ଟେମସିରୋଲିମସ
| Clinical data | |
|---|---|
| Trade names | Torisel |
| Synonyms | CCI-779 |
| AHFS/Drugs.com | monograph |
| MedlinePlus | a607071 |
| data |
|
| Pregnancy category | |
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Metabolism | Liver |
| Elimination half-life | 17.3 hours (temsirolimus); 54.6 hours (sirolimus)[୨] |
| Excretion | Urine (4.6%), faeces (78%)[୨] |
| Identifiers | |
| |
| ECHA InfoCard | 100.211.882 |
| Chemical and physical data | |
| Formula | C56H87NO16 |
| Molar mass | ୧,୦୩୦.୩0 g·mol−1 |
| (verify) | |
ଟେମସିରୋଲିମସ (ଇଂରାଜୀ ଭାଷାରେ Temsirolimus), ଟୋରିସେଲମ୍ ନାମକ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୃକ୍କୀୟ ଜୀବକୋଷ କର୍କଟ (ଆରସିସି) ଏବଂ ମ୍ୟାଣ୍ଟଲ ଜୀବକୋଷ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ସାଧାରଣତଃଡାଇଫେନହାଇଡ୍ରାମିନ ଭଳି ଏକ ଆଣ୍ଟିହିଷ୍ଟାମିନ ସହିତ ବ୍ୟବହୃତ ହୁଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ନିମ୍ନ ପ୍ଲାଟେଲେଟ୍ ସ୍ତର, ନିମ୍ନ ଲାଲ ରକ୍ତ କଣିକା, ଉଚ୍ଚ ରକ୍ତ ଶର୍କରା, ନିଶ୍ୱାସ ନେବାରେ ଅସୁବିଧା, ବାନ୍ତି, ଦାଗ, ଫୁଲା, ଥକାପଣ ଏବଂ ଜ୍ୱର ହୋଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ଫୁସଫୁସ ଏମ୍ବୋଲିଜ୍ମ୍ ଏବଂ ଉଚ୍ଚ ରକ୍ତ ଚର୍ବି ସ୍ତର ହୋଇପାରେ । ଏହା ଶରୀରରେ ସାଇରୋଲିମସରେ ପରିଣତ ହୁଏ; ଯାହା ଏମଟୋର (mTOR) ପ୍ରୋଟିନ୍କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୩]
୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେମସିରୋଲିମସ୍ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୫ ମିଗ୍ରା ମାତ୍ରାର ମୂଲ୍ୟ ୧୯୦୦ ଡଲାର ଥିଲା । [୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬୨୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Torisel EPAR". European Medicines Agency. Archived from the original on 11 November 2020. Retrieved 6 November 2020.
- ↑ ୨.୦ ୨.୧ Temsirolimus Drug Monograph. CCO Formulary - June 2014: Cancer Care Ontario. p. 2.
{{cite book}}: CS1 maint: location (link) - ↑ ୩.୦ ୩.୧ ୩.୨ "Temsirolimus Monograph for Professionals". Drugs.com (in ଇଂରାଜୀ). Archived from the original on 2 March 2015. Retrieved 25 September 2021.
- ↑ "Torisel Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 25 September 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1058. ISBN 978-0-85711-369-6.
{{cite book}}: CS1 maint: date format (link)