ଗେଣ୍ଡୁଫୁଲ
Appearance
ଗେଣ୍ଡୁଫୁଲ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Asterales |
କୁଳ: | Asteraceae |
ପ୍ରଜାତି: | Tagetes |
ଜାତି: | T. erecta |
ବାଇନୋମିଆଲ ନାମ | |
Tagetes erecta |
ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ସରୁସରୁ, ଫୁଲ ମୁଖ୍ୟତଃ ହଳଦିଆ ଓ ଲାଲ ରଙ୍ଗର। ଏହା ଅତି ବେଶୀରେ ଏକ ମିଟର ଯାଏ ବଢ଼ିଥାଏ।
ବିବିଧ ଭାଷାରେ ନାମ
[ସମ୍ପାଦନା]ଭାଷା | ନାମ |
---|---|
ଓଡ଼ିଆ | ଗେଣ୍ଡୁ |
ସଂସ୍କୃତ | ସନ୍ଦୁ |
ହିନ୍ଦୀ | ଗେନ୍ଦା |
ଗୁଜରାଟୀ | Guljharo |
ତାମିଲ | Tulukka samandi |
ତେଲୁଗୁ | Bantichettu |
ବଙ୍ଗଳା | Genda |
ମରାଠି | Zendu |
ମାଲୟାଲମ | Chendumalli |
ବର୍ମିଜ | Htat-ta-yar pan |
English | Marigold |
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧୀୟ ଉପଯୋଗରେ ଆସିଥାଏ।
- ଏହା ଛାତିର ଯନ୍ତ୍ରଣାରେ ଗୁଣକାରୀ
- ମନର ଉଦ୍ୱିଗ୍ନତାକୁ ଦୂର କରେ
- ଶରୀରରୁ କୃମି ଦୂର କରିଥାଏ
- ରକ୍ତ ଶୋଧକ
- ଆଣ୍ଠୁ ଗଣ୍ଠି ଦରଜରେ ଅତି ଗୁଣକାରୀ, ଥଣ୍ଡା-ସର୍ଦ୍ଦି, ଆନ୍ତରିକ କ୍ଷତ, ଆଖି ଓ ଜରାୟୁ ରୋଗ ଆଦିରେ ଉପକାରୀ
- ଘାଆ, ବଥ ଓ ଚର୍ମର ନାନାଦି ବିକାର ଦୂରକରେ
- କାନ ଟଣାରେ ଉପକାରୀ
- ମୃଦୁ ବିରେଚକ
ଅନ୍ୟାନ୍ୟ
[ସମ୍ପାଦନା]- ଗେଣ୍ଡୁ ଏକ ଭଲ ଫୁଲ। ଦିଅଁଙ୍କୁ ଚଢାଯାଏ, ବିବାହ-ବ୍ରତ ଆଦି କର୍ମରେ ଓ ବିଭିନ୍ନ ସାମାଜିକ ପର୍ବ ପର୍ବାଣିରେ ସାଜ ସଜ୍ଜାରେ ଏହାର ବହୁଳ ବ୍ୟବହାର ହୋଇଥାଏ।
ବାହାର ଆଧାର
[ସମ୍ପାଦନା]- Plants That Heal by Dr. J C Kurian, Oriental Watchman Publishing House, Pune, India