ଜୈସଲମେର
ଜେସଲମେର ଜେସଲମେର Jaisana | |
---|---|
ସହର | |
![]() View of the Jaisalmer Fort in the evening. | |
Nickname(s): ଗୋଲ୍ଡେନ ସିଟି | |
ଦେଶ | ![]() |
ରାଜ୍ୟ | ରାଜସ୍ଥାନ |
ଜିଲ୍ଲା | ଜେସଲମେର |
ସରକାର | |
• M.L.A. | Chhotu Singh Bhati |
କ୍ଷେତ୍ରଫଳ | |
• ମୋଟ | 5.1 km2 (2�0 sq mi) |
Elevation | 225 m (738 ft) |
ଜନସଂଖ୍ୟା (2001) | |
• ମୋଟ | ୫୮,୨୮୬ |
• ଘନତା | 11,000/km2 (30,000/sq mi) |
ଭାଷା | |
• ସରକାରୀ | ହିନ୍ଦୀ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 345 00x |
Telephone code | 02992 |
ଗାଡ଼ି ପଞ୍ଜିକରଣ | RJ 15 |
ୱେବସାଇଟ | jaisalmer |
Hill Forts of Rajasthan* | |
---|---|
ଇଉନେସ୍କୋ ସ୍ଥଳୀ | |
ରାଜ୍ୟ ଦଳ | ଭାରତ |
ପ୍ରକାର | Cultural |
ନିୟମ | ii, iii |
ଆଧାର | 247 |
ଅଞ୍ଚଳ** | South Asia |
ଲେଖ ଇତିହାସ | |
ଲେଖ | 2013 (36th ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ଜେସଲମେର pronunciation (help·info) (Rajasthani: जैसलमेर) ଗୋଲ୍ଡେନ ସିଟି ବା ସୁନେଲୀ ସହର ନାମରେ ପରିଚିତ ରାଜସ୍ଥାନର ଏକ ଲୋକପ୍ରିୟ ସହର। ଏହା ରାଜ୍ୟର ରାଜଧାନୀ ଜୟପୁରଠାରୁ ୫୩୫କି.ମି ପଶ୍ଚିମ ଦିଗରେ ଅବସ୍ଥିତ। ଏହି ସହର ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ଅର୍ନ୍ତଭୁକ୍ତ। ପୂର୍ବେ ଏହା ଜେସଲମେର ରାଜ୍ୟ ନାମରେ ପରିଚିତ ଥିଲା। ଜେସଲମେରର ନାମକରଣ ୧୧୫୬ ଖ୍ରୀ.ଅରେ ରାଜପୁତ ରାଜା ମହାରାୱଲ ଜୈସଲ ସିଂହଙ୍କଦ୍ୱାରା ଏହି ସହରର ସ୍ଥାପନା ପରେ ହୋଇଥିଲା। [୧] ଏଠାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି, ବିଶେଷ କରି ଏଠାରେ ଥିବା ଦୁର୍ଗ ଓ ପ୍ରାସାଦଗୁଡ଼ିକ ପାଇଁ ଏହା ଅଧିକ ପ୍ରସିଦ୍ଧ ଲାଭ କରିକରିଛି। ଏହା ବ୍ୟତୀତ ଏଠାରେ ଥିବା ଥର ମରୁଭୂମି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ଗମନାଗମନ[ସମ୍ପାଦନା]
ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଜେସଲମେରକୁ ଯିବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ଭଲ ସମୟ। ଯୋଧପୁର ହେଉଛି ଏହାର ନିକଟତ୍ତମ ବିମାନ ବନ୍ଦର। ଯୋଧପୁର ଏବଂ ଦିଲ୍ଲୀରୁ ଜେସଲମେର ଯିବା ପାଇଁ ସିଧାସଳଖ ରେଳର ସୁବିଧା ରହିଛି। ଏହା ବ୍ୟତୀତ ଦେଶର ଅନ୍ୟ ପ୍ରମୁଖ ସହର ଗୁଡିକରୁ ମଧ୍ୟ ରେଳର ସୁବିଧା ରହିଛି।
ପର୍ଯ୍ୟଟନ[ସମ୍ପାଦନା]
- ଜେସଲମେର ଦୁର୍ଗ : ଜେସଲମେରର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳି ହେଉଛି ଜେସଲମେର ଦୁର୍ଗ। ରାଜସ୍ଥାନୀ ଶୈଳୀରେ ନିର୍ମିତ ଏହି ଦୁର୍ଗର ଐତିହ୍ୟ ସମ୍ପର୍କରେ ସତ୍ୟଜିତ ରାୟଙ୍କଦ୍ୱାରା ରଚିତ ନୋଭେଲରେ ଖୁବ ସୁନ୍ଦର ଭାବରେ ଉଲ୍ଲେଖ କରାଯାଇଛି। ଏହି ନୋଭେଲକୁ ଅନୁକରଣ କରି ଏକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ହୋଇ ସାରିଛି।[୨]
[୩] ଖାସ କରି ଏହି ଦୁର୍ଗର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତି ବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି।
- ଗଡ଼ସିସାର ହ୍ରଦ : ଶାନ୍ତ ଓ ସ୍ନିଗ୍ଧ ପରିବେଶ ଘେରା ଏହି ହ୍ରଦ ହେଉଛି ଅନ୍ୟ ଏକ ଆକର୍ଷଣ କେନ୍ଦ୍ର। ବିଶେଷ କରି ଏଠାରେ ଅନେକ ମନ୍ଦିର ଦେଖିବାକୁ ମିଳେ, ତନ୍ମଧ୍ୟରୁ ଗୋଟିଏ ମନ୍ଦିର ଏହି ହ୍ରଦ ମଝିରେ ଅବସ୍ଥିତ। ଶୀତଦିନେ ଏଠାକୁ ଅନେକ ବିଦେଶୀ ପକ୍ଷୀ ଆସନ୍ତି, ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ।
- ପ୍ରମୁଖ ହବେଲି :
- ଜୈନ ମନ୍ଦିର :
ଆଧାର[ସମ୍ପାଦନା]
- ↑ Balfour, Edward (1885). The cyclopædia of India and of Eastern and Southern Asia:. Original from Oxford University: B. Quaritch. p. 406.
- ↑ "Sonar Qila". Financial Express. 9 January 2004.
- ↑ Jaisalmer Photos
ବାହାର ତଥ୍ୟ[ସମ୍ପାଦନା]

![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |