ଜରାୟୁ ସ୍ଖଳନ
| ଜରାୟୁ ସ୍ଖଳନ (Uterine prolapse) | |
|---|---|
| Pelvic organ prolapse, prolapse of the uterus (womb), female genital prolapse, uterine descensus | |
| ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
| ଲକ୍ଷଣ | ପରିପୂର୍ଣ୍ଣ ଯୋନୀପଥ, ଯୌନକ୍ରିୟା ସମୟରେ କଷ୍ଟ, ମୂତ୍ରତ୍ୟାଗରେ ସମସ୍ୟା, ଅନିୟନ୍ତ୍ରିତ ମୁତ୍ରତ୍ୟାଗ (urinary incontinence) ଓ କୋଷ୍ଠକାଠିନ୍ୟ [୧] |
| ଆକ୍ରାନ୍ତ ସମୟ | କ୍ରମଶଃ[୨] |
| ବିପଦ କାରକ | ଗର୍ଭାବସ୍ଥା, ପ୍ରସବ, ମୋଟାପଣ, କୋଷ୍ଠକାଠିନ୍ୟ, ଦୀର୍ଘକାଳୀନ କାଶ[୩] |
| ରୋଗ ନିର୍ଣ୍ଣୟ ପଦ୍ଧତି | ପେଲଭିକ ପରୀକ୍ଷା (examination)[୧] |
| ସଠିକ ରୋଗ ନିର୍ଣ୍ଣୟ | ଯୋନୀପଥ କର୍କଟ (Vaginal cancer), ଲମ୍ବା ଜରାୟୁ ଗ୍ରୀବା (cervix)[୧][୩] |
| ଚିକିତ୍ସା | ପେସାରି (Pessary), ହରମୋନ ବଦଳ ଥେରାପି (hormone replacement therapy), ଅପରେଶନ[୧][୩] |
| ପୁନଃପୌନିକ | ପ୍ରାୟ ୧୪% ମହିଳାଙ୍କର [୨] |
ଜରାୟୁ ସ୍ଖଳନ ବା ଗାଉଁଲି ଭାଷାରେ ଚାଳ ଖସିବା (ଇଂରାଜୀ ଭାଷାରେ uterine prolapse) ନାମ ଦିଆଯାଏ ଯେତେବେଳେ ଯୋନୀପଥ (vagina) ଦେଇ ଜରାୟୁ (uterus) ତଳକୁ ଖସିଆସେ ।[୧] ଏହି ରୋଗ ଥିଲେ ପରିପୂର୍ଣ୍ଣ ଯୋନୀପଥ, ଯୌନକ୍ରିୟା ସମୟରେ କଷ୍ଟ (pain with sex), ମୂତ୍ରତ୍ୟାଗରେ ସମସ୍ୟା, ଅନିୟନ୍ତ୍ରିତ ମୁତ୍ରତ୍ୟାଗ (urinary incontinence) ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ ।[୧] ସମୟକ୍ରମେ ଏହାର ପରିସ୍ଥିତି ଖରାପ ଦିଗକୁ ଗତିକରେ ।[୨] କଟି ଯନ୍ତ୍ରଣା ଓ ଯୋନୀପଥ ରକ୍ତସ୍ରାବ (vaginal bleeding) ହୋଇପାରେ ।[୩]
ଗର୍ଭାବସ୍ଥା, ପ୍ରସବ, ମୋଟାପଣ, କୋଷ୍ଠକାଠିନ୍ୟ, ଦୀର୍ଘକାଳୀନ କାଶ ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୩] ପେଲଭିକ ପରୀକ୍ଷା (examination) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଅନ୍ୟାନ୍ୟ ପେଲଭିସ ଅଙ୍ଗ ସ୍ଖଳନ (en:pelvic organ prolapse) ଯେପରିକି ସିସ୍ଟୋସିଲ (bladder prolapse), ରେକ୍ଟୋସିଲ (large bowel prolapse) ଓ ଏଣ୍ଟେରୋସିଲ (small bowel prolapse) ଭଳି ଜରାୟୁ ସ୍ଖଳନ ମଧ୍ୟ ଏକ ସ୍ଖଳନ ରୋଗ ।[୪]
ଏହାର ପ୍ରତିଷେଧ ନିମନ୍ତେ କ୍ରନିକ ଶ୍ୱାସକ୍ରିୟା ସମସ୍ୟାର ଚିକିତ୍ସା, ଧୁମ୍ରପାନ ବନ୍ଦ ଓ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବାକୁ ଉପଦେଶ ଦିଆଯାଏ ।[୩] ରୋଗ ସାମାନ୍ୟ ହୋଇଥିଲେ ପେସାରି (Pessary) ବା ହରମୋନ ବଦଳ ଥେରାପି (hormone replacement therapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧][୩] ରୋଗ ସାଂଘାତିକ ହୋଇଥିଲେ ଭାଜାଇନାଲ ହିସ୍ଟେରେକ୍ଟୋମି (vaginal hysterectomy) ଅପରେଶନ କରାଯାଏ ।[୧] ପ୍ରାୟ ୧୪% ମହିଳାଙ୍କର ଏହି ରୋଗ ହୁଏ ।[୨] ଏହି ରୋଗ ଋତୁବନ୍ଦ (after menopause) ପରେ ପ୍ରାୟ ହୁଏ ।[୩]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 "Uterine and Vaginal Prolapse - Gynecology and Obstetrics". Merck Manuals Professional Edition. February 2017. Retrieved 15 October 2018.
- 1 2 3 4 Culligan, Patrick J.; Goldberg, Roger P. (2007). Urogynecology in Primary Care (in ଇଂରାଜୀ). Springer Science & Business Media. p. 5. ISBN 9781846281679.
- 1 2 3 4 5 6 7 8 Ferri, Fred F. (2015). Ferri's Clinical Advisor 2016 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 939. ISBN 9780323378222.
- ↑ "Uterine prolapse - Symptoms, diagnosis and treatment". BMJ Best Practice (in ଆମେରିକୀୟ ଇଂରାଜୀ). Retrieved 15 October 2018.
ବାହ୍ୟ ଲିଙ୍କ
[ସମ୍ପାଦନା]| ଶ୍ରେଣୀବିଭାଗ | |
|---|---|
| ବାହାର ଉତ୍ସ |
- Illustrated description of Manchester Operation Archived 2017-06-13 at the Wayback Machine. at atlasofpelvicsurgery.com
- Inverted uterus treatment, from Merck Professional