ଗୋଧ୍ରା ରେଳ ପୋଡ଼ି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଗୋଧ୍ରା ରେଳ ପୋଡ଼ି ଘଟଣା ୨୦୦୨ ମସିହା ୨୭ ଫେବୃଆରୀ ସକାଳେ ଗୁଜରାଟର ରେଳ ଷ୍ଟେସନ ଗୋଧ୍ରା ନିକଟରେ ଘଟିଥିଲା । ସାବରମତି ଦ୍ରୁତବାହୀ ଟ୍ରେନର ଏସ ୬ ବଗିରେ ଅଗ୍ନିକାଣ୍ଡ ଘଟି ୫୯ଜଣ ଲୋକ ମୃତ୍ୟୁବରଣ କରିଥିଲେ ।[୧] ଏହି ବଗିରେ ହିନ୍ଦୁମାନେ ଯାତ୍ରା କରୁଥିଲେ ଯେଉଁମାନେ ଅଯୋଧ୍ୟାର ବାବ୍ରୀ ମସଜିଦ ନିକଟରେ ଏକ ଧାର୍ମିକ କ୍ରିୟା ସମ୍ପନ୍ନ କରି ଫେରୁଥିଲେ ।[୨] ଏହାର ତଦନ୍ତ ପାଇଁ ଗୁଜରାଟ ସରକାର ନାନାବତୀ - ଶାହ ଖଣ୍ଡପୀଠ ଗଠନ କରିଥିଲେ । ଏହି କମିଶନ ତଦନ୍ତର ସମୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପାଇଁ ଦୀର୍ଘ ୬ ବର୍ଷ ସମୟ ନେଇଥିଲେ । ସେ ଦର୍ଶାଇଥିଲେ ଯେ, ଏହି ଅଗ୍ନିକାଣ୍ଡ ପ୍ରାୟ ୧୦୦୦ରୁ ୨୦୦୦ ଆତଙ୍କସୃଷ୍ଟିକାରୀଙ୍କ ଦ୍ୱାରା ଘଟାଯାଇଥିଲା ।[୩] କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ଏକ ଖଣ୍ଡପୀଠ ଗଠିତ ହୋଇଥିଲା ଯାହା ପରେ ଅଣସମ୍ବିଧାନିକ ଦର୍ଶାଇ ହଟାଇଦିଆଯାଇଥିଲା । ଏହି ଖଣ୍ଡପୀଠ ଦର୍ଶାଇ ଥିଲେ ଯେ ଅଗ୍ନିକାଣ୍ଡ ସ୍ୱାଭାବିକ ଦୁର୍ଘଟଣା ମାତ୍ର ଥିଲା ।[୪] ନ୍ୟାୟାଳୟ ୩୧ ଜଣ ମୁସଲିମଙ୍କୁ ଏହି ଅପରାଧ ଘଟାଇଥିବା ଦୋଷରେ ଦୋଷୀ ସାବ୍ୟସ୍ତ କରିଥିଲେ ।[୫][୬][୭]

ଏହାର ପର ଦିନ ଏହି ଘଟଣା ୨୦୦୨ ଗୁଜରାଟ ଦଙ୍ଗା ଆଡ଼କୁ ମୋଡ଼ ନେଇଥିଲା । ଏହା ଦୁଇ ସମ୍ପ୍ରଦାୟର ବିପୁଳ ଧନ ଜୀବନ ନଷ୍ଟ ହେବା ସହ ଅନେକ ବାସହୀନ ହୋଇଥିଲେ । ସରକାରୀ ଆକଳନରେ ଆନୁମାନିକ ଭାବେ ୭୯୦ ମୁସଲିମ, ୨୫୪ ହିନ୍ଦୁ[୮] ଙ୍କୁ ମିଶାଇ ପାଖାପାଖି ୨୦୦୦ ଜଣ [୯] ମୃତ୍ୟୁ ବରଣ କରିଥିଲେ । ଅନେକଙ୍କ ମତରେ ଗୋଧ୍ରା ଟ୍ରେନ ପୋଡ଼ି ଏହି ପରବର୍ତ୍ତୀ ଦଙ୍ଗାର ମୁଖ୍ୟ କାରଣ ଅଟେ ।[୧୦][୧୧]


