ଜାନକୀ ସବେଶ
ଜାନକୀ ସବେଶ | |
|---|---|
| ଜନ୍ମ | |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୧– ଏବେଯାଏଁ |
ଜାନକୀ ସବେଶ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରନ୍ତି । ସେ ତାଙ୍କ ଚଳଚ୍ଚିତ୍ରମାନଙ୍କରେ ମୁଖ୍ୟତଃ ମାଆ ଭୂମିକାରେ ଅଭିନୟ କରିନ୍ତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଜାନକୀ କର୍ଣ୍ଣାଟକର ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ନୂଆ ଦିଲ୍ଲୀରୁ ଶେଷ କରିଥିଲେ । ପରେ ପରେ ସେ ଦିଲ୍ଲୀର ଜମିଆ ମିଲ୍ଲିଆରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଏବଂ ମାସ୍ କମୁନିକେସନ୍ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । [୨]
ଅଭିନୟ ଜୀବନ
[ସମ୍ପାଦନା]୧୯୯୧ ମସିହାରେ ଜାନକୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ଉପରେ ନିର୍ମିତ ହୋଇଥିବା ଏହି ଡକୁମେଣ୍ଟରୀ ଚଳଚ୍ଚିତ୍ରର ନାମ ହେଉଛି India's Rajiv ।[୨] ଏହାପରେ ୧୯୯୭ରେ ପ୍ରଭୁ ଦେବା, ଅରବିନ୍ଦ ସ୍ୱାମୀ ଏବଂ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କାଜଲଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ମିନ୍ସର କନୁଭାରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ନନ୍ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ମାଆ ଭୂମିକାରେ ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ଜିନ୍ସରେ ଅଭିନୟ କରିଥିଲେ । ତା ପରଠାରୁ ସେ ପ୍ରାୟତଃ ନାୟକ ନାୟିକାମାନଙ୍କର ମାଆ ଭୂମିକାରେ ଅଭିନୟ କରିଛନ୍ତି । ଜାନକୀ ପାଖାପାଖି ୨୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୂର୍ଯ୍ୟ ଶିବକୁମାରଙ୍କର ଅଭିନୀତ ଚଳଚ୍ଚିତ୍ର ସିଙ୍ଘମର ତିନୋଟିଯାକ ସଂସ୍କରଣରେ ସେ ନାୟିକାଙ୍କର ମାଆ ଭାବରେ ଏକ ବିଶେଷ ପରିଚୟ ପାଇଥିଲେ । ସେ ୟୁଟ୍ୟୁବ୍ରେ "Black Sheep" ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ଜାନକୀ ମଧ୍ୟ ଫେସବୁକରେ "Golpo - Tales Unlimited" ନାମକ ଗୋଟିଏ ପୃଷ୍ଠାରେ କିଛି ଗପ ଲେଖି ଅପଲୋଡ଼ କରନ୍ତି । ଏହି ପୃଷ୍ଠାଟିର ଶୀର୍ଷକର ଅର୍ଥ ଓଡ଼ିଆରେ ହେଉଛି ଗଳ୍ପ । ଏହା ହେଉଛ ଏକ ବଙ୍ଗାଳୀ ଶବ୍ଦ । ତାଙ୍କର ଏହି ଲେଖାଗୁଡ଼ିକ ମଧ୍ୟରେ ଗୀତ, କାହାଣୀ ଏବଂ କିଛି ସାମାଜିକ କଥାକୁ ନେଇ ବର୍ଣ୍ଣିତ ହୋଇଥାଏ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା |
|---|---|---|---|
| ୧୯୯୭ | Minsaara Kanavu | ନନ୍ | ତାମିଲ |
| ୧୯୯୮ | Jeans | ମଧୁମିତାର ମାଆ | ତାମିଲ |
| ୧୯୯୯ | Jodi | ଅତିଥି କଳାକାର | ତାମିଲ |
| ୨୦୦୧ | Kushi | ଜେନିଫରର ମାଆ | ତାମିଲ |
| ୨୦୦୧ | Kushi | ସିଦ୍ଧାର୍ଥର ମାଆ | ତେଲୁଗୁ |
| Minnale | ରାଜିବ ସାମୁଏଲର ମାଆ | ତାମିଲ | |
| Poovellam Un Vasam | ଚିନ୍ନାର ମାଆ | ତାମିଲ | |
| ୨୦୦୨ | Run | ଶିବାର ମାଆ | ତାମିଲ |
| ୨୦୦୩ | Boys | ରେଣୁକା | ତାମିଲ |
| Enakku 20 Unakku 18 | ଅତିଥି କଳାକାର | ତାମିଲ | |
| Nee Manasu Naaku Telusu | ଅତିଥି କଳାକାର | ତେଲୁଗୁ | |
| ୨୦୦୪ | Ghilli | ଶ୍ରବଣର ମାଆ | ତାମିଲ |
| Vaanam Vasappadum | ପୁଙ୍ଗକୋଥାଇର ମାଆ | ତାମିଲ | |
| ୨୦୦୬ | Vettaiyaadu Vilaiyaadu | ଜାନକୀ | ତାମିଲ |
| ୨୦୦୭ | Shankar Dada Zindabad | ସାଦାର ମାଆ | ତେଲୁଗୁ |
| ୨୦୦୮ | Dhaam Dhoom | ତାମିଲ | |
| ୨୦୦୯ | Ayan | ତାମିଲ | |
| ୨୦୧୦ | Singam | କାବ୍ୟାର ମାଆ | ତାମିଲ |
| Maro Charitra | ତେଲୁଗୁ | ||
| ୨୦୧୧ | Nootrenbadhu | ଆନ୍ନାଲକ୍ଷ୍ମୀ | ତାମିଲ |
| 180 Rules | ଅର୍ଣ୍ଣପୂର୍ଣ୍ଣା | ତେଲୁଗୁ | |
| ୨୦୧୨ | Billa 2 | ଡେଭିଡ୍ର ଭଉଣୀ | ତାମିଲ |
| ୨୦୧୩ | Singam 2 | କାବ୍ୟାର ମାଆ | ତାମିଲ |
| ୨୦୧୪ | Poojai | ଦିବ୍ୟାର ମାଆ | ତାମିଲ |
| ୨୦୧୭ | Si3 | କାବ୍ୟାର ମାଆ | ତାମିଲ |
ଆଧାର
[ସମ୍ପାଦନା]- ↑ Deepa Venkatraman (2013-06-15). "It's all in the mind". The Hindu. Retrieved 2013-06-24.
- ↑ ୨.୦ ୨.୧ Y. Sunita Chowdhary (2010-05-24). "Exuding positivity". The Hindu. Retrieved 2013-06-24.