ସିସ୍ଟୋସିଲ

ଉଇକିପିଡ଼ିଆ‌ରୁ
ସିସ୍ଟୋସିଲ (Cystocele)
Prolapsed bladder, dropped bladder,[୧] anterior vaginal wall collapse[୨]
୭୩ ବର୍ଷିଆ ମହିଳାଙ୍କର ଯୋନୀପଥ ମଧ୍ୟକୁ ଠେଲି ହୋଇ ପଶିଆସିଛି ।
ଉଚ୍ଚାରଣ
ବିଭାଗUrology, ସ୍ତ୍ରୀରୋଗ ବିଜ୍ଞାନ (gynecology)[୩]
ଲକ୍ଷଣମୂତ୍ରତ୍ୟାଗ ସମସ୍ୟା, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ, ୟୁରିନାରି ଇନ‌କ‌ଣ୍ଟିନେନ୍ସ (urinary incontinence), ବାରମ୍ବାର ମୂତ୍ରତ୍ୟାଗ[୧]
ବିପଦ କାରକପ୍ରସବ (Childbirth), କୋଷ୍ଠକାଠିନ୍ୟ, କ୍ରନିକ କାଶ (chronic cough), ଓଜନିଆ ଜିନିଷ ଉଠେଇବା, ଅଧିକ ଓଜନର (overweight) ମଣିଷ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ରୋଗୀ ପରୀକ୍ଷା [୧]
ସଠିକ ରୋଗ ନିର୍ଣ୍ଣୟବାର୍ଥୋଲିନ ସିସ୍ଟ (Bartholin cyst), ନାବୋଥିଆନ ସିସ୍ଟ (nabothian cyst), ୟୁରେଥ୍ରାଲ ଡାଇଭର୍ଟିକୁଲମ (urethral diverticulum)[୪]
ଚିକିତ୍ସାଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ପେଲଭିକ ମାଂସପେଶୀ ବ୍ୟାୟାମ (pelvic muscle exercises), ଭାଜାଇନାଲ ପେସାରି (vaginal pessary, ଅପରେଶନ[୧]
ପୁନଃପୌନିକ~୩୩% ମହିଳା- ୫୦ ବର୍ଷ ବୟସ ପରେ [୫]

ସିସ୍ଟୋସିଲ ଅନ୍ୟ ନାମ ପ୍ରୋଲାପ୍ଲାସଡ ବ୍ଲାଡର (ଇଂରାଜୀ ଭାଷାରେ cystocele, also known as a prolapsed bladder) ଏକ ରୋଗ ଯେଉଁଥିରେ ମୂତ୍ରାଶୟ (bladder) ମହିଳାଙ୍କର ଯୋନୀପଥକୁ (vagina) ଠେଲିଦିଏ ।[୧][୫] କେତେକ ରୋଗୀଙ୍କର କୌଣସି ଲକ୍ଷଣ ନଥାଏ । [୬] ଅନ୍ୟ କେତେକ ରୋଗୀଙ୍କର ମୂତ୍ରତ୍ୟାଗ ସମସ୍ୟା, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ, ୟୁରିନାରି ଇନ‌କ‌ଣ୍ଟିନେନ୍ସ (urinary incontinence), ବାରମ୍ବାର ମୂତ୍ରତ୍ୟାଗ (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ୟୁରିନାରି ରିଟେନସନମୂତ୍ରାଙ୍ଗ ସଂକ୍ରମଣ ହୋଇପାରେ ।[୧][୭] ସିସ୍ଟୋସିଲ ସ‌ହିତ ଅନେକ ସମୟରେ ୟୁରେଥ୍ରୋସିଲ (prolapsed urethra) ରହିଥାଏ ଓ ଏଭଳି କେଶ୍‌କୁ ସିସ୍ଟୋୟୁରେଥ୍ରୋସିଲ କୁହାଯାଏ । [୮] ଜୀବନ‌ଚର୍ଯ୍ୟା (quality of life) ଉପରେ ସିସ୍ଟୋସିଲର ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।[୯][୧୦]