୨୭ ଫେବୃଆରୀ ୨୦୦୨ ଘଟଣା[ସମ୍ପାଦନା]

ଗୋଧ୍ରା ଜଙ୍କସନଠାରୁ ଅଳ୍ପ ଦୂରରେ ଘଟଣାଟି ଘଟିଥିଲା
ଫାଇଲ:Inside view of S-6 coach of Sabarmati Express which was burnt at Godhra on 27 February 2002.jpg
ଘଟଣା ଉପରାନ୍ତ ସାବରମତି ଦ୍ରୁତଗାମୀ ରେଳ ଏସ ୬ ବଗିର ଭିତର ପାଖର ଦୃଶ୍ୟ

୨୦୦୨ ମସିହା ଫେବୃଆରୀରେ ବିଶ୍ବହିନ୍ଦୁ ପରିଷଦଦ୍ୱାରା ଅଯୋଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତି ମହାଯଜ୍ଞରେ ଯୋଗଦେବା ପାଇଁ ଗୁଜରାଟରୁ ରାମ ସେବକ ବା କର ସେବକମାନେ ଯାଇଥିଲେ । ୨୫ ଫେବୃଆରୀରେ ପ୍ରାୟ ୨,୦୦୦-୨,୨୦୦ ଜଣ କର ସେବକ ସାବରମତି ଦ୍ରୁତଗାମୀ ଟ୍ରେନରେ ଚଢିଥିଲେ । ଟ୍ରେନଟି ଅହମଦାବାଦ ଷ୍ଟେସନ ଦେଇ ଯିବା ବାଧ୍ୟ ଥିଲା ।[୧୨] ଟ୍ରେନ ୨୭ ଫେବୃଆରୀ ୨୦୦୨ରେ ସକାଳ ୭ଟା ୪୩ ସମୟରେ ଗୋଧ୍ରା ଠାରେ (ଚାରି ଘଣ୍ଟା ବିଳମ୍ବରେ) ପହଞ୍ଚିବାକୁ ନିର୍ଦ୍ଧାରିତ ହୋଇଥିଲା । ଟ୍ରେନ ପ୍ଲାଟଫର୍ମ ଛାଡ଼ିବା କ୍ଷଣି କେହି ଜଣେ ଆପାତକାଳୀନ ଅଟକ ଚେନ ଟାଣିଦେଇଥିଲା । ଫଳରେ ଟ୍ରେନଟି ସିଗନାଲ ପଏଣ୍ଟରେ ଅଟକିଯାଇଥିଲା । ଚେନ ଅନେକ ଥର ଟଣାଯାଇଥିଲା ବୋଲି ନିଜ କ୍ୟାବିନରେ ଥିବା ଯନ୍ତ୍ରରୁ ଜଣା ପଡ଼ିଥିଲା ବୋଲି ଟ୍ରେନ ଡ୍ରାଇଭର ତାଙ୍କ ବୟାନରେ କହିଥିଲେ ।[୧୩] ପାଖାପାଖି ୨୦୦୦ରୁ ଅଧିକ ଉପଦ୍ରବକାରୀ ଟ୍ରେନ ଭିତରକୁ ଢେଲା ପଥର ମାଡ଼କରିଥିଲେ । ଚାରୋଟି ବଗିକୁ ଚାରିପଟୁ ଘେରି କବାଟ ବନ୍ଦ କରି ଅଗ୍ନି ସଂଯୋଗ କରିଦିଆଯାଇଥିଲା । ଫସି ରହିଥିବା ୨୭ ଜଣ ସ୍ତ୍ରୀଲୋକ, ୧୦ ଜଣ ପିଲାଙ୍କ ସମେତ ୫୯ ଜଣ ଲୋକ ସେହି ବଗିରେ ଜୀବନ୍ତ ଦଗ୍ଧ ସହ ୪୮ ଜଣ ଲୋକ ଆହତ ହୋଇଥିଲେ । ଗୁଜରାଟ ଆଡିସନାଲ ଡାଇରେକ୍ଟର ଜେନେରାଲ ଜେ ମହାପାତ୍ରଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀମାନେ ପେଟ୍ରୋଲ ଭିଜା କନା ପିଣ୍ଡୁଳାସବୁ ଗୋଧ୍ରା ଷ୍ଟେସନରେ ଟ୍ରେନ ପହଞ୍ଚିବା ଆଗରୁ ଆଗୁଆ ମହଜୁଦ କରି ରଖିଥିଲେ ।[୧୪] ମାର୍ଥା ନୁସବମ ଏହି ଉକ୍ତିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଘଟଣାଟି ଆକସ୍ମିକ ଥିଲା ।[୧୫][୧୬] ମଧୁ କିଶୋର ଏଥିପାଇଁ କଂଗ୍ରେସ ଓ ଏହାର ବାମ ମେଣ୍ଟ ସହଯୋଗୀ ଦଳ ଏହି କାଣ୍ଡର ଭରସା ଯୋଗ୍ୟ ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିନଥିବାରୁ ନିନ୍ଦା କରିଥିଲେ ।[୧୭]

