Jump to content

ଧର୍ମୁ ଗଣ୍ଡ

ଉଇକିପିଡ଼ିଆ‌ରୁ
ଧର୍ମୁ ଗଣ୍ଡ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପରମା ପୂଜାରୀ
ପର ଅଧିକାରୀଜଗବନ୍ଧୁ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1963-03-18)୧୮ ମାର୍ଚ୍ଚ ୧୯୬୩
ମୃତ୍ୟୁ୧୪ ଜାନୁଆରୀ ୨୦୧୪(2014-01-14) (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀରୀନା ମାଝି
ବାପା/ବୋଉଦାସ ଗଣ୍ଡ (ବାପା)
ବୃତ୍ତିରାଜନୀତିଜ୍ଞ

ଧର୍ମୁ ଗଣ୍ଡ (୧୮ ମାର୍ଚ୍ଚ ୧୯୬୩ - ୧୪ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଧର୍ମୁ ଗଣ୍ଡ ୧୯୬୩ ମସିହାର ମାର୍ଚ୍ଚ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାସ ଗଣ୍ଡ ଓ ପତ୍ନୀଙ୍କ ନାମ ରୀନା ମାଝି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଧର୍ମୁ ଗଣ୍ଡ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଧର୍ମୁ ଗଣ୍ଡ ୨୦୧୪ ମସିହାର ଜାନୁଆରୀ ୧୪ ତାରିଖରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।[][] ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ "Shri Dharmu Gond". odishaassembly.nic.in. Odisha Assembly. Retrieved 27 March 2022.
  2. "Former MLA Dharmu Gond dies | Sambad English". Sambad English. sambadenglish.com. 14 January 2014. Retrieved 27 March 2022.
  3. India, Press Trust of (2014-01-15). "Former MLA Dharmu Gond passes away". Business Standard India. Retrieved 2022-03-27.