ଡୋଲ୍ୟୁଟଗ୍ରାଭିର/ରିଲପିଭିରିନ
Combination of | |
---|---|
Dolutegravir | HIV integrase strand transfer inhibitor (INSTI) |
Rilpivirine | HIV nonnucleoside reverse transcriptase inhibitor (NNRTI) |
Clinical data | |
Trade names | Juluca |
AHFS/Drugs.com | monograph |
data | |
Pregnancy category | |
Routes of administration | By mouth |
Legal status | |
Legal status |
ଡୋଲ୍ୟୁଟଗ୍ରାଭିର/ରିଲପିଭିରିନ (ଇଂରାଜୀ ଭାଷାରେ Dolutegravir/rilpivirine), ଜୁଲୁକା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଏହା ସାଧାରଣତଃ କେବଳ ସେହି ଲୋକମାନଙ୍କର ବ୍ୟବହୃତ ହୁଏ ଯେଉଁମାନେ ଅନ୍ୟ ଚିକିତ୍ସାରେ ସ୍ଥିର ହୋଇ ରହିଛନ୍ତି ।[୪] ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା ଏହା ଏକମାତ୍ର ଔଷଧ ହୋଇପାରେ ।[୩] ଏହାକୁ ଖାଦ୍ୟ ସହିତ ପ୍ରତିଦିନ ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଯକୃତ ସମସ୍ୟା ଏବଂ ଉଦାସୀନତା ଅନ୍ତର୍ଭୁକ୍ତ ହୋଇପାରେ ।[୩] ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏଥିରେ ଡୋଲ୍ୟୁଟଗ୍ରାଭିର, ଏକ ଇଣ୍ଟିଗ୍ରେଜ ପ୍ରତିରୋଧକ ଏବଂ ରିଲପିଭିରିନ, ଏକ ରିଭର୍ସ-ଟ୍ରାନ୍ସକ୍ରିପଟେଜ ପ୍ରତିରୋଧକ ଥାଏ ।[୩]
ଏହି ମିଶ୍ରଣକୁ ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୭୦୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ ୨୯୦୦ ଡଲାର ଅଟେ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Dolutegravir / rilpivirine (Juluca) Use During Pregnancy". Drugs.com. 7 January 2020. Archived from the original on 25 March 2020. Retrieved 25 March 2020.
- ↑ "Juluca 50 mg/25 mg film-coated tablets - Summary of Product Characteristics (SmPC)". (emc). 25 February 2020. Archived from the original on 25 March 2020. Retrieved 25 March 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Juluca- dolutegravir sodium and rilpivirine hydrochloride tablet, film coated". DailyMed. 24 October 2019. Archived from the original on 12 June 2020. Retrieved 25 March 2020.
- ↑ "Dolutegravir and Rilpivirine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 27 December 2021.
- ↑ "Juluca EPAR". European Medicines Agency (EMA). 11 February 2019. Archived from the original on 25 March 2020. Retrieved 25 March 2020.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 681. ISBN 978-0857114105.
- ↑ "Juluca Prices, Coupons & Savings Tips - GoodRx". GoodRx. Retrieved 27 December 2021.