ଅନୁସନ୍ଧାନ[ସମ୍ପାଦନା]

ଫୋରେନ୍ସିକ ସାଇନ୍ସ ଲାବୋରେଟୋରି ରିପୋର୍ଟ[ସମ୍ପାଦନା]

ଗୁଜରାଟ ଫୋରେନ୍ସିକ ସାଇନ୍ସ ଲାବୋରେଟୋରି ଅଧ୍ୟୟନରୁ ଜଣାପଡ଼ିଲା ଯେ ଏକ ଓସାରିଆ ମୁହଁ ଥିବା ପାତ୍ର ବ୍ୟବହାର କରାଯାଇ ୬୦ ଲିଟର ଦାହନଶୀଳ ତରଳ ଏସ ୬ ବଗିରେ ଢଳାଯାଇଥିଲା । ବଗିର ପୂର୍ବ ଭାଗରେ ଥିବା ଉତ୍ତର ଭାଗ କବାଟ ପାଖ ବାଟରେ ଠିଆ ହୋଇ ଢଳାଯାଇଥିଲା । ଯାହା ଫଳରେ ସଙ୍ଗେ ସଙ୍ଗେ ବଗି ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ଏହି ବଗିକୁ ପ୍ରବଳ ଟେକା ପଥର ମାଡ଼ ହୋଇଥିବାର ମଧ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଥିଲା ।[୧୮][୧୯]

ନାନାବତୀ - ଶାହ ଖଣ୍ଡପୀଠ[ସମ୍ପାଦନା]

ନିଯୁକ୍ତି[ସମ୍ପାଦନା]

ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବା ପାଇଁ ୬ ମାର୍ଚ୍ଚ ୨୦୦୨ରେ ଗୁଜରାଟ ସରକାର ଏହି କମିଶନକୁ ଗଠନ କରି ଦାୟିତ୍ୱ ଦେଇଥିଲେ । ଗୁଜରାଟ ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କେ ଜି ଶାହ ଏହି ଖଣ୍ଡପୀଠର ଚେୟାରମ୍ୟାନ ତଥା ଏହାର ଏକ ମାତ୍ର ସଦସ୍ୟ ଥିଲେ ।[୨୦] ଶାହଙ୍କ ମୋଦୀଙ୍କ ପ୍ରତି ଘନିଷ୍ଠତା ଥିବା ଯୋଗୁଁ ଅନେକ ମାନବ ଅଧିକାର କର୍ମୀ ଓ ରାଜନୈତିକ ଦଳମାନେ ବିରୋଧ ପ୍ରଦର୍ଶନ କରି ସୁପ୍ରିମ କୋର୍ଟର ବିଚାରପତିଙ୍କୁ ନେଇ ଦକମିଶନ ଗଠନ କରିବାକୁ ଦାବି କରିଥିଲେ । ଫଳରେ ସରକାର ଏହି କମିଶନକୁ ଦୁଇ ଜଣିଆ କମିଟିରେ ପରିବର୍ତ୍ତନ କରିଥିଲେ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜି ଟି ନାନାବତୀ ଏଥିରେ ସଦସ୍ୟ ନିଯୁକ୍ତ ହୋଇଥିଲେ । ଏହିପରି କମିଶନ ନାନାବତୀ - ଶାହ କମିଶନ ବୋଲାଇଥିଲା ।[୨୧] କମିଟିର ପ୍ରଥମ ରିପୋର୍ଟ ଉପସ୍ଥାପନ କରିବାର ମାତ୍ର ପାଞ୍ଚ ମାସ ପୂର୍ବରୁ ମାର୍ଚ୍ଚ ୨୦୦୮ ମସିହାରେ ଶାହଙ୍କର ପରଲୋକ ଘଟିଥିଲା । ତତ୍ପରେ ଏପ୍ରିଲ ୬, ୨୦୦୮ରେ ଗୁଜରାଟ ହାଇକୋର୍ଟ ବିଚାରପତି ଅକ୍ଷୟ କୁମାର ମେହଟାଙ୍କୁ ନିଯୁକ୍ତ କରିଥିଲେ ।[୨୨] କମିଶନ ୬ ବର୍ଷ ମଧ୍ୟରେ ୪୦,୦୦୦ରୁ ଅଧିକ ଦସ୍ତାବିଜ, ସାକ୍ଷୀ ଥିବା ୧,୦୦୦ରୁ ଅଧିକ ଲୋକଙ୍କ ଟେଷ୍ଟିମୋନିକୁ ଯାଞ୍ଚ ଓ ତର୍ଜମା କରିଥିଲେ ।[୨୩] ଏହି କମିଟିର ପ୍ରାରମ୍ଭିକ ଅବଧି ତିନି ମାସର ଥିଲା । ୨୨ ଟି ବର୍ଦ୍ଧିତ ସମୟ ପାଇ ଜୁନ ୨୦୧୪ରେ ଶେଷ ରିପୋର୍ଟ ଦାଖଲ କରିଥିଲେ ।[୨୪][୨୫]

ରିପୋର୍ଟ[ସମ୍ପାଦନା]

ସେପ୍ଟେମ୍ବର ୨୦୦୮ରେ କମିଶନ ତାଙ୍କର ପ୍ରଥମ ରିପୋର୍ଟ ଭାଗ ୧ ପ୍ରକାଶ କରିଥିଲେ ।ଏହା ମୂଳତଃ ଗୁଜରାଟ ପୋଲିସର ପ୍ରତିପାଦିତ ଷଡ଼ଯନ୍ତ୍ରର ଏକ ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ଥିଲା ।[୪] ଗୋଧ୍ରାର ଜଣେ ଚାପରାସି ମୌଲବୀ ହୁସେନ ହାଜି ଇବ୍ରାହିମ ଉମର୍ଜି ଏବଂ କେନ୍ଦ୍ରୀୟ ଗଛିତ ପୁଲିସ ବଳରୁ ନିଲମ୍ବିତ ଅଧିକାରୀ ନାନୁମିଆଁ ଘଟଣା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଉପସ୍ଥାପିତ ହୋଇଥିଲେ ।[୨୬] କମିଟି ସେହି ସମୟରେ ବନ୍ଦୀ ଥିବା ଏକ ଅପରାଧୀ ଜବିର ବିନଆମିନ ବେହରାଙ୍କ ପ୍ରଦତ୍ତ ଏହି ବୟାନ ପ୍ରମାଣକୁ ସରଂକ୍ଷିତ ରଖିଥିଲେ । ପରେ ସେ ଏପରି ବୟାନ ଦେଇନାହିଁ ବୋଲି କହିଥିଲେ ।[୨୭] ଏଥି ସହ ଦୋଷୀ ଚିହ୍ନଟ ହୋଇଥିବା ରଜାକ କୁରକୁର, ଯିଏ ଟ୍ରେନ ଆସିବା ପୂର୍ବରୁ ନିଜ ଗେଷ୍ଟ ହାଉସରେ ୧୪୦ ଲିଟର ପେଟ୍ରୋଲ ମହଜୁଦ ରଖିଥିଲେ, ଦହନଶୀଳ ଦ୍ରବ୍ୟ ବ୍ୟବହୃତ ହୋଇଥିବା ଫୋରେନ୍ସିକ ରିପୋର୍ଟ ସହ କମିଟି ରଜାକକୁ ଘଟଣାର ମୁଖ୍ୟ ସୂତ୍ରଧର ଅଭିଯୁକ୍ତ କରିଥିଲେ ।[୨୬] ଏହି ରିପୋର୍ଟରେ ସିଗନାଲ ଫଲିଆ ଅଞ୍ଚଳର ୧୦୦ରୁ ଅଧିକ ମୁସଲିମ ଟ୍ରେନ ଆକ୍ରମଣ କରିଥିଲେ ବୋଲି କମିଟି ଉପନୀତ ହୋଇଥିଲେ ।[୨୮][୨୯]

