ଦୁର୍ଗାଚରଣ ପରିଡ଼ା

ଉଇକିପିଡ଼ିଆ‌ରୁ
ଦୁର୍ଗାଚରଣ ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନ(1931-07-25)୨୫ ଜୁଲାଇ ୧୯୩୧
ବାହାରଣା, ନିଆଳି
ମୃତ୍ୟୁ୨୧ ଡିସେମ୍ବର ୨୦୨୦(2020-12-21) (ବୟସ ୮୯)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଫକୀର ମୋହନ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତି"ଇନ୍ଦ୍ରାୟୁଧ"
ଜୀବନସାଥୀପ୍ରଭାତସୁଷମା ପରିଡ଼ା

ଦୁର୍ଗାଚରଣ ପରିଡ଼ା (୨୫ ଜୁଲାଇ ୧୯୩୧ - ୨୧ ଡିସେମ୍ବର ୨୦୨୦)[୧] ଜଣେ ଓଡ଼ିଆ କବି ଥିଲେ ।[୨] ସେ ଜଣେ ପ୍ରେମ ଓ ପ୍ରଣୟର କବି ଭାବେ ଜଣା । ସେ ଗଦ୍ୟ ଭଙ୍ଗୀରେ କବିତା ଲେଖୁଥିଲେ । ତାଙ୍କ ରଚନାସମୂହ ପ୍ରଣୟାନୁଭୂତି, ପ୍ରକୃତିପ୍ରୀତି ଓ ଦାର୍ଶନିକତାକୁ ଭିତ୍ତି କରି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦୁର୍ଗାଚରଣ କଟକ ଜିଲ୍ଲା, ନିଆଳି ବ୍ଳକ[୩] ଅନ୍ତର୍ଗତ ବାହାରଣା ଗ୍ରାମରେ ୧୯୩୧ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରଘୁନାଥ ପରିଡ଼ା ଓ ମାତାଙ୍କ ନାମ ମଲ୍ଲିକା ଦେବୀ । ସେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ । ମହାପାତ୍ର ନୀଳମଣି ସାହୁ ତାଙ୍କୁ ଭଦ୍ରକ କଲେଜରେ ଅଧ୍ୟାପକ ଭାବରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେ କିନ୍ତୁ ସେଥିରେ ଅରାଜି ହୋଇ ଖଣ୍ଡସାହି ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୧୯୫୭ମସିହାରେ ଦିଗପହଣ୍ଡିରେ ସବ ରେଜିଷ୍ଟାର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଚାକିରି ଜୀବନ ଶେଷବେଳକୁ ସେ ଯୋଜନା ଓ ସମନ୍ୱୟ ବିଭାଗରେ ଅଣ୍ଡର ସେକ୍ରେଟାରୀ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ପତ୍ନୀ ପ୍ରଭାତସୁଷମା ପରିଡ଼ା, ୨ପୁଅ ଓ ୩ଝିଅ ଅଛନ୍ତି ।[୪]

ସାହିତ୍ୟିକ ଜୀବନ[ସମ୍ପାଦନା]

୧୨ବର୍ଷ ବୟସରେ ମାତ୍ର ୫ମ ଶ୍ରେଣୀରେ ପଢ଼ିବା ବେଳରୁ ଦୁର୍ଗାଚରଣ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ତାଙ୍କର ପ୍ରଥମ କବିତା ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେତେବେଳେ ଶଙ୍ଖ ପତ୍ରିକାରେ ସମ୍ପାଦକ ଥିଲେ ଜଳନ୍ଧର ଦେବ[୫] ତାଙ୍କ ପ୍ରଥମ କବିତା ସଂକଳନ ୧୯୬୨ରେ ପ୍ରକାଶ ପାଇଥିଲା ଓ ପରେ ୨୦୧୫ରେ ତାଙ୍କ ରଚିତ ବିଭିନ୍ନ କବିତାକୁ ମିଶାଇ "ରାଗ ଯୋଗେଶ୍ୱରୀ" ନାମରେ ଏକ ସଂକଳନ ପ୍ରକାଶିତ ହୋଇଥିଲା । "ଇନ୍ଦ୍ରାୟୁଧ" ତାଙ୍କର ଏକ ଜଣାଶୁଣା କବିତା ସଂକଳନ ।[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କୃଷ୍ଣଚନ୍ଦ୍ର କାବ୍ୟପୁରୁଷ ( ଓଡ଼ିଶା ଗବେଷଣା ପରିଷଦଦ୍ୱାରା ପ୍ରଦତ୍ତ )[୭]

ଆଧାର[ସମ୍ପାଦନା]

  1. ମଲ୍ଲିକ, ଡ. ହୃଷୀକେଶ. "କବିତାର ଗତିଧର୍ମ ଓ ଦୁର୍ଗାଚରଣ". ଧରିତ୍ରୀ. Retrieved 31 December 2020.
  2. Mayadhar Mansinha (1962). History of Oriya literature. Sahitya Akademi.
  3. Orissa reference: glimpses of Orissa. TechnoCAD Systems. 2001.
  4. "ଆର୍କାଇଭ୍ କପି". ନିତିଦିନ. Archived from the original on 30 January 2019. Retrieved 14 June 2017. {{cite news}}: Cite has empty unknown parameter: |1= (help)
  5. A History of Indian Literature: Struggle for freedom: triumph and tragedy, 1911-1956. Sahitya Akademi. 1991. ISBN 978-81-7901-798-2.
  6. Durga Charan Parida (1962). Indrāẏudha. Pratibhā Prakāśa Bhabana.
  7. "କବି ଦୁର୍ଗାଚରଣ ପରିଡ଼ା ଆଉ ନାହାନ୍ତି". ସମାଜ ୨୨/୧୨/୨୦୨୦ କଟକ ସଂସ୍କରଣ. ସମାଜ. p. ୧୧. Archived from the original on 22 December 2020. Retrieved 22 December 2020.