Jump to content

ଗର୍ଭାବସ୍ଥାରେ ରକ୍ତହୀନତା

ଉଇକିପିଡ଼ିଆ‌ରୁ
ଗର୍ଭାବସ୍ଥାରେ ରକ୍ତହୀନତା
Page ଛାଞ୍ଚ:Owid/styles2.css has no content.<ourworldindatamirror tab=map>prevalence-of-anemia-in-pregnant-women</ourworldindatamirror> ଛାଞ୍ଚ:Onlyoffline
ବିଭାଗObstetrics
ଲକ୍ଷଣTiredness, pale skin, palpitations, weakness[]
ପ୍ରତିକାରEating a healthy diet, > 2 yrs between pregnancies, prenatal supplements[][]
ଚିକିତ୍ସାIron supplements, blood transfussions[]
ପୁନଃପୌନିକ5% (USA), > 80% (certain developing countries)[]

ଗର୍ଭାବସ୍ଥାରେ ରକ୍ତହୀନତା (ଇଂରାଜୀ ଭାଷାରେ Anemia in pregnancy) ହେଉଛି ଗର୍ଭାବସ୍ଥାରେ ଲୋହିତ ରକ୍ତ କଣିକା ସଂଖ୍ୟା (ଆରବିସି) ହ୍ରାସ କିମ୍ବା ରକ୍ତରେ ହେମୋଗ୍ଲୋବିନ୍ ପରିମାଣ ହ୍ରାସ ପାଇବା ।[] ଏହାର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ କିନ୍ତୁ ଥକ୍କା ଲାଗିବା, ଚର୍ମ ଶେତା ଦେଖାଯିବା, ଅଣନିଶ୍ୱାସ ଲାଗିବା ଏବଂ ଦୁର୍ବଳତା ଲାଗିପାରେ ।[] [] ରକ୍ତ‌ହୀନ ଗର୍ଭିଣୀ ମାତାର ଜଟିଳତା ମଧ୍ୟରେ ରକ୍ତଦାନର ଆବଶ୍ୟକତା, ପ୍ରସବ ପର ଅବସାଦ, ହୃତ୍‌ପିଣ୍ଡ ସମସ୍ୟା ଏବଂ ମୃତ୍ୟୁ ସମ୍ଭାବନା ରହିପାରେ ।[] [] ଗର୍ଭାସ୍ଥ ପିଲାଙ୍କ ଜଟିଳତା ମଧ୍ୟରେ ଅବଧିପୂର୍ବ ପ୍ରସବ ଏବଂ କମ୍ ଜନ୍ମ ଓଜନ ବିଶିଷ୍ଟ ଶିଶୁ ହୋଇପାରେ । []

ଲୌହ ଅଭାବ ଏବଂ ରକ୍ତ ହ୍ରାସ ଯୋଗୁଁ ଏହା ସାଧାରଣତଃ ହୁଏ ।[] ରୁଟିନ୍ ପରୀକ୍ଷା କରିବାକୁ ସୁପାରିଶ କରାଯାଏ ।[] ରୋଗ ନିର୍ଣ୍ଣୟ ପ୍ରଥମ କିମ୍ବା ତୃତୀୟ ତ୍ରୈମାସିକ ଗର୍ଭାବସ୍ଥାରେ ହେମୋଗ୍ଲୋବିନ୍ ୧୧୦ଗ୍ରା/ଲିଠାରୁ କମ୍ ଥିଲେ କିମ୍ବା ହେମାଟୋକ୍ରିଟ ୩୩%ରୁ କମ୍ ଥିଲେ କିମ୍ବା ଦ୍ୱିତୀୟ ତ୍ରୈମାସିକ ଅବସ୍ଥାରେ ହେମୋଗ୍ଲୋବିନ୍ ୧୦୫ ଗ୍ରା/ଲିରୁ କମ୍ ଥିଲେ କିମ୍ବା ହେମାଟୋକ୍ରିଟ ୩୨%ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ହାରାହାରି ଜୀବକୋଷ ଆୟତନ ଉପରେ ଆଧାର କରି ବିଭିନ୍ନ ପ୍ରକାରଗୁଡିକର ଶ୍ରେଣୀଭୁକ୍ତ କରାଯାଇପାରେ ।[]

