କ୍ଲୋରହେକ୍ସିଡିନ
Clinical data | |
---|---|
Trade names | Betasept, ChloraPrep, Chlorostat, others |
Synonyms | 1,6-bis(4-chloro-phenylbiguanido)hexane |
AHFS/Drugs.com | monograph |
Pregnancy category | |
Routes of administration | topical, mouth wash |
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.217 |
Chemical and physical data | |
Formula | C22H30Cl2N10 |
Molar mass | 505.446 g/mol |
3D model (JSmol) | |
Solubility in water | 0.0008 mg/mL (20 °C) |
| |
| |
(verify) |
କ୍ଲୋରହେକ୍ସିଡିନ (ଇଂରାଜୀ ଭାଷାରେ Chlorhexidine) ଏକ ଔଷଧ ଯାହା ଡିସଇନଫେକ୍ଟାଣ୍ଟ (disinfectant) ଓ ଆଣ୍ଟିସେପ୍ଟିକ (antiseptic) କାମ କରେ ଓ ଅପରେଶନ ଯନ୍ତ୍ରପାତି (surgical instruments) ସ୍ଟେରିଲାଇଜ ତଥା ଅପରେଶନ ପୂର୍ବରୁ ରୋଗୀର ଚର୍ମ ଡିସଇଫେକସନ (skin disinfection) କରିବା ନିମନ୍ତେ ବ୍ୟବହାର କରାଯାଏ ।[୨] ରୋଗୀର ଚର୍ମ ଓ ଚିକିତ୍ସାକର ହାତ ଡିସଇନଫେକସନ କରିବାକୁ ବ୍ୟବହାର କରାଯାଏ । ଏହା କ୍ଷତ (wounds) ପରିଷ୍କାର କରିବାକୁ, ଦାନ୍ତ ପ୍ଲେକ (dental plaque) ପ୍ରତିଷେଧ ନିମନ୍ତେ, ପାଟି ଇସ୍ଟ ସଂକ୍ରମଣ (yeast infections of the mouth) ଓ ପରିସ୍ରାନଳୀ କାଥେଟର (urinary catheters) ଅବରୋଧ ନହେବା ନିମନ୍ତେ ବ୍ୟବହାର କରାଯାଏ । [୩] ଏହା ତରଳ ପଦାର୍ଥ ବା ପାଉଡର ଆକାରରେ ବ୍ୟବହାର କରାଯାଏ ।[୨][୩]
ଏହାର ପ୍ରତିକ୍ରିୟାରେ ଚର୍ମ ଜଳାପୋଡ଼ା, ଦାନ୍ତ ରଙ୍ଗ ପରିବର୍ତ୍ତନ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ଆଖିରେ ଲାଗିଲେ ଦୃଷ୍ଟି ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼େ । [୪] ଆଲକୋହୋଲ (alcohol), ପାଣି ବା ସରଫାକ୍ଟାଣ୍ଟ ସଲ୍ୟୁସନ (surfactant solution) ସାଥିରେ ମିଶ୍ରିତ ହୋଇ ଏହା ମିଳେ ।[୩] ଅନେକ ରକମର ଅଣୁଜୀବ (microorganisms) ବିରୁଦ୍ଧରେ ଏହା ପ୍ରଭାବଶାଳୀ ଥାଏ କିନ୍ତୁ ସ୍ପୋରକୁ (spores) ନିଷ୍କ୍ରିୟ କରେନାହିଁ ।[୨]
କ୍ଲୋରହେକ୍ସିଡିନ ସନ ୧୯୫୦ରୁ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିନା ପ୍ରେସକ୍ରିପସନରେ ଏହା ଦୋକାନରେ (over the counter) ମିଳେ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫% ସଲ୍ୟୁସନର ଏକ ଲିଟରର ହୋଲସେଲ ମୂଲ୍ୟ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୪.୮୦ ପାଉଣ୍ଡ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Chlorhexidine Gluconate topical". The American Society of Health-System Pharmacists. Retrieved 8 January 2017.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 321–22. ISBN 9789241547659. Retrieved 8 January 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ British national formulary : BNF 69 (69 ed.). British Medical Association. 2015. pp. 568, 791, 839. ISBN 9780857111562.
- ↑ Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 252. ISBN 9781608317080.
- ↑ Schmalz, Gottfried; Bindslev, Dorthe Arenholt (2008). Biocompatibility of Dental Materials (in ଇଂରାଜୀ). Springer Science & Business Media. p. 351. ISBN 9783540777823.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Chlorhexidine Gluconate". International Drug Price Indicator Guide. Archived from the original on 10 May 2017. Retrieved 8 December 2016.