Jump to content

ଗୌରାଙ୍ଗ ଚରଣ ଦାଶ

ଉଇକିପିଡ଼ିଆ‌ରୁ
ଗୌରାଙ୍ଗ ଚରଣ ଦାଶ
ଜନ୍ମ ଓ ଜନ୍ମସ୍ଥାନ (1956-07-07) ୭ ଜୁଲାଇ ୧୯୫୬ (ବୟସ ୬୮)
ଚାନ୍ଦପାଳ, କେନ୍ଦ୍ରାପଡ଼ା
ବୃତ୍ତିଅଧ୍ୟାପକ,କଥାକାର ଏବଂ ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮)

ଗୌରାଙ୍ଗ ଚରଣ ଦାଶ (ଜନ୍ମ: ୭ ଜୁଲାଇ ୧୯୫୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଐତିହାସିକ ତଥା ଲେଖକ । ସେ ୨୦୦୮ ମସିହାରେ ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗୌରାଙ୍ଗ ଚରଣ ଦାଶ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର, ସମ୍ବଲପୁର ବିଶ୍ୱବିଦ୍ୟାଳୟରରୁ ଏମ୍ ଫିଲ୍, ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ଦୀର୍ଘଦିନର ଅଧ୍ୟାପନା ପରେ ଅବସରପ୍ରାପ୍ତ । ଓଡ଼ିଶାର ପ୍ରାଚୀନ ଲୋକକଳା ସମ୍ପର୍କରେ ସେ ବ୍ୟାପକ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଅନେକ ଗଳ୍ପ, ଉପନ୍ୟାସ ଓ ସମାଲୋଚନା ତାଙ୍କ ଲେଖନୀ ନିସୃତ ।[][] ତାଙ୍କ ସମ୍ପାଦନାରେ ଗଡ଼ନାୟକ ଗ୍ରନ୍ଥାବଳୀ (୩ଖଣ୍ଡ), ଗୋପାଳ ଚନ୍ଦ୍ର ପ୍ରହରାଜ ଗ୍ରନ୍ଥାବଳୀ ପ୍ରକାଶ ପାଇଛି ।

ରଚନାବଳୀ

[ସମ୍ପାଦନା]
  • ମୁଁ ଜମା ମରିବିନି ୧୯୮୯
  • ନିର୍ମୋକ ୧୯୯୩
  • ଷଷ୍ଠସତୀ ଓ ଅନ୍ୟମାନେ
  • ଘର

ଉପନ୍ୟାସ

[ସମ୍ପାଦନା]
  • କିଶୋପନିଷଦ ୧୯୯୮
  • ଗୌତମର ଡାଏରୀ[]
  • ଭବିଷ୍ୟ ଭାରତ

ପ୍ରବନ୍ଧ/ସମାଲୋଚନା

[ସମ୍ପାଦନା]
  • ଲୋକନାଟ୍ୟ ପରମ୍ପରା ଓ କଣ୍ଢେଇ ନାଟ ୧୯୯୩
  • ଗୋପାଳ ଚନ୍ଦ୍ର ପ୍ରହରାଜ ୧୯୯୫
  • ଯଶୋବନ୍ତ ଦାସ
  • ପୂର୍ବ-ଭାରତୀୟ ରୀତି ସାହିତ୍ୟ : ଏକ ଅଧ୍ୟୟନ ୧୯୯୮
  • ଚରିତ ଓ ଚରିତ୍ର ୧୯୮୨
  • ଓଡ଼ିଶାର ଥିଏଟର ୧୯୯୧
  • ଧନୁଯାତ୍ରା ଓ ଅନ୍ୟାନ୍ୟ ପ୍ରବନ୍ଧ ୧୯୮୬
  • ବିତର୍କ ଓ ବ୍ୟାଖ୍ୟାନ
  • ଶୂନ୍ୟଦେହୀ, ଅଛ ଉଦେହୋଇ
  • ଅହିଂସକ ଆୟୁଧ
  • ଧର୍ମ ଚେତନାର ଭିନ୍ନ ସ୍ୱର
  • ସାରସ୍ୱତ ସମସ୍ୟା ସମାଧାନ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-13. {{cite web}}: Cite has empty unknown parameter: |1= (help)
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୮୪. ISBN 81-903352-1-9.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୮୧, ୬୫୦, ୭୧୬, ୭୭୭, ୮୫୯. ISBN 81-7400-331-2.
  4. http://library.suniv.ac.in/cgi-bin/koha/opac-detail.pl?biblionumber=10027