ପ୍ରତିକ୍ରିୟା[ସମ୍ପାଦନା]

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଶନଙ୍କ ଏହି ରିପୋର୍ଟରେ ଗୁଜରାଟ ସରକାରଙ୍କର ହସ୍ତକ୍ଷେପ ସନ୍ଦେହ, ନିର୍ବାଚନ ସମୟ କିଛିଦିନ ପୂର୍ବରୁ ରିପୋର୍ଟ ପ୍ରକାଶ ଓ ସାମ୍ପ୍ରଦାୟିକ ପକ୍ଷପାତିତା ଆଦି କାରଣକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।[୩୦][୩୧] ନ୍ୟାୟର ଦ୍ୱାର ଅବରୋଧ, ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଶୀଘ୍ର ସମର୍ଥନ ଓ ଘଟଣାରେ ସରକାରୀ ସହାପରାଧ ପ୍ରମାଣ ଅଭିଯୋଗକୁ ଅଣଦେଖା କରିବା କାରଣକୁ ନେଇ କମିଟି ଖ୍ରୀଷ୍ଟୋଫେ ଜଫ୍ରେଲଟ ଆଦିଙ୍କ ଦ୍ଵାରା ସମାଲୋଚିତ ହୋଇଥିଲା ।[୩୨][୩୩]


ବାନାର୍ଜୀ ଅନୁସନ୍ଧାନ[ସମ୍ପାଦନା]

ନିଯୁକ୍ତି ଏବଂ ରିପୋର୍ଟ[ସମ୍ପାଦନା]

୧୭ ମାର୍ଚ୍ଚ ୨୦୦୪ରେ ଭାରତ ସାଧାରଣ ନିର୍ବାଚନରେ ମିଳିତ ଗଣତାନ୍ତ୍ରିକ ମେଣ୍ଟ (ଉପା)ର ବିଜୟ ହୋଇଥିଲା । ଏହି ସରକାରଙ୍କ ଅଧୀନରେ ଲାଲୁ ଯାଦବ ରେଳ ମନ୍ତ୍ରୀ ହୋଇଥିଲେ । ଟ୍ରେନ ପୋଡ଼ି ଘଟଣାର ଅଢ଼େଇ ବର୍ଷ ପରେ ଅର୍ଥାତ ସେପ୍ଟେମ୍ୱର ୨୦୦୪ରେ ଯାଦବ, ସୁପ୍ରିମକୋର୍ଟର ବିଚାରପତି ଉମେଶ ଚନ୍ଦ୍ର ବାନାର୍ଜୀଙ୍କୁ ଅନୁସନ୍ଧାନ ପାଇଁ ନିଯୁକ୍ତ କରିଥିଲେ । ଜାନୁଆରୀ ୨୦୦୫ରେ ବାନାର୍ଜୀ ତାଙ୍କ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥିରେ ସେ ଅନେକ ସିଦ୍ଧାନ୍ତକୁ ଖାରଜ କରି ପ୍ରୟୋଗାତ୍ମକ ଆଧାରରେ ନିଆଁକୁ ଆକସ୍ମିକ ଦୁର୍ଘଟଣା ଦର୍ଶାଇଥିଲେ । ସେ ଦର୍ଶାଇଥିଲେ ଯେ ଫୋରେନ୍ସିକ ଦଳ ପ୍ରଦାନ କରିଥିବା ରିପୋର୍ଟରେ ପୀଡ଼ିତଙ୍କ କ୍ଷତ (ଆହାତ), ଆଭ୍ୟନ୍ତରରେ ଘଟିଥିବା ନିଆଁ କାରଣରୁ ହୋଇଥିଲା । [୩୪][୩୫][୩୬]

