ଦୂତିକେଶ୍ୱର ଦେଉଳ

ଉଇକିପିଡ଼ିଆ‌ରୁ
ଦୂତିକେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtନୟାଗଡ଼
Location
ସ୍ଥାନଦୂତିକେଶ୍ୱର
Countryଭାରତ

ଦୂତିକେଶ୍ୱର ଦେଉଳ ଓଡ଼ିଶାରେ ଅବସ୍ଥିତ ଏକ ହିନ୍ଦୁ ଦେଉଳ । ଏହା ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଅବସ୍ଥିତ । ମୁଖ୍ୟ ଦେଉଳରେ ଶିବ ଓ ପାଖରେ ଥିବା ଛୋଟ ମନ୍ଦିରରେ ପାର୍ବତୀ ପୂଜା ପାଉଥାନ୍ତି । ଏହି ଦେଉଳ ସମ୍ମୁଖରେ ଶହେ ବର୍ଷ ପୁରାତନ ବରଗଛ ରହିଛି । ଏହି ପୀଠରେ ବନଦୁର୍ଗା, ସୂର୍ଯ୍ୟ ଦେବତା, ଅଷ୍ଟଭୂଜାଙ୍କ ପ୍ରତିମୂର୍ତ୍ତି ପୂଜିତ ।[୧]

ଅବସ୍ଥିତି[ସମ୍ପାଦନା]

ଏହି ଦେଉଳ ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଶୁଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ।[୧]

କିମ୍ବଦନ୍ତୀ[ସମ୍ପାଦନା]

ଦୂତିକେଶ୍ୱରଙ୍କ ଆବିର୍ଭାବ ନେଇ ସ୍ଥାନୀୟ ଲୋକକଥାଟିଏ ପ୍ରଚଳିତ । ଦୂତି ନାମା ଜଣେ କନ୍ଧୁଣୀ ଏକଦା ଏଠାରେ ବାସ କରୁଥିଲା । ଏକ ସ୍ଥାନରେ ମାଟି ଖୋଳୁଥିବା ବେଳେ ରକ୍ତ ଝରିବା ଦେଖି କିଛି ବୁଝି ନ ପାରି ଆହୁରି ଗଭୀରକୁ ଖୋଳିଲା । ଶେଷରେ ସେ ସେଠାରୁ ଶିବ ଲିଙ୍ଗଟିଏ ପାଇଲା । ଦୂତି ଗ୍ରାମବାସୀଙ୍କୁ ଜଣାଇବା ପରେ ସେହି ସ୍ଥାନରେ ଦେଉଳଟିଏ ତୋଳାଯାଇଥିଲା । ଏହି ‘ଦୂତି’ ନାମରୁ "ଦୂତିକେଶ୍ୱର" ନାମ ଦିଆଗଲା ।[୧]

ପାଳନ[ସମ୍ପାଦନା]

ଜାଗରକାର୍ତ୍ତିକ ପୂର୍ଣ୍ଣିମା ଦୂତିକେଶ୍ୱରଙ୍କ ମୁଖ୍ୟ ପର୍ବ। ସେଠାକାର ‘ବାରଡ଼ି ଯାତ୍ରା' ଖୁବ୍ ପ୍ରସିଦ୍ଧ ।[୧]

  1. ୧.୦ ୧.୧ ୧.୨ ୧.୩ "ଦୂତିକେଶ୍ୱର". ସମ୍ବାଦ. 1 September 2015. Retrieved 1 September 2015.[permanent dead link]