ଡାଏବେଟିସ ଇନସିପିଡସ

ଉଇକିପିଡ଼ିଆ‌ରୁ
ଡାଏବେଟିସ ଇନସିପିଡସ
ବିଭାଗଅନ୍ତଃସ୍ରାବୀ ବିଜ୍ଞାନ (Endocrinology) ପ୍ରତିଶବ୍ଦ- ପିଟୁଇଟାରି ଡାଏବେଟିସ ଇନସିପିଡସ (Pituitary diabetes insipidus)
ଲକ୍ଷଣପ୍ରଚୁର ପରମାଣର ପତଳା (dilute) ପରିସ୍ରା, ଅତ୍ୟଧିକ ଭୋକ [୧]
ଆକ୍ରାନ୍ତ ସମୟଯେ କୌଣସି ବୟସ[୨][୩]
କାରଣପ୍ରକାର ଉପରେ ନିର୍ଭର[୧]
ରୋଗ ନିର୍ଣ୍ଣୟ ପଦ୍ଧତିପରିସ୍ରା ପରୀକ୍ଷା (Urine tests), ରକ୍ତ ପରୀକ୍ଷା blood tests, ଫ୍ଲୁଇଡ ଡେପ୍ରିଭେସନ ଟେଷ୍ଟ (fluid deprivation test)[୧]
ସଠିକ ରୋଗ ନିର୍ଣ୍ଣୟଭେଦାତ୍ମକ ନିର୍ଣ୍ଣୟ - ମଧୁମେହ [୧]
ଔଷଧଡେସମୋପ୍ରେସିନ, ଥିଆଜାଇଡସ (thiazides), ଆସ୍ପିରିନ [୧]
ଚିକିତ୍ସାପ୍ରଚୁର ଜଳ ପାନ [୧]
Prognosisଚିକିତ୍ସାରେ ଉନ୍ନତି ହୁଏ । [୧]
ପୁନଃପୌନିକଏକ ଲକ୍ଷ ଲୋକରେ ବାର୍ଷିକ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[୪]

ଡାଏବେଟିସ ଇନସିପିଡସ ବା ଡିଆଇ (ଇଂରାଜୀ ଭାଷାରେ Diabetes insipidus ବାDI) ଏକ ପ୍ରକାର ରୋଗ (condition) ଯେଉଁଥିରେ ପଲିୟୁରିଆ ବା ପ୍ରଚୁର ପରିମାଣର ପତଳା ପରିସ୍ରା (large amounts of dilute urine) ହୁଏ ଓ ପଲିଡିପସିଆ ବା ଅତ୍ୟଧିକ ଶୋଷ (increased thirst) ହୁଏ ।[୧] ଏହି ପରିସ୍ରାର ପରିମାଣ ଦୈନିକ ୨୦ ଲିଟର ପର୍ଯ୍ୟନ୍ତ ହୋଇପାରେ ।[୧] ପରିସ୍ରାର ସାନ୍ଦ୍ରତା ଉପରେ ତରଳ ପଦାର୍ଥ କମ କଲେ ମଧ୍ୟ କୌଣସି ପ୍ରଭାବ ପଡ଼େନାହିଁ ।[୧] ରୋଗ ଜଟିଳ ହେଲେ ନିର୍ଜଳନ (dehydration) ବା ଅପସ୍ମାର ବାତ ହୋଇପାରେ । [୧]

ଚାରି ପ୍ରକାର ଡିଆଇ ରୋଗ ଦେଖାଯାଏ । [୧] ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।[୧] ହାଇପୋଥାଲାମସ (hypothalamus) ବା ପିଟୁଇଟାରି ଗ୍ରନ୍ଥି (pituitary gland) ଆଘାତ ଯୋଗୁ ବା ଜେନେଟିକ (genetics) କାରଣ ଯୋଗୁ ଏହି ରୋଗ ହୁଏ ।[୧] ଭାସୋପ୍ରେସିନ ହରମୋନ‌କୁ ବୃକ୍‌କ ସଠିକ ଭାବରେ ନ‌କଲେ ନେଫ୍ରୋଜେନିକ ଡିଆଇ (Nephrogenic diabetes insipidus ବା (NDI) ହୁଏ ।[୧] ହାଇପୋଥାଲାମସରେ ଶୋଷ (thirst) ମେକାନିଜ୍ମରେ ତୃଟି ରହିଲେ ଡିପସୋଜେନିକ ଡିଆଇ ହୁଏ ଓ ଗର୍ଭାବସ୍ଥାରେ ଜେସ୍ଟେସନାଲ ଡିଆଇ ରୋଗ ହୁଏ ।[୧] ପରିସ୍ରା ପରୀକ୍ଷା (urine tests), ରକ୍ତ ପରୀକ୍ଷା (blood tests) ଓ ଫ୍ଲୁଇଡ ଡେପ୍ରାଇଭେସନ (fluid deprivation test) ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ମଧୁମେହ ବା ଡାଏବେଟିସ ମେଲାଇଟସ ଏକ ପୃଥକ ରୋଗ ଯେଉଁଥିରେ ଡିଆଇ ରୋଗ ଭଳି ପ୍ରଚୁର ପରିସ୍ରା ହୁଏ ।[୧]

ଏହି ରୋଗରେ ନିର୍ଜଳନରୁ ରକ୍ଷା କରିବା ନିମନ୍ତେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[୧] ରୋଗର ପ୍ରକାର ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[୧] ସେଣ୍ଟ୍ରାଲ ଓ ଜେସ୍ଟେସନାଲ ଡିଆଇରେ ଡେସମୋପ୍ରେସିନ ଦିଆଯାଏ ।[୧] ନେଫ୍ରୋଜେନିକ ରୋଗରେ ଅନ୍ତର୍ନିହିତ ରୋଗ ଅନୁସାରେ ବା ଥିଆଜାଇଡ (thiazide), ଆସ୍ପିରିନ ବା ଆଇବୁପ୍ରୋଫେନ୍ ଦିଆଯାଏ ।[୧] ପ୍ରତି ୧୦୦,୦୦୦ ଲୋକରେ ବାର୍ଷିକ ୩ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୪] ଦଶରୁ କୋଡ଼ିଏ ବର୍ଷ ବୟସ ମଧ୍ୟରେ ସେଣ୍ଟ୍ରାଲ ଡିଆଇ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରେ ।[୨] ନେଫ୍ରୋଜେନିକ ଡିଆଇ ଯେକୋଣସି ବୟସରେ ଆରମ୍ଭ ହୋଇପାରେ ।[୩] ଡାଏବେଟି ଶବ୍ଦଟି ଏକ ଗ୍ରୀକ ଶବ୍ଦରୁ ନିଆଯାଇଛି ଯାହାର ଇଂରାଜୀ ପ୍ରତିଶବ୍ଦ ସାଇଫନ (siphon) ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "Diabetes Insipidus". National Institute of Diabetes and Digestive and Kidney Diseases. October 2015. Archived from the original on 13 May 2017. Retrieved 28 May 2017.
  2. ୨.୦ ୨.୧ "Central Diabetes Insipidus". NORD (National Organization for Rare Disorders). 2015. Archived from the original on 21 February 2017. Retrieved 28 May 2017.
  3. ୩.୦ ୩.୧ "Nephrogenic Diabetes Insipidus". NORD (National Organization for Rare Disorders). 2016. Archived from the original on 19 February 2017. Retrieved 28 May 2017.
  4. ୪.୦ ୪.୧ Saborio P, Tipton GA, Chan JC (2000). "Diabetes Insipidus". Pediatrics in Review. 21 (4): 122–129. doi:10.1542/pir.21-4-122. PMID 10756175.
  5. Rubin, Alan L. (2011). Diabetes For Dummies (in ଇଂରାଜୀ) (3 ed.). John Wiley & Sons. p. 19. ISBN 9781118052488. Archived from the original on 2017-09-08.