ତୁର୍କୀ
ତୁର୍କୀ (ଆନୁଷ୍ଠାନିକ ନାମ ତୁର୍କୀ ଗଣତନ୍ତ୍ର) ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ । ଏହାର କିଛି ଅଂଶ ଯୁରୋପର ବଲକାନ ଉପଦ୍ୱୀପ ଓ କିଛି ଅଂଶ ପଶ୍ଚିମ ଏସିଆର ଆନାତୋଲିଆ ଉପଦ୍ୱିପରେସ୍ଥିତ । ଏହାର ଉତ୍ତର-ପଶ୍ଚିମ ଦିଗ ଗ୍ରୀସ୍ ଏବଂ ବୁଲଗେରିଆ ,ଉତ୍ତର ଦିଗ କୃଷ୍ଣ ସାଗର ଉତ୍ତର-ପୂର୍ବ ଜର୍ଜିଆ ଦ୍ୱର ଘେରା । ସେହି ପରି ପୂର୍ବ ଦିଗ ଆର୍ମେନିଆ, ଆଜେରବାଇଜାନ ଏବଂ ଇରାନ ; ଦକ୍ଷିଣ ପୂର୍ବ ଦିଗ ଇରାକ ; ଦକ୍ଷିଣରେ ସିରିଆ ଏବଂ ଭୂମଧ୍ୟସାଗର; ଏବଂ ପଶ୍ଚିମ ଏଜିଅନ୍ ସାଗର ନିକଟରେସ୍ଥିତ । ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ନାଗରିକ ତୁର୍କୀ ସମ୍ପ୍ରଦାୟର ବୋଲି ପରିଚିତ ଏବଂ ୧୫ରୁ ୨୦ ପ୍ରତିଶତ କୁର୍ଦ୍ଦ ସମ୍ପ୍ରଦାୟର । ଉଭୟ ୟୁରୋପ ଏବଂ ଏସିଆରେ ବିସ୍ତୃତ ଇସ୍ତାନବୁଲ , ଦେଶର ବୃହତ୍ତମ ସହର ଏବଂ ଆଙ୍କାରା ଏହାର ରାଜଧାନୀ ଅଟେ ।
ଭୂଗୋଳ
[ସମ୍ପାଦନା]ତୁର୍କୀ ଉଭୟ ୟୁରୋପ ଏବଂ ଏସିଆରେ ବିସ୍ତୃତ । ଦେଶର ୯୭ ପ୍ରତିଶତ ସ୍ଥଳଭାଗ ଏସିଆରେ ଅନ୍ତର୍ଭୁକ୍ତ । ୟୁରୋପୀୟ ତୁର୍କୀ ଦେଶର ୩% ଅଞ୍ଚଳକୁ ନେଇ ଗଠିତ ।ବୋସଫରସ୍, ମାରମାରା ସାଗର ଏବଂ ଡାର୍ଡାନେଲ୍ସ ଦ୍ୱର ୟୁରୋପୀୟ ତୁର୍କୀ ଏସୀୟ ତୁର୍କୀରୁ ପୃଥକ ହୋଇଛି ।ତୁର୍କୀର ଲମ୍ବ ୧୬୦୦ କିଲୋମିଟର (୯୯୦ ମାଇଲ)ରୁ ଅଧିକ ଏବଂ ପ୍ରସ୍ତ ୮୦୦ କିଲୋମିଟର (୫୦୦ ମାଇଲ) ବିଶିଷ୍ଟ । ଐହର ଆକାର, ପ୍ରାୟ ଆୟତକାର ।ଏହା ୩୫°ରୁ ୪୩° ଉତ୍ତର ଅକ୍ଷାଂଶ ଏବଂ ୨୫°ରୁ ୪୫° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ତୁର୍କୀର କ୍ଷେତ୍ରଫଳ ,, ହ୍ରଦ ସମେତ, ୭୮୩,୫୬୨ ବର୍ଗ କିଲୋମିଟର (୩୦୨,୫୩୫ ବର୍ଗ ମାଇଲ) । ତୁର୍କୀ ହେଉଛି ବିଶ୍ୱର ୩୭ତମ ବୃହତ୍ତମ ଦେଶ । ଦେଶ ତିନି ପାର୍ଶ୍ୱରେ ସମୁଦ୍ରଦ୍ୱାରା ଘେରି ରହିଛି: ପଶ୍ଚିମରେ ଏଜିଆନ୍ ସାଗର, ଉତ୍ତରରେ କୃଷ୍ଣ ସାଗର ଏବଂ ଦକ୍ଷିଣରେ ଭୂମଧ୍ୟସାଗର । ତୁର୍କୀର ଉତ୍ତର-ପଶ୍ଚିମରେ ମାରମାରା ସାଗର ମଧ୍ୟ ରହିଛି ।[୧]
