ଦୁର୍ଗା ଶଙ୍କର ଦାସ

ଉଇକିପିଡ଼ିଆ‌ରୁ
ଦୁର୍ଗା ଶଙ୍କର ଦାସ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଶଶିକାନ୍ତ ଭଞ୍ଜ
ପର ଅଧିକାରୀପ୍ୟାରୀମୋହନ ଦାସ
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-10-22)୨୨ ଅକ୍ଟୋବର ୧୯୧୦
ମୃତ୍ୟୁ୨୨ ଅଗଷ୍ଟ ୨୦୧୬(2016-08-22) (ବୟସ ୧୦୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଭିତିକା ଦାସ
ବାପା/ବୋଉତ୍ରିଲୋକନାଥ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଦୁର୍ଗା ଶଙ୍କର ଦାସ (୨୨ ଅକ୍ଟୋବର ୧୯୧୦ - ୨୨ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୁର୍ଗା ଶଙ୍କର ଦାସ ୧୯୧୦ ମସିହାର ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋକନାଥ ଦାସ ଓ ପତ୍ନୀଙ୍କ ନାମ ଭିତିକା ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୁର୍ଗା ଶଙ୍କର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦୁର୍ଗା ଶଙ୍କର ଦାସ ୨୦୧୬ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Durga Sankar Das". odishaassembly.nic.in. Odisha Assembly. Retrieved 16 January 2023.