ଗୁଣପୁର ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ
ଗୁଣପୁର ରେଳ ଷ୍ଟେସନ
Station statistics
Addressଗୁଣପୁର, ଓଡ଼ିଶା
 India
Coordinates19°24′43″N 83°29′01″E / 19.412°N 83.4837°E / 19.412; 83.4837
Elevation92 m (302 ft)
Linesନୁଆପଡା - ଗୁଣପୁର
Platforms2
Tracks2
Parkingନାହିଁ
Other information
Opened୧୯୩୧
ElectrifiedNo
CodeGNPR
Owned byଭାରତୀୟ ରେଳ
Operatorପୂର୍ବ ତଟ ରେଳପଥ
Station statusଚାଲୁ ଅଛି
Location
Gunupur railway station is located in Odisha
Gunupur railway station
Gunupur railway station
Location in Orissa

ଗୁଣପୁର ରେଳ ଷ୍ଟେସନ ପୂର୍ବ ତଟ ରେଳ ଅନ୍ତର୍ଗତ ୱଲଟିୟର୍ ବିଭାଗ ଅଧୀନରେ ପରିଚାଳିତ । ଏହା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ପାରଳାଖେମୁଣ୍ଡିର ରାଜା ତାଙ୍କ ରାଜଧାନୀ ସହ ୪୦ କି.ମି ଦୂରରେ ଥିବା ନୁଆପଡା ରେଳ ଷ୍ଟେସନ ସହ ସଂଯୋଗ କରିବାପାଇଁ ନିଷ୍ପତ୍ତି ନେଲେ । ୧୮୯୮ ସରକାରୀ ସ୍ୱୀକୃତି ପାଇବା ପରେ କାମ ଆରମ୍ଭ ହେଲା । ପ୍ରାୟ ସାତ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଛୋଟ ଗେଜ୍ ରେଳପଥର ଶୁଭାରମ୍ଭ ୧୯୦୦ ମସିହାରେ ହେଲା । ପ୍ରାରମ୍ଭିକ ଅବସ୍ଥାରେ ଏହି ରେଳ ଚଳାଚଳରେ କ୍ଷତି ସହିବାକୁ ପଡିଲା, କିନ୍ତୁ ୧୯୧୦ ପରେ ପରେ ସାମାନ୍ୟ ଲାଭ ହେବା ସହ ୧୯୨୪-୧୯୨୫ରେ ଲାଭ ପରିମାଣ ବୃଦ୍ଧି ହେଲା । ଫଳରେ ରାଜା ଏଥିରେ ଉତ୍ସାହିତ ହୋଇ ଏହି ରେଳପଥକୁ ଗୁଣପୁର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତି ଦୁଇଟି ପର୍ଯ୍ୟାୟରେ ଅର୍ଥାତ ୧୯୨୯ ଓ ୧୯୩୧ରେ କାର୍ଯ୍ୟକାରୀ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରେଳପଥ ତତ୍କାଳୀନ ବେଙ୍ଗଲ୍-ନାଗପୁର ରେଳପଥ ସହ ବିଲୟ ହୋଇଥିଲା ।[୧] । ଭାରତ ସ୍ୱାଧୀନ ହେବାପରେ ଏହା ଉତ୍ତର-ପୂର୍ବ ରେଳପଥର ଅଂଶ ଭାବେ ଏହା ପରିଗଣିତ ହେଲା । ଏହି ଛୋଟ ଗେଜ୍ ରେଳପଥର ବିସ୍ତାର କରି ବ୍ରଡ୍ ଗେଜ୍ କରିବା ଉଦ୍ଦ୍ୟେଶରେ ପ୍ରଥମେ ୧୯୫୦ ମସିହା ଏବଂ ପରେ ୧୯୬୪ ଓ ୧୯୬୭ ମସିହାରେ ସର୍ଭେ କରାଯାଇଥିଲା । ତେବେ ୨୭ ନଭେମ୍ବର ୨୦୦୨ରେ ଏହି ବ୍ରଡ୍ ଗେଜ୍ ପରିବର୍ତ୍ତନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ୧, ଅପ୍ରିଲ୍ ୨୦୦୩ରେ ଏହି ରେଳପଥ ନବ ଗଠିତ ପୂର୍ବ ତଟ ରେଳପଥର ଅନ୍ତର୍ଭୁକ୍ତ ହେବା ସହ ୯ ଜୁନ ୨୦୦୪ରେ ବ୍ରଡ୍ ଗେଜ୍ ପରିବର୍ତ୍ତନ ପାଇଁ କାର୍ଯ୍ୟର ଶୁଭାରମ୍ଭ ହେଲା । ପରିଶେଷରେ, ୨୧ ଅଗଷ୍ଟ ୨୦୧୧ ଦିନ ବ୍ରଡ୍ ଗେଜ୍‌ରେ ପରିବର୍ତ୍ତିତ ଏହି ରେଳପଥରେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ପ୍ରଥମ ଯାତ୍ରା ଆରମ୍ଭ କରିବା ସହ ପରିବର୍ତ୍ତିତ ବ୍ରଡ୍‌ ଗେଜ୍ ରେଳପଥରେ ରେଳଯାତ୍ରାର ଶୁଭାରମ୍ଭ ହେଲା ।[୨][୩]