ଉଚ୍ଚ ନ୍ୟାୟାଳୟଙ୍କ ବିଚାର[ସମ୍ପାଦନା]

ବାନାର୍ଜୀଙ୍କ ରିପୋର୍ଟକୁ ନୀଳକଣ୍ଠ ତୁଳସୀ ଦାସ ଭାଟିଆ (ଯେ ଏହି ଘଟଣାରେ ନିଜେ ଆହତ ହୋଇଥିଲେ)ଙ୍କ ଦ୍ଵାରା ଚ୍ୟାଲେଞ୍ଜ କରାଯାଇଥିଲା । ଅକ୍ଟୋବର ୨୦୦୬ରେ କୋର୍ଟ ବାନାର୍ଜୀଙ୍କ ଅନୁସନ୍ଧାନକୁ ଅସମ୍ବିଧାନିକ,ଆଇନ ବିରୁଦ୍ଧ ଦର୍ଶାଇ ଅମାନ୍ୟ କରିଦେଇଥିଲେ । ଆହୁରି ମଧ୍ୟ ସେ ଦର୍ଶାଇଥିଲେ ଯେ ରାଜନୈତିକ ଅଭିସନ୍ଧି ରଖି ଉଦ୍ଦେଶ୍ୟ ମୂଳକ ଭାବେ ବାନାର୍ଜୀଙ୍କ ରିପୋର୍ଟରେ ଘଟଣାରେ ଦୁର୍ଭାଗ୍ୟ ପୂର୍ଣ୍ଣ ରଙ୍ଗ ଦିଆଯାଇଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ (ସତ୍ୟ ଯାହା ସାରଂକ୍ଷିତ ରଖାଯାଇଛି)ର ବିପରୀତ ଆକସ୍ମିକ ଦୁର୍ଘଟଣା ଜନିତ ନିଆଁ ଲାଗିଯିବା ତଥ୍ୟ ଗ୍ରହଣୀୟ ନୁହେଁ । ଏହି ରିପୋର୍ଟ ସଂସଦରେ ଉପସ୍ଥାପିତ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।[୩୭][୩୮][୩୯][୪୦][୪୧][୪୨][୪୩]


ପ୍ରତିକ୍ରିୟା[ସମ୍ପାଦନା]

ବିଜେପି ସେ ସମୟରେ ସଂସଦର ବିରୋଧୀ ଭୂମିକା ତୁଲାଉଥିଲେ । ଏହି ରିପୋର୍ଟକୁ ଖାରଜ କରିଥିଲେ ।[୪୪] ହାଇକୋର୍ଟଙ୍କ ରାୟ କୁ ସ୍ୱାଗତ କରି ଏହା କଂଗ୍ରେସକୁ ଏକ ଶକ୍ତ ଧକ୍କା ବୋଲି ଅଭିହିତ କରିଥିଲେ ।It welcomed the High Court judgement, saying that it was a setback for the Congress.[୪୫] ଲାଲୁ ପ୍ରସାଦ ଯାଦବ ଏହି ରିପୋର୍ଟକୁ ମୋଦୀ ସରକାରଙ୍କ ଦ୍ୱାରା ସୁସଂଯୋଜିତ ଦଙ୍ଗା ଷଡ଼ଯନ୍ତ୍ରର ପ୍ରମାଣ ଓ ଏହା ବିଜେପିର ମୁଖା ଖୋଲିଦେଇଛି ବୋଲି ଉଲ୍ଲେଖ କରିଥିଲେ ।[୪୪]

Trial and court verdict[ସମ୍ପାଦନା]

