ଜ୍ୟୋତ୍ସ୍ନାରାଣୀ ଭୋଇ

ଉଇକିପିଡ଼ିଆ‌ରୁ
ଜ୍ୟୋତ୍ସ୍ନାରାଣୀ ଭୋଇ
ବୃତ୍ତିଲେଖକ, ସ୍କୁଲ ଶିକ୍ଷକ Edit this on Wikidata

ଜ୍ୟୋତ୍ସ୍ନାରାଣୀ ଭୋଇ ଜଣେ ଭାରତୀୟ ବିଦ୍ୟାଳୟ ଶିକ୍ଷକ ଓ ଓଡ଼ିଆ-ଭାଷୀ ଦଳିତ ଲେଖକ । ସେ ଦଳିତ ଚେତନା ସମ୍ବଳିତ ତାଙ୍କର ସମକାଳୀନ ଓଡ଼ିଆ କବିତା ରଚନା ନିମନ୍ତେ ଜଣାଶୁଣା । ଓଡ଼ିଆ ଦଳିତ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୨୩ ମସିହାରେ ପ୍ରଥମ ସାବିତ୍ରୀବାଇ ଫୁଲେ ପୁରସ୍କାର ଲାଭକରିଥିଲେ । ତାଙ୍କ କବିତାରେ ସେ ଦଳିତ ଓ ପଛୁଆ ବର୍ଗଙ୍କ ଭିତରେ ବିବାଦ ବଦଳରେ ଏକତା ବଳରେ ଦଳିତ ଓ ଅବହେଳିତ ବର୍ଗଙ୍କ ସାମାଜିକ ଅସ୍ମିତାର ଆଲୋଡ଼ନ ବାବଦରେ ତଥା ବ୍ରାହ୍ମଣବାଦ ବିରୋଧରେ ବର୍ଣ୍ଣନା କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ଜ୍ୟୋତ୍ସ୍ନାରାଣୀ ଭୋଇ ଓଡ଼ିଶା ସରକାରଙ୍କ ଅଧୀନରେ ଘାଗୁର୍ଲି ନୋଡାଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରନ୍ତି ।[୧] ସେ ପୂର୍ବରୁ ବାଲିପଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ।[୨] ସେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖାର ଜଣେ ସଦସ୍ୟ ।[୩] ସେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ରହନ୍ତି ।[୪]

ସାହିତ୍ୟ ରଚନା[ସମ୍ପାଦନା]

ଜ୍ୟୋତ୍ସ୍ନାରାଣୀ ଭୋଇ ତାଙ୍କ ସାହିତ୍ୟିକ କୃତିରେ ତାଙ୍କ ଅଙ୍ଗେନିଭା ଅନୁଭୂତିକୁ ଆଧାର କରି ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବର ବିଶଦ୍ ବର୍ଣ୍ଣନା କରିଛନ୍ତି । "ଚମାର ଝିଅ" ଏବଂ "ସ୍କୁଲରେ ଜାତିବାଦ" ନାମକ ତାଙ୍କର ଦୁଇଟି ଜଣାଶୁଣା କବିତାରେ ସେ ଶିକ୍ଷା ବ୍ୟବସ୍ଥା ସମେତ ଶାସନ ବ୍ୟବସ୍ଥା ମଧ୍ୟରେ ବ୍ରାହ୍ମଣବାଦୀ ବିଚାରଧାରାର ବ୍ୟାପକ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ଏହି କବିତାଗୁଡ଼ିକ ବିଭିନ୍ନ ଭାଷାରେ ଅନୂଦିତ ହୋଇ ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । "ସ୍କୁଲରେ ଜାତିବାଦ"ରେ ସେ ସ୍କୁଲ ଭୋଜି ସମୟରେ ଜାତିଭିତ୍ତିକ ଅପମାନର ଏକ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଉଚ୍ଚ ଜାତିର ଶିକ୍ଷୟିତ୍ରୀ ଯାଜ୍ଞସେନୀଙ୍କ ପାଖରେ ବସିଥିବା ବେଳେ କବିଙ୍କ ଜାତି ଜଣାପଡ଼ିଛି ଫଳରେ ଯାଜ୍ଞସେନୀ ନିଜ ଆସନ ବଦଳାଇ ବିଧିବଦ୍ଧ ଭାବରେ ନିଜକୁ ସଫା କରିଥିଲେ । ଏଭଳି ସଂକୀର୍ଣ୍ଣ ମାନସିକତାର ଥିବା ବେଳେ ଶିକ୍ଷାରେ ନ୍ୟାୟ ଦେବାର ସମ୍ଭାବ୍ୟତାକୁ ନେଇ କବି ପ୍ରଶ୍ନ ଉଠାଇଛନ୍ତି ।[୫][୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାବିତ୍ରୀବାଇ ଫୁଲେ ସମ୍ମାନ (୨୦୨୩)[୨]
  • ନାରୀ ପ୍ରତିଭା ସମ୍ମାନ (୨୦୨୨)[୭]

ଆଧାର[ସମ୍ପାଦନା]

  1. "GHAGURLI NODAL GOVT. UPS - Ghagurli District Bolangir (Orissa)". schools.org.in. Retrieved 2024-04-12.
  2. ୨.୦ ୨.୧ "modern sabitribai phule award: ଓଡ଼ିଶାର ଗର୍ବ: ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାଙ୍କୁ ମିଳିବ ପ୍ରଥମ ସାବିତ୍ରୀବାଇ ଫୁଲେ ସମ୍ମାନ". Zee News. Retrieved 2024-04-12.
  3. "ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ". ସମାଜ. 2022-02-09. Retrieved 2024-04-12.
  4. "ପଞ୍ଚବଟୀ ସାହିତ୍ୟୋତ୍ସବରେ ସାରସ୍ୱତ ସ୍ରଷ୍ଟାଙ୍କ ମହାମିଳନ". Koshala prabaha live. 2022-06-19. Retrieved 2024-04-12.
  5. Palaka, Provakar; Palaka, Provakar (2016-01-01). Politics of Writing: A Study of Dalits in Odia Literature (in Indian English).{{cite book}}: CS1 maint: date and year (link)
  6. Mahananda, Saroj Kumar; Mahananda, Saroj Kumar (2017-01-01). Politics of Writing: A Study of Dalits in Odia Literature (in Indian English).
  7. Portal, Prerna News. "ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିର ତରଫରୁ". prernanews.com. Retrieved 2024-04-12.