ଟାଡାଲାଫିଲ
| Clinical data | |
|---|---|
| Pronunciation | /təˈdæləfɪl/ tə-DAL-ə-fil |
| Trade names | Cialis, Adcirca, Tadacip, others |
| AHFS/Drugs.com | monograph |
| MedlinePlus | a604008 |
| data | |
| Pregnancy category |
|
| Routes of administration | By mouth (tablets) |
| Legal status | |
| Legal status | |
| Pharmacokinetic data | |
| Bioavailability | Varies |
| Protein binding | 94% |
| Metabolism | Liver (predominantly CYP3A4) |
| Metabolites | Catechol metabolite |
| Elimination half-life | 17.5 hours |
| Excretion | Feces (~61%), urine (~36%)[୧] |
| Identifiers | |
| |
| ECHA InfoCard | 100.214.024 |
| Chemical and physical data | |
| Formula | C22H19N3O4 |
| Molar mass | ୩୮୯.୪୧ g·mol−1 |
| 3D model (JSmol) | |
| |
| |
| (verify) | |
ଟାଡାଲାଫିଲ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ସିଆଲିସ, ହେଉଛି ଏକ ଔଷଧ ଯାହା ବିନାଇନ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ (BPH), ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ ଓ ଲିଙ୍ଗ ଉତ୍ଥାନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଏହା ପାଟିରେ ଦିଆଯାଇଥିବା ଏକ ବଟିକା | [୩] ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଅବଧି ୩୬ ଘଣ୍ଟା ପର୍ଯ୍ୟନ୍ତ ରହେ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଲାଲ ଚର୍ମ ଏବଂ ଅଇ ଲାଗେ |[୨] ହୃଦ୍ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସତର୍କତା ପରାମର୍ଶ ଦିଆଯାଇଛି। [୩] ବିରଳ କିନ୍ତୁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ପ୍ରାୟାପିଜ୍ମ ଯୋଗୁ ଲିଙ୍ଗ କ୍ଷତି, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଶ୍ରବଣହାନୀ ହୋଇପାରେ | [୩] ନାଇଟ୍ରୋଭାସୋଡାଇଲେଟର ଶ୍ରେଣୀର ନାଇଟ୍ରୋଗ୍ଲିସେରିନ ଗ୍ରହଣ କରୁଥିବା ଲୋକଙ୍କ ପାଇଁ ଟାଡାଲାଫିଲ ସୁପାରିଶ କରାଯାଏ ନାହିଁ, କାରଣ ଏହା ଯୋଗୁ ରକ୍ତଚାପର ଗୁରୁତର ହ୍ରାସ ହୋଇପାରେ। [୩] ଟାଡାଲାଫିଲ ହେଉଛି ଏକ ପିଡିଇ୫ ପ୍ରତିରୋଧକ ଯାହା ଲିଙ୍ଗରେ ରକ୍ତ ପ୍ରବାହକୁ ବୃଦ୍ଧି କରି ଉତ୍ଥାନ କରାଏ ଓ ଯୌନ ଇଚ୍ଛା ବୃଦ୍ଧି କରେ ।[୩] ଏହା ଫୁସଫୁସର ରକ୍ତନଳୀମାନଙ୍କୁ ମଧ୍ୟ ବିସ୍ତାର କରିଥାଏ ଯାହା ଫଳରେ ଫୁସଫୁସ ଧମନୀ ଚାପ ହ୍ରାସ ପାଇଥାଏ | [୩]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟାଡାଲାଫିଲ ଅନୁମୋଦିତ ହୋଇଥିଲା। [୨] ଏହା ଆମେରିକା ଏବଂ ଯୁକ୍ତରାଜ୍ୟରେ ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଜ୍ୟରେ ୨୦୧୯ ମସିହା ସୁଦ୍ଧା ଏହାର ଡୋଜ ପିଛା ମୂଲ୍ୟ ୮୦ପି ଅଟେ। [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୯୧ ଡଲାର ଅଟେ। [୬] ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ୨୮୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୭] [୮]
ଆଧାର
[ସମ୍ପାଦନା]- ↑ "Cialis (tadalafil) Tablets, for Oral Use. Full Prescribing Information". Lilly USA, LLC. Indianapolis, IN 46285, USA. Archived from the original on 5 November 2016. Retrieved 5 November 2016.
- ↑ ୨.୦ ୨.୧ ୨.୨ "Tadalafil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 20 September 2020. Retrieved 8 April 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Tadalafil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 20 September 2020. Retrieved 8 April 2019.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 796. ISBN 9780857113382.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 796. ISBN 9780857113382.
- ↑ "NADAC as of 2019-05-15". Centers for Medicare and Medicaid Services (in ଇଂରାଜୀ). Archived from the original on 2019-05-30. Retrieved 29 May 2019.
- ↑ "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
- ↑ "Tadalafil - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.