Jump to content

ଜୟଲଳିତାଙ୍କ ଅଭିନୀତ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଜୟଲଳିତା

ଏହି ପୃଷ୍ଠାଟିରେ ୧୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭୂତପୂର୍ବ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ କୋମଳବଲ୍ଲୀ ଜୟଲଳିତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଷୟରେ ତ‌ଥ୍ୟ ରହିଛି ।

୧୯୬୦ ମସିହାରେ ଏକ ସାମୂହିକ ନୃତ୍ୟ ସମୟରେ ତାମିଲ ସୁପରଷ୍ଟାର ଶିବାଜୀ ଗଣେଶ ଜୟଲଳିତାଙ୍କୁ ଦେଖି ଭବିଷ୍ୟତରେ ଏକ ପ୍ରଖ୍ୟାତ ଅଭିନେତ୍ରୀ ହେବେ ବୋଲି କ‌ହିଥିଲେ । ଏବଂ ସତକୁ ସତ ଜୟଲଳିତା ୧୬ ବର୍ଷ ବୟରେ ଏକ କନ୍ନଡ଼ ଚଳଚ୍ଚିତ୍ର ମାଧ୍ୟମରେ ନାୟିକା ହେବାର ସୁଯୋଗ ପାଇଥିଲେ । ସେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରି କଲେଜ ଯିବା ଭିତରେ ଥିବା ଗ୍ରୀଷ୍ମ ଅବକାଶରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସୁଟିଂ ଶେଷ କରିଥିଲେ । ଏବଂ ପୁଣିଥରେ ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ନାୟିକା ସାଜିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରି ସଫଳ ହେବା ପରେ ସେ ସମସ୍ତଙ୍କ ନ‌ଜରକୁ ଆସିଥିଲେ ଏବଂ ରାତାରାତି ଜଣେ ପ୍ରିୟ ଅଭିନେତ୍ରୀ ସାଜିଥିଲେ ।[]

ତାଙ୍କର ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟ ଏବଂ ନିଖୁଣ ଅଭିନୟ ଯୋଗୁଁ ସେ ଦର୍ଶକ ଏବଂ ଚଳଚ୍ଚିତ୍ର ପ୍ରଯୋଜକମାନଙ୍କର ଆକୃଷ୍ଟ ହୋଇଥିଲେ । ଏହା ପରେ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାମିଲର ବଡ଼ ତାରକା ଏମ. ଜି. ରାମଚନ୍ଦ୍ରନ୍‌‌ଙ୍କର ନାୟିକା ସାଜିଥିଲେ ଜୟଲଳିତା । ରାମଚନ୍ଦ୍ରନ୍‌ଙ୍କଠାରୁ ଜୟଲଳିତା ପ୍ରାୟ ୩୦ ବର୍ଷ ସାନ ଥିଲେ । ମାତ୍ର ଦର୍ଶକ ସେମାନଙ୍କର ଯୋଡ଼ିକୁ ଅଧିକ ପସନ୍ଦ କରୁଥିଲେ । ୧୯୬୫ରୁ ୧୯୭୩ ମଧ୍ୟରେ ଏହି ଯୋଡ଼ି ତାମିଲ ଚଳଚ୍ଚିତ୍ର ଜଗତରେ ୨୮ଟି ସଫଳ ଚଳଚ୍ଚିତ୍ରରେ ଅଭିନୟ କରଥିଲେ ।[]

ଜୟଲଳିତା କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ଇଂରାଜୀ ଏବଂ ମାଲାୟଲାମ ଚଳଚ୍ଚିତ୍ରରେ ମଧ୍ୟ ଗୋଟିଏ ଗୋଟିଏ ଚଳଚ୍ଚିତ୍ର କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଜଗତର ଦୁଇ ମହାନ କଳାକାର ନନ୍ଦମୁରାରୀ ତରକା ରାମାରାଓ ଏବଂ ଅକ୍କିନ୍ନେନୀ ନାଗେଶ୍ୱର ରାଓଙ୍କ ସ‌ହ ମଧ୍ୟ ଜୟଲଳିତା ଅଭିନୟ କରିଥିଲେ । ସେ ୨୫ଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[] ତନ୍ମଧ୍ୟରୁ ୧୧ଟ ଚଳଚ୍ଚିତ୍ର ରାମାରାଓଙ୍କ ସ‌ହ ଏବଂ ୮ଟି ଚଳଚ୍ଚିତ୍ର ନାଗେଶ୍ୱର ରାଓଙ୍କ ‌ସ‌ହ କରିଥିଲେ । ତେଲୁଗୁ ଚଳଚ୍ଚିତ୍ରରେ ଅନ୍ୟାନ ତରକା ଯଥା, କ୍ରୀଷ୍ଣା, ସୋଭନବାବୁ, ରାମକ୍ରୀଷ୍ଣାଙ୍କ ସ‌ହ ସେ ମଧ୍ୟ ଅଭିନୟ କରିଥିଲେ ।[]

