ଦ୍ରବ୍ୟ ଏବଂ ସେବା କର

ଉଇକିପିଡ଼ିଆ ରୁ
(ଜି-ଏସଟି ରୁ ଲେଉଟି ଆସିଛି)
Jump to navigation Jump to search

ଦ୍ରବ୍ୟ ଏବଂ ସେବା କର (GOODS & SERVICES TAX - GST)(ଜିଏସଟି)ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଦ୍ୟମ । ଏହି ବିଲ ୬ ମଇ ୨୦୧୫ରେ ଲୋକ ସଭାରେ ପାରିତ ହୋଇଥିଲା। [୧] ୩ ଅଗଷ୍ଟ ୨୦୧୬ରେ ରାଜ୍ୟସଭାରେ ପାରିତ ହୋଇ ଏହା ଆଇନରେ ପରିଣତ ହୋଇଥିଲା ।

୨୦୦୦ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜିଏସଟି ବାବଦରେ ଏକ କମିଟି ବସାଇ ଆଲୋଚନା ଆରମ୍ଭ କରିଥିଲେ । [୨][୩]୨୦୦୬ରେ ପ୍ରଥମେ ଉପା ସରକାର ଜିଏସଟି କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକ ସଭାରେ ଆଗତ କରିଥିଲେ । ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଥିଲା । ଲାଗୁହେଉଥିବା ବିଭିନ୍ନ ଟିକସ ଯଥା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, କାଉଣ୍ଟରଭେଲିଂ କର, ସେବା କର, ରାଜ୍ୟସ୍ତରୀୟ ମୂଲ୍ୟଯୁକ୍ତ ସେବା, ଅକ୍ଟ୍ରାଇ, ପ୍ରବେଶ ଶୁଳ୍କ, ବିଳାସ ଶୁଳ୍କ ଇତ୍ୟାଦିକୁ ଜିଏସଟି ପରିସରକୁ ନିଆଯାଇଛି ।[୪] ଜିଏସଟି ଲାଗୁ ହେବା ଫଳରେ ଦ୍ରବ୍ୟ ଓ ସେବାର ବ୍ୟବହାରକାରୀ ରାଜ୍ୟଗୁଡ଼ିକ ରାଜସ୍ୱ ପାଆନ୍ତି । [୫]


ଜିଏସଟି ପାଇଁ ମିଳିତ କ୍ଷମତା[ସମ୍ପାଦନା]

ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଆନ୍ତଃରାଜ୍ୟ ବାଣିଜ୍ୟ କ୍ଷେତ୍ରରେ କେବଳ କେନ୍ଦ୍ର ସରକାର ଟିକସ ଲାଗୁ କରିବା ସହ ଆଦାୟ କରିପାରିବେ । ଏ ବାବଦରେ ସଂଗୃହିତ ଟିକସ ରାଶିକୁ ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ପାର୍ଲ୍ୟାମେଣ୍ଟରେ ଆଇନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ।[୬]

ଜିଏସଟି ପରିଷଦ:[ସମ୍ପାଦନା]

ଆଇନ ପ୍ରଣୟନ ହେବାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ଜିଏସଟି ପରିଷଦ ଗଠନ କରିବେ । ଉକ୍ତ ପରିଷଦ ଦେଶରେ ଏକକ ଜାତୀୟ ବଜାରର ବିକାଶ ପାଇଁ କାର୍ଯ୍ୟ କରିବ ।

ଜିଏସଟି ପରିଷଦର ଗଠନାକୃତି:[ସମ୍ପାଦନା]

କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ରହିବେ । କେନ୍ଦ୍ର ଅର୍ଥ କିମ୍ବା ରାଜସ୍ବ ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟ ଦ୍ବାରା ମନୋନିତ ଅର୍ଥ ବା ଟିକସ ଅନ୍ୟ କୌଣସି ମନ୍ତ୍ରୀ ପରିଷଦରେ ରହିବେ ।

