Jump to content

ଟ୍ୟୁବରସ ସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
Tuberous sclerosis
Tuberous sclerosis complex (TSC);[] Bourneville Pringle syndrome[]
A case of tuberous sclerosis showing facial angiofibromas in the characteristic butterfly pattern
ଉଚ୍ଚାରଣ
  • TOO-bur-us skluh-ROH-sis[]
ବିଭାଗNeurology, medical genetics
ଲକ୍ଷଣSeizures, intellectual disability, developmental delay, behavioral problems, autism[]
ଅବଧିLife-long[]
କାରଣGenetic disorder (autosomal dominant)[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ସଠିକ ରୋଗ ନିର୍ଣ୍ଣୟFocal cortical dysplasia[]
ଚିକିତ୍ସାPhysical therapy, occupational therapy, speech therapy, behavioral therapy, antiepileptic medication[]
PrognosisVariable[]
ପୁନଃପୌନିକ1 in 6,000[]
Patient UKTuberous sclerosis

ଟ୍ୟୁବରସ ସ୍କ୍ଲେରୋସିସ (ଇଂରାଜୀ ଭାଷାରେ Tuberous sclerosis/ TS ) ହେଉଛି ଏକ ଜେନେଟିକ୍ ରୋଗ ଯାହା ଫଳରେ ମସ୍ତିଷ୍କ, ହୃତ୍‌ପିଣ୍ଡ , ଆଖି, ଫୁସଫୁସ ଏବଂ ଚର୍ମରେ ଅଣ-କର୍କଟ ଅର୍ବୁଦର ବୃଦ୍ଧି ଘଟାଏ ।[] ସାଧାରଣ ଲକ୍ଷଣ ମଧ୍ୟରେ ବାତ, ବୌଦ୍ଧିକ ଅକ୍ଷମତା, ବିକାଶ ବିଳମ୍ବ, ଆଚରଣଗତ ସମସ୍ୟା, ବିକାଶ ବିଳମ୍ବ ଏବଂ ଅଟିଜିମ୍ ହୋଇପାରେ ।[] ସମସ୍ୟାର ଆରମ୍ଭ ପ୍ରାୟ ଜୀବନର ପ୍ରଥମ ବର୍ଷ ବ‌ୟସରେ ହୋଇଥାଏ; ଯଦିଓ ପରେ ମଧ୍ୟ ହୋଇପାରେ ।[] ବୃକ୍‌କ ଏବଂ ଫୁସଫୁସ ସମସ୍ୟା ମଧ୍ୟ ହୋଇପାରେ ।[]

ଏହା ଟିଏସସି୧ (TSC1) କିମ୍ବା ଟିଏସସି୨ (TSC2) ଜିନର ପରିବର୍ତ୍ତନଦ୍ୱାରା ଘଟିଥାଏ, ଯାହା ଯଥାକ୍ରମେ ପୁଷ୍ଟିସାର ହାମାର୍ଟିନ ଏବଂ ଟ୍ୟୁବରିନ୍ ପାଇଁ କୋଡ୍ କରିଥାଏ ।[] ଯଦିଓ ଏହା ଏକ ଅଟୋସୋମାଲ୍ ପ୍ରାଧାନ୍ୟ ଢଙ୍ଗରେ ଜଣେ ବ୍ୟକ୍ତିଙ୍କ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ହୋଇପାରେ, ଅଧିକାଂଶ ବିକାଶ ପ୍ରାରମ୍ଭିକ ବିକାଶ ସମୟରେ ହେଉଥିବା ନୂତନ ମ୍ୟୁଟେସନ ପରିବର୍ତ୍ତନ ଭାବରେ ଘଟିଥାଏ ।[] ଏହି ପ୍ରୋଟିନ‌ଗୁଡିକ ଟ୍ୟୁମର ଅଭିବୃଦ୍ଧି ଦମନକାରୀ ବୋଲି ବିଶ୍ୱାସ କରାଯାଏ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୁଏ ।[] ଜେନେଟିକ୍ ପରୀକ୍ଷଣଦ୍ୱାରା ଏହା ନିଶ୍ଚିତ କରାଯାଇପାରେ ।[]