ଜୟଲଳିତା ତାଙ୍କର ଅଭିନୟ ଜୀବନ ଭିତରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ୭ଥର ଫିଲ୍ମ‌ଫେୟାର ପୁରସ୍କାର ଏବଂ ୬ଥର ତାମିଲନାଡ଼ୁ ଚଳଚ୍ଚିତ୍ର ପ୍ରଶଂସକ ପୁରସ୍କାର ପାଇଥିଲେ । ୧୯୬୮ ମସିହାରେ ଜୟଲଳିତାଙ୍କର ୨୧ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ସେତେବେଳର ସେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଥିଲେ ।[]

ରାଜନିତୀରେ ସ‌କ୍ରିୟ ହେବା ପରେ ଜୟଲଳିତା ଚଳଚ୍ଚିତ୍ରରେ ଅଭିନୟ କରିବା କମେଇଦେଇଥିଲେ ଏବଂ ୧୯୮୦ ମସିହା ପରଠାରୁ ଚଳଚ୍ଚିତ୍ରରେ ଅଭିନୟରୁ ସନ୍ୟାସ ଗ୍ରହଣ କରିନେଇଥିଲେ ମାତ୍ର ୧୯୯୨ ମସିହରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ରରେ ନିଜେ ଜଣେ ରାଜନେତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[]

କଥାଚିତ୍ରର ସୂଚୀ

[ସମ୍ପାଦନା]
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେ. ଜୟଲଳିତାଙ୍କୁ ମିଳିଥିବା ସମ୍ମାନର ସୂଚୀ
ପୁରସ୍କାର ବିଜୟ ମନୋନୀତ
ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ
ତାମିଲନାଡ଼ୁ ପ୍ରଶଂସକ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ
ତାମିଲ-ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବ, ଶ୍ରେଷ୍ଠ ଅଭିନେତ୍ରୀ
ତେଲୁଗୁ-ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବ, ଶ୍ରେଷ୍ଠ ଅଭିନେତ୍ରୀ
ରୁସିଆନ ଚଳଚ୍ଚିତ୍ର ଉତ୍ସବ
ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ


