ଜଳଦାପଡ଼ା ଜାତୀୟ ଉଦ୍ୟାନ

Coordinates: 26°37′43″N 89°22′39″E / 26.628611°N 89.3775°E / 26.628611; 89.3775
ଉଇକିପିଡ଼ିଆ‌ରୁ
ଜଳଦାପଡ଼ା ଜାତୀୟ ଉଦ୍ୟାନ
জলদাপাড়া জাতীয় উদ্যান
Jaldapara National Park
IUCN Category II (National Park)
ଜଳଦାପଡ଼ା ଜାତୀୟ ଉଦ୍ୟାନର ଏକ କଲରାପତରିଆ ବାଘ
Map showing the location of ଜଳଦାପଡ଼ା ଜାତୀୟ ଉଦ୍ୟାନ জলদাপাড়া জাতীয় উদ্যান Jaldapara National Park.
Map showing the location of ଜଳଦାପଡ଼ା ଜାତୀୟ ଉଦ୍ୟାନ জলদাপাড়া জাতীয় উদ্যান Jaldapara National Park.
ଭାରତରେ ଜଳଦାପଡ଼ାର ଅବସ୍ଥିତି
ଅବସ୍ଥାନଅଲିପୁରଦ୍ୱାର ଜିଲ୍ଲା, ପଶ୍ଚିମ ବଙ୍ଗ, ଭାରତ
ପାଖ ସହରମଦାରିହାଟ/ ବୀରପଡ଼ା
ଦିଗବାରେଣି26°37′43″N 89°22′39″E / 26.628611°N 89.3775°E / 26.628611; 89.3775
କ୍ଷେତ୍ରଫଳ୨୧୬.୫୧ ବର୍ଗ କି.ମି.
ସ୍ଥାପିତ୧୯୪୧


ଜଳଦାପଡ଼ା ଜାତୀୟ ଉଦ୍ୟାନ (ବଙ୍ଗଳା ଭାଷାରେ জলদাপাড়া জাতীয় উদ্যান) ପୂର୍ବ ହିମାଳୟର ପାଦଦେଶରେ ତୋର୍ଷା ନଦୀ କୂଳରେ ଅବସ୍ଥିତ । ପ୍ରଶାସନିକ ଦୃଷ୍ଟିକୋଣରୁ ଏହା ଉତ୍ତର ପଶ୍ଚିମ ବଙ୍ଗର ଅଲିପୁରଦ୍ୱାର ଜିଲ୍ଲାରେ ଅବସ୍ଥିତ । ଜଳଦପଡ଼ାର ସମୁଦ୍ରପତନରୁ ଉଚ୍ଚତା ପ୍ରାୟ ୬୧ ମିଟର୍ । ନଦୀ ଓ ତୃଣଭୂମି ପୂର୍ଣ୍ଣ ୨୧୬.୫୧ ବର୍ଗ କି.ମି. ଅଞ୍ଚଳରେ ଏହି ଜାତୀୟ ଉଦ୍ୟାନ ପରିବ୍ୟାପ୍ତ ।[୧] ଏଠାକାର ବନ ଓ ଜୀବ ସମ୍ପଦର ସୁରକ୍ଷା ପାଇଁ ୧୯୪୧ ମସିହାରେ ଜଳଦାପଡ଼ାକୁ ଏକ ଅଭୟାରଣ୍ୟ ଘୋଷିତ କରାଯାଇଥିଲା । ବର୍ତ୍ତମାନ ବିଲୁପ୍ତପ୍ରାୟ ଭାରତୀୟ ଗଣ୍ଡାର ଏକ ଅଂଶ ଏହି ଜାତୀୟ ଉଦ୍ୟାନରେ ବସବାସ କରୁଛନ୍ତି ।[୨] ଜଳଦାପଡ଼ାକୁ ବର୍ଗ-୪ ଅଧିବାସ ପରିଚାଳନା କ୍ଷେତ୍ର (Habitat management area) ରୂପେ ଗଣନା କରାଯାଏ ।[୩] ଜଳଦାପଡ଼ା ଓ ବକ୍ସା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ରହିଥିବା ଚିଲପାଟା ଜଙ୍ଗଲ ଏକ ସଂରକ୍ଷିତ ହାତୀ ଜଙ୍ଗଲ ।[୪] ଜଳଦାପଡ଼ା ନିକଟସ୍ଥ ଗୋରୁମାରା ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ଭାରତୀୟ ଗଣ୍ଡା ବସବାସ କରନ୍ତି ।


ଇତିହାସ[ସମ୍ପାଦନା]

