ଗୌରାଙ୍ଗ ଚରଣ ଦାଶ
ଦେଖଣା
ଗୌରାଙ୍ଗ ଚରଣ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାନ୍ଦପାଳ, କେନ୍ଦ୍ରାପଡ଼ା | ୭ ଜୁଲାଇ ୧୯୫୬
ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮) |
ଗୌରାଙ୍ଗ ଚରଣ ଦାଶ (ଜନ୍ମ: ୭ ଜୁଲାଇ ୧୯୫୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଐତିହାସିକ ତଥା ଲେଖକ । ସେ ୨୦୦୮ ମସିହାରେ ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଗୌରାଙ୍ଗ ଚରଣ ଦାଶ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର, ସମ୍ବଲପୁର ବିଶ୍ୱବିଦ୍ୟାଳୟରରୁ ଏମ୍ ଫିଲ୍, ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ଦୀର୍ଘଦିନର ଅଧ୍ୟାପନା ପରେ ଅବସରପ୍ରାପ୍ତ । ଓଡ଼ିଶାର ପ୍ରାଚୀନ ଲୋକକଳା ସମ୍ପର୍କରେ ସେ ବ୍ୟାପକ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଅନେକ ଗଳ୍ପ, ଉପନ୍ୟାସ ଓ ସମାଲୋଚନା ତାଙ୍କ ଲେଖନୀ ନିସୃତ ।[୨][୩] ତାଙ୍କ ସମ୍ପାଦନାରେ ଗଡ଼ନାୟକ ଗ୍ରନ୍ଥାବଳୀ (୩ଖଣ୍ଡ), ଗୋପାଳ ଚନ୍ଦ୍ର ପ୍ରହରାଜ ଗ୍ରନ୍ଥାବଳୀ ପ୍ରକାଶ ପାଇଛି ।
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ମୁଁ ଜମା ମରିବିନି ୧୯୮୯
- ନିର୍ମୋକ ୧୯୯୩
- ଷଷ୍ଠସତୀ ଓ ଅନ୍ୟମାନେ
- ଘର
ଉପନ୍ୟାସ
[ସମ୍ପାଦନା]- କିଶୋପନିଷଦ ୧୯୯୮
- ଗୌତମର ଡାଏରୀ[୪]
- ଭବିଷ୍ୟ ଭାରତ
ପ୍ରବନ୍ଧ/ସମାଲୋଚନା
[ସମ୍ପାଦନା]- ଲୋକନାଟ୍ୟ ପରମ୍ପରା ଓ କଣ୍ଢେଇ ନାଟ ୧୯୯୩
- ଗୋପାଳ ଚନ୍ଦ୍ର ପ୍ରହରାଜ ୧୯୯୫
- ଯଶୋବନ୍ତ ଦାସ
- ପୂର୍ବ-ଭାରତୀୟ ରୀତି ସାହିତ୍ୟ : ଏକ ଅଧ୍ୟୟନ ୧୯୯୮
- ଚରିତ ଓ ଚରିତ୍ର ୧୯୮୨
- ଓଡ଼ିଶାର ଥିଏଟର ୧୯୯୧
- ଧନୁଯାତ୍ରା ଓ ଅନ୍ୟାନ୍ୟ ପ୍ରବନ୍ଧ ୧୯୮୬
- ବିତର୍କ ଓ ବ୍ୟାଖ୍ୟାନ
- ଶୂନ୍ୟଦେହୀ, ଅଛ ଉଦେହୋଇ
- ଅହିଂସକ ଆୟୁଧ
- ଧର୍ମ ଚେତନାର ଭିନ୍ନ ସ୍ୱର
- ସାରସ୍ୱତ ସମସ୍ୟା ସମାଧାନ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୦୮: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)
- ୧୯୮୩ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର
- ୧୯୮୬ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କୁଞ୍ଜ ବିହାରୀ ଉପନ୍ୟାସ ପୁରସ୍କାର
- ୧୯୯୪ ସାହିତ୍ୟ ବିଦ୍ୟା ପୁରସ୍କାର
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-13.
{{cite web}}
: Cite has empty unknown parameter:|1=
(help) - ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୮୪. ISBN 81-903352-1-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୮୧, ୬୫୦, ୭୧୬, ୭୭୭, ୮୫୯. ISBN 81-7400-331-2.
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=10027