ବର୍ଷଚଳଚ୍ଚିତ୍ରଭାଷାଭୂମିକାମନ୍ତବ୍ୟ
୧୯୬୧ଏପିଷ୍ଟଲ୍‌ଇଂରାଜୀଇଂରାଜୀ ଚଳଚ୍ଚିତ୍ରରେ ପ୍ରବେଶ
‌ଶ୍ରୀ ଶୈଳ ମହାତ୍ମା‌କନ୍ନଡ଼ଶିଶୁ କଳାକାର ଭାବେ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ପ୍ରବେଶ
୧୯୬୩‌ମ୍ୟାନ-ମାଉଜୀ‌ହିନ୍ଦୀଶିଶୁ କଳାକାର ଭାବେ ହିନ୍ଦୀ କଥାଚ୍ଚିତ୍ର ଜଗତରେ ପ୍ରବେଶ । ଭଗବାନ କୃଷ୍ଣ ଭାବେ ୩ ମିନିଟର ନୃତ୍ୟ ପରିବେଶଣ ।
୧୯୬୪‌ମନେ ଆଲିୟା‌କନ୍ନଡ଼
‌ଚିନ୍ନାଦା ଗୋମ୍ବେ‌କନ୍ନଡ଼ମୁଖ୍ୟ ଭୂମିକାରେ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ପ୍ରବେଶ
୧୯୬୫‌ମାବନା ମଗାଲୁ‌କନ୍ନଡ଼
‌ମନୁସୁଲୁ ମାମାତାଲୁ‌ତେଲୁଗୁମୁଖ୍ୟ ଭୂମିକାରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ବେନିରା ଆଦାଇ‌ତାମିଲଶୋଭାମୁଖ୍ୟ ଭୂମିକାରେ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ଆୟିରାଥିଲ ଓରୁବନ୍‌ତାମିଲ
‌କାନ୍ନି ଥାଇ‌ତାମିଲ
‌ନାନା କାର୍ଟାଭ୍ୟ‌କନ୍ନଡ଼
୧୯୬୬‌ମୁଗରାସି‌ତାମିଲ
‌ତାନିପିରବି‌ତାମିଲରାଧା
‌ଆସ୍ତିପାରୁଲୁ‌ତେଲୁଗୁରାଧା
‌ଚନ୍ଦ୍ରୋଧ୍ୟାୟମ୍‌ତାମିଲଦେବୀତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।
‌କାନି ପିଲ୍ଲା‌
‌ବଡ଼ୁକୁଭା ଦାରି‌କନ୍ନଡ଼
‌ଗୌରୀ କଲ୍ୟାଣମ୍‌ତାମିଲ
‌ମେଜର ଚନ୍ଦ୍ରକାନ୍ତ‌ତାମିଲବିମଳା
‌ମଣି ମଗୁଡ଼ମ୍‌ତାମିଲ
‌ଆମେ ଏଭୁଡ଼ୁ?‌ତେଲୁଗୁ
‌କୁମାରୀ ପେନ୍ନ୍‌ତାମିଲ
‌ନବରାତ୍ରୀ‌ତେଲୁଗୁମାନସିକ ରୋଗୀଅତିଥି କଳାକାର
‌ୟାର୍ ନୀ?‌ତାମିଲସାନ୍ଥ୍ୟା/ମୋହିନୀ ଭାବରେ ଦ୍ୱୈତ ଭୂମିକାତାଙ୍କର ପ୍ରଥମ ଦ୍ୱୈତ ଭୂମିକାରେ ଅଭିନୟ । ମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ନୀ‌ତାମିଲଦ୍ୱିତୀୟ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ
‌ଗୁଡ଼ାଚାରୀ ୧୧୬‌ତେଲୁଗୁ
‌ମୋଟର ସୁନ୍ଦରମ୍ ପିଲ୍ଲାଇ‌ତାମିଲ
୧୯୬୭‌ଥାଇକ୍କୁ ଥାଲାଇମାଗନ୍‌ତାମିଲମାରୁତି
‌ଅପୂର୍ବା ପିରବିଗଲ୍‌ତାମିଲ
‌ନାନ୍‌ତାମିଲମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ମାଡ଼ି ଭୀଟୁ ମାପିଲ୍ଲା‌ତାମିଲ
‌ଅରସ କଟ୍ଟାଲାଇ‌ତାମିଲମେଗ୍ନା
‌ଚିକ୍କାଡ଼ୁ ଦୋରାକଡ଼ୁ‌ତେଲୁଗୁପ୍ରିୟମ୍ବଦା ଦେବୀ
‌ଗୋପାଲୁଡ଼ୁ ଭୋପାଳୁଡ଼ୁ‌ତେଲୁଗୁ
‌କାବଲକରଣ‌ତାମିଲସୁଶୀଲା
‌କାନ୍ଦନ୍ କରୁଣାଇ‌ତାମିଲବଲ୍ଲୀ ଏବଂ ବାଣୀ ଭାବରେ ଦ୍ୱୈତ ଭୂମିକା୩ୟ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ
‌ରାଜା ଭୀଟ୍ଟୁ ପିଲାଇ‌ତାମିଲ
୧୯୬୮‌ପଣାକ୍କର ପିଲ୍ଲାଇ‌ତାମିଲ
‌ଏଙ୍ଗା ଉର୍ ରାଜା‌ତାମିଲ
‌ପୁଡ଼ିଆ ଭୂମି‌ତାମିଲ