ସମୟ ସାରଣୀ[ସମ୍ପାଦନା]

ବର୍ତ୍ତମାନ ଗୁଣପୁରକୁ ସଂଯୋଗ କରୁଥିବା ଏହି ରେଳପଥରେ ନିମ୍ନ ତିନୋଟି ପାସେଂଜର ଟ୍ରେନ୍ ଯାତାୟତ କରୁଅଛି [୪]

  • 58418 ଗୁଣପୁର - ପୁରୀ (ପାସେଞ୍ଜର)-ପ୍ରସ୍ଥାନ - ୦୬-୨୫ ସକାଳ
  • 58505 ଗୁଣପୁର - ବିଶାଖାପାଟଣା (ପାସେଞ୍ଜର) ପ୍ରସ୍ଥାନ - ୧୨-୩୫ ଅପରାହ୍ଣ
  • 58420 ଗୁଣପୁର - ପଲାସା-(ପାସେଞ୍ଜର) ପ୍ରସ୍ଥାନ - ୨୦-୪୫ ରାତ୍ରି

୨୩-୩-୨୦୧୭ ତାରିଖଠାରୁ ଗୂଣପୁର ରେଳ ଷ୍ଟେସନଠାରୁ ପ୍ରଥମ କରି ଦ୍ରୁତଗାମୀ ଯାତ୍ରୀବାହୀ ଏକ୍ସପ୍ରେସ ଭାବେ ୧୮୪୧୮/୧୮୪୧୭ ଗୁଣପୁର-ରାଉଲକେଲା ରାଜ୍ୟରାଣୀ ରେଳଗାଡି ଚଳାଚଳ ଆରମ୍ଭ କରିଥିଲା[୫] । ଏହାଦ୍ୱାରା ଗୁଣୁପୁର ସିଧା ସଳଖା ଭାବରେ ଦ୍ରୁତଗାମୀ ଗାଡି ଯୋଗେ ଓଡ଼ିଶାର ଅନ୍ୟ ପ୍ରମୁଖ ସହର ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଅନୁଗୋଳ, ସମ୍ବଲପୁର ତଥା ରାଉଲକେଲା ସହ ଯୋଡିହୋଇ ପାରିଲା ।

ଆଧାର[ସମ୍ପାଦନା]

  1. "Parlakhimidi railway history".
  2. "Gauge conversion".
  3. "Gunupur-Puri train service starts, Rayagada elated".
  4. "GUNUPUR (GNPR) Railway Station Time Table". TRAINS PNR STATUS. Retrieved 21 July 2018.
  5. "Extension of Tri-weekly Rajyarani Express to Gunupur". United News of India (UNI). 18-03-2017. Retrieved 21 July 2018. {{cite news}}: Check date values in: |date= (help)

ବାହାର ତଥ୍ୟ[ସମ୍ପାଦନା]