ପ୍ରସବ (Childbirth), କୋଷ୍ଠକାଠିନ୍ୟ, କ୍ରନିକ କାଶ (chronic cough), ଓଜନିଆ ଜିନିଷ ଉଠେଇଲେ, ରୋଗୀର ଅଧିକ ଓଜନ ହୋଇଥିଲେ (overweight), ହିସ୍ଟେରେକ୍ଟୋମି (hysterectomy) ଓ ଜେନେଟିକ (genetics) ପ୍ରଭାବ ଥିଲେ ଏହି ରୋଗ ସମ୍ଭାବନ ରହେ ।[୧][୨][୬] ମୂତ୍ରାଶୟ ଓ ଯୋନୀପଥ ମଧ୍ୟସ୍ଥ କନେକ୍ଟିଭ ତନ୍ତୁ (connective tissue) ଓ ମାଂସପେଶୀ ଦୁର୍ବଳ ଥିଲେ ଏଭଳି ହୁଏ ।[୧] ଲକ୍ଷଣ ଅନୁଯାୟୀ ଓ ରୋଗୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଲକ୍ଷଣ ସାମାନ୍ୟ ହୋଇଥଲେ ଓଜନିଆ ଜିନିଷ ନ ଉଠେଇବାକୁ ଓ ପରିଶ୍ରମ ନ କରିବାକୁ ଉପଦେଶ ଦିଆଯାଏ ।[୧] ଉଲ୍ଲେଖନୀୟ ଲକ୍ଷଣ ଥିଲେ ପେଲଭିକ ମାଂସପେଶୀ ବ୍ୟାୟାମ (pelvic muscle exercises), ଭାଜାଇନାଲ ପେସାରି (vaginal pessary ଓ ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[୧] ସାଧାରଣତଃ କଲପୋରାଫି (colporrhaphy) ଅପରେଶନ କରାଯାଏ ।[୧୧] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ଦେଖାଯାଏ ।[୧] ବୟସ ୫୦ ହେବା ପରେ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଏ ରୋଗ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Cystocele (Prolapsed Bladder)". National Institute of Diabetes and Digestive and Kidney Diseases. March 2014. Archived from the original on 4 October 2017. Retrieved 25 October 2017.
  2. ୨.୦ ୨.୧ Baggish, Michael (2016). Atlas of pelvic anatomy and gynecologic surgery. Karram, Mickey M., (Fourth edition ed.). Philadelphia, PA: Elsevier. pp. 599–646. ISBN 9780323225526. OCLC 929893382. {{cite book}}: |edition= has extra text (help)CS1 maint: extra punctuation (link)
  3. Liedl, Bernhard; Inoue, Hiromi; Sekiguchi, Yuki; Gold, Darren; Wagenlehner, Florian; Haverfield, Max; Petros, Peter (February 2017). "Update of the Integral Theory and System for Management of Pelvic Floor Dysfunction in Females". European Urology Supplements. doi:10.1016/j.eursup.2017.01.001.
  4. Federle, Michael P.; Tublin, Mitchell E.; Raman, Siva P. (2016). ExpertDDx: Abdomen and Pelvis E-Book (in ଇଂରାଜୀ). Elsevier Health Sciences. p. 626. ISBN 9780323443128. Archived from the original on 2017-10-25.
  5. ୫.୦ ୫.୧ ୫.୨ Firoozi, Farzeen (2014). Female Pelvic Surgery (in ଇଂରାଜୀ). Springer. p. 73. ISBN 9781493915040. Archived from the original on 2017-10-25.
  6. ୬.୦ ୬.୧ Williams gynecology. Hoffman, Barbara L., Williams, J. Whitridge (John Whitridge), 1866–1931. (2nd ed ed.). New York: McGraw-Hill Medical. 2012. pp. 647–653. ISBN 9780071716727. OCLC 779244257. {{cite book}}: |edition= has extra text (help)CS1 maint: others (link)
  7. Hamid, Rizwan; Losco, Giovanni (2014-09-01). "Pelvic Organ Prolapse-Associated Cystitis". Current Bladder Dysfunction Reports (in ଇଂରାଜୀ). 9 (3): 175–180. doi:10.1007/s11884-014-0249-4. ISSN 1931-7212.
  8. "Cystoceles, Urethroceles, Enteroceles, and Rectoceles – Gynecology and Obstetrics – Merck Manuals Professional Edition". Merck Manuals Professional Edition (in ଆମେରିକୀୟ ଇଂରାଜୀ). February 2017. Retrieved 2017-12-18.
  9. "Cystocele (Fallen Bladder)". www.clevelandclinic.org. Archived from the original on 2017-12-29. Retrieved 2017-12-28.
  10. Deng, Donna Y.; Rutman, Matthew; Rodriguez, Larissa; Raz, Shlomo (2005-09-01). "Correction of cystocele". BJU International (in ଇଂରାଜୀ). 96 (4): 691–709. doi:10.1111/j.1464-410x.2005.05760.x. ISSN 1464-410X. PMID 16104940.
  11. Halpern-Elenskaia, Ksenia; Umek, Wolfgang; Bodner-Adler, Barbara; Hanzal, Engelbert (2017-12-06). "Anterior colporrhaphy: a standard operation? Systematic review of the technical aspects of a common procedure in randomized controlled trials". International Urogynecology Journal (in ଇଂରାଜୀ): 1–8. doi:10.1007/s00192-017-3510-5. ISSN 0937-3462.