‌ତାଇର୍ ତିରୁଭିଜା‌ତାମିଲବନମଲାଇ
‌ବ୍ରହ୍ମଚାରୀ‌ତେଲୁଗୁ
‌କୁଡ଼ିୟିରୁନ୍ଧା କୋୟିଲ୍‌ତାମିଲଜୟା
‌ମୁନ୍ଦୁରୁ ୟେଝୁଟୁ‌ତାମିଲ
‌ମୁଥୁ ଚିପ୍ପି‌ତାମିଲମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌କଧାଲ ଭାଗନମ୍‌ତାମିଲବାଣୀଧା
‌କଣଭନ୍‌ଭାଷାରାଣୀ ଚିଦାମ୍ବରମ୍ ପିଲାଇ
‌ଗଲତ୍ କଲ୍ୟାଣମ୍‌ତାମିଲଲଳିତା
‌ସୁଖ ଦୁଃଖଲୁ‌ତେଲୁଗୁ
‌ବୋମାଲତାମ୍‌ତାମିଲଗୀତା
‌କାନନ ଏନ କାଧାଲନ୍‌ତାମିଲମଲ୍ଲିଗାମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ନିଲୁଭୁ ଦୋପିଦି‌ତେଲୁଗୁ
‌ବାଗ୍‌ଦାଦ୍ ଗାଜାଦୋଙ୍ଗା‌ତେଲୁଗୁ
‌ଓଲି ବିଲାକ୍କୁ‌ତାମିଲଗୀତା
‌ଇଜ୍ଜତ୍‌ହିନ୍ଦୀହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ
‌ରଗସିୟା ପୋଲିସ୍ ୧୧୫‌ତାମିଲନୀଲା
‌ଅନ୍ଦ୍ରୁ କାନ୍ଦ ମୁଗମ୍‌ତାମିଲ
‌ଟିକ୍କା ଶଙ୍କରରାଇଃ‌ତେଲୁଗୁ
୧୯୬୯‌ଶ୍ରୀ ରାମ କଥା‌ତେଲୁଗୁ
‌ଆଦର୍ଶ କୁମୁମ୍ବମ୍‌ତେଲୁଗୁ
‌ନାମ ନାଡ଼ୁ‌ତାମିଲଅମ୍ମୁ
‌ଅଦୃଷ୍ଟଭନ୍ତାଲୁ‌ତେଲୁଗୁ
‌ଦୈବୀ ମାଗଣ‌ତାମିଲ
‌ଗୁରୁଦକ୍ଷିଣାଇ‌ତାମିଲ
‌କଥାନାୟକୁଡ଼ୁ‌ତେଲୁଗୁ
‌କଡ଼ାଲଡ଼ୁ ଭଦାଲାଡ଼ୁ‌ତେଲୁଗୁ
‌ମାତ୍ତୁକରା ବେଲାନ୍‌ତାମିଲଲଳିତା ସାଥିୟାନ‌ଧନ
‌ଗନ୍ଦିକୋଟା ରହସ୍ୟମ୍‌ତେଲୁଗୁ
‌ଆଦିମାଇ ପେନ୍ନ୍‌ତାମିଲଜୀଭା/ପଭାଲାବଲି ଭାବେ ଦୈତ ଭୂମିକାତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ଦ୍ୱୈତ ଭୂମିକାରେ ଅଭିନୟ ପାଇଁ ଚତୁର୍ଥ ଥର ପାଇଁ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।
୧୯୭୦‌ଆନାଧାଇ ଅନନ୍ଧନ୍‌ତାମିଲ
‌ଆକ୍କା ଚେଲ୍ଲାଲୁ‌ତେଲୁଗୁ
‌ଅଲ୍ଲୀ ବାବା ୪୦ ଦୋଙ୍ଗାଲୁ‌ତେଲୁଗୁ
‌ଥେଡ଼ି ବନ୍ଧା ମା'ପିଲ୍ଲାଇ‌ତାମିଲଉମା ମାଗେଶ୍ୱରୀ
‌ଏଙ୍ଗା ମାମା‌ତାମିଲ
‌ଏନ‌ଗାଲ୍ ଥଙ୍ଗମ୍‌ତାମିଲକଳାଇଦେବୀ
ଶ୍ରୀକୃଷ୍ଣ ବିଜୟମ୍ତେଲୁଗୁ
‌ଧର୍ମ ଦାତା‌ତେଲୁଗୁ
‌ଏନ‌ଗିରୁଣ୍ଡୋ ବନ୍ଧାଲ୍‌ତାମିଲତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ଏବଂ ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବ ଏବଂ ମାଦ୍ରାସ ଚଳଚ୍ଚିତ୍ର ପ୍ରଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।[]
‌ଏନ ଆନ୍ନା‌ତାମିଲବଲ୍ଲୀ ଅମ୍ମାଲ୍
‌ପାଡ଼ୁକପ୍ପୁ‌ତାମିଲ
୧୯୭୧‌ଶୁମତୀ ଏନ ସୁନ୍ଦରୀ‌ତାମିଲମାଦ୍ରାସ ଚଳଚ୍ଚିତ୍ର ମଣ୍ଡଳି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
‌ଆଦି ପରଶକ୍ତି‌ତାମିଲ
‌ଅନ୍ନାଇ ବେଲାଙ୍କାନ୍ନି‌ତାମିଲ
‌ସଭାଲେ ସମାଲି‌ତାମିଲ
