ଦ୍ରବ୍ୟ ଏବଂ ସେବା କର
ଦ୍ରବ୍ୟ ଏବଂ ସେବା କର (GOODS & SERVICES TAX - GST)(ଜିଏସଟି)ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଦ୍ୟମ । ଏହି ବିଲ ୬ ମଇ ୨୦୧୫ରେ ଲୋକ ସଭାରେ ପାରିତ ହୋଇଥିଲା। [୧] ୩ ଅଗଷ୍ଟ ୨୦୧୬ରେ ରାଜ୍ୟସଭାରେ ପାରିତ ହୋଇ ଏହା ଆଇନରେ ପରିଣତ ହୋଇଥିଲା ।
୨୦୦୦ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜିଏସଟି ବାବଦରେ ଏକ କମିଟି ବସାଇ ଆଲୋଚନା ଆରମ୍ଭ କରିଥିଲେ । [୨][୩]୨୦୦୬ରେ ପ୍ରଥମେ ଉପା ସରକାର ଜିଏସଟି କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକ ସଭାରେ ଆଗତ କରିଥିଲେ । ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଥିଲା । ଲାଗୁହେଉଥିବା ବିଭିନ୍ନ ଟିକସ ଯଥା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, କାଉଣ୍ଟରଭେଲିଂ କର, ସେବା କର, ରାଜ୍ୟସ୍ତରୀୟ ମୂଲ୍ୟଯୁକ୍ତ ସେବା, ଅକ୍ଟ୍ରାଇ, ପ୍ରବେଶ ଶୁଳ୍କ, ବିଳାସ ଶୁଳ୍କ ଇତ୍ୟାଦିକୁ ଜିଏସଟି ପରିସରକୁ ନିଆଯାଇଛି ।[୪] ଜିଏସଟି ଲାଗୁ ହେବା ଫଳରେ ଦ୍ରବ୍ୟ ଓ ସେବାର ବ୍ୟବହାରକାରୀ ରାଜ୍ୟଗୁଡ଼ିକ ରାଜସ୍ୱ ପାଆନ୍ତି । [୫]
ଜିଏସଟି ପାଇଁ ମିଳିତ କ୍ଷମତା
[ସମ୍ପାଦନା]ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଆନ୍ତଃରାଜ୍ୟ ବାଣିଜ୍ୟ କ୍ଷେତ୍ରରେ କେବଳ କେନ୍ଦ୍ର ସରକାର ଟିକସ ଲାଗୁ କରିବା ସହ ଆଦାୟ କରିପାରିବେ । ଏ ବାବଦରେ ସଂଗୃହିତ ଟିକସ ରାଶିକୁ ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ପାର୍ଲ୍ୟାମେଣ୍ଟରେ ଆଇନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ।[୬]
ଜିଏସଟି ପରିଷଦ:
[ସମ୍ପାଦନା]ଆଇନ ପ୍ରଣୟନ ହେବାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ଜିଏସଟି ପରିଷଦ ଗଠନ କରିବେ । ଉକ୍ତ ପରିଷଦ ଦେଶରେ ଏକକ ଜାତୀୟ ବଜାରର ବିକାଶ ପାଇଁ କାର୍ଯ୍ୟ କରିବ ।
ଜିଏସଟି ପରିଷଦର ଗଠନାକୃତି:
[ସମ୍ପାଦନା]କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ରହିବେ । କେନ୍ଦ୍ର ଅର୍ଥ କିମ୍ବା ରାଜସ୍ୱ ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟଦ୍ୱାରା ମନୋନିତ ଅର୍ଥ ବା ଟିକସ ଅନ୍ୟ କୌଣସି ମନ୍ତ୍ରୀ ପରିଷଦରେ ରହିବେ ।
ଜିଏସଟି ପରିଷଦର କାର୍ଯ୍ୟ:
[ସମ୍ପାଦନା]- ଜିଏସଟିରେ ଯେଉଁସବୁ ଟିକସ ସାମିଲହେବ ସେହିସବୁ ଟିକସ, ସେସ, ସରଚାର୍ଜ ଲାଗୁ ସଂପର୍କରେ ପରିଷଦ ସୁପାରିସ କରିବ ।
- କେଉଁସବୁ ଉତ୍ପାଦ ଏବଂ ସେବା ଜିଏସଟିରେ ସାମିଲ ହେବ କିମ୍ବା ବାଦ ପଡ଼ିବ ।
- ମଡେଲ ଜିଏସଟି ଆଇନ ଏବଂ ଏହାକୁ ଲାଗୁ କରାଯିବା ନୀତି, ସମନ୍ୱିତ ଜିଏସଟିର ଆବଣ୍ଟନ ଏବଂ ଯୋଗାଣ ସ୍ଥାନ ଶାସନ ରୀତିର ନୀତି ପ୍ରସ୍ତୁତି ।
- କେତେ ପରିମାଣର କାରବାର ସୀମାକୁ ଜିଏସଟିରୁ ବାଦ ଦିଆଯିବ ତାକୁ ଧାର୍ଯ୍ୟ କରିବା ।
- ଜିଏସଟିର ସର୍ବନିମ୍ନ ହାର ଧାର୍ଯ୍ୟ ।
- ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଟିକସ ହାର ଧାର୍ଯ୍ୟ ।
- ଅରୁଣାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
- ଏବଂ ଅନ୍ୟ ଯେକୌଣସି ବିଷୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
ବିବାଦ ସମାଧାନ
[ସମ୍ପାଦନା]ସୁପାରିସଦ୍ୱାରା ଉପୁଜୁଥିବା କୌଣସି ପ୍ରକାର ବିବାଦର ସମାଧାନ ନୀତି ଉପାୟ କ'ଣ ରହିବ ତାହା ଜିଏସଟି ପରିଷଦ ଧାର୍ଯ୍ୟ କରିବ ।
ଟିକସ ଲାଗୁ ଉପରେ କଟକଣା
[ସମ୍ପାଦନା]ସାମଗ୍ରୀର କ୍ରୟ କିମ୍ବା ବିକ୍ରୟରେ ଟିକସ ଲାଗୁ କ୍ଷେତ୍ରରେ ସମ୍ବିଧାନର କେତେକ କଟକଣା ରହିଛି ତେବେ ବିଲ୍ରେ ଉକ୍ତ ବ୍ୟବସ୍ଥାର କେତେକ ସଂସୋଧନ ଆଣାଯାଇଛି ।
ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଅତିରିକ୍ତ ଟିକସ
[ସମ୍ପାଦନା]ଆନ୍ତଃରାଜ୍ୟ ବାଣିଜ୍ୟବେଳେ ସାମଗ୍ରୀର ଯୋଗାଣ ଉପରେ ଅତିରିକ୍ତ ଟିକସ (୧ ପ୍ରତିଶତରୁ ଅଧିକ ହେବନାହିଁ) ଲାଗୁ ଏବଂ ସଂଗ୍ରହ ହେବ । ଏହି ଅତିରିକ୍ତ ଟିକସ ୨ ବର୍ଷ ପାଇଁ କିମ୍ବା ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଦିଆଯିବ ।
ରାଜ୍ୟଗୁଡ଼ିକୁ କ୍ଷତିପୂରଣ
[ସମ୍ପାଦନା]ଜିଏସଟି କାର୍ଯ୍ୟକାରୀ ହେବାଦ୍ୱାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ଜିଏସଟି ପରିଷଦର ସୁପାରିସ ଅନୁସାରେ ତାହା ଭରଣା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।
ବାଦ ପଡ଼ିବାକୁ ଥିବା ସାମଗ୍ରୀ
[ସମ୍ପାଦନା]ମନୁଷ୍ୟଙ୍କ ବ୍ୟବହାର ପାଇଁ ଆଲକହଲ ଥିବା ମାଦକକୁ ଜିଏସଟି ପରିଷଦରୁ ବାଦ ଦିଆଯିବ । ପୁନଃଶ୍ଚ କେବେ ଅଶୋଧିତ ପେଟ୍ରୋଲିଅମ, ହାଇ ସ୍ପିଡ ଡିଜେଲ, ମୋଟୋର ସ୍ପିରିଟ (ପେଟ୍ରୋଲ), ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନ ଉପରେ ଜିଏସଟି ଲାଗୁ ହେବ ତାହା ଜିଏସଟି ପରିଷଦ ନିଷ୍ପତି ନେବ ।
ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଜିଏସଟି ହାର
[ସମ୍ପାଦନା]ଦେଶ | ଜିଏସଟି ହାର[ଆଧାର ଲୋଡ଼ା] |
---|---|
ଅଷ୍ଟ୍ରେଲିଆ | ୧୦% |
ଫ୍ରାନ୍ସ | ୧୯.୬% |
କାନାଡ଼ା | ୫% |
ଜର୍ମାନୀ | ୧୯% |
ଜାପାନ | ୫% |
ସିଙ୍ଗାପୁର | ୭% |
ସ୍ୱିଡେନ | ୨୫% |
ଭାରତ | ୨୭% (ଲୋକ ସଭାରେ ଅରୁଣ ଜେଟଲୀଙ୍କଦ୍ୱାରା ପ୍ରସ୍ତାବିତ ସେ କୁହନ୍ତି ହାରାହାରି ଅପେକ୍ଷା ୨୭% ଅଧିକ ଏବଂ ଜିଏସଟି ପରିଷଦରେ ଏହା ପାଖାପାଖି ୧୮%ରେ ସୀମିତ ରହିବ) |
ନ୍ୟୁଜିଲାଣ୍ଡ | ୧୫% |
ପାକିସ୍ଥାନ | ୧୮% |
ମାଲେସିଆ | ୬% |
ଡେନମାର୍କ | ୨୫% |
ସମାଲୋଚନା ଏବଂ ଓଡ଼ିଶାର ଦାବି
[ସମ୍ପାଦନା]ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । [୭]
ବାହ୍ୟ ଲିଙ୍କ
[ସମ୍ପାଦନା]- GST info website
- GST Software Features
- Insight into the Goods and Service Tax
- Complete Guide to GST India
- GST Return Filing and Detailed Explanation
ଉଦ୍ଧୃତି
[ସମ୍ପାଦନା]- ↑ Joahua, Anita (7 May 2015). "Which Bill is 100th amendment to Constitution?". The Hindu. The Hindu Group. Retrieved 8 May 2015.
- ↑ "Modi to quit as GST panel head today". The Telegraph. Calcutta, India. 16 June 2013. Retrieved 17 June 2013.
- ↑ "Post Sushil Modi, GST Committee will have to find new chief". The Times Of India. 16 June 2013. Archived from the original on 19 June 2013. Retrieved 17 June 2013.
- ↑ "ଜିଏସଟି: କେତୋଟି ଜାଣିବା ବିଷୟ". ଧରିତ୍ରୀ. Retrieved 10 May 2015.
- ↑ "Modi in, Modi out: Splitting headache for UPA on GST". Firstpost. 17 June 2013. Retrieved 17 June 2013.
- ↑ http://profit.ndtv.com/news/show/gst-rates-to-be-in-range-of-16-20-cbec-162035?cp
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-10.
{{cite web}}
: Cite has empty unknown parameter:|1=
(help)