ରକ୍ତହୀନତାକୁ ରୋକିବା ପ୍ରୟାସରେ ସୁସ୍ଥ ଖାଦ୍ୟ ଖାଇବା, ଦୁଇଟି ଗର୍ଭଧାରଣ ମଧ୍ୟରେ ଅତି କମରେ ଦୁଇ ବର୍ଷ ଅପେକ୍ଷା କରିବା ଏବଂ ପ୍ରସବକାଳୀନ ପରିପୂରକ ଦେବା ଆବଶ୍ୟକ ।[] [] ଚିକିତ୍ସାରେ ଅତିରିକ୍ତ ଲୋହ ପରିପୂରକ ଅନ୍ତର୍ଭୁକ୍ତ ହୋଇପାରେ ।[] ଲୌହ ଅଭାବ ଚିକିତ୍ସାରେ ଉନ୍ନତି କିଛି ସପ୍ତାହ ମଧ୍ୟରେ ପରିଲକ୍ଷିତ ହେବା ଉଚିତ ।[] ଫୋଲେଟ୍ ଅଭାବରେ ଫୋଲେଟ୍ ପରିପୂରକ ଦିଆଯାଇପାରେ ।[] ହେମୋଗ୍ଲୋବିନ ସ୍ତର ୬୦ଗ୍ରା/ ଲିରୁ କମ୍ ଥିଲେ ରକ୍ତହୀନତା ନିମନ୍ତେ ରକ୍ତଦାନ ପାଇଁ ପରାମର୍ଶ ଦିଆଯାଇପାରେ ।[]

ଗର୍ଭାବସ୍ଥାରେ ରକ୍ତହୀନତା ସାଧାରଣ ଅଟେ | [] ଯୁକ୍ତରାଷ୍ଟ୍ରରେ ଏହି ରକ୍ତ‌ହୀନତା ହାର ୫%, କେତେକ ନିର୍ଦ୍ଦିଷ୍ଟ ବିକାଶଶୀଳ ଦେଶମାନଙ୍କରେ ୮୦%ରୁ ଅଧିକ ହାର ହୋଇଥାଏ ।[] କିଶୋରୀ ଗର୍ଭଧାରଣରେ ଏହା ଅଧିକ ଦେଖାଯାଏ । [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମହିଳାମାନଙ୍କଠାରେ ରକ୍ତହୀନତାର ଚିକିତ୍ସା ପାଇଁ ଖର୍ଚ୍ଚ ବିନିଯୋଗର ବାର ଗୁଣ ଫେରସ୍ତ ମିଳିଥାଏ ।[]


  1. 1 2 3 Breymann, Christian (October 2015). "Iron Deficiency Anemia in Pregnancy". Seminars in Hematology. 52 (4): 339–347. doi:10.1053/j.seminhematol.2015.07.003. ISSN 1532-8686. PMID 26404445.
  2. 1 2 3 4 "Anaemia". www.who.int (in ଇଂରାଜୀ). Archived from the original on 10 October 2023. Retrieved 30 October 2023.
  3. 1 2 3 4 5 6 7 8 9 10 11 12 13 "Anemia in Pregnancy: ACOG Practice Bulletin, Number 233". Obstetrics and gynecology. 138 (2): e55–e64. 1 August 2021. doi:10.1097/AOG.0000000000004477. PMID 34293770."Anemia in Pregnancy: ACOG Practice Bulletin, Number 233". Obstetrics and gynecology. 138 (2): e55–e64. 1 August 2021. doi:10.1097/AOG.0000000000004477. PMID 34293770.
  4. 1 2 Sun, D; McLeod, A; Gandhi, S; Malinowski, AK; Shehata, N (December 2017). "Anemia in Pregnancy: A Pragmatic Approach". Obstetrical & gynecological survey. 72 (12): 730–737. doi:10.1097/OGX.0000000000000510. PMID 29280474.
  5. 1 2 "Anemia During Pregnancy - Women's Health Issues". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 24 March 2023. Retrieved 30 October 2023.
  6. "Anemia - Anemia in Pregnancy | NHLBI, NIH". www.nhlbi.nih.gov (in ଇଂରାଜୀ). 24 March 2022. Archived from the original on 11 October 2023. Retrieved 30 October 2023.