ଜାନ‌କୀ ସବେଶ

ଉଇକିପିଡ଼ିଆ‌ରୁ
ଜାନ‌କୀ ସବେଶ
Born
Occupationଅଭିନେତ୍ରୀ
Years active୧୯୯୧– ଏବେଯାଏଁ

ଜାନ‌କୀ ସବେଶ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରନ୍ତି । ସେ ତାଙ୍କ ଚଳଚ୍ଚିତ୍ରମାନଙ୍କରେ ମୁଖ୍ୟତଃ ମାଆ ଭୂମିକାରେ ଅଭିନୟ କରିନ୍ତି ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜାନ‌କୀ କର୍ଣ୍ଣାଟକର ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ନୂଆ ଦିଲ୍ଲୀରୁ ଶେଷ କରିଥିଲେ । ପରେ ପରେ ସେ ଦିଲ୍ଲୀର ଜମିଆ ମିଲ୍ଲିଆରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଏବଂ ମାସ୍ କମୁନିକେସନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । [୨]

ଅଭିନୟ ଜୀବନ[ସମ୍ପାଦନା]

୧୯୯୧ ମସିହାରେ ଜାନ‌କୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ସ‌ହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ଉପରେ ନିର୍ମିତ ହୋଇଥିବା ଏହି ଡକୁମେଣ୍ଟରୀ ଚଳଚ୍ଚିତ୍ରର ନାମ ହେଉଛି India's Rajiv[୨] ଏହାପରେ ୧୯୯୭ରେ ପ୍ରଭୁ ଦେବା, ଅରବିନ୍ଦ ସ୍ୱାମୀ ଏବଂ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କାଜଲଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ମିନ୍ସର କନୁଭାରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ନନ୍ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ମାଆ ଭୂମିକାରେ ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ଜିନ୍ସରେ ଅଭିନୟ କରିଥିଲେ । ତା ପରଠାରୁ ସେ ପ୍ରାୟତଃ ନାୟକ ନାୟିକାମାନଙ୍କର ମାଆ ଭୂମିକାରେ ଅଭିନୟ କରିଛନ୍ତି । ଜାନ‌କୀ ପାଖାପାଖି ୨୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୂର୍ଯ୍ୟ ଶିବକୁମାରଙ୍କର ଅଭିନୀତ ଚଳଚ୍ଚିତ୍ର ସିଙ୍ଘମର ତିନୋଟିଯାକ ସଂସ୍କରଣରେ ସେ ନାୟିକାଙ୍କର ମାଆ ଭାବରେ ଏକ ବିଶେଷ ପରିଚୟ ପାଇଥିଲେ । ସେ ୟୁଟ୍ୟୁବ୍‌ରେ "Black Sheep" ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଜାନ‌କୀ ମଧ୍ୟ ଫେସବୁକରେ "Golpo - Tales Unlimited" ନାମକ ଗୋଟିଏ ପୃଷ୍ଠାରେ କିଛି ଗପ ଲେଖି ଅପଲୋଡ଼ କରନ୍ତି । ଏହି ପୃଷ୍ଠାଟିର ଶୀର୍ଷକର ଅର୍ଥ ଓଡ଼ିଆରେ ହେଉଛି ଗଳ୍ପ । ଏହା ହେଉଛ ଏକ ବଙ୍ଗାଳୀ ଶବ୍ଦ । ତାଙ୍କର ଏହି ଲେଖାଗୁଡ଼ିକ ମଧ୍ୟରେ ଗୀତ, କାହାଣୀ ଏବଂ କିଛି ସାମାଜିକ କଥାକୁ ନେଇ ବର୍ଣ୍ଣିତ ହୋଇଥାଏ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା
୧୯୯୭ Minsaara Kanavu ନନ୍ ତାମିଲ
୧୯୯୮ Jeans ମଧୁମିତାର ମାଆ ତାମିଲ
୧୯୯୯ Jodi ଅତିଥି କଳାକାର ତାମିଲ
୨୦୦୧ Kushi ଜେନିଫରର ମାଆ ତାମିଲ
୨୦୦୧ Kushi ସିଦ୍ଧାର୍ଥର ମାଆ ତେଲୁଗୁ
Minnale ରାଜିବ ସାମୁଏଲର ମାଆ ତାମିଲ
Poovellam Un Vasam ଚିନ୍ନାର ମାଆ ତାମିଲ
୨୦୦୨ Run ଶିବାର ମାଆ ତାମିଲ
୨୦୦୩ Boys ରେଣୁକା ତାମିଲ
Enakku 20 Unakku 18 ଅତିଥି କଳାକାର ତାମିଲ
Nee Manasu Naaku Telusu ଅତିଥି କଳାକାର ତେଲୁଗୁ
୨୦୦୪ Ghilli ଶ୍ରବଣର ମାଆ ତାମିଲ
Vaanam Vasappadum ପୁଙ୍ଗକୋଥାଇର ମାଆ ତାମିଲ
୨୦୦୬ Vettaiyaadu Vilaiyaadu ଜାନ‌କୀ ତାମିଲ
୨୦୦୭ Shankar Dada Zindabad ସାଦାର ମାଆ ତେଲୁଗୁ
୨୦୦୮ Dhaam Dhoom ତାମିଲ
୨୦୦୯ Ayan ତାମିଲ
୨୦୧୦ Singam କାବ୍ୟାର ମାଆ ତାମିଲ
Maro Charitra ତେଲୁଗୁ
୨୦୧୧ Nootrenbadhu ଆନ୍ନାଲକ୍ଷ୍ମୀ ତାମିଲ
180 Rules ଅର୍ଣ୍ଣପୂର୍ଣ୍ଣା ତେଲୁଗୁ
୨୦୧୨ Billa 2 ଡେଭିଡ୍‌ର ଭଉଣୀ ତାମିଲ
୨୦୧୩ Singam 2 କାବ୍ୟାର ମାଆ ତାମିଲ
୨୦୧୪ Poojai ଦିବ୍ୟାର ମାଆ ତାମିଲ
୨୦୧୭ Si3 କାବ୍ୟାର ମାଆ ତାମିଲ

ଆଧାର[ସମ୍ପାଦନା]

  1. Deepa Venkatraman (2013-06-15). "It's all in the mind". The Hindu. Retrieved 2013-06-24.
  2. ୨.୦ ୨.୧ Y. Sunita Chowdhary (2010-05-24). "Exuding positivity". The Hindu. Retrieved 2013-06-24.