ଝାରସୁଗୁଡ଼ା ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ


ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର
ଝାରସୁଗୁଡ଼ା ବିମାନ ବନ୍ଦର
IATA: JRGICAO: VEJH
ଜେ ଆର ଜି is located in Odisha
ଜେ ଆର ଜି
ଜେ ଆର ଜି
ଓଡ଼ିଶା ମାନଚିତ୍ରରେ ଏହି ବିମାନ ବନ୍ଦରର ଅବସ୍ଥାନ
ସାରକଥା
ବିମାନ ବନ୍ଦର ପ୍ରକାର ସର୍ବସାଧାରଣ
ପରିଚାଳକ ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ
ସେବା ଝାରସୁଗୁଡ଼ା, ଓଡ଼ିଶା
ଦିଗବାରେଣି 20°14′40″N 085°49′04″E / 20.24444°N 85.81778°E / 20.24444; 85.81778
ରନବେ
ଦିଗ ଲମ୍ବ ଭୂମି
ft m
୦୬/୨୪ ୭,୮୪୪ ୨,୩୯୧ କଙ୍କ୍ରିଟ

ଝାରସୁଗୁଡ଼ା ବିମାନ ବନ୍ଦର ବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର (IATA: VEJH) , ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ଝାରସୁଗୁଡ଼ା ସହରର କେନ୍ଦ୍ର ସ୍ଥଳରୁ ୫ କିଲୋମିଟର ଦୁରବର୍ତୀ ସ୍ଥାନରେ ଅବସ୍ଥିତ । ଏହା ଝାରସୁଗୁଡ଼ାରୁ ରାଉରକେଲା ଯିବା ରାଜପଥ ଉପରେ ରହିଛି । ଏହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ମାନଙ୍କଦ୍ୱାରା ପ୍ରଥମେ ନିର୍ମିତ ହୋଇ ବ୍ୟବହୃତ ହେଉଥିଲା । ସ୍ୱାଧୀନତା ପରେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ପରେ ଏହାର ଉନ୍ନତିକରଣ ହେଇ ଏୟାର ଓଡ଼ିଶା ତରଫରୁ ଭୁବନେଶ୍ୱରରାଉରକେଲା ମଧ୍ୟରେ ବିମାନ ସେବା ଆରମ୍ଭ  ହେଇଥିଲା ।[୧] ୨୨ ସେପ୍ଟେମ୍ବର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ [[|ନରେନ୍ଦ୍ର ମୋଦୀ|ନରେନ୍ଦ୍ର ମୋଦୀଙ୍କଦ୍ୱାରା]] ଝାରସୁଗୁଡ଼ା ବିମାନବନ୍ଦର ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଥିଲା ।[୨] କେବଳ ଗୋଟିଏ ଦିନର ବିମାନ ଉଡ଼ାଣ ପରେ ଏହି ସେବା ବନ୍ଦ ରହିଥିଲା । ୩୧ ମାର୍ଚ୍ଚ ୨୦୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଏହାର ଦୈନିକ ଉଡ଼ାଣ ବ୍ୟବସ୍ଥା ପ୍ରାରମ୍ଭ କରିଥିଲେ । ଦିଲ୍ଲୀ, କଲିକତା ଏବଂ ହାଇଦ୍ରାବାଦକୁ ଉଡ଼ାଣ ବ୍ୟବସ୍ଥା ରହିବ ।[୩]

ବିସ୍ତାରିକରଣ [ସମ୍ପାଦନା]

୯୦୯.୨୨ ଏକର ପରିମିତ ସ୍ଥାନରେ ଥିବା ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫୦କୋଟି ତାଙ୍କ ବ୍ୟୟ କରି ୨୦୧୩ ମସିହାରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ୧୭୫ କୋଟି ଟଙ୍କାର ପ୍ରୋଜେକ୍ଟରେ ଭାରତୀୟ ଏୟାର ପୋର୍ଟ ଅଥରୀଟି ଓ ରାଜ୍ୟ ସରକାରଙ୍କ ଭାଗୀଦାରୀ ରହିଛି । ପ୍ରଥମେ ୮୦ କୋଟି ଖରଚ କରି ଏହାକୁ ୧୫-୩୦ ସିଟ ବିଶିଷ୍ଟ [୪]ସାନ ଉଡାଜାହାଜ ଅପାୟନ ପ୍ରସ୍ତୁତ କରିବା ପରେ ତାକୁ ପୂର୍ଣ କ୍ଷମତା ସମ୍ପନ୍ନ ବିମାନ ବନ୍ଦର କରାଯିବ । [୫] ଏଠି ପାଇଁ ଆବଶ୍ୟକୀଯ ରାଜିନାମା ଏଏଆଇ ସଙ୍ଗେ କରାଯାଇଛି । 

ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ[ସମ୍ପାଦନା]

ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚାଲୁଥିବା ସିଧା ଉଡାଣ/ଗନ୍ତବ୍ୟସ୍ଥଳ ସବୁ ।

ବିମାନ ସେବା ଗନ୍ତବ୍ୟ 
ଏଲାଇଂସ ଏଆର ଭୁବନେଶ୍ୱର, ରାୟପୁର, ରାଞ୍ଚି
ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କଲିକତା

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Air Odisha launched commercial flights between Rourkela, Jharsuguda, Bhubaneswar," Archived 2013-03-11 at the Wayback Machine..
  2. http://www.dharitri.com/main/news/72796
  3. "ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ହାଇଦ୍ରାବାଦ୍‌ ଓ କୋଲକାତାକୁ ଉଡ଼ିବ ବିମାନ". Sambad (in ଆମେରିକୀୟ ଇଂରାଜୀ). 2019-03-31. Retrieved 2019-03-31.
  4. "Orissa to boost aviation with five greenfield airports".
  5. "Jharsuguda airport to be developed" Archived 2014-01-03 at the Wayback Machine..

ବାହାର ଲିଙ୍କ [ସମ୍ପାଦନା]