ଗୋପାଳ (ଜାତି)

ଉଇକିପିଡ଼ିଆ ରୁ
Jump to navigation Jump to search

ଗୋପାଳ ବା ଗଉଡ଼ ଏକ ଓଡ଼ିଆ ହିନ୍ଦୁ କ୍ଷତ୍ରିୟ ଜାତି ଅଟେ ଏବଂ ଯାଦବର ଆଞ୍ଚଳିକ ନାମ ଅଟେ। ଗୋପାଳନ ଓ କୃଷି କାର୍ଯ୍ୟ ହେଉଛି ସେମାନଙ୍କର ପ୍ରଧାନ ଜୀବିକା।[୧]

ଇତିହାସ[ସମ୍ପାଦନା]

ଶ୍ରୀମଦ ଭାଗବତ ପୁରାଣ , ହରିବଂଶ ପୁରାଣ ଓ ଅନ୍ୟାନ୍ୟ ବେଦ,ପୁରାଣର ଉଲ୍ଲେଖ ଅନୁସାରେ ଯାଦବ (ଗୋପାଳ ବା ଗଉଡ଼) ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଯାଦବ ସେନା (ନାରାୟଣୀ ସେନା)ରେ ଯୁଦ୍ଧ କୌଶଳରେ ନିପୁଣ ଜଣେ ଜଣେ ଲଢୁଆ ଯୋଦ୍ଧା ଥିଲେ ଏବଂ ମହାଭାରତ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ କୌରବଙ୍କ ପକ୍ଷରୁ ପାଣ୍ଡବଙ୍କ ବିପକ୍ଷରେ ଲଢ଼ିଥିଲେ। ଏହା ଛଡା ମିଳିଥିବା ଅନେକ ପୂରାତନ ଗ୍ରନ୍ଥର ଉଲ୍ଲେଖ ଅନୁସାରେ ପୂର୍ବ କାଳରେ ଗୋପାଳ ବଂଶ ନାମରେ ପରିଚିତ ନେପାଳ ଦେଶରେ ଶାଶନ କରୁଥିବା ପ୍ରଥମ ରାଜବଂଶ ଗୋପାଳ ମାନଙ୍କର ଅଟେ।

ଗୋପାଳ ମାନେ ଦାବି କରନ୍ତି କି ସେମାନେ ଚନ୍ଦ୍ରବଂଶୀ ରାଜା ଯଦୁଙ୍କର ବଂଶଜ ଅଟନ୍ତି ଯେଉଁ କୁଳରେ ଦ୍ୱାପରଯୁଗରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ।

ସଂସ୍କୃତି ଓ ପରମ୍ପରା[ସମ୍ପାଦନା]

ଦୋଳ ପର୍ବ ହେଉଛି ଗୋପାଳ ମାନଙ୍କର ଏକ ବଡ଼ ପର୍ବ। ଏହି ପର୍ବରେ ଏମାନଙ୍କଦ୍ୱାରା କଳସ ବୁଡା ହୋଇ ଘରେ ସଜ ବସେ ଏବଂ ଗୋ-ପୂଜନ କରାଯାଏ। ଏଥିସହିତ ଘରେ ଘରେ ଘି-ପିଠା(ଆରିଶା ପିଠା) ଓ ନାନା ପ୍ରକାରର ପିଠା ପଣା ହୋଇଥାଏ।

ରାଧାକୃଷ୍ଣଙ୍କୁ ବିଭାନଙ୍କୁ ଗୋପାଳ ଯୁବକଙ୍କ କାନ୍ଧରେ କାନ୍ଧେଇ ଲଉଡ଼ି ଖେଳର ତାଳେ ତାଳେ ଘରେ ଘରେ ଭୋଗ ଖୁଆଯାଏ।[୨]

ଆଧାର[ସମ୍ପାଦନା]

  1. "shodhganga.inflibnet.ac.in" (PDF).
  2. "www.odishanewsnitidin.com" (PDF).