Arrests[ସମ୍ପାଦନା]

By 28 February 2002, 51 people had been arrested for the incident on charges of arson, rioting and looting.[୪୬] One of the alleged organisers of the attack was arrested in West Bengal. West Bengal's Chief Secretary, Sourin Roy, said the detainee was a commander of the Muslim radical group Harkat-ul Jehad-e-Islami, who was allegedly attempting to enter Bangladesh.[ଆଧାର ଲୋଡ଼ା] On 17 March 2002, chief suspect Haji Bilal, a local town councillor, was captured by an anti-terrorist squad in Godhra. The FIR had alleged that a 1540-strong mob attacked the Sabarmati Express on 27 February, minutes after the delayed train left the Godhra station on the day of the incident. The president of Godhra municipality, Mohammed Hussain Kalota, was arrested in March. Others arrested included corporators Abdul Razak and Shiraj Abdul Jamesha. Bilal was also alleged to have a connection with gang leader Latif and was reported to have visited Karachi in Pakistan several times.[୪୭][୪୮]

ଆଧାର[ସମ୍ପାଦନା]

  1. The Times of India 2011.
  2. BBC 2011.
  3. NDTV 2011.
  4. ୪.୦ ୪.୧ Jaffrelot 2012, p. 80.
  5. Burke 2011.
  6. Jeffery 2011, p. 1988.
  7. Metcalf, Barbara D. (2012). A Concise History of Modern India. Cambridge University Press. p. 280. ISBN 978-1107026490. 
  8. Ghassem-Fachandi 2012, p. 283.
  9. Jaffrelot 2003, p. 16.
  10. Kabir, Ananya Jahanara (2010). "Double violation?: (Not) talking about sexual violence in Contemporary South Asia". In Sorcha Gunne; Zoe Brigley Thompson. Feminism, Literature and Rape Narratives: Violence and Violation. Routledge. p. 146. ISBN 978-0-415-80608-4. 
  11. Brass 2005, p. 388.
  12. "Fifty-eight killed in attack on Sabarmati Express". Rediff. 27 February 2002. http://www.rediff.co.in/news/2002/feb/27train2.htm. Retrieved 11 May 2013. 
  13. "Sabarmati Express drivers appear before panel". The Times of India. 16 July 2002. http://articles.timesofindia.indiatimes.com/2002-07-19/ahmedabad/27297556_1_assistant-driver-mukesh-pachauri-train. Retrieved 30 November 2013. 
  14. Singh 2002.
  15. Nussbaum 2008, p. 81.
  16. Nussbaum 2007, p. 17-19.
  17. Kishwar 2014, p. 187.
  18. "Fuelling the Fire". indiatoday.intoday.in. 22 July 2002. Retrieved 13 April 2014. 
  19. "Report of Forensic Science Laboratory, State of Gujarat". Outlook. 22 November 2002. Retrieved 19 April 2014. 
  20. "The Hindu : Probe panel appointed". Hinduonnet.com. 7 March 2002. Retrieved 4 June 2013. 
  21. Jaffrelot 2012, p. 79.
  22. "Newly appointed justice Mehta of Nanavati Commission visits Godhra". IndLaw. UNI. Archived from the original on 3 December 2013. https://web.archive.org/web/20131203025216/http://www.indlaw.com/guest/DisplayNews.aspx?56B07EF3-D892-4C2A-9912-290F301FEC75. Retrieved 11 May 2013. 
  23. "Gujarat: Nanavati Commission submitted its first report on 2002 riots in state". IndLaw. Archived from the original on 3 December 2013. https://web.archive.org/web/20131203025211/http://www.indlaw.com/guest/DisplayNews.aspx?B42ED5C4-09FE-4F2E-988F-225B5F66F8C6. Retrieved 11 May 2013. 
  24. "Nanavati panel gets its 20th extension". The Indian Express. 3 July 2013. http://www.indianexpress.com/news/nanavati-panel-gets-its-20th-extension/1136987/. Retrieved 2 December 2013. 