‌ଥଙ୍ଗା ଗୋପୁରମ୍‌ତାମିଲସୀତା ଏବଂ ନିଜେ ଅଭିନେତ୍ରୀ ଜୟଲଳିତା ଭାବରେ ଦ୍ୱୈତ ଭୂମିକାରେ ଅଭିନୟତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ୫ମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ଭାର୍ଯ୍ୟା ବିଦାଲୁ‌ତେଲୁଗୁ
‌କୁମାରୀ କୋଟ୍ଟମ୍‌ତାମିଲକୁମାରୀ
‌ଓରୁ ତାଇ ମକ୍କାଲ୍‌ତାମିଲରାଧା
‌ନୀରୁମ୍ ନୀରୁପମା‌ତାମିଲକାଞ୍ଚନ
୧୯୭୨‌ଆନ୍ନାମିଟ୍ଟା କାଇ‌ତାମିଲସୀତା
‌ପାଟ୍ଟିକଡ଼ା ପଟ୍ଟାନାମା‌ତାମିଲକଳ୍ପନାତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ
‌ଶ୍ରୀକୃଷ୍ଣ ସତ୍ୟା‌ତେଲୁଗୁଚନ୍ଦ୍ରସେଣା,
ସତ୍ୟଭାମା
ତେଲୁଗୁ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ୬ଷ୍ଠ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ରାଜା‌ତାମିଲ
‌ଆକ୍କା ତମ୍ମୁଡ଼ୁ‌ତେଲୁଗୁ
‌ରମଣ ତିଦିୟା ସୀତାଇ‌ତାମିଲସୀତାତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ
‌ନୀଧି‌ତାମିଲ
‌ଡିକ୍କୁ ତେରିୟାଦା କାତ୍ତି‌ତାମିଲ
‌ଶକ୍ତି ଲୀଳାଇ‌ତାମିଲ
୧୯୭୩‌ଦେବୁଡ଼ୁ ଚେସିନା ମନୁସୁଲୁ‌ତେଲୁଗୁସୁଜାତା
‌ବାଗଦାଦ ପେରାଜାଗି‌ତାମିଲ
‌ଡାକ୍ତର ବାବୁ‌ତେଲୁଗୁ
‌ପାଟ୍ଟିକାଟ୍ଟୁ ପୋନ୍ନାୟା‌ତାମିଲକନ୍ନାମ୍ମା
‌ଯୀସସ୍‌ମାଲାୟଲାମମାଲାୟଲାମ ଚଳଚ୍ଚିତ୍ର ଜଗତରେ ପ୍ରବେଶ
‌ବନ୍ଧାଲେ ମାଗରାସି‌ତାମିଲଦ୍ୱୈତ ଭୂମିକାତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ୭ମ ଥର ପାଇଁ ଦ୍ୱୈତ ଭୂମିକାରେ ଅଭିନୟ ।
‌ଗଙ୍ଗା ଗୌରୀ‌ତାମିଲଦ୍ୱୈତ ଭୂମିକା୮ମ ଥର ପାଇଁ ଦ୍ୱୈତ ଭୂମିକା
‌ସୂର୍ଯ୍ୟ ଗାନ୍ଧି‌ତାମିଲତାମିଲ- ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ମାଦ୍ରାସ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ
୧୯୭୪‌ଅନ୍‌ବାଇ ଥେଡ଼ି‌ତାମିଲ
‌ଅନ୍ୱୁ ଥଙ୍ଗାଇ‌ତାମିଲ
‌ଥାଇ‌ତାମିଲ
‌ଇରୁ ଦୈବଙ୍ଗାଲ୍"ତାମିଲ
‌ପ୍ରେମାଲୁ ପେଲ୍ଲିଲୁ‌ତେଲୁଗୁ
‌ବୈରମ୍‌ତାମିଲ
‌ତିରୁମଙ୍ଗଳମ୍‌ତାମିଲତାଙ୍କର ୧୦୦ତମ ଚଳଚ୍ଚିତ୍ର । ତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ । ନାଡ଼ିପ୍ପୁକୁ ଇଲାକ୍କିଅମ୍ ବ‌ହୁତବାର ଉପାଧି ପ୍ରାପ୍ତ ହୋଇଥିଲେ ।
୧୯୭୫‌ଅଭଲ୍ଲୁକୁ ଆୟିରମ୍ କଙ୍ଗାଲ୍‌ତାମିଲ
‌ୟାରୁକ୍କମ୍ ବେତକମ୍ ଇଲ୍ଲାଇ‌ତାମିଲ
‌ଅଭନ୍ଥନ୍ ମଣିଥନ୍‌ତାମିଲ
‌ପାତ୍ତୁମ୍ ଭାରତମ୍‌ତାମିଲ
୧୯୭୬‌କଣବନ୍ ମନାଇବି‌ତାମିଲ
‌ଚିତ୍ର ପୁର୍ଣ୍ଣମୀ‌ତାମିଲ
୧୯୭୭ଶ୍ରୀକୃଷ୍ଣ ଲୀଳାତାମିଲ
‌ଉନ୍ନାଇ ସୁତ୍ରମ ଉଲଗମ୍‌ତାମିଲତାମିଲ ଚଳଚ୍ଚିତ୍ର ପଶଂସକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଥିଲେ ।