ଜିଏସଟି ପରିଷଦର କାର୍ଯ୍ୟ:[ସମ୍ପାଦନା]

  • ଜିଏସଟିରେ ଯେଉଁସବୁ ଟିକସ ସାମିଲହେବ ସେହିସବୁ ଟିକସ, ସେସ, ସରଚାର୍ଜ ଲାଗୁ ସଂପର୍କରେ ପରିଷଦ ସୁପାରିସ କରିବ ।
  • କେଉଁସବୁ ଉତ୍ପାଦ ଏବଂ ସେବା ଜିଏସଟିରେ ସାମିଲ ହେବ କିମ୍ବା ବାଦ ପଡ଼ିବ ।
  • ମଡେଲ ଜିଏସଟି ଆଇନ ଏବଂ ଏହାକୁ ଲାଗୁ କରାଯିବା ନୀତି, ସମନ୍ବିତ ଜିଏସଟିର ଆବଣ୍ଟନ ଏବଂ ଯୋଗାଣ ସ୍ଥାନ ଶାସନ ରୀତିର ନୀତି ପ୍ରସ୍ତୁତି ।
  • କେତେ ପରିମାଣର କାରବାର ସୀମାକୁ ଜିଏସଟିରୁ ବାଦ ଦିଆଯିବ ତାକୁ ଧାର୍ଯ୍ୟ କରିବା ।
  • ଜିଏସଟିର ସର୍ବନିମ୍ନ ହାର ଧାର୍ଯ୍ୟ ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ବତନ୍ତ୍ର ଟିକସ ହାର ଧାର୍ଯ୍ୟ ।
  • ଅରୁଣାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
  • ଏବଂ ଅନ୍ୟ ଯେକୌଣସି ବିଷୟରେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।

ବିବାଦ ସମାଧାନ[ସମ୍ପାଦନା]

ସୁପାରିସ ଦ୍ବାରା ଉପୁଜୁଥିବା କୌଣସି ପ୍ରକାର ବିବାଦର ସମାଧାନ ନୀତି ଉପାୟ କ'ଣ ରହିବ ତାହା ଜିଏସଟି ପରିଷଦ ଧାର୍ଯ୍ୟ କରିବ ।

ଟିକସ ଲାଗୁ ଉପରେ କଟକଣା[ସମ୍ପାଦନା]

ସାମଗ୍ରୀର କ୍ରୟ କିମ୍ବା ବିକ୍ରୟରେ ଟିକସ ଲାଗୁ କ୍ଷେତ୍ରରେ ସମ୍ବିଧାନର କେତେକ କଟକଣା ରହିଛି ତେବେ ବିଲ୍‌ରେ ଉକ୍ତ ବ୍ୟବସ୍ଥାର କେତେକ ସଂସୋଧନ ଆଣାଯାଇଛି ।

ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଅତିରିକ୍ତ ଟିକସ[ସମ୍ପାଦନା]

ଆନ୍ତଃରାଜ୍ୟ ବାଣିଜ୍ୟବେଳେ ସାମଗ୍ରୀର ଯୋଗାଣ ଉପରେ ଅତିରିକ୍ତ ଟିକସ (୧ ପ୍ରତିଶତରୁ ଅଧିକ ହେବନାହିଁ) ଲାଗୁ ଏବଂ ସଂଗ୍ରହ ହେବ । ଏହି ଅତିରିକ୍ତ ଟିକସ ୨ ବର୍ଷ ପାଇଁ କିମ୍ବା ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଦିଆଯିବ ।

ରାଜ୍ୟଗୁଡ଼ିକୁ କ୍ଷତିପୂରଣ[ସମ୍ପାଦନା]

ଜିଏସଟି କାର୍ଯ୍ୟକାରୀ ହେବା ଦ୍ବାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ଜିଏସଟି ପରିଷଦର ସୁପାରିସ ଅନୁସାରେ ତାହା ଭରଣା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।

