ନଳୀୟ ବନ୍ଧନ
| Tubal ligation | |
|---|---|
Tubal ligation surgery | |
| Background | |
| Type | Sterilization[୧] |
| First use | 1880[୨] |
| Synonyms | Female sterilization; tubes tied; tubal sterilization; permanent contraception |
| Failure rates (first year) | |
| Perfect use | 0.5%[୩] |
| Typical use | 0.5%[୩] |
| Usage | |
| Duration effect | Permanent[୪] |
| Reversibility | Typically not[୫] |
| User reminders | None[୧] |
| Advantages and disadvantages | |
| STI protection | None[୪] |
| Periods | No change[୪] |
| Risks | Surgical complications[୫] |
ନଳୀୟ ବନ୍ଧନ, ଇଂରାଜୀ ଭାଷାରେ Tubal ligation (ଟ୍ୟୁବାଲ୍ ଲାଇଗେସନ, ଯାହାକୁ ଟ୍ୟୁବ୍ ବନ୍ଧା ବୋଲି ମଧ୍ୟ କୁହାଯାଏ) ମହିଳାମାନଙ୍କର ବନ୍ଧ୍ୟାକରଣ ପାଇଁ ଏକ ଅସ୍ତ୍ରୋପଚାର ପଦ୍ଧତିକୁ କୁହାଯାଏ ।[୪] ବିଫଳତା ହାର ପ୍ରତିବର୍ଷ ୦.୫ % ଅଟେ ।[୩] ଏହା ଜନ୍ମ ନିୟନ୍ତ୍ରଣର ଏକ ସ୍ଥାୟୀ ପଦ୍ଧତି ଭାବରେ ବିବେଚନା କରାଯାଏ ।[୬] ଏହି ପଦ୍ଧତି ପରେ ଓଭାରି କର୍କଟ ରୋଗର ଆଶଙ୍କା ହ୍ରାସ ହେବାର ଏକ ଅତିରିକ୍ତ ଲାଭ ଅଛି ।[୧]
ନଳୀସାଧାରଣତଃ ଏହି ପ୍ରଥା ନିରାପଦ ଥିବାବେଳେ ଜଟିଳତା ହୋଇପାରେ ଯେଉଁଥିରେ ରକ୍ତସ୍ରାବ, ସଂକ୍ରମଣ ଏବଂ ଅଥାନ ଗର୍ଭ ହୋଇପାରେ ।[୧] ପ୍ରସବ ପରେ ଏହା ସିଜରିଆନ ସେକସନ ମାଧ୍ୟମରେ କିମ୍ବା ଅନ୍ୟ ସମୟରେ ଖୋଲା କିମ୍ବା ଲାପାରୋସ୍କୋପିକ୍ ମାଧ୍ୟମରେ କରାଯାଇପାରେ ।[୧] ବାଇଲାଟେରାଲ ସାଲପିଙ୍ଗେକ୍ଟୋମି ମଧ୍ୟ କରାଯାଇପାରେ ।[୫] ଏହା ରତୁସ୍ରାବକୁ ପ୍ରଭାବିତ କରେ ନାହିଁ କିମ୍ବା ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ ।[୪] ଏଥିରେ ପ୍ରତ୍ୟେକ ଫାଲୋପିଆନ୍ ନଳୀର କିଛି ଅଂଶକୁ ଅବରୋଧ କରି କାଟିବା କିମ୍ବା ବାହାର କରାଯାଏ, ଯାହାଦ୍ୱାରା ଡିମ୍ବାଣୁ ଏବଂ ଶୁକ୍ରାଣୁ ମିଳନରୁ ରକ୍ଷା ମିଳିଥାଏ ଏବଂ ଫଳସ୍ୱରୂପ ଗର୍ଭାଧାନ ହୋଇପାରେନି । [୪]
ଏହି ପଦ୍ଧତି ପ୍ରଥମେ ୧୮୮୦ ମସିହାରେ[୨] ଆରମ୍ଭ କରାଯାଇଥିଲା । ୨୦୨୦ ସୁଦ୍ଧା ଏହା ୨୧୯ ନିୟୁତ ପ୍ରଜନନକ୍ଷମ ମହିଳାଙ୍କଦ୍ୱାରା (୨୩% ଜନ୍ମ ନିୟନ୍ତ୍ରଣ କରୁଥିବା ମହିଳା) ସାଧାରଣ ବ୍ୟବହୃତ ପଦ୍ଧତି ଥିଲା ଯାହା ।[୭] ଭାରତରେ ଏହାର ବ୍ୟବହାର ବିଶେଷ ଭାବରେ ୫୯% ଅଟେ। [୭] ବୟସ୍କ ମହିଳାମାନଙ୍କଠାରେ ବ୍ୟବହାର ଅଧିକ ଦେଖାଯାଏ ।[୧] ଯୁକ୍ତରାଷ୍ଟ୍ରରେ ଏହା ପିଛା ଖର୍ଚ୍ଚ ୬,୦୦୦ ଡଲାର ପର୍ଯ୍ୟନ୍ତ ହୋଇପାରେ ।[୮] ଅସ୍ତ୍ରୋପଚାର ଆବଶ୍ୟକ ହେଉ ନଥିବା ପଦ୍ଧତିର ବିକାଶ ପାଇଁ ଉଦ୍ୟମ ଚାଲିଛି ।[୧] କିଛି ମହିଳା ଦୁଃଖ ଅନୁଭବ କରନ୍ତି ଏବଂ ଦୀର୍ଘ-କାର୍ଯ୍ୟକ୍ଷମ ଉତ୍କ୍ରମଣୀୟ (ରିଭର୍ସିବଲ୍) ଗର୍ଭନିରୋଧକ (LARCs) ବ୍ୟବହାରକୁ ମଧ୍ୟ ବିଚାର କରିବାକୁ ପରାମର୍ଶ ଦିଆଯାଇଛି ।[୫]
ଆଧାର
[ସମ୍ପାଦନା]- 1 2 3 4 5 6 7 Patil, Eva; Jensen, Jeffrey (9 March 2016). "Permanent Contraception for Women". Seminars in Reproductive Medicine. 34 (03): 139–144. doi:10.1055/s-0036-1571434. PMID 26960907.
- 1 2 Filshie, Marcus; Guillebaud, John (22 October 2013). Contraception: Science and Practice (in ଇଂରାଜୀ). Butterworth-Heinemann. p. 275. ISBN 978-1-4831-6366-6. Archived from the original on 22 March 2024. Retrieved 22 March 2024.
- 1 2 3 "mechanism of action and effectiveness of different contraceptive methods" (PDF). WHO. Archived (PDF) from the original on 11 February 2024. Retrieved 22 March 2024.
- 1 2 3 4 5 6 "Tubal Ligation Procedure | Female Sterilization | Essure". www.plannedparenthood.org (in ଇଂରାଜୀ). Archived from the original on 6 March 2023. Retrieved 22 March 2024.
- 1 2 3 4 Marino, S; Canela, CD; Jenkins, SM; Nama, N (January 2024). "Tubal Sterilization". StatPearls. PMID 29262077.
- ↑ Marino, S; Canela, CD; Jenkins, SM; Nama, N (January 2024). "Tubal Sterilization". StatPearls. PMID 29262077. Archived from the original on 12 November 2020. Retrieved 22 March 2024.
- 1 2 World Family Planning 2022 (PDF). United Nations. 2022. ISBN 9789211483765. Archived (PDF) from the original on 7 December 2023. Retrieved 22 March 2024.
- ↑ "Tubal Ligation Procedure | Female Sterilization | Essure". www.plannedparenthood.org (in ଇଂରାଜୀ). Archived from the original on 6 March 2023. Retrieved 25 March 2024.