ଜରାୟୁ ସ୍ଖଳନ

ଉଇକିପିଡ଼ିଆ‌ରୁ
ଜରାୟୁ ସ୍ଖଳନ (Uterine prolapse)
Pelvic organ prolapse, prolapse of the uterus (womb), female genital prolapse, uterine descensus
୭୧ ବର୍ଷୀୟ ମହିଳାଙ୍କର ଜରାୟୁ ସ୍ଖଳିତ ହୋଇ ଜରାୟୁ ଗ୍ରୀବା (cervix) ଯୋନୀପଥରେ ଦୃଶ୍ୟମାନ ହେଉଛି । Uterine prolapse in a 71-year-old woman, with the cervix visible in the vaginal opening.
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣପରିପୂର୍ଣ୍ଣ ଯୋନୀପଥ, ଯୌନ‌କ୍ରିୟା ସମୟରେ କଷ୍ଟ, ମୂତ୍ରତ୍ୟାଗରେ ସମସ୍ୟା, ଅନିୟନ୍ତ୍ରିତ ମୁତ୍ରତ୍ୟାଗ (urinary incontinence) ଓ କୋଷ୍ଠକାଠିନ୍ୟ [୧]
ଆକ୍ରାନ୍ତ ସମୟକ୍ରମଶଃ[୨]
ବିପଦ କାରକଗର୍ଭାବସ୍ଥା, ପ୍ରସବ, ମୋଟାପଣ, କୋଷ୍ଠକାଠିନ୍ୟ, ଦୀର୍ଘକାଳୀନ କାଶ[୩]
ରୋଗ ନିର୍ଣ୍ଣୟ ପଦ୍ଧତିପେଲଭିକ ପରୀକ୍ଷା (examination)[୧]
ସଠିକ ରୋଗ ନିର୍ଣ୍ଣୟଯୋନୀପଥ କର୍କଟ (Vaginal cancer), ଲମ୍ବା ଜରାୟୁ ଗ୍ରୀବା (cervix)[୧][୩]
ଚିକିତ୍ସାପେସାରି (Pessary), ହରମୋନ ବଦଳ ଥେରାପି (hormone replacement therapy), ଅପରେଶନ[୧][୩]
ପୁନଃପୌନିକପ୍ରାୟ ୧୪% ମହିଳାଙ୍କର [୨]

ଜରାୟୁ ସ୍ଖଳନ ବା ଗାଉଁଲି ଭାଷାରେ ଚାଳ ଖସିବା (ଇଂରାଜୀ ଭାଷାରେ Uterine prolapse) ନାମ ଦିଆଯାଏ ଯେତେବେଳେ ଯୋନୀପଥ (vagina) ଦେଇ ଜରାୟୁ (uterus) ତଳକୁ ଖସିଆସେ ।[୧] ଏହି ରୋଗ ଥିଲେ ପରିପୂର୍ଣ୍ଣ ଯୋନୀପଥ, ଯୌନ‌କ୍ରିୟା ସମୟରେ କଷ୍ଟ (pain with sex), ମୂତ୍ରତ୍ୟାଗରେ ସମସ୍ୟା, ଅନିୟନ୍ତ୍ରିତ ମୁତ୍ରତ୍ୟାଗ (urinary incontinence) ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ ।[୧] ସମୟକ୍ରମେ ଏହାର ପରିସ୍ଥିତି ଖରାପ ଦିଗକୁ ଗତିକରେ ।[୨] କଟି ଯନ୍ତ୍ରଣା ଓ ଯୋନୀପଥ ରକ୍ତସ୍ରାବ (vaginal bleeding) ହୋଇପାରେ ।[୩]

ଗର୍ଭାବସ୍ଥା, ପ୍ରସବ, ମୋଟାପଣ, କୋଷ୍ଠକାଠିନ୍ୟ, ଦୀର୍ଘକାଳୀନ କାଶ ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୩] ପେଲଭିକ ପରୀକ୍ଷା (examination) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଅନ୍ୟାନ୍ୟ ପେଲଭିସ ଅଙ୍ଗ ସ୍ଖଳନ (en:pelvic organ prolapse) ଯେପରିକି ସିସ୍ଟୋସିଲ (bladder prolapse), ରେକ୍ଟୋସିଲ (large bowel prolapse) ଓ ଏଣ୍ଟେରୋସିଲ (small bowel prolapse) ଭଳି ଜରାୟୁ ସ୍ଖଳନ ମଧ୍ୟ ଏକ ସ୍ଖଳନ ରୋଗ ।[୪]

ଏହାର ପ୍ରତିଷେଧ ନିମନ୍ତେ କ୍ରନିକ ଶ୍ୱାସକ୍ରିୟା ସମସ୍ୟାର ଚିକିତ୍ସା, ଧୁମ୍ରପାନ ବନ୍ଦ ଓ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବାକୁ ଉପଦେଶ ଦିଆଯାଏ ।[୩] ରୋଗ ସାମାନ୍ୟ ହୋଇଥିଲେ ପେସାରି (Pessary) ବା ହରମୋନ ବଦଳ ଥେରାପି (hormone replacement therapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧][୩] ରୋଗ ସାଂଘାତିକ ହୋଇଥିଲେ ଭାଜାଇନାଲ ହିସ୍ଟେରେକ୍ଟୋମି (vaginal hysterectomy) ଅପରେଶନ କରାଯାଏ ।[୧] ପ୍ରାୟ ୧୪% ମହିଳାଙ୍କର ଏହି ରୋଗ ହୁଏ ।[୨] ଏହି ରୋଗ ଋତୁବନ୍ଦ (after menopause) ପରେ ପ୍ରାୟ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Uterine and Vaginal Prolapse - Gynecology and Obstetrics". Merck Manuals Professional Edition. February 2017. Retrieved 15 October 2018.
  2. ୨.୦ ୨.୧ ୨.୨ ୨.୩ Culligan, Patrick J.; Goldberg, Roger P. (2007). Urogynecology in Primary Care (in ଇଂରାଜୀ). Springer Science & Business Media. p. 5. ISBN 9781846281679.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Ferri, Fred F. (2015). Ferri's Clinical Advisor 2016 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 939. ISBN 9780323378222.
  4. "Uterine prolapse - Symptoms, diagnosis and treatment". BMJ Best Practice (in ଆମେରିକୀୟ ଇଂରାଜୀ). Retrieved 15 October 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