ଦୈତାରୀ ବେହେରା
ଦୈତାରୀ ବେହେରା | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ମହାପାତ୍ର |
ପର ଅଧିକାରୀ | ବିଶ୍ୱନାଥ ସାହୁ |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ପର୍ଶୁରାମ ପଣ୍ଡା |
ପର ଅଧିକାରୀ | ରାମଚନ୍ଦ୍ର ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଜାନୁଆରୀ ୧୯୩୮ |
ମୃତ୍ୟୁ | ୨ ଫେବୃଆରୀ ୨୦୨୦ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ରମା ବେହେରା |
ବାପା/ବୋଉ | ଦଣ୍ଡାସି ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦୈତାରୀ ବେହେରା (୧ ଜୁଲାଇ ୧୯୩୮ - ୨ ଜାନୁଆରୀ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଦୈତାରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୬ଷ୍ଠ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦୈତାରୀ ବେହେରା ୧୯୩୮ ମସିହା ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଣ୍ଡାସି ବେହେରା ଏବଂ ପତ୍ନୀଙ୍କ ନାମ ରମା ବେହେରା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦୈତାରୀ ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଦୈତାରୀ ବେହେରା ୨୦୨୦ ମସିହାର ଜାନୁଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ଦୈତାରୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ରାତି ପାଖାପାଖି ୧୧ଟା ବେଳେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Daitari Behera". odishaassembly.nic.in. Odisha Assembly. Retrieved 3 January 2020.
{{cite web}}
: Cite has empty unknown parameter:|dead-url=
(help) - ↑ "ଛତ୍ରପୁର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ | Sambad". ସମ୍ବାଦ. sambad.in. 3 January 2020. Retrieved 3 January 2020.