ତୁର୍କୀର ୟୁରୋପୀୟ ଭାଗ, ଯାହାକୁ ପୂର୍ବ ଥ୍ରେସ୍ ମଧ୍ୟ କୁହାଯାଏ, ବଲକାନ ଉପଦ୍ୱୀପର ପୂର୍ବ ସୀମାରେ ଅବସ୍ଥିତ । ଏହା ତୁର୍କୀ ଏବଂ ଏହାର ପଡ଼ୋଶୀ ଗ୍ରୀସ୍ ଏବଂ ବୁଲଗେରିଆ ସୀମାରେ ଅଛି । ତୁର୍କୀର ଏସୀୟ ଅଂଶ ମୁଖ୍ୟତଃ ଆନାଟୋଲିଆ ଉପଦ୍ୱୀପକୁ ନେଇ ଗଠିତ, ଯାହା ଉତ୍ତରରେ କୋରୋଗ୍ଲୁ ଏବଂ ପଣ୍ଟିକ୍ ପର୍ବତ ଶୃଂଖଳା ଏବଂ ଦକ୍ଷିଣରେ ତୁରୁସ୍ ପର୍ବତ ମଧ୍ୟରେ ସଂକୀର୍ଣ୍ଣ ଉପକୂଳ ସମତଳ ଭୂମି ସହିତ ଏକ ଉଚ୍ଚ କେନ୍ଦ୍ରୀୟ ମାଳଭୂମିକୁ ନେଇ ଗଠିତ । ପୂର୍ବ ତୁର୍କୀର ଏକ ପାର୍ବତ୍ୟ ଅଞ୍ଚଳ ଏବଂ ଅନେକ ନଦୀ ଯଥା ଫରାତ୍, ଟାଇଗ୍ରିସ୍ ଏବଂ ଆରାସ ଭଳି ନଦୀଗୁଡ଼ିକର ଉତ୍ସ ଅଟେ । ଆର୍ମେନିଆ ଉଚ୍ଚଭୂମିର ପଶ୍ଚିମ ଭାଗ ପୂର୍ବ ତୁର୍କୀରେ ଅବସ୍ଥିତ । ତୁର୍କୀର ସର୍ବୋଚ୍ଚ ବିନ୍ଦୁ ୫୧୩୭ ମିଟର (୧୬୮୫୪ ଫୁଟ) ଉଚ୍ଚ ଆରାରତ୍ ପର୍ବତ, ଏବଂ ଦେଶର ବୃହତ୍ତମ ହ୍ରଦ ଭାନ୍ ହ୍ରଦ ଏହି ଭାଗର ଅନ୍ତର୍ଭୁକ୍ତ ।[୨]
ଅର୍ଥନୀତି
[ସମ୍ପାଦନା]ତୁର୍କୀର ଆନୁମାନିକ ମୋଟ ଘରୋଇ ଉତ୍ପାଦ ୭୪୪ ବିଲିୟନ ଡ଼ଲାର (ମୁଣ୍ଡପିଛା $ ୮୯୫୮) ।ତୁର୍କୀ ହେଉଛି ବିଶ୍ ୧୯ତମ ବୃହତ୍ ଅର୍ଥନୀତି । ତୁର୍କୀ ଓଈସିଡି ଏବଂ ଜି୨୦ର ପ୍ରତିଷ୍ଠାତା ସଦସ୍ୟ ।ରାସାୟନିକ ଏବଂ ତୈଳ ଟ୍ୟାଙ୍କର୍ ଓ ବିଳାସପୂର୍ଣ୍ଣ ଜାହାଜ ଉତ୍ପାଦନ ପାଇଁ ତୁର୍କୀ ପ୍ରସିଦ୍ଧ । ବେକୋ ଏବଂ ଭେଷ୍ଟେଲ ପରି ତୁର୍କୀ ବ୍ରାଣ୍ଡଗୁଡିକ ୟୁରୋପରେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣର ବୃହତ୍ତମ ଉତ୍ପାଦକମାନଙ୍କ ମଧ୍ୟରେ ଗଣାଯାଆନ୍ତି । ତୁର୍କୀ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ହେଉଛି ବ୍ୟାଙ୍କିଙ୍ଗ୍, ଗୃହ ନିର୍ମାଣ, ଗୃହ ଉପକରଣ, ଇଲେକ୍ଟ୍ରୋନିକ୍ସ, ବସ୍ତ୍ର, ତୈଳ ବିଶୋଧନ, ପେଟ୍ରୋକେମିକାଲ୍ ଉତ୍ପାଦ, ଖାଦ୍ୟ, ଖଣି, ଲୁହା ଏବଂ ଇସ୍ପାତ ଏବଂ ମେସିନ୍ ଶିଳ୍ପ । କୃଷି ରୋଜଗାରର ଏକ ଚତୁର୍ଥାଂଶ ।
ଜନସଂଖ୍ୟା
[ସମ୍ପାଦନା]ତୁର୍କୀର ଜନସଂଖ୍ୟା ଗଣନା ପଦ୍ଧତି ଅନୁଯାୟୀ ୨୦୧୧ରେ ଦେଶର ଜନସଂଖ୍ୟା ୭୪.୭ ନିୟୁତ ଥିଲା, ପ୍ରାୟ ତିନି ଚତୁର୍ଥାଂଶ ଛୋଟ ଓ ବଡ଼ ସହରର ନୀବାସି । ୨୦୧୧ ଆକଳନ ଅନୁଯାୟୀ, ଜନସଂଖ୍ୟା ପ୍ରତିବର୍ଷ ୧.୩୫ ପ୍ରତିଶତ ବୃଦ୍ଧି ପାଉଛି । ତୁର୍କୀରେ ହାରାହାରି ଜନସଂଖ୍ୟା ଘନତା ୯୭ ପ୍ରତି ବର୍ଗ କିଲୋମିଟର । ୧୫–୬୪ ବୟସ ବର୍ଗର ଲୋକମାନେ ସମୁଦାୟ ଜନସଂଖ୍ୟାର ୬୭.୪ ପ୍ରତିଶତ ; ୦–୧୪ ବୟସ ବର୍ଗ ୨୫.୩ ପ୍ରତିଶତ ଓ 65 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କ ନାଗରିକମାନେ ୭.୩ ପ୍ରତିଶତ ।[୩]
