Jump to content

ପେସାରି

ଉଇକିପିଡ଼ିଆ‌ରୁ
Gold-plated stem pessary (intrauterine device) from 1920

 

ପେସାରି (ଇଂରାଜୀ ଭାଷାରେ pessary) ହେଉଛି ଏକ ଉପକରଣ ଯାହାକି ଗଠନମୂଳକ ସହାୟତା ପାଇଁ ଯୋନୀପଥରେ ରଖାଯାଇଥାଏ ।[] [] ଏହା ସାଧାରଣତ ଚାପ ଜନିତ ମୂତ୍ର ଅସଂଜମତା ଏବଂ ଶ୍ରୋଣୀ ଅଙ୍ଗ ସ୍ଥାନ‌ଚ୍ୟୁତି ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ପ୍ରାୟ ୮୫% ମହିଳାଙ୍କଠାରେ ଏକ ଉପଯୁକ୍ତ ଆକୃତିର ଉପକରଣ ମିଳିପାରିବ ।[] କେତେକ ପ୍ରକାର ଉପକରଣ ଯୌନ ସମ୍ପର୍କ ସହିତ ଏକତ୍ର ବ୍ୟବ‌ହାର ଯୋଗ୍ୟ ଥାଏ ।[] ଏହି ଶବ୍ଦ ଯୋନୀପଥ ସପୋଜିଟୋରୀ ଏବଂ ଡାଏଫ୍ରାମ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[] []

ସେଗୁଡିକ ସାଧାରଣତଃ ଭଲ ଭାବରେ ସହ୍ୟ କରାଯାଏ ।[] ସଠିକ୍ ଆକାରରେ କିମ୍ବା ନିୟମିତ ରକ୍ଷଣାବେକ୍ଷଣ କରାଯାଇ ନଥିଲେ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀ ସ୍ରାବ, ରକ୍ତସ୍ରାବ, କିମ୍ବା ଚର୍ମ ଭାଙ୍ଗିବା ହୋଇପାରେ ।[] [] ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ କରିବା ପାଇଁ ଯୋନୀ ଇଷ୍ଟ୍ରୋଜେନ୍ ବ୍ୟବହାର କରାଯାଇପାରେ ।[] ସାଧାରଣତଃ ସିଲିକନରୁ ନିର୍ମିତ ହୋଇ ବିଭିନ୍ନ ଆକୃତି ଏବଂ ଆକାରରେ ଆସନ୍ତି, ଏବଂ ଏକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ୱାରା ମେଳ ଖୁଆଇ ଦିଆଯାଏ ।[] ଭିନ୍ନ ଭିନ୍ନ ଉପକରଣ ଚେଷ୍ଟା କରାଯାଏ, ଯେପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟକ୍ଷମ ନ ମିଳିଛି ।[] ଅନ୍ତତ ପକ୍ଷେ ପ୍ରତି ୬ ମାସରେ ଅପସାରଣ ଏବଂ ସଫେଇ ପାଇଁ ସୁପାରିଶ କରାଯାଏ, ଯାହା ନିଜେ କିମ୍ବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଦ୍ୱାରା କରାଯାଇପାରେ ।[] []

ଅତିକମରେ ପ୍ରାଚୀନ ମିଶରରୁ ଏହା ବ୍ୟବହାର କରାଯାଇ ଆସୁଛି ।[] "ପେସାରୀ" ଶବ୍ଦଟି ପ୍ରାଚୀନ ଗ୍ରୀକ "ପେସୋସ୍" ଶବ୍ଦରୁ ଆସିଛି ଯାହା ଏକ ଗୋଲାକାର ପଥର ଖେଳରେ ବ୍ୟବହୃତ ହୁଏ ।[] [] କେତେକ ଦେଶରେ ସେଗୁଡିକ ବିନା ପ୍ରେସକ୍ରିପସନରେ କିଣାଯାଇପାରେ ।[] କାନାଡ଼ାରେ ଉପକରଣଗୁଡ଼ିକର ମୂଲ୍ୟ ପ୍ରାୟ ୯୦ ଡଲାର ଏବଂ ସେଗୁଡ଼ିକ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ସଠିକ ଅବସ୍ଥାରେ ରହିଥାଏ ।[]

  1. ୧.୦ ୧.୧ ୧.୨ ୧.୩ Lewicky-Gaupp, Christina (2010). "Contemporary Use of the Pessary". The Global Library of Women's Medicine. doi:10.3843/GLOWM.10025. Archived from the original on 3 July 2024. Retrieved 3 July 2024.
  2. ୨.୦ ୨.୧ "Cystoceles, Urethroceles, Enteroceles, and Rectoceles - Gynecology and Obstetrics - Merck Manuals Professional Edition". Merck Manuals Professional Edition (in ଆମେରିକୀୟ ଇଂରାଜୀ). Archived from the original on 2017-12-23. Retrieved 2017-12-29.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Pessaries - Treatments". Voices for PFD. Archived from the original on 2024-03-14. Retrieved 2020-07-28.
  4. "How To Use Pessaries". Archived from the original on 2 October 2023. Retrieved 4 July 2024.
  5. ୫.୦ ୫.୧ "Pessary - Define Pessary at Dictionary.com". dictionary.com. Archived from the original on 31 January 2018. Retrieved 9 April 2018.
  6. ୬.୦ ୬.୧ ୬.୨ Bordman, R; Telner, D (March 2007). "Practice tips. Pessary insertion: choosing appropriate patients" (PDF). Canadian family physician Medecin de famille canadien. 53 (3): 424–5. PMID 17872675. Archived from the original (PDF) on 2023-03-30. Retrieved 2024-07-04.
  7. Oliver, Reeba; Thakar, Ranee; Sultan, Abdul H. (June 2011). "The history and usage of the vaginal pessary: a review". European Journal of Obstetrics & Gynecology and Reproductive Biology. 156 (2): 125–130. doi:10.1016/j.ejogrb.2010.12.039. ISSN 0301-2115. PMID 21255901.