ବାଦ ପଡ଼ିବାକୁ ଥିବା ସାମଗ୍ରୀ[ସମ୍ପାଦନା]

ମନୁଷ୍ୟଙ୍କ ବ୍ୟବହାର ପାଇଁ ଆଲକହଲ ଥିବା ମାଦକକୁ ଜିଏସଟି ପରିଷଦରୁ ବାଦ ଦିଆଯିବ । ପୁନଃଶ୍ଚ କେବେ ଅଶୋଧିତ ପେଟ୍ରୋଲିଅମ, ହାଇ ସ୍ପିଡ ଡିଜେଲ, ମୋଟୋର ସ୍ପିରିଟ (ପେଟ୍ରୋଲ), ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନ ଉପରେ ଜିଏସଟି ଲାଗୁ ହେବ ତାହା ଜିଏସଟି ପରିଷଦ ନିଷ୍ପତି ନେବ ।

ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଜିଏସଟି ହାର[ସମ୍ପାଦନା]

ଦେଶ ଜିଏସଟି ହାର[ଆଧାର ଲୋଡ଼ା]
ଅଷ୍ଟ୍ରେଲିଆ ୧୦%
ଫ୍ରାନ୍ସ ୧୯.୬%
କାନାଡ଼ା ୫%
ଜର୍ମାନୀ ୧୯%
ଜାପାନ ୫%
ସିଙ୍ଗାପୁର ୭%
ସ୍ବିଡେନ ୨୫%
ଭାରତ ୨୭% (ଲୋକ ସଭାରେ ଅରୁଣ ଜେଟଲୀଙ୍କ ଦ୍ବାରା ପ୍ରସ୍ତାବିତ ସେ କୁହନ୍ତି ହାରାହାରି ଅପେକ୍ଷା ୨୭% ଅଧିକ ଏବଂ ଜିଏସଟି ପରିଷଦରେ ଏହା ପାଖାପାଖି ୧୮%ରେ ସୀମିତ ରହିବ)
ନ୍ୟୁଜିଲାଣ୍ଡ ୧୫%
ପାକିସ୍ଥାନ ୧୮%
ମାଲେସିଆ ୬%
ଡେନମାର୍କ ୨୫%


ସମାଲୋଚନା ଏବଂ ଓଡ଼ିଶାର ଦାବି[ସମ୍ପାଦନା]

ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । [୭]

ବାହ୍ୟ ଲିଙ୍କ[ସମ୍ପାଦନା]

ଉଦ୍ଧୃତି[ସମ୍ପାଦନା]

  1. Joahua, Anita (7 May 2015). "Which Bill is 100th amendment to Constitution?". The Hindu (The Hindu Group). http://www.thehindu.com/news/national/which-bill-is-100th-amendment-to-constitution/article7178310.ece. Retrieved 8 May 2015. 
  2. "Modi to quit as GST panel head today". The Telegraph (Calcutta, India). 16 June 2013. http://www.telegraphindia.com/1130617/jsp/bihar/story_17014540.jsp#.Ub6ZD9hlypI. Retrieved 17 June 2013. 
  3. "Post Sushil Modi, GST Committee will have to find new chief". The Times Of India. 16 June 2013. http://articles.timesofindia.indiatimes.com/2013-06-16/india/40006394_1_gst-committee-empowered-committee-tax-regime. Retrieved 17 June 2013. 
  4. "ଜିଏସଟି: କେତୋଟି ଜାଣିବା ବିଷୟ". ଧରିତ୍ରୀ. http://orissakhabar.com. Retrieved 10 May 2015. 
  5. "Modi in, Modi out: Splitting headache for UPA on GST". Firstpost. 17 June 2013. http://www.firstpost.com/politics/modi-in-modi-out-splitting-headache-for-upa-on-gst-876165.html. Retrieved 17 June 2013. 
  6. http://profit.ndtv.com/news/show/gst-rates-to-be-in-range-of-16-20-cbec-162035?cp
  7. http://sarbasadharana.com/?p=3735