ତୁର୍କୀ ସମ୍ବିଧାନର ଧାରା ୬୬କ "ତୁର୍କ"କୁ "ନାଗରିକତ୍ୱ ବନ୍ଧନ ମାଧ୍ୟମରେ ତୁର୍କୀ ରାଜ୍ୟ ସହିତ ବନ୍ଧା ହୋଇଥିବା" ଭାବରେ ବ୍ୟାଖ୍ୟା କରେ; ତେଣୁ, ତୁର୍କୀର ନାଗରିକ ଭାବରେ "ତୁର୍କୀ" ଶବ୍ଦର ଆଇନଗତ ବ୍ୟବହାର ଜାତିଗତ ସଂଜ୍ଞାଠାରୁ ଭିନ୍ନ ଅଟେ।[୪] ତଥାପି ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ନାଗରିକ ତୁର୍କୀ ଅଟନ୍ତି। ଅନୁମାନ କରାଯାଏ ଯେ, ତୁର୍କୀରେ ଅତି କମରେ ୪୭ଟି ଜାତି ପ୍ରତିନିଧିତ୍ବ କରନ୍ତି । ଜନସଂଖ୍ୟାର ଜାତିଗତ ମିଶ୍ରଣ ଉପରେ ନିର୍ଭରଯୋଗ୍ୟ ତଥ୍ୟ ଉପଲବ୍ଧ ନାହିଁ, କାରଣ ତୁର୍କୀ ଜନଗଣନା ସଂଖ୍ୟା ଅନୁସୂଚିତ ଜାତି ଉପରେ ପରିସଂଖ୍ୟାନ ଅନ୍ତର୍ଭୂକ୍ତ କରେ ନାହିଁ।
ସରକାର
[ସମ୍ପାଦନା]୨୦୧୭ରେ ଏକ ନିର୍ବାଚନଦ୍ୱାରା ଏକ ରାଷ୍ଟ୍ରପତି ପ୍ରଧାନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା;୨୦୧୮ରେ ରାଷ୍ଟ୍ରପତି ନିର୍ବାଚନ ସହିତ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା । ଏହି ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟନିର୍ବାହ ନିୟନ୍ତ୍ରଣ ପ୍ରଦାନ କରେ । ଏହି ଅଧିକାର ମଧ୍ୟରେ ବିଚାରାଦେଶ ଜାରି କରିବା, ନିଜ କ୍ୟାବିନେଟ୍ ନିଯୁକ୍ତ କରିବା, ବଜେଟ୍ ପ୍ରସ୍ତୁତ କରିବା, ପ୍ରାଥମିକ ନିର୍ବାଚନ ଡାକିବା , ସଂସଦ ଭଙ୍ଗ କରିବା ଏବଂ ନିଯୁକ୍ତ କରିବା କ୍ଷମତା ଅନ୍ତର୍ଭୁକ୍ତ । ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବଲି କୁହାଯାଉଥିବା ଏକ ସଂସଦ ପାଖରେ ଆଇନ୍ ପ୍ରଣୟନ କ୍ଷମତା ଦିଆଯାଇଛି ।
ଆଧାର
[ସମ୍ପାଦନା]- ↑ US Library of Congress. "Geography of Turkey". US Library of Congress. Retrieved 13 December 2006.
- ↑ "Lake Van - lake, Turkey". Encyclopedia Britannica. Retrieved 2020-11-06.
- ↑ "Middle East :: Turkey - The World Factbook". Central Intelligence Agency. 2020-11-04. Archived from the original on 2017-07-02. Retrieved 2020-11-06.
- ↑ Bayir, Derya (22 April 2016). Minorities and Nationalism in Turkish Law. Routledge. pp. 144–145. ISBN 978-1-317-09579-8.