ପ୍ରସବ ପର ଅବସାଦ

ଉଇକିପିଡ଼ିଆ‌ରୁ
ପ୍ରସବ ପର ଅବସାଦ, ଇଂରାଜୀ ଭାଷାରେ ପୋଷ୍ଟପାର୍ଟମ ଡିପ୍ରେସନ (Postpartum depression)
ପୋଷ୍ଟନାଟାଲ ଡିପ୍ରେସନ (Postnatal depression)
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣଅତିଶୟ ଦୁଃଖ, ଥକ୍କାଣ (low energy), ଉତ୍କଣ୍ଠା (en:anxiety), ଶୟନ ଓ ଖାଦ୍ୟ ଗ୍ରହଣ ପରିବର୍ତ୍ତନ, ସମୟ ସମୟରେ କ୍ରନ୍ଦନ, ଚିଡ଼ଚିଡ଼ା ସ୍ୱଭାବ ।[୧]
ଆକ୍ରାନ୍ତ ସମୟପ୍ରସବ ପର କିଛି ସପ୍ତାହରୁ କିଛି ମାସ ।[୧]
କାରଣଅସ୍ପଷ୍ଟ[୧]
ବିପଦ କାରକପ୍ରସବ ପୂର୍ବବର୍ତ୍ତୀ ଅବସାଦ, ବାଇପୋଲାର ଡିଜଅଡର, ପାରିବାରିକ ପ୍ରମୁଖ ଅବସାଦ ବେମାରୀର ଇତିହାସ, ସାଇକୋଲୋଜିକାଲ ସ୍ଟ୍ରେସ (psychological stress), ପ୍ରସବ ଜନିତ ଜଟିଳତା (complications of childbirth), ଘରୋଇ ସାହାଯ୍ୟର ଅଭାବ, ଡ୍ରଗ ୟୁଜ ଡିଜଅର୍ଡ଼ର (drug use disorder)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ [୨]
ସଠିକ ରୋଗ ନିର୍ଣ୍ଣୟମ୍ୟାଟରନିଟି ବ୍ଲୁ (Baby blues)[୧]
ଚିକିତ୍ସାକାଉନସେଲିଙ୍ଗ (Counselling), ଔଷଧ[୨]
ପୁନଃପୌନିକ~ପ୍ରସବ ସଂଖ୍ୟାର ୧୫% [୧]

ପ୍ରସବ ପର ଅବସାଦ (ଇଂରାଜୀ ଭାଷାରେ Postpartum depression ବା PPD) ଅନ୍ୟ ନାମ ପୋଷ୍ଟନାଟାଲ ଡିପ୍ରେସନ (postnatal depression) ଏକ ପ୍ରକାର ମନୋଦଶା ବେମାରୀ (mood disorder) ଯାହା ପ୍ରସବ ପରେ ଦେଖାଯାଏ ଓ ଉଭୟ ପୁରୁଷ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି ।[୧][୩] ଅତ୍ୟନ୍ତ ବିଷାଦ, ଥକ୍କାଣ (low energy), ଉତ୍କଣ୍ଠା (anxiety), ଶୟନ ଓ ଖାଦ୍ୟ ଗ୍ରହଣର ପରିବର୍ତ୍ତନ, ସମୟ ସମୟରେ କ୍ରନ୍ଦନ, ଚିଡ଼ଚିଡ଼ା ସ୍ୱଭାବ ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[୧] ପ୍ରସବର ଏକ ସପ୍ତାହରୁ ଏକ ମାସ ମଧ୍ୟରେ ଏହି ସମସ୍ୟା ଦେଖାଯାଏ ।[୧] ଏହି ରୋଗଦ୍ୱାରା ଏକ ବିଯୁକ୍ତାତ୍ମକ ପ୍ରଭାବ ଶିଶୁ ଉପରେ ପଡ଼େ । [୨]

ପ୍ରସବ ପର ଅବସାଦ ରୋଗର ସଠିକ୍ କାରଣ ଅଜ୍ଞାତ ଅଛି । ଏହା ଶାରୀରିକ ଓ ମାନସିକ କାରକମାନଙ୍କଦ୍ୱାରା ହେଉଥିବା ସମ୍ଭାବନା ଅଛି ।[୧] ହରମୋନ ପରିବର୍ତ୍ତନ ଓ ନିଦ୍ରା ଅଭାବ (sleep deprivation) ଯୋଗୁ ଏହା ହୋଇପାରେ । [୧] ପ୍ରସବ ପୂର୍ବବର୍ତ୍ତୀ ଅବସାଦ, ବାଇପୋଲାର ଡିଜଅଡର, ପାରିବାରିକ ପ୍ରମୁଖ ଅବସାଦ ବେମାରୀର ଇତିହାସ, ସାଇକୋଲୋଜିକାଲ ସ୍ଟ୍ରେସ (psychological stress), ପ୍ରସବ ଜନିତ ଜଟିଳତା (complications of childbirth), ଘରୋଇ ସାହାଯ୍ୟର ଅଭାବ, ଡ୍ରଗ ୟୁଜ ଡିଜଅର୍ଡ଼ର (drug use disorder) ଇତ୍ୟାଦି ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ ।[୧] ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।[୨] ଅଧିକାଂଶ ମହିଳା ସାମୟିକ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି, କିନ୍ତୁ ଏହି ଅବସ୍ଥା ଗୁରୁତର ହେଲେ ଓ ୨ ସପ୍ତାହରୁ ଅଧିକ ରହିଲେ ଏହି ରୋଗ ସନ୍ଦେହ ହୋଇଯାଏ ।[୧]

ଏହି ରୋଗ ସଙ୍କଟ ଥିବା ମହିଳାଙ୍କର ପ୍ରତିଷେଧ ନିମନ୍ତେ ମନୋସାମାଜିକ ସାହାଯ୍ୟ ଆବଶ୍ୟକ ।[୪] ରୋଗୀମାନଙ୍କୁ କାଉନସେଲିଙ୍ଗ (counseling) ବା ଔଷଧ ଦେଇ ଚିକିତ୍ସା କରାଯାଏ ।[୨] ସାହାଯ୍ୟକାରୀ ହେଉଥିବା ୩ ପ୍ରକାର କାଉନସେଲିଙ୍ଗ ନାମ ଯଥାକ୍ରମେ ଇଣ୍ଟରପରସୋନାଲ ସାଇକୋଥେରାପି (interpersonal psychotherapy ବା IPT), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy ବା CBT) ଓ ସାଇକୋଡାଇନାମିକ ଥେରାପି (psychodynamic therapy) ।[୨] ଟେଣ୍ଟାଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitors ବା SSRIs) ଔଷଧ ଦେଲେ କିଛି ସାହାଯ୍ୟ ହେଉଥିବା ପ୍ରମାଣ ମିଳୁଛି ।[୨]

ପ୍ରାୟ ୧୫% ଗର୍ଭବତୀ ମହିଳା ପ୍ରସବ ପର ଅବସାଦ ରୋଗର ଶିକାର ହୁଅନ୍ତି ।[୧][୨] ଏହି ମନୋଦଶା ବେମାରୀ ୧ରୁ ୨୬% ନୂତନ ପିତାଙ୍କୁ ଆକ୍ରମଣ କରେ ।[୩] ଏହାର ଏକ ସାଂଘାତିକ ଆକାର ରୋଗର ନାମ ପୋଷ୍ଟପାର୍ଟମ ସାଇକୋସିସ (Postpartum psychosis) ଯାହା ପ୍ରସବ ପରେ ୧୦୦୦ ମହିଳାଙ୍କ ମଧ୍ୟରୁ ୧ରୁ ୨ଜଣଙ୍କୁ ଆକ୍ରମଣ କରେ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ପୋଷ୍ଟପାର୍ଟମ ସାଇକୋସିସ ଯୋଗୁ ୧୦୦,୦୦୦ ଜନ୍ମରେ ୮ ଜଣ ଏକ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କୁ ହତ୍ୟା (murder of children less than one year of age) କରାଯାଏ ।[୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Postpartum Depression Facts". NIMH (in ଇଂରାଜୀ). Archived from the original on 21 June 2017. Retrieved 11 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Pearlstein, T; Howard, M; Salisbury, A; Zlotnick, C (April 2009). "Postpartum depression". American Journal of Obstetrics and Gynecology. 200 (4): 357–64. PMID 19318144.
  3. ୩.୦ ୩.୧ Paulson, James F. (2010). "Focusing on depression in expectant and new fathers: prenatal and postpartum depression not limited to mothers". Psychiatry Times. 27 (2). Archived from the original on 2012-08-05.
  4. "Perinatal Depression: Prevalence, Screening Accuracy, and Screening Outcomes". Agency for Health Care Research and Quality. Archived from the original on 2013-11-11.
  5. Seyfried, LS; Marcus, SM (August 2003). "Postpartum mood disorders". International review of psychiatry (Abingdon, England). 15 (3): 231–42. PMID 15276962.
  6. Spinelli, MG (September 2004). "Maternal infanticide associated with mental illness: prevention and the promise of saved lives". The American Journal of Psychiatry. 161 (9): 1548–57. doi:10.1176/appi.ajp.161.9.1548. PMID 15337641.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