ଟନସିଲ ପଥର

ଉଇକିପିଡ଼ିଆ‌ରୁ
Tonsil stones
Tonsillolith, tonsillolithiasis, tonsillar stones, chronic caseous tonsillitis
A tonsillolith lodged in the tonsillar crypt
ବିଭାଗOtorhinolaryngology
ଲକ୍ଷଣNone, bad breath[୧]
ବିପଦ କାରକRecurrent throat infections[୨]
ସଠିକ ରୋଗ ନିର୍ଣ୍ଣୟCalcified granulomatous disease, mycosis, syphilis[୨]
ଔଷଧChlorhexidine[୧]
ଚିକିତ୍ସାNone, gargling with salt water, tonsillectomy[୧]
ପୁନଃପୌନିକUp to 10%[୧]

ଟନସିଲ ପଥର (Tonsil stones), ଅନ୍ୟ ନାମ ଟନସିଲୋଲିଥ ରୋଗରେ ଟନସିଲ ମଧ୍ୟରେ ଥିବା ଫାଙ୍କମାନଙ୍କରେ ଖାଦ୍ୟ ଅବଶେଷ ରହି ଖଣିଜ ପଦାର୍ଥରେ ପରିବର୍ତ୍ତିତ ହୋଇଯାଏ [୧] [୩] ଖଣିଜ ପଦାର୍ଥରେ ପରିବର୍ତ୍ତିତ ନହୋଇଥିଲେ ତାହାକୁ କ୍ରନିକ କେଜିଅସ ଟନସିଲାଇଟିସ୍ ( CCT ) କୁହାଯାଏ | [୧] ଖରାପ ନିଶ୍ୱାସ ନିର୍ଗତ ହୁଏ | [୧] ସାଧାରଣତଃ କୌଣସି ଯନ୍ତ୍ରଣା ହୁଏ ନାହିଁ, କିନ୍ତୁ ସେଠାରେ କିଛି ଜିନିଷ ଥିବାର ଅନୁଭବ ହୁଏ | [୧]

ବାରମ୍ଭାର ଗଳା ପ୍ରଦାହ ହେଉଥିଲେ ଏହି ରୋଗ ସଙ୍କଟ ରହେ । [୨] ଟନସିଲ ପଥରରେ ବିଭିନ୍ନ ଜୀବାଣୁ ଥାଇ ଏକ ବାୟୋଫୁଲ୍ମ ବା ଜୈବିକ ପରଦା ଥାଏ ।[୧] ସାଧାରଣତଃ ପାଲାଟାଇନ ଟନସିଲରେ ଏହି ରୋଗ ଦେଖାଗଲେ ମଧ୍ୟ ଲିଙ୍ଗୁଆଲ ଟନସିଲରେ ମଧ୍ୟ ଦେଖାଯାଏ ।[୪] ଟନସିଲ ପଥରଗୁଡିକର ଓଜନ 0.3ରୁ ୪୨ ଏନବିଏସପି ଥିବା ରେକର୍ଡ କରାଯାଇଛି ।[୪] ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ମଧ୍ୟ ଏହି ଚିହ୍ନଟ କରାଯାଇପାରେ ।[୫]

ଯଦି ଟନସିଲ ପଥର ଜଣେ ବ୍ୟକ୍ତିଙ୍କୁ ବ୍ୟଥିତ କରୁନାହିଁ, ତେବେ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ | [୧] ନଚେତ୍ ଲୁଣିଆ ପାଣି କୁଳି କରିବା ଏବଂ ହାତରେ ଅପସାରଣ ପାଇଁ ଚେଷ୍ଟା କରାଯାଇପାରେ | [୧] କ୍ଲୋରହେକ୍ସିଡାଇନ ଦେଇ ମଧ୍ୟ ଚେଷ୍ଟା କରାଯାଇପାରେ | [୧] ସର୍ଜିକାଲ୍ ଚିକିତ୍ସାରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଟନସିଲେକ୍ଟୋମି କରାଯାଇପାରେ | [୧] [୬] ପ୍ରାଯ ୧୦% ଲୋକଙ୍କର ଟନସିଲ ପଥର ଥାଏ | [୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [୧] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Ferguson, M; Aydin, M; Mickel, J (October 2014). "Halitosis and the tonsils: a review of management". Otolaryngology–Head and Neck Surgery. 151 (4): 567–74. doi:10.1177/0194599814544881. PMID 25096359.
  2. ୨.୦ ୨.୧ ୨.୨ ୨.୩ White, Stuart C.; Pharoah, Michael J. (2014). Oral Radiology - E-Book: Principles and Interpretation (in ଇଂରାଜୀ). Elsevier Health Sciences. p. 527. ISBN 978-0-323-09634-8.
  3. Ram S, Siar CH, Ismail SM, Prepageran N (July 2004). "Pseudo bilateral tonsilloliths: a case report and review of the literature". Oral Surg Oral Med Oral Pathol Oral Radiol Endod. 98 (1): 110–4. doi:10.1016/j.tripleo.2003.11.015. PMID 15243480.
  4. ୪.୦ ୪.୧ Ram S, Siar CH, Ismail SM, Prepageran N (July 2004). "Pseudo bilateral tonsilloliths: a case report and review of the literature". Oral Surg Oral Med Oral Pathol Oral Radiol Endod. 98 (1): 110–4. doi:10.1016/j.tripleo.2003.11.015. PMID 15243480.
  5. Textbook of Oral Radiology (in ଇଂରାଜୀ). Elsevier India. 2009. p. 607. ISBN 978-81-312-1148-9.
  6. Wong Chung, JERE; van Benthem, PPG; Blom, HM (May 2018). "Tonsillotomy versus tonsillectomy in adults suffering from tonsil-related afflictions: a systematic review". Acta Oto-Laryngologica. 138 (5): 492–501. doi:10.1080/00016489.2017.1412500. PMID 29241412.