • Nickell, Joe (1983). Skeptical Inquirer The Nazca Lines Revisited: Creation of a Full-Sized Duplicate.
  • Reindel, Marcus, Wagner, Günther A. (2009) (Eds.) New Technologies for Archaeology: Multidisciplinary Investigations in Nasca and Palpa, Peru. Springer, Heidelberg, Berlin
  • Reinhard, Johan (1996) (6th ed.) The Nazca Lines: A New Perspective on their Origin and Meaning. Lima: Los Pinos. ISBN 84-89291-17-9
  • Sauerbier, Martin (2009). GIS-based Management and Analysis of the Geoglyphs in the Palpa Region. ETH doi:10.3929/ethz-a-005940066.
  • Stierlin, Henri (1983). La Clé du Mystère. Paris: Albin Michel. ISBN 2-226-01864-6

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]