୧୯୮୦-୧୯୯୦

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭାଷାଭୂମିକାମନ୍ତବ୍ୟ
୧୯୮୦‌ମାତ୍ରନ୍ ତୋଗତା ମାଲିଗାଇ‌ତାମିଲମୁକ୍ତିଲାଭ କରିନାହିଁ
୧୯୮୦‌ମଣିପୁର ମାମୀୟାର୍‌ତାମିଲମୁକ୍ତିଲାଭ କରିନାହିଁ
୧୯୮୦‌ନ‌ଦୀୟାଇ ତେଡ଼ି ବନ୍ଧ କଡ଼ଲ୍‌ତାମିଲ
୧୯୮୦‌ନାୟକୁଡ଼ୁ ବିନାୟକୁଡ଼ୁ‌ତେଲୁଗୁ
୧୯୯୨‌ନୀଙ୍ଗା ନାଲ୍ଲା ଇରୁକ୍କାନମ୍‌ତାମିଲନିଜେ ଜଣେ ରାଜନୈତିଜ୍ଞ ଭାବେ ଅଭିନୟ କରିଥିଲେ

ପ୍ରଚ୍ଛଦପଟ ଗାୟିକା

[ସମ୍ପାଦନା]

ଜୟଲଳିତା ଅଭିନୟ କରିଥିବା କିଛି ତାମିଲ ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ କରିଥିଲେ ।