  25. "With 21st extension, Nanavati report after LS polls". Times of India. 1 January 2014. http://timesofindia.indiatimes.com/city/ahmedabad/With-21st-extension-Nanavati-report-after-LS-polls/articleshow/28209339.cms. Retrieved 19 April 2014. 
  26. ୨୬.୦ ୨୬.୧ The Godhra conspiracy as Justice Nanavati saw it The Times of India, 28 September 2008. Retrieved 19 February 2012. Archived 21 February 2012.
  27. "Godhra case: Eventually, Maulvi Umarji comes out unscathed – India – DNA". Dnaindia.com. Retrieved 4 June 2013. 
  28. Uday, Mahurkar (26 September 2008). "Godhra carnage a conspiracy: Nanavati report". India Today. http://indiatoday.intoday.in/story/Godhra+carnage+a+conspiracy:+Nanavati+report/1/16270.html. Retrieved 11 May 2013. 
  29. "Gujarat may come clean today, say 1,180 died in riots". IBN7. 28 February 2009. http://ibnlive.in.com/news/gujarat-may-come-clean-today-say-1180-died-in-riots/86485-3.html. Retrieved 30 May 2013. 
  30. "Cong, CPM question Nanavati report's credibility". Times of India. 27 September 2008. http://articles.timesofindia.indiatimes.com/2008-09-27/india/27895962_1_nanavati-report-nanavati-commission-justice-nanavati. Retrieved 30 May 2013. 
  31. cong, cpm slam Nanavati report for reinforcing 'communal bias.' Times of India. 28 September 2008.
  32. Jaffrelot 2012, pp. 86–87.
  33. Iyer, SH (May–June 2008). "Babu Bajrangi’s bail and Gujarat riot probe". Combat Law 7 (3): 16–19. 
  34. Jaffrelot 2012, pp. 77–80.
  35. "Excerpts from the Justice U C Banerjee Committee report". DNA India. Retrieved 2 December 2013. 
  36. "Union of India vs. Nilkanth Tulsidas Bhatia, LPA No. 364 of 2005 in SCA No. 16500 of 2005". Gujarat High Court. Retrieved 2 April 2014. 
  37. Banerjee panel illegal: Gujarat HC The Indian Express – 13 October 2006
  38. Bannerjee Committee illegal: High Court The Hindu – 14 October 2006
  39. "HC terms Sabarmati Express panel illegal". The Financial Express. 14 October 2006. http://www.financialexpress.com/news/story/180656/. Retrieved 4 February 2011. 
  40. "Laloo flaunts Godhra report". The Tribune. 20 January 2005. http://www.tribuneindia.com/2005/20050121/main1.htm. Retrieved 4 February 2013. 
  41. "India train fire 'not mob attack'". BBC News. 17 January 2005. http://news.bbc.co.uk/2/hi/south_asia/4180885.stm. Retrieved 4 February 2011. 
  42. Press Trust of India (13 October 2006). "Banerjee panel illegal: Gujarat HC". Express India. http://www.expressindia.com/news/fullstory.php?newsid=75485. Retrieved 4 February 2011. 
  43. "BJP cheers as HC slams Godhra panel". IBN Live. Retrieved 25 March 2014. 
  44. ୪୪.୦ ୪୪.୧ "Godhra report attempt to help Laloo: BJP". The Tribune. 17 January 2005. http://www.tribuneindia.com/2005/20050118/main1.htm. Retrieved 25 March 2014. 
  45. "Gujarat HC nullifies Banerjee Committee". 13 October 2006. http://www.tribuneindia.com/2006/20061014/main1.htm. Retrieved 25 March 2014. 
  46. "Dozens arrested over India train attack". BBC News. 28 February 2002. http://news.bbc.co.uk/2/hi/south_asia/1845905.stm. Retrieved 1 January 2014. 
  47. "Chargesheet filed against 66 Godhra accused". Indian Express. Press Trust of India. 23 May 2002. http://expressindia.indianexpress.com/news/fullstory.php?newsid=10692. Retrieved 1 January 2014. 
  48. "Chief suspect in India train attack arrested". BBC. 19 March 2002. http://news.bbc.co.uk/2/hi/south_asia/1878385.stm. Retrieved 1 January 2014.