ତୋୟକ ସଙ୍ଗଣା
ତୋୟକ ସଙ୍ଗଣା | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ପୂଜାରୀ |
ପର ଅଧିକାରୀ | ହରିଶ୍ଚନ୍ଦ୍ର ବକ୍ସିପାତ୍ର |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ସାଂସଦ: ୨ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୨ | |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ସାଂସଦ: ୧ମ ଲୋକ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ରାୟଗଡ଼ା-ଫୁଲବାଣୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମଇ ୧୯୧୮ |
ମୃତ୍ୟୁ | ୮ ସେପ୍ଟେମ୍ବର ୧୯୮୦ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ତୋୟକ ସୁଧା |
ସନ୍ତାନ | ୪ |
ବାପା/ବୋଉ | ତୋୟକ ମୋଖାଲିଙ୍ଗମ୍ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତୋୟକ ସଙ୍ଗଣା (୧ ମଇ ୧୯୧୮ - ୮ ସେପ୍ଟେମ୍ବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୨ ଓ ୧୯୫୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ରାୟଗଡ଼ା-ଫୁଲବାଣୀ ଓ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତୋୟକ ସଙ୍ଗଣା ୧୯୧୮ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତୋୟକ ମୋଖାଲିଙ୍ଗମ୍ ଓ ପତ୍ନୀଙ୍କ ନାମ ତୋୟକ ସୁଧା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତୋୟକ ସଙ୍ଗଣା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୩ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ଲୋକ ସଭା ଓ ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଲୋକ ସଭା | ରାୟଗଡ଼ା-ଫୁଲବାଣୀ | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୭ | ୧୯୬୨ | ସଭ୍ୟ, ୨ୟ ଲୋକ ସଭା | କୋରାପୁଟ | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | କୋରାପୁଟ | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ତୋୟକ ସାଙ୍ଗଣା ୧୯୮୦ ମସିହାର ସେପ୍ଟେମ୍ବର ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Toyaka Sangana". odishaassembly.nic.in. Odisha Assembly. Retrieved 15 March 2022.