ବର୍ଷଗୀତଚଳଚ୍ଚିତ୍ରଗାୟକଗୀତ ରଚନାସଙ୍ଗୀତ
୧୯୬୯ଆମ୍ମା ଏଣ୍ଡାଲ ଅନବୁ‌ଆଦିମାଇ ପେନ୍ନ୍‌ଜେ. ଜୟଲଳିତାବାଲୀକେ. ଭି. ମହାଦେବନ୍
୧୯୭୩ଚଲ୍ଲା ଚଲ୍ଲନୀ‌ଅଲ୍ଲୀ ବାବା ୪୦ ଦୋବଙ୍ଗାଲୁଜେ. ଜୟଲଳିତାସି ନାରାୟଣ ରେଡ୍ଡୀଘଣ୍ଟସାଲା ଭେଙ୍କଟେଶ୍ୱର ରାଓ
୧୯୭୩ଓଃ ମେରି ଦିଲ୍‌ରୁବା‌ସୂର୍ଯ୍ୟ ଗାନ୍ଧି‌ (1973)ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତାବାଲୀଏମ୍. ଏସ୍. ବିଶ୍ୱନାଥନ୍
୧୯୭୩ନାନ୍ ଏଣ୍ଡାଲ ଆଡ଼ୁ‌ସୂର୍ଯ୍ୟ ଗାନ୍ଧି‌ (1973)ଏସ୍. ପି. ବାଲଶୁବ୍ରମଣ୍ୟମ୍ ଏବଂ ଜେ. ଜୟଲଳିତାବାଲୀ ଏବଂ ରାଣ୍ଡୋର ଗାଏଏମ୍. ଏସ୍. ବିଶ୍ୱନାଥନ୍
୧୯୭୩କାଙ୍ଗାଲିଲ୍ ଆୟିରାମ୍‌ବନ୍ଧାଲେ ମାଗରାସି‌ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତାବାଲୀଶଙ୍କର ଗଣେଶ
୧୯୭୪ଇରୁ ମାଙ୍ଗାନି ପୋଲ୍‌ବୈରାମ‌ଏସ୍. ପି. ବାଲଶୁବ୍ରମଣ୍ୟମ୍ ଏବଂ ଜେ. ଜୟଲଳିତାକନ୍ନାଦାଶନ୍ଟି. ଆର୍. ପାପା
୧୯୭୪ଚିତିରା ମଣ୍ଡପାଟିଲ୍‌ଅନ୍‌ବାଇ ଥେଡ଼ି‌ଟି. ଏମ୍. ସୌନ୍ଦରରାଜନ୍ ଏବଂ ଜେ. ଜୟଲଳିତାକନ୍ନାଦାଶନ୍ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ତିରୁମଙ୍ଗଳମ୍ ଲୋଲ୍ଲୁମ୍ ମୁରାରୀ‌ତିରୁମଙ୍ଗଳମ୍‌ପି. ସୁଶୀଳା ଏବଂ ଜେ. ଜୟଲଳିତାକନ୍ନାଦାଶନ୍ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ପୋର୍କୁଦାତିଲ୍ ପୋଙ୍ଗୁମ୍ ଏଜିର୍ ସୁବାଇୟୋ‌ତିରୁମଙ୍ଗଳମ୍‌ଜେ. ଜୟଲଳିତାକନ୍ନାଦାଶନ୍ଏମ୍. ଏସ୍. ବିଶ୍ୱନାଥନ୍
୧୯୭୪ଉଲଗମ୍ ଓରୁ ନାଲ ପିରନ୍ଧାଧୁ‌ତିରୁମଙ୍ଗଳମ୍‌ଜେ. ଜୟଲଳିତାକନ୍ନାଦାଶନ୍ଏମ୍. ଏସ୍. ବିଶ୍ୱନାଥନ୍
୧୯୭୭ମାଦ୍ରାସ ମେଲ୍‌ଉନ୍ନାଇ ସୁତ୍ରମ ଉଲଗମ୍‌ଜେ. ଜୟଲଳିତା ଏବଂ ଏଲ୍. ଆର୍. ଏସ୍‌ୱାରୀବାଲୀଶଙ୍କର ଗଣେଶ
ମାରୀ ବରୁମ୍ ଉଲାଗିନିଲେମୁକ୍ତିଲାଭ କରିନଥିବା ଚଳଚ୍ଚିତ୍ରଜେ. ଜୟଲଳିତାକୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୭୯ମାରିୟାମ୍ମା ମୁଥୁ ମାରିୟାମ୍ମାଆଧ୍ୟାତ୍ମିକ ଆଲବମ୍ଜେ. ଜୟଲଳିତାକୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୮୧କାଳୀ ମହାମାୟୀ କରୁମାରିୟାନବଲେଆଧ୍ୟାତ୍ମିକ ଆଲବମ୍ଜେ. ଜୟଲଳିତାକୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
୧୯୮୧ଥଙ୍ଗା ମାୟିଲେରୀ ବରୁମ ଏଙ୍ଗାଲ ବଦିବେଲବମ୍ଆଧ୍ୟାତ୍ମିକ ଆଲବମ୍ଜେ. ଜୟଲଳିତାକୁନ୍ନାକ୍କୁଡ଼ି ବିଦ୍ୟାନାଥନ୍
  1. 1 2 3 4 Mathew, Suresh (6 December 2016). "Jayalalithaa: Amma as Tamil Cinema's First Female Superstar". The Quine. Retrieved 11 December 2016.
  2. KAVIRAYANI, SURESH (6 December 2016). "When Jayalalithaa ruled hearts in Tollywood". DECCAN CHRONICLE. Retrieved 11 December 2016.
  3. Krishnamoorthy, Suresh (6 December 2016). "Jayalalithaa's tryst with Telugu films". The Hindu. Retrieved 11 December 2016.
  4. Pasha, Seemi (5 December 2016). "15 things you didn't know about Jayalalithaa". Daily O. Retrieved 11 December 2016.

ଅଧିକ ତ‌ଥ୍ୟ

[ସମ୍ପାଦନା]