ଅରୁଣ ଜେଟଲୀ

ଉଇକିପିଡ଼ିଆ‌ରୁ
ଅରୁଣ ଜେଟଲୀ
Arun Jaitley, Minister.jpg
ଅର୍ଥ ମନ୍ତ୍ରୀ
Assumed office
୨୬ ମଇ ୨୦୧୪
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀପି.ଚିଦାମ୍ବରମ
ରକ୍ଷା ମନ୍ତ୍ରୀ
Assumed office
୨୬ ମଇ ୨୦୧୪
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀଏ.କେ.ଆଣ୍ଟୋନୀ
Minister of Corporate Affairs
Assumed office
୨୬ ମଇ ୨୦୧୪
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀସଚିନ ପାଇଲଟ
Leader of the Opposition in the Rajya Sabha
କାର୍ଯ୍ୟକାଳ
୩ ଜୁନ ୨୦୦୯ – ୨୬ ମଇ ୨୦୧୪
ପୂର୍ବ ଅଧିକାରୀଯଶୱନ୍ତ ସିଂହ୍ନା
ପର ଅଧିକାରୀଗୁଲାମ ନବୀ ଆଜାଦ
Minister of Law and Justice
କାର୍ଯ୍ୟକାଳ
୨୯ ଜୁଲାଇ ୨୦୦୯ – ୨୧ ମଇ ୨୦୦୪
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
ପୂର୍ବ ଅଧିକାରୀଜନ କ୍ରୀଷ୍ଣମୁର୍ତ୍ତୀ
ପର ଅଧିକାରୀଏଚ.ଆର. ଭରଦ୍ୱାଜ
କାର୍ଯ୍ୟକାଳ
ନଭେମ୍ବର ୨୦୦୭ – ୧ ଜୁଲାଇ ୨୦୦୨
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
ପୂର୍ବ ଅଧିକାରୀରାମ ଜେଠମଲାନୀ
ପର ଅଧିକାରୀଜନ କ୍ରୀଷ୍ଣମୁର୍ତ୍ତୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1952-12-28) ୨୮ ଡିସେମ୍ବର ୧୯୫୨ (ବୟସ ୭୦)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (1980–present)
ଜୀବନ ସାଥୀସଙ୍ଗୀତା ଜେଟଲୀ (1982–present)
ସନ୍ତାନରୋହନ
ସୋନାଲୀ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ୱେବସାଇଟOfficial website


ଅରୁଣ ଜେଟଲୀ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକ ସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦୀ ତାଙ୍କୁ ଷୋଡଶ ଲୋକ ସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।

ଜନ୍ମ ଓ ଶିକ୍ଷା[ସମ୍ପାଦନା]

ଅରୁଣ ଜେଟଲୀ ୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ।[୧] ପ୍ରଥମେ ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍‍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲୀ ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ । [୨] ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତ୍ତକ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ୧୯୯୧ପରଠାରୁ ବିଜେପିର ଜଣେ ଦୈନିକ ସଦସ୍ୟ ଭାବେ ଗଣା ହୋଇଥିଲେ ଅରୁଣ ଜେଟଲୀ । ୧୯୯୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. [୧][dead link]
  2. "My memorable School days at St. Xaviers". Arun Jaitley. Retrieved 10 July 2014.

ବାହାର ତଥ୍ୟ[ସମ୍ପାଦନା]