ଏହା ଆରୋଗ୍ୟ ହୁଏ ନାହିଁ, କେବଳ ସହାୟକ ଚିକିତ୍ସା କରାଯାଏ ।[] ଶାରୀରିକ ଚିକିତ୍ସା, ବୃତ୍ତିଗତ ଚିକିତ୍ସା, ବାକ୍ ଚିକିତ୍ସା ଏବଂ ବ୍ୟବ‌ହାରିକ ଚିକିତ୍ସା କରାଯାଇପାରେ ।[] ବାତ ଚିକିତ୍ସା ପାଇଁ ଆଣ୍ଟିଏପିଲେପ୍ଟିକ୍ ଔଷଧ ଯେପରିକି ଭିଗାବାଟ୍ରିନ୍ ବ୍ୟବହୃତ ହୋଇପାରେ ।[] ଦୀର୍ଘକାଳୀନ ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଅଟେ ଏବଂ ଲକ୍ଷଣଗୁଡ଼ିକର ଗମ୍ଭୀରତା ଉପରେ ନିର୍ଭର କରେ ।[]

ଟ୍ୟୁବରସ ସ୍କ୍ଲେରୋସିସ ବିଶ୍ୱରେ ୨ ନିୟୁତ ଲୋକଙ୍କୁ ପ୍ରଭାବିତ କରିପାରେ ।[] ଯୁକ୍ତରାଷ୍ଟ୍ରରେ ଏହା ପ୍ରାୟ ୬୦୦୦ ପିଲାଙ୍କ ଉପରେ ପ୍ରଭାବ ପକାଇଥାଏ; ୟୁରୋପରେ ଏହା କିଛି ମାତ୍ରାରେ କମ ହୁଏ ।[] [] ସମ ଭାବରେ ପୁରୁଷ ଏବଂ ମହିଳା ପ୍ରଭାବିତ ହୁଅନ୍ତି ।[] ଏହାକୁ ପ୍ରଥମେ ୧୮୮୦ ମସିହାରେ ଫ୍ରାନ୍ସର ସ୍ନାୟୁ ବିଶେଷଜ୍ଞ ଡିଜାୟର-ମାଗଲଏର ବର୍ଣ୍ଣନା କରିଥିଲେ ।[] ଏହାର ନାମ ମସ୍ତିଷ୍କରେ ଥିବା ଅନିୟମିତ ଫୁଲାକୁ ବୁଝାଏ ଯାହା ହୁଏତ ଆଳୁ ଆକୃତିର ଦେଖାଯାଏ ।[]

  1. "Orphanet: Tuberous sclerosis complex". www.orpha.net. Archived from the original on 8 May 2024. Retrieved 9 May 2024.
  2. 1 2 3 4 "Tuberous Sclerosis - Symptoms, Causes, Treatment | NORD". rarediseases.org. Archived from the original on 7 June 2023. Retrieved 9 September 2023.
  3. "Tuberous sclerosis - Symptoms and causes". Mayo Clinic (in ଇଂରାଜୀ). Archived from the original on 9 September 2023. Retrieved 9 September 2023.
  4. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 "Tuberous Sclerosis Complex". National Institute of Neurological Disorders and Stroke (in ଇଂରାଜୀ). Archived from the original on 1 June 2023. Retrieved 9 September 2023.
  5. "TUBEROUS SCLEROSIS". www.epilepsydiagnosis.org. Archived from the original on 21 October 2021. Retrieved 9 September 2023.
  6. "TUBEROUS SCLEROSIS". www.epilepsydiagnosis.org. Archived from the original on 3 August 2023. Retrieved 9 September 2023.
  7. Brigo F, Lattanzi S, Trinka E, Nardone R, Bragazzi NL, Ruggieri M, et al. (December 2018). "First descriptions of tuberous sclerosis by Désiré-Magloire Bourneville (1840-1909)". Neuropathology. 38 (6): 577–582. doi:10.1111/neup.12515. PMID 30215888. S2CID 52269610.