୧୮୦୦ ମସିହା ପୂର୍ବରୁ ଏହି ଜଙ୍ଗଲରେ ଟୋଟୋ ଓ ମେଛ (ବୋଡ଼ୋ) ଜନଜାତି ବାସ କରୁଥିଲେ । ସେତେବେଳେ ଏହି ସ୍ଥାନ ଟୋଟୋପଡ଼ା ନାମରେ ଜଣାଶୁଣା ଥିଲା । ଅବଶିଷ୍ଟ ଭାରତୀୟ ଗଣ୍ଡାମାନଙ୍କ ସୁରକ୍ଷା ପାଇଁ ୧୯୪୧ ମସିହାରେ ଜଳଦାପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ପ୍ରତିଷ୍ଠା କରାଗଲା । ୨୦୧୨ ମସିହା ମଇ ମାସରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା ।[୧][୫]


ଉଦ୍ଭିଦ ଏବଂ ବନ୍ୟଜୀବ[ସମ୍ପାଦନା]

ଜଳଦାପଡ଼ାର ଜଙ୍ଗଲରେ ମୁଖ୍ୟତଃ ଲମ୍ବା ଲମ୍ବା ଘାସର ତୃଣଭୂମି ରହିଛି । ଭାରତୀୟ ଗଣ୍ଡା ଏଠାକାର ଜଙ୍ଗଲର ମୁଖ୍ୟ ଆକର୍ଷଣ । ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରେ ସବୁଠାରୁ ଅଧିକ ଭାରତୀୟ ଗଣ୍ଡା ଜଳଦାପଡ଼ାରେ ବାସ କରନ୍ତି । ଏହି ଜଙ୍ଗଲରେ ବାସ କରୁଥିବା ଅନ୍ୟ କେତେକ ପ୍ରମୁଖ ବନ୍ୟଜୀବ ହେଲେ ହାତୀ, କଲରାପତରିଆ ବାଘ, ସମ୍ବର, କୁଟୁରା, ଚିତଲ୍, କୁଜି ହରିଣ, ବାର୍‍ହା ଏବଂ ବନ୍ୟ ଗୟଳ । ଭାରତରେ ହାତୀ ଓ ଭାରତୀୟ ଗଣ୍ଡାଙ୍କ ସଂରକ୍ଷଣ ସ୍ଥିତି ସଙ୍କଟାପନ୍ନ ।


ଜଳଦାପଡ଼ା ପକ୍ଷୀପ୍ରେମୀଙ୍କ ପାଇଁ ସ୍ୱର୍ଗ । ଚରସ ପକ୍ଷୀ ବା ବଙ୍ଗଳା ଫ୍ରୋରିକାନ୍ ଭାରତର ଯେଉଁ ଅଳ୍ପ କିଛି ସ୍ଥାନରେ ଦେଖାଯାନ୍ତି, ତନ୍ମଧ୍ୟରୁ ଜଳଦାପଡ଼ା ଅନ୍ୟତମ । ଏଠାରେ ଦେଖାଯାଉଥିବା ଅନ୍ୟ ପକ୍ଷୀମାନଙ୍କ ମଧ୍ୟରୁ ଚୂଳିଆ ଚିଲ, ପାଲ୍ଲା ମାଛଖିଆ ଚିଲ, ଶିକ୍ରା, ଫିନ୍‍ସ୍ ୱିଭର୍, ବଣ କୁକୁଡ଼ା, ମୟୂର, କୋଚିଲାଖାଇ, ତିତିରି ଉଲ୍ଲେଖଯୋଗ୍ୟ । ଜଳଦାପଡ଼ା ଅରଣ୍ୟରେ ଅଜଗର, ଗୋଧି, ଚିଟି ସାପ, ନାଗ ସାପ ଓ ଗେକୋ ଏଣ୍ଡୁଅ ପରି ସରୀସୃପ ଦେଖାଯାନ୍ତି । ପ୍ରାୟ ୮ ପ୍ରଜାତିର ମଧୁରଜଳ କଇଁଛ ମଧ୍ୟ ଜଳଦାପଡ଼ାରେ ରହିଥିବା ଜଣାଯାଏ ।


ଚିତ୍ର ଗ୍ୟାଲେରି[ସମ୍ପାଦନା]


ଆଧାର[ସମ୍ପାଦନା]

  1. ୧.୦ ୧.୧ "National Park status for Jaldapara Sanctuary". Times of India. 11 May 2012. Retrieved 11 May 2012.
  2. "Alipurduar Tourism". Alipurduar District Tourism. Archived from the original on 27 June 2015. Retrieved 23 March 2017.
  3. Jaldapara Wildlife Sanctuary, India
  4. Wildlife Times: Elephants of North Bengal Archived 2011-07-18 at the Wayback Machine.
  5. "জাতীয় উদ্যানের স্বীকৃতি জলদাপাড়াকে". Anandabazar Patrika (in Bengali). 11 ମଇ 2012. Archived from the original on 11 ମଇ 2012. Retrieved 11 ମଇ 2012.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

ବାହାର ଭିଡିଓ
video icon Rhino at Hollong Tourist Lodge
